ତୁ ମୋର ସାଥିରେ

ଉଇକିପିଡ଼ିଆ‌ରୁ
(Tu Mora Sathireରୁ ଲେଉଟି ଆସିଛି)
ତୁ ମୋର ସାଥିରେ
ନିର୍ଦ୍ଦେଶକରାଜା ଦାଶ
ପ୍ରଯୋଜକରିଙ୍କୁରିନୁ ଜେନା
ଦୀପକ କୁମାର ଜେନା
କଳାକାରଶୈଳେନ୍ଦ୍ର ସାମନ୍ତରାୟ
ଦିବ୍ୟା ମହାନ୍ତି
ଅଶ୍ରୁମୋଚନ ମହାନ୍ତି
ସଙ୍ଗୀତଅସଦ ନିଜାମ
ଚିତ୍ରଗ୍ରହଣଅକ୍ଷୟ କୁମାର ନାୟକ
ସମ୍ପାଦକମାନସ କୁମାର ସାହୁ
ମୁକ୍ତିଲାଭ ତାରିଖ
୨୭ ଡିସେମ୍ବର ୨୦୨୦
ଦେଶ ଭାରତ
ଭାଷାଓଡ଼ିଆ

ତୁ ମୋ ସାଥିରେ, ୨୦୨୦ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରିଙ୍କୁରିନୁ ଜେନା ଓ ଦୀପକ କୁମାର ଜେନା । ରାଜା ଦାଶ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅସଦ ନିଜାମ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶୈଳେନ୍ଦ୍ର ସାମନ୍ତରାୟ ଓ ଦିବ୍ୟା ମହାନ୍ତି । ଅଶ୍ରୁମୋଚନ ମହାନ୍ତି, ବଣ୍ଟି ଆର୍ ସାମଲ, ବାପି, ଅନନ୍ୟା ଆଦ୍ୟାଶା, ତୃପ୍ତି ସିହ୍ନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୦୨୦ ମସିହାର ଡିସେମ୍ବର ୨୭ ତାରିଖରେ ଏହି କଥାଚିତ୍ରଟି ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୧] ୧୭ ଦିନ ମଧ୍ୟରେ ଏହି କଥାଚିତ୍ରଟିର ନିର୍ମାଣ କରାଯାଇଥିଲା ।[୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅସଦ ନିଜାମ । ଗୀତିକାର ତପୁ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁଳଦୀପ ପଟ୍ଟନାୟକ, ଅସୀମା ପଣ୍ଡା, ଅବିନାଶ, ଆର୍.ଏସ୍. କୁମାର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ତୁ ମୋର ସାଥିରେ"ଅବିନାଶ ଡିଣ୍ଡା, ଅସୀମା ପଣ୍ଡା 
2."ଓ ଛମକ ଛମକ ଛଲ୍ଲୋ"ଆର୍. ଏସ୍. କୁମାର 
3."ଆଲୋ ମୋ ସୁନା ଇଲିସି"କୁଳଦୀପ ପଟ୍ଟନାୟକ 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "List of Odia Films released in 2020OdiaLive". Odia Live (in English). 13 March 2020. Archived from the original on 7 January 2022. Retrieved 7 January 2022.{{cite news}}: CS1 maint: unrecognized language (link)
  2. "ବଡ଼ ପରଦାରେ ଏଣ୍ଟ୍ରି କଲେ ଶୈଳେନ୍ଦ୍ର, ମ୍ୟୁଜିକ୍‌ ଭିଡିଓ ଜଗତରେ ବେଶ୍‌ ପରିଚୟ ହାସଲ କରିଛନ୍ତି ଡ୍ୟାନ୍ସଂ ଷ୍ଟାର୍". ପ୍ରମେୟ. କଟକ: prameya.com. 31 December 2020. Archived from the original on 6 December 2021. Retrieved 6 December 2021.

ବାହାର ଆଧାର[ସମ୍ପାଦନା]