ତୁ ମୋର ସାଥିରେ
| ତୁ ମୋର ସାଥିରେ | |
|---|---|
| ନିର୍ଦ୍ଦେଶକ | ରାଜା ଦାଶ |
| ପ୍ରଯୋଜକ | ରିଙ୍କୁରିନୁ ଜେନା ଦୀପକ କୁମାର ଜେନା |
| କଳାକାର | ଶୈଳେନ୍ଦ୍ର ସାମନ୍ତରାୟ ଦିବ୍ୟା ମହାନ୍ତି ଅଶ୍ରୁମୋଚନ ମହାନ୍ତି |
| ସଙ୍ଗୀତ | ଅସଦ ନିଜାମ |
| ଚିତ୍ରଗ୍ରହଣ | ଅକ୍ଷୟ କୁମାର ନାୟକ |
| ସମ୍ପାଦକ | ମାନସ କୁମାର ସାହୁ |
ମୁକ୍ତିଲାଭ ତାରିଖ | ୨୭ ଡିସେମ୍ବର ୨୦୨୦ |
| ଦେଶ | |
| ଭାଷା | ଓଡ଼ିଆ |
ତୁ ମୋ ସାଥିରେ, ୨୦୨୦ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରିଙ୍କୁରିନୁ ଜେନା ଓ ଦୀପକ କୁମାର ଜେନା । ରାଜା ଦାଶ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅସଦ ନିଜାମ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶୈଳେନ୍ଦ୍ର ସାମନ୍ତରାୟ ଓ ଦିବ୍ୟା ମହାନ୍ତି । ଅଶ୍ରୁମୋଚନ ମହାନ୍ତି, ବଣ୍ଟି ଆର୍ ସାମଲ, ବାପି, ଅନନ୍ୟା ଆଦ୍ୟାଶା, ତୃପ୍ତି ସିହ୍ନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୦୨୦ ମସିହାର ଡିସେମ୍ବର ୨୭ ତାରିଖରେ ଏହି କଥାଚିତ୍ରଟି ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୧] ୧୭ ଦିନ ମଧ୍ୟରେ ଏହି କଥାଚିତ୍ରଟିର ନିର୍ମାଣ କରାଯାଇଥିଲା ।[୨]
ଅଭିନୟ
[ସମ୍ପାଦନା]- ଶୈଳେନ୍ଦ୍ର ସାମନ୍ତରାୟ
- ଦିବ୍ୟା ମହାନ୍ତି
- ଅଶ୍ରୁମୋଚନ ମହାନ୍ତି
- ତୃପ୍ତି ସିହ୍ନା
- ବଣ୍ଟି ଆର୍ ସାମଲ
- ଅନନ୍ୟା ଆଦ୍ୟାଶା
- ବାପି
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅସଦ ନିଜାମ । ଗୀତିକାର ତପୁ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁଳଦୀପ ପଟ୍ଟନାୟକ, ଅସୀମା ପଣ୍ଡା, ଅବିନାଶ, ଆର୍.ଏସ୍. କୁମାର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧]
ଗୀତ
[ସମ୍ପାଦନା]| କ୍ରମ | ଗୀତ | ଗାୟକ | ସମୟ |
|---|---|---|---|
| 1. | "ତୁ ମୋର ସାଥିରେ" | ଅବିନାଶ ଡିଣ୍ଡା, ଅସୀମା ପଣ୍ଡା | |
| 2. | "ଓ ଛମକ ଛମକ ଛଲ୍ଲୋ" | ଆର୍. ଏସ୍. କୁମାର | |
| 3. | "ଆଲୋ ମୋ ସୁନା ଇଲିସି" | କୁଳଦୀପ ପଟ୍ଟନାୟକ |
ଆଧାର
[ସମ୍ପାଦନା]- 1 2 3 "List of Odia Films released in 2020OdiaLive". Odia Live (in English). 13 March 2020. Archived from the original on 7 January 2022. Retrieved 7 January 2022.
{{cite news}}: CS1 maint: unrecognized language (link) - ↑ "ବଡ଼ ପରଦାରେ ଏଣ୍ଟ୍ରି କଲେ ଶୈଳେନ୍ଦ୍ର, ମ୍ୟୁଜିକ୍ ଭିଡିଓ ଜଗତରେ ବେଶ୍ ପରିଚୟ ହାସଲ କରିଛନ୍ତି ଡ୍ୟାନ୍ସଂ ଷ୍ଟାର୍". ପ୍ରମେୟ. କଟକ: prameya.com. 31 December 2020. Archived from the original on 6 December 2021. Retrieved 6 December 2021.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ତୁ ମୋର ସାଥିରେ