ନରେନ୍ଦ୍ର କୁମାର ବେହେରା
ନରେନ୍ଦ୍ର କୁମାର ବେହେରା (ନରି) | |
---|---|
ଜନ୍ମ | ୨୮ ଜୁଲାଇ ୧୯୪୩ |
ମୃତ୍ୟୁ | ୧୪ ଅକ୍ଟୋବର ୧୯୯୫ | (ବୟସ ୫୨)
ଶିକ୍ଷାନୁଷ୍ଠାନ | ମିସନ ସ୍କୁଲ, କଟକ |
ବୃତ୍ତି | ଅଭିନେତା |
ନରେନ୍ଦ୍ର କୁମାର ବେହେରା ଓଡ଼ିଆ କଥାଚିତ୍ର ଜଗତର ଜଣେ ହାସ୍ୟ ଅଭିନେତା ଥିଲେ । ଦର୍ଶକଙ୍କ ନିକଟରେ 'ନରି' ଭାବେ ବେଶୀ ପରିଚିତ ଥିଲେ ।[୧] ହାସ୍ୟ ଅଭିନେତା ଶ୍ୟାମଳେନ୍ଦୁଙ୍କ ସହ ସେ ବହୁ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ । [୨]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ନରି, ୧୯୪୩ ଜୁଲାଇ ୨୮ତାରିଖରେ ଏକ ଗୋପାଳ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ସ୍ୱର୍ଣ୍ଣକାର ଭାବରେ କାର୍ଯ୍ୟ କରୁଥିଲେ ମଧ୍ୟ ଜଣେ ସଙ୍ଗୀତପ୍ରିୟ ବ୍ୟକ୍ତି ଥିଲେ । ପିତାଙ୍କ ପ୍ରଭାବ ନରିଙ୍କ ଉପରେ ପଡ଼ିଥିଲା । ଶୈଶବରୁ ସେ ତବଲା, ମୃଦଙ୍ଗ ବଜାଇ ପାରୁଥିଲେ । ପାଠ ପଢ଼ିବାରେ ତାଙ୍କର ମନ ଲାଗୁନଥିଲା । ଲକ୍ଷ୍ୟ ଥିଲା ସଙ୍ଗୀତ ଅବା ଅଭିନୟ କ୍ଷେତ୍ରରେ ନାଁ କମେଇବେ । ଅଭିନେତା ହେବା ପାଇଁ ଘର ଛାଡି ମୁମ୍ବାଇ ପଳାଇଥିଲେ । ସେଠାରେ କାମ ନମିଳିବାରୁ ଘରକୁ ଫେରି ଆସି ଆଇ.ଟି.ଆଇରେ ତାଲିମ ନେଇ କିଛି ଦିନ ମେକାନିକ ଭାବରେ କାମ କରିଥିଲେ । "କଳାଶ୍ରୀ", "ଅନ୍ନପୂର୍ଣ୍ଣ" ରଙ୍ଗମଞ୍ଚରୁ ତାଙ୍କର ଅଭିନେତା ଜୀବନ ଆରମ୍ଭ ହୋଇଥିଲା । ସେ ଟ୍ରାଙ୍ଗୋ ବଜେଇବାରେ ମଧ୍ୟ ନିପୁଣ ଥିଲେ । ଏଥି ଯୋଗୁଁ ତାଙ୍କୁ ମେଲୋଡ଼ି ପାର୍ଟିରେ କାମ ମିଳି ଯାଉଥିଲା । ମଞ୍ଚରେ ହାସ୍ୟରସ ପରିବେଷଣ କରୁଥିଲେ । ଅନ୍ୟ ଅଭିନେତାମାନଙ୍କର ସ୍ୱରକୁ ନକଲ କରି ଦର୍ଶକମାନଙ୍କର ମନୋରଞ୍ଜନ କରୁଥିଲେ ।[୩]
କଥାଚିତ୍ର ଜୀବନ
[ସମ୍ପାଦନା]୧୯୬୮ ମସିହାରେ କିଏ କାହାର କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ନରି, ୧୯୯୪ ମସିହାରେ ନିର୍ମିତ ଲକ୍ଷେ ଶିବ ପୂଜି ପାଇଛି ପୁଅ ପର୍ଯ୍ୟନ୍ତ ୪୪ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ ।
ଅଭିନୀତ ଓଡ଼ିଆ କଥାଚିତ୍ର
[ସମ୍ପାଦନା]- ଲକ୍ଷେ ଶିବ ପୂଜି ପାଇଛି ପୁଅ, ୧୯୯୪
- ଆକାଶର ଆଖି, ୧୯୮୯
- ପାପପୁଣ୍ୟ, ୧୯୮୮
- ତୁଣ୍ଡ ବାଇଦ, ୧୯୮୭
- ଭୂଲି ହୁଏନା, ୧୯୮୭
- ନଳ ଦମୟନ୍ତୀ, ୧୯୮୬
- ସମୟ ବଡ଼ ବଳବାନ, ୧୯୮୫
- ଜାଇଫୁଲ, ୧୯୮୪
- ଆଶାର ଆକାଶ, ୧୯୮୩
- ବାଜେ ବଇଁଶୀ ନାଚେ ଘୁଙ୍ଗୁର, ୧୯୮୨
- ବତାସୀ ଝଡ଼, ୧୯୮୧
- ମେଘମୁକ୍ତି, ୧୯୮୦
- ଗୌରୀ, ୧୯୭୯
- ପ୍ରିୟତମା, ୧୯୭୮
- ନାଗଫାଶ, ୧୯୭୭
- ମୁକ୍ତି, ୧୯୭୭
- ଅମର ପ୍ରେମ, ୧୯୭୬
- ଶେଷ ଶ୍ରାବଣ, ୧୯୭୬
- ସିନ୍ଦୂର ବିନ୍ଦୁ, ୧୯୭୬
- ମନ ଆକାଶ, ୧୯୭୪
- ଧରିତ୍ରୀ, ୧୯୭୩
- କିଏ କାହାର, ୧୯୬୮
ମାନ ସମ୍ମାନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Orissa reference: glimpses of Orissa. TechnoCAD Systems. 2001.
- ↑ "ଆର୍କାଇଭ୍ କପି". Archived from the original on 2015-03-28. Retrieved 2015-07-28.
{{cite web}}
: Cite has empty unknown parameter:|1=
(help) - ↑ "ହାସ୍ୟ-ଅଭିନେତା ନରି". ସମ୍ବାଦ ୨୮/୦୭/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮. 28 July 2015. Archived from the original on 4 March 2016. Retrieved 28 July 2015.
- ↑ http://www.orissacinema.com/history/orissa-state-film-award.html
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନରେନ୍ଦ୍ର କୁମାର ବେହେରା