ଓଡ଼ିଆ ସାହିତ୍ୟର ଇତିହାସ
ଓଡ଼ିଆ ସାହିତ୍ୟର ଇତିହାସ ଓଡ଼ିଆ ଭାଷା ସାହିତ୍ୟରେ ସଙ୍ଘଟିତ ଘଟଣାବଳି ବିଶେଷକରି ସାହିତ୍ୟରେ ନାନାଦି ବିଭାବରେ ସମୟାନୁସାରେ ହୋଇଥିବା ପରିବର୍ତ୍ତନକୁ ବୁଝାଇଥାଏ । ଲିଖନ କ୍ଷେତ୍ରରେ ଅନେକ ସାହିତ୍ୟିକ ଓ ସମାଲୋଚକ ଅନେକ ଉଦ୍ୟମ ମାନ କରିଅଛନ୍ତି । ଏଠି ମଧ୍ୟରୁ ପଣ୍ଡିତ ବିନାୟକ ମିଶ୍ରଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଓଡ଼ିଆ ସାହିତ୍ୟର କ୍ରମପରିଣାମ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ସୁରେନ୍ଦ୍ର ମହାନ୍ତିଙ୍କ ଆଦିପର୍ବ ଓ ମଧ୍ୟପର୍ବ, ଡ. ମାୟାଧର ମାନସିଂହଙ୍କ ଲିଖିତ ଓଡ଼ିଆ ସାହିତ୍ୟର ଇତିହାସ ତଥା ଡ. ନଟବର ସାମନ୍ତରାୟ, ଡ. ବଂଶୀଧର ମହାନ୍ତି, ନୀଳମଣି ମିଶ୍ର, ବୃନ୍ଦାବନ ଆଚାର୍ଯ୍ୟ, ଗୋପାଳ ଚନ୍ଦ୍ର ପଟ୍ଟନାୟକ ଓ ପଠାଣି ପଟ୍ଟନାୟକ ଆଦି ଲେଖକଙ୍କ ଭୂମିକା ଖୁବ ଗୁରୁତ୍ତ୍ୱପୂର୍ଣ୍ଣ । ଏହା ଛଡ଼ା ସାହିତ୍ୟର ବିଭିନ୍ନ ବିଭାବଗୁଡ଼ିକ ସମ୍ଭନ୍ଧରେ ମଧ୍ୟ ଅନେକ ବହି ରଚିତ ହୋଇଛି । ଏ ସଂକ୍ରାନ୍ତରେ ଗିରିଜା ଶଙ୍କର ରାୟଙ୍କର ଓଡ଼ିଆ ନାଟ୍ୟକଳା ଆଦି ପ୍ରଧାନ । ସେହି ପରି ବାକି ବିଭାବ ଯଥା ଲିପି ସାହିତ୍ୟ, କଥା ସାହିତ୍ୟ ଆଦି ବାବଦରେ ମଧ୍ୟ ଆଲୋଚନା କରାଯାଇଅଛି ।
ଓଡ଼ିଆ ସାହିତ୍ୟର ସମୟ କାଳ ଓ ନାନାଦି ବିଭାବକୁ ନେଇ ଏହାକୁ ତଳଲିଖିତ ବିଭାଗରେ ବଣ୍ଟା ଯାଇଥାଏ ।[୧]
ପ୍ରାକ ସାରଳା ଓ ପୁରାଣ ସାହିତ୍ୟ
[ସମ୍ପାଦନା]ଚର୍ଯା ସାହିତ୍ୟ
[ସମ୍ପାଦନା]ନାଥ ସାହିତ୍ୟ
[ସମ୍ପାଦନା]ନାଥ ସାହିତ୍ୟ ଓଡ଼ିଶାରେ ପ୍ରତିଷ୍ଠା ଲାଭ କରିଥିବା ଏକ ପ୍ରାଚୀନ ସାହିତ୍ୟ । ଚର୍ଯ୍ୟା ସାହିତ୍ୟ ପରେ ଓ ସାରଳା ଦାସଙ୍କ ରଚନା ପୂର୍ବରୁ ଓଡ଼ିଆ ସାହିତ୍ୟରେ ନାଥ ସାହିତ୍ୟ ଏକ ଗୁରୁତ୍ୱ ପୂର୍ଣ୍ଣ ଅଧ୍ୟାୟ ସୃଷ୍ଟି କରିଥିଲା । ବୌଦ୍ଧ ଧର୍ମର ବିକାଶ ପରେ ଓଡ଼ିଆ ସାହିତ୍ୟରେ ନାଥ ଧର୍ମର ବିକାଶ ଆଧୁନିକ ପୂର୍ବ ଭାରତର ଭୌଗୋଳିକ ପରିସରରେ ବଢ଼ିଥିଲା । ତତ୍କାଳୀନ ଓଡ଼ିଶାରେ ନାଥମାନଙ୍କ କ୍ଷୁଦ୍ର ହେଲେ ହେଁ ସେମାନେ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନରେ ଯଥେଷ୍ଟ ସମ୍ମାନିତ ହେଉଥିଲେ । ଦ୍ୱାଦଶ ଶତାବ୍ଦୀର ଆରମ୍ଭ ବେଳକୁ ନାଥ ଧର୍ମର ଆବିର୍ଭାବ ଘଟିଥିଲା । ଏହି ଧର୍ମର ଆଦି ଗୁରୁ ହେଲେ ଗୋରେଖନାଥ । ଶିଶୁବେଦ, ଅମରକୋଷ ଗୀତା, ଗୋରେଖ ସଂହିତା, ସପ୍ତାଙ୍ଗଯୋଗ ଧାରଣ, ମତ୍ସ୍ୟେନ୍ଦ୍ର ଗୀତା, ଅଷ୍ଟାଙ୍ଗଯୋଗଧାରଣ ପ୍ରଭୃତି ଗ୍ରନ୍ଥ ଓଡ଼ିଆ ନାଥ ସାହିତ୍ୟର କେତେକ ବିଶିଷ୍ଟ ରଚନା । କେନ୍ଦରା ସହାୟତାରେ ନାଥ ଯୋଗୀମାନେ ଏହି ଧର୍ମର ବିଭିନ୍ନ ନୀତି ଓ ଆଧ୍ୟାତ୍ମିକ ଗାଥା ତଥା ଗୁରୁ ଭଜନମାନ ଗାନ କରୁଥିଲେ । ନାଥ ଯୋଗୀମାନେ ହାତରେ କେନ୍ଦରା ଧରିବା, କାନ୍ଧରେ ଝୁଲି, ଲାଉଥାଳ, ବେକରେ ରୁଦ୍ରାକ୍ଷମାଳ ଓ କପାଳରେ ଚିତା ମାରି ଗୋବିନ୍ଦ ଚନ୍ଦ୍ରଙ୍କ ଉପାଖ୍ୟାନ ଭଜୁକିନା ରାମ ନାମରେ ରାଜନ ସଙ୍ଗୀତକୁ କରୁଣ ସ୍ୱରରେ ଗାନ କରିଥାନ୍ତି । ଚର୍ଯ୍ୟା ସାହିତ୍ୟରେ ସିଦ୍ଧ ସାଧକମାନେ ନାରୀମାନଙ୍କୁ ଚାଣ୍ଡାଳୀ, ଡୋମ୍ବୀ, ନୌରାତ୍ମା ସହଜ ସୁନ୍ଦରୀ ଆଦି ନାମରେ ବିବେଚନା କରିଥିଲେ । କିନ୍ତୁ ନାଥ ଧର୍ମରେ ନାରୀମାନଙ୍କର ସ୍ଥାନ ନଥିଲା । ନାଥ ଯୋଗୀମାନେ ନିଜକୁ ନାରୀଠାରୁ ଯଥେଷ୍ଟ ଦୂରରେ ରଖିବା କଥା ନିଜ ରଚନା ଉଲ୍ଲେଖ କରି ନିଜକୁ ନିରୀଶ୍ୱରବାଦୀ ବୋଲି କହୁଥିଲେ । ନାଥ ଯୋଗୀମାନେ ସିଦ୍ଧାଚାର୍ଯ୍ୟମାନଙ୍କର ମହାସୁଖକୁ ବିରୋଧ କରୁଥିଲେ । ଏମାନେ ତାଙ୍କ କାନରେ ଖୁବ ବଡ଼ ବଡ଼ ଛିଦ୍ର କରି କୁଣ୍ଡଳ ପିନ୍ଧୁଥିବାରୁ ଏମାନଙ୍କୁ "କାନଫଟା ଯୋଗୀ" ମଧ୍ୟ କୁହାଯାଏ । ନାଥମାନେ ଯୋଗ ସାଧନାରେ "ହଠ"କୁ ମହତ୍ୱ ଦେଉଥିଲେ ତେଣୁ ଏମାନଙ୍କୁ "ହଠଯୋଗୀ" ବୋଲି ମଧ୍ୟ କୁହାଯାଏ । ସିଦ୍ଧାଚାର୍ଯ୍ୟମାନଙ୍କ ସଂଖ୍ୟା ୮୪ ଥିବା ବେଳେ ନାଥ ଯୋଗୀମାନଙ୍କର ସଂଖ୍ୟା ୯ ବୋଲି ଅନୁମାନ କରାଯାଏ । ସେମାନେ ହେଲେ ଆଦିନାଥ, ମତ୍ସ୍ୟେନ୍ଦ୍ରନାଥ, ଗୋରେଖନାଥ, ଗାହିଣୀନାଥ, ଚରପଠନାଥ, ଚୌରଙ୍ଗନାଥ, ଜ୍ୱାଲେନ୍ଦ୍ରନାଥ, ଭଦ୍ରନାଥ ଓ ଗୋପିଚନ୍ଦ୍ରନାଥ ।[ଆଧାର ଲୋଡ଼ା]
ପୁରାତନ ବୌଦ୍ଧ ଗାନ ଓ ଦୋହା
[ସମ୍ପାଦନା]ସନ୍ଥ (ଭକ୍ତି) ସାହିତ୍ୟ
ରୀତି ସାହିତ୍ୟ
[ସମ୍ପାଦନା]ଉପେନ୍ଦ୍ର ଯୁଗ ପର୍ଯ୍ୟନ୍ତ
[ସମ୍ପାଦନା]ଉପେନ୍ଦ୍ର ଓ ପରବର୍ତ୍ତୀ ସ୍ରଷ୍ଟାଗଣ
[ସମ୍ପାଦନା]ପୁରାତନ ଗୀତି ଓ ଚଉପଦୀ ସାହିତ୍ୟ
[ସମ୍ପାଦନା]ପୁରାତନ ଗଦ୍ୟ ସାହିତ୍ୟ
[ସମ୍ପାଦନା]ପୁରାତନ ଓଡ଼ିଆ କଥା ସାହିତ୍ୟ
[ସମ୍ପାଦନା]ପୁରାତନ ଓଡ଼ିଆ ଲୋକ ସାହିତ୍ୟ ସାଧାରଣ ଲୋକଙ୍କର ଜୀବନଯାପନ ଓ ପରିବେଶକୁ ନେଇ ଗଢ଼ିଉଠିଥିଲା । ଏଥିରେ ଆଧୁନିକ ଜୀବନର ସୁଖ ଦୁଃଖର ଗାଥା ସାଙ୍ଗକୁ ନିତିଦିନିଆ ଜୀବନରେ ଉପୁଜୁଥିବା ଅସୁବିଧା ଓ ତାହାର ସମାଧାନର ଅବତାରଣା ରହିଥାଏ । ପୁରାତନ ସାହିତ୍ୟରେ କିନ୍ତୁ ମାନବବାଦର ଦାବି ଖଣ୍ଡିତ ଏଥିରେ ଆହେତୁକ କଳ୍ପନା ଓ ଦେବ ନିର୍ଦ୍ଦେଶ ଭାଗ୍ୟ ଆଦିର ଅବତରଣ ଦେଖିବାକୁ ମିଳିଥାଏ ଯାହା ଆଧୁନିକ କଥା ସାହିତ୍ୟରେ ଖୁବ କମ ।
ଅଳଙ୍କାରିକ କାବ୍ୟ ଓ କଥା ସାହିତ୍ୟ
[ସମ୍ପାଦନା]ଆଧୁନିକ କାବ୍ୟ କବିତା
[ସମ୍ପାଦନା]ଆଧୁନିକ ନାଟକ
[ସମ୍ପାଦନା]ଆଧୁନିକ କଥା ସାହିତ୍ୟ
[ସମ୍ପାଦନା]୧୯ଶ ଶତକର ଓଡ଼ିଆ କଥା ସାହିତ୍ୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା ଏହି କାଳରେ ଇଟାଲିୟ ଯୁବା ଧରଣର ଲେଖା ଓ ରାଧାନାଥ ରାୟ, ରାମଶଙ୍କର ରାୟ, ଉମେଶଚନ୍ଦ୍ର ସରକାର, ଫକିର ମୋହନ ଓ ଗୋପାଳବଲ୍ଲଭ ଆଦିଙ୍କ ଲେଖା ଉଲ୍ଲେଖଯୋଗ୍ୟ । ୧୯ଶ ଶତକ ବେଳରେ ଓଡ଼ିଶାର ରାଜନୀତିରେ ଅନେକ ବଦଳ ଦେଖିବାକୁ ମିଳିଥିଲା .୧୮୦୩ରେ ଇଂରେଜ ବଣିକମାନେ ଓଡ଼ିଶା ଅଧିକାର କଲାପରେ ଓଡ଼ିଶାର ୨୬ଟି ଗଡ଼ଜାତ ବହୁକାଳ ଧରି ଇଂରେଜ ମାନଙ୍କୁ ପ୍ରତିହତ କରିଥିଲେ । ଏହି ରାଜନୈତିକ ପ୍ରବାହ ସାହିତ୍ୟକୁ ବହୁଭାବରେ ପ୍ରଭାବିତ କରିଥିଲା ।
ଗଳ୍ପ
[ସମ୍ପାଦନା]ଉପନ୍ୟାସ
[ସମ୍ପାଦନା]୨୦ଶ ଶତକର ଓଡ଼ିଆ ଉପନ୍ୟାସ
[ସମ୍ପାଦନା]୧ମ ପର୍ବ
[ସମ୍ପାଦନା]- ସାମାଜିକ ଓ ସାଂସ୍କୃତିକ ଭୂମି-ଫକିର ମୋହନ-ନନ୍ଦକିଶୋର-ଚିନ୍ତାମଣି:
- କେତୋଟି ଏକକ ଉପନ୍ୟାସ, କୁନ୍ତଳା କୁମାରୀ ଓ ଅନ୍ୟାନ୍ୟ ନାରୀ ଲେଖିକା:
୨ୟ ପର୍ବ
[ସମ୍ପାଦନା]- ୩୦ ଦଶକର ଓଡ଼ିଆ ସାହିତ୍ୟ ଓ ସମାଜ:
- ପ୍ରମୁଖ ଔପନ୍ୟାସିକ:
ଆଧୁନିକ ପର୍ବ (ସ୍ୱାଧୀନତା ପରର)
[ସମ୍ପାଦନା]- ସ୍ୱାଧୀନତା ପରର ଓଡ଼ିଆ ସମାଜ ଓ ଜୀବନ:
- ପ୍ରମୁଖ ଲେଖକ:
ସେହି କାଳରେ ସୀତାଦେବୀ ଖାଡ଼ଙ୍ଗା ଓ ଅନ୍ୟାନ୍ୟ ଗୋଏନ୍ଦା ଉପନ୍ୟାସ, ଅନେକ ଏକକ ଉପନ୍ୟାସ ଯଥା ଚିତ୍ର ଗ୍ରୀବ, ଅମବାସ୍ୟାର ଚନ୍ଦ୍ର, ମଶାଣି ତୁଳସୀ ଆଦି ରଚିତ ହୋଇଥିଲା । ସମକାଳୀନ ଔପନ୍ୟାସିକମାନେ ଥିଲେ କୃଷ୍ଣପ୍ରସାଦ, ଶାନ୍ତନୁ ଆଚାର୍ଯ୍ୟ ଆଦି ।
ଅନୁବାଦ ଉପନ୍ୟାସ
[ସମ୍ପାଦନା]ଆଧୁନିକ ଗଦ୍ୟ ସାହିତ୍ୟ
[ସମ୍ପାଦନା]ପ୍ରବନ୍ଧ ସମାଲୋଚନା ଓ ରମ୍ୟ ରଚନା
[ସମ୍ପାଦନା]ପ୍ରବନ୍ଧ, ସମାଲୋଚନା ଓ ରମ୍ୟ ରଚନା ଦିଗରେ ମଧ୍ୟ କିଛି ଆଲୋଚନା ମୂଳକ ନିବନ୍ଧ ରଚିତ ହୋଇଛି । ତେବେ ସାଧାରଣ ଗଦ୍ୟ ଓ ପଦ୍ୟ ସାହିତ୍ୟ ପରି ବିଜ୍ଞାନ କାହାଣୀ, ଆତ୍ମଚରିତ, ଭ୍ରମଣ କାହାଣୀ ଆଦିରେ ମଧ୍ୟ ଧୀରେ ଧୀରେ ଅନେକ ଇତିହାସମୂଳକ ସାହିତ୍ୟ ଲେଖାଯାଇଅଛି । ଏଠି ସହିତ ସାହିତ୍ୟର ସମୟ ଅନୁସାରେ ନାନା ପରୀକ୍ଷା ନିରୀକ୍ଷା ମଧ୍ୟ ଚାଲିଛି । ସାମାଜିକ ପୃଷ୍ଠଭୂମିରେ ଏସବୁ ସାହିତ୍ୟ ପାଇଁ ବହୁ ଭାବରେ ଦରକାରୀ ।
ବୈଜ୍ଞାନିକ ସାହିତ୍ୟ, ଆତ୍ମଚରିତ ଓ ଭ୍ରମଣ କାହାଣୀ
[ସମ୍ପାଦନା]ଓଡ଼ିଆ ଲିପି ଓ ଭାଷାର ବିକାଶଧାରା
[ସମ୍ପାଦନା]ଟୀକା
[ସମ୍ପାଦନା]- ↑ ଦାସ, ରାଇଚରଣ. [ଅଗ୍ରଲେଖ, ଆଧୁନିକ ଓଡ଼ିଆ କଥା ସାହିତ୍ୟ]. ଓଡ଼ିଶା ସାହିତ୍ୟ ଏକାଡେମି. (୧୯୮୨). ପୃ.
ଆଧାର
[ସମ୍ପାଦନା]- ନରେନ୍ଦ୍ର ନାଥ ମିଶ୍ର. ଆଧୁନିକ କଥା ସାହିତ୍ୟ (ଉପନ୍ୟାସ). ଓଡ଼ିଆ ସାହିତ୍ୟ ଗ୍ରନ୍ଥମାଳା(୧୯୮୧). ପୃ ୧-୧୬୯</ref>