ଟିଙ୍ଗା ରାଜୁ

ଉଇକିପିଡ଼ିଆ‌ରୁ
ଟିଙ୍ଗା ରାଜୁ
ନିର୍ଦ୍ଦେଶକମୃତ୍ୟୁଞ୍ଜୟ ସାହୁ
ପ୍ରଯୋଜକମୃତ୍ୟୁଞ୍ଜୟ ସାହୁ
ସଂଳାପମାନସ ପଡ଼ିହାରୀ
ଚିତ୍ରନାଟ୍ୟମାନସ ପଡ଼ିହାରୀ
କାହାଣୀମାନସ ପଡ଼ିହାରୀ
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣରାକେଶ ଦେଓ
ପିୟାଲି ଦାଶ
ପୃଥ୍ୱୀରାଜ ନାୟକ
Production
company
ତରଙ୍ଗ ସିନେ ପ୍ରଡକ୍ସନ
ମୁକ୍ତିଲାଭ ତାରିଖ
୫ ମାର୍ଚ୍ଚ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ଟିଙ୍ଗା ରାଜୁ ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ମାନସ ପଡ଼ିହାରୀ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୧] ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାକେଶ ଦେଓ ଓ ଜସ୍ମିନ ରଥ ।[୨] ପିୟାଲି ଦାଶ, ପୃଥ୍ୱୀରାଜ ନାୟକ, ଉଦିତ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୫ ମାର୍ଚ୍ଚ ୨୦୨୩ରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସରେ ମୁକ୍ତିଲାଭ କରିଥିଲା ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ[୧] ନିର୍ମଳ ନାୟକ, ଦେବୀଦତ୍ତ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିରେ ଗୀତ ରଚନା କରିଥିଲେ । ସତ୍ୟଜିତ ପ୍ରଧାନ, ତାରିକ୍ ଅଜିଜ୍, ଅନ୍ତରା ଚକ୍ରବର୍ତ୍ତୀ, ସ୍ୱୟମ ପାଢ଼ୀ, ଶୀତଲ କବି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ଟିଙ୍ଗା ରାଜୁ"ନିର୍ମଳ ନାୟକସତ୍ୟଜିତ ପ୍ରଧାନ 
2."ରଙ୍ଗ ଲଗେଇଦେବୁ ରଙ୍ଗବତୀକି"ନିର୍ମଳ ନାୟକତାରିକ୍ ଅଜିଜ୍, ଅନ୍ତରା ଚକ୍ରବର୍ତ୍ତୀ 
3."ଭଲ ପାଇବାଟା ହଉ ହଉ ହେଇଯାଏ"ଦେବୀଦତ୍ତ ମହାନ୍ତିସ୍ୱୟମ ପାଢ଼ୀ, ଶୀତଲ କବି 

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଟିଙ୍ଗା ରାଜୁ". ସମାଜ (ରବିବାର). 5 March 2023. Retrieved 28 August 2023.
  2. ୨.୦ ୨.୧ ୨.୨ "ରାକେଶ ଏବେ 'ଟିଙ୍ଗା ରାଜୁ'". ନିର୍ଭୟ. 4 March 2023. p. 10. Archived from the original on 28 August 2023. Retrieved 28 August 2023.

ବାହାର ଆଧାର[ସମ୍ପାଦନା]