ତୋ ବିନା କିଛି ମୁଁ ଚାହେଁନା
| ତୋ ବିନା କିଛି ମୁଁ ଚାହେଁନା | |
|---|---|
| ନିର୍ଦ୍ଦେଶକ | ରାଜେଶ ମହାନ୍ତି |
| ପ୍ରଯୋଜକ | ଜାଗି ମଙ୍ଗତ ପଣ୍ଡା |
| ସଂଳାପ | ଦେବୀଦତ୍ତ ମହାନ୍ତି |
| ଚିତ୍ରନାଟ୍ୟ | ରାଜେଶ ମହାନ୍ତି |
| କଳାକାର | ରାକେଶ ଦେଓ ମନସ୍ୱିନୀ ପତି |
| ସଙ୍ଗୀତ | ସଧାଂଶୁ ହିମାଂଶ |
| ଚିତ୍ରଗ୍ରହଣ | ସୁଦର୍ଶନ ସେନାପତି |
| ସମ୍ପାଦକ | ଜ୍ୟୋତି ପ୍ରକାଶ ଦାସ |
ମୁକ୍ତିଲାଭ ତାରିଖ | ୧୬ ଜୁନ ୨୦୧୯ |
| ଦେଶ | |
| ଭାଷା | ଓଡ଼ିଆ |
ତୋ ବିନା କିଛି ମୁଁ ଚାହେଁନା, ୨୦୧୯ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜାଗି ମଙ୍ଗତ ପଣ୍ଡା, ଯାହାକି ତରଙ୍ଗ ସିନେ ପ୍ରଡକ୍ସନରେ ନିର୍ମାଣ କରାଯାଇଥିଲା । ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ରାଜେଶ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ରାକେଶ ଦେଓ, ମନସ୍ୱିନୀ ପତି ଓ ଅଶୋକ ଦାସ ଭଳି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୧୯ ମସିହାର ଜୁନ ୧୬ ତାରିଖରେ ତରଙ୍ଗ ଟିଭିରେ ମୁକ୍ତିଲାଭ କରିଥିଲା ।
ଅଭିନୟ
[ସମ୍ପାଦନା]କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସଧାଂଶୁ ହିମାଂଶ । ଗୀତିକାର ଶରଣାରବିନ୍ଦ ଓଝା ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଶଶୀକାନ୍ତ ନାୟକ, ଦୀପ୍ତିରେଖା ପାଢ଼ୀ, ହ୍ୟୁମାନ ସାଗର, ମାହେଶ୍ୱରୀ ପ୍ରଧାନ, ଶଶାଙ୍କ ଶେଖର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]| କ୍ରମ | ଗୀତ | ଗାୟକ | ସମୟ |
|---|---|---|---|
| 1. | "ମନ ଏ ମନ" | ଶଶିକାନ୍ତ ନାୟକ | |
| 2. | "ତୋ ବିନା ମୁଁ କିଛି ଚାହେଁନା" | ଦୀପ୍ତିରେଖା ପାଢ଼ୀ, ହ୍ୟୁମାନ ସାଗର | |
| 3. | "ଟିକ୍ଟିକି ଟିକ୍ଟିକି ହୁଏ" | ମାହେଶ୍ୱେରୀ ପ୍ରଧାନ | |
| 4. | "ତୋର ହାଲ୍କା ହାଲ୍କା" | ଶଶାଙ୍କ ଶେଖର |
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ତୋ ବିନା କିଛି ମୁଁ ଚାହେଁନା