ନରେନ୍ଦ୍ର ନାଥ ମିଶ୍ର

ଉଇକିପିଡ଼ିଆ‌ରୁ
ନରେନ୍ଦ୍ର ନାଥ ମିଶ୍ର
Born(1929-10-23)୨୩ ଅକ୍ଟୋବର ୧୯୨୯


[୧]
ଗିଲିଦା, ବାଲେଶ୍ୱର
Died୧୩ ଜୁଲାଇ ୨୦୧୬(2016-07-13) (ବୟସ ୮୬)
ବାଲେଶ୍ୱର
Nationalityଭାରତୀୟ
Educationସ୍ନାତକୋତ୍ତର(ଓଡ଼ିଆ) ୧୯୫୦
Alma materଉତ୍କଳ ବିଶ୍ୱବିଦ୍ୟାଳୟ
Childrenଅଶୋକ, ମଞ୍ଜୁଳା, ମୃଦୁଳା, ପ୍ରଭାତୀ

ନରେନ୍ଦ୍ର ନାଥ ମିଶ୍ର, ଜଣେ ଓଡ଼ିଆ ପ୍ରାବନ୍ଧିକ ଓ ସାହିତ୍ୟ ସମାଲୋଚକ ଥିଲେ ।[୨]

ନରେନ୍ଦ୍ର ନାଥ ୧୯୨୯ ମସିହାରେ ବାଲେଶ୍ୱର ଜିଲ୍ଲାର ଗିଲିଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକ ଓ ସ୍ନାତକୋତ୍ତର ଲାଭ କରିଥିଲେ । ସେ ଶାନ୍ତିନିକେତନ ଓ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟରେ ଗବେଷଣା କରିବା ପରେ ଜଣେ ଓଡ଼ିଆ ଅଧ୍ୟାପକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୬୦ ମସିହାରେ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟରେ ଜଣେ ସ୍ଥାୟୀ ଅଧ୍ୟାପକ ଭାବରେ ଯୋଗଦେଇ ୧୯୯୪ ମସିହାରେ ଅବସର ଗ୍ରହଣ କରିଥିଲେ । ଅଧ୍ୟାପନା ଛଡ଼ା, ସେ ଭାରତୀୟ ଜ୍ଞାନପୀଠ ଓଡ଼ିଆ ସମିତିର ଆବାହକ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଆ ଭାଷା ବିଶାରଦ ଭାବରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗରେ ମଧ୍ୟ କାର୍ଯ୍ୟ କରିଥିଲେ ।

ରଚନାବଳୀ[ସମ୍ପାଦନା]

  • ବଳରାମ ଦାସ ଓ ଓଡ଼ିଆ ରାମାୟଣ
  • ଆଧୁନିକ ଓଡ଼ିଆ କାବ୍ୟଧାରା[୩]
  • ସମକାଳିନ ରଚନା ଓ ସାହିତ୍ୟ ଗବେଷଣା[୪]
  • ଆଧୁନିକତା ଓ ଆଧୁନିକ ସାହିତ୍ୟ
  • ଆଧୁନିକ କଥା ସାହିତ୍ୟ (ଉପନ୍ୟାସ)
  • ଓଡ଼ିଆ ସାହିତ୍ୟ ଓ ଭାଷା-ଏକ ଅଧ୍ୟୟନ
  • କଳାପାଣି(ଭ୍ରମଣ କାହାଣୀ)[୫]
  • 'ଭାରତୀୟ ସାହିତ୍ୟ ନିର୍ମାତା'ଶୃଂଖଳାରେ ନୀଳକଣ୍ଠ ଦାସ ଓ କୁଞ୍ଜବିହାରୀ ଦାସଙ୍କ ଜୀବନୀ ଓ କୃତି[୬]

ମୃତ୍ୟୁ[ସମ୍ପାଦନା]

୨୦୧୬ ଜୁଲାଇ ୧୩ ତାରିଖରେ ବାଲେଶ୍ୱରଠାରେ ନରେନ୍ଦ୍ର ନାଥଙ୍କର ପରଲୋକ ଘଟିଥିଲା ।[୭]

ଆଧାର[ସମ୍ପାଦନା]

  1. Men of Education in India. Premier Publishers. 1968.
  2. Asitakumāra Bandyopādhyāẏa (1983). The Rāmāyaṇa in Eastern India. Prajñā.
  3. Nagendra (1976). Literary Criticism in India. Sarita Prakashan.
  4. Savitiri Rout (1 January 1972). Women Pioneers In Oriya Literature. Motilal Banarsidass Publishe. pp. 59–. ISBN 978-81-208-2546-8.
  5. Indian Literature. Sahitya Akademi. 1985.
  6. Lila Ray (1985). Pandit Nilakantha Das: Life and Achievements. Pandit Nilakantha Smruti Samiti.
  7. "ବିଶିଷ୍ଟ ସାହିତ୍ୟିକ ନରେନ୍ଦ୍ର ନାଥ ମିଶ୍ରଙ୍କ ପରଲୋକ". ଧରିତ୍ରୀ ଭୁବନେଶ୍ୱର ସଂସ୍କରଣ ୧୪/୦୭/୨୦୧୬ ପୃଷ୍ଠା ୭. Retrieved 14 July 2016.