ଟି
ଟି | |
---|---|
ନିର୍ଦ୍ଦେଶକ | ଜିତେଶ କୁମାର ପରିଡ଼ା |
ପ୍ରଯୋଜକ | ଜିତେଶ କୁମାର ପରିଡ଼ା ଜିତେନ୍ଦ୍ର ରାୟ |
କାହାଣୀ | କୁଆଁର ଶକ୍ତି ସିଂହ ଜିତେଶ କୁମାର ପରିଡ଼ା |
କଳାକାର | ଦେବାଶିଷ ସାହୁ ଉଷସୀ ମିଶ୍ର ହର ରଥ |
ସଙ୍ଗୀତ | ତୁହିନ କେ ବିକାଶ |
ଚିତ୍ରଗ୍ରହଣ | ସର୍ବେଶ୍ୱର ଦାଶ |
ସମ୍ପାଦକ | ଅମରଜିତ ଓଝା |
ମୁକ୍ତିଲାଭ ତାରିଖ | ୨୫ ମଇ ୨୦୨୩ |
କଥାଚିତ୍ରର ସମୟ | ୯୫ ମିନିଟ୍ |
ଦେଶ | ଭାରତ |
ଭାଷା | ଓଡ଼ିଆ ହିନ୍ଦୀ |
ଟି ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ ଓ ହିନ୍ଦୀ ଦ୍ୱି-ଭାଷୀ କଥାଚିତ୍ର, ଯାହାକି କିନ୍ନରମାନଙ୍କର ଜୀବନୀ ଉପରେ ନିର୍ମିତ ହୋଇଥିଲା । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜିତେଶ କୁମାର ପରିଡ଼ା ଓ ଜିତେନ୍ଦ୍ର ରାୟ । କୁଆଁର ଶକ୍ତି ସିଂହ ଓ ଜିତେଶ କୁମାର ପରିଡ଼ା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଜିତେଶ କୁମାର ପରିଡ଼ା ।[୧]
ଦେବାଶିଷ ସାହୁ, ଉଷସୀ ସାହୁ, ହର ରଥ, ରଣବୀର କଳସୀ, ପ୍ରସନ୍ନଜିତ ମହାପାତ୍ର, ନିଶାନ୍ତ ତ୍ୟାଗୀ, ଳଳିତା ରାଜଦାନ, ତେଜସ ରାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨] ଏହି କଥାଚିତ୍ରଟିର କାହାଣୀ ସମାଜସେବୀ ମେଘନା ସାହୁଙ୍କ ଜୀବନୀ ଉପରେ ଆଧାରିତ ।[୩]
ଅଭିନୟ
[ସମ୍ପାଦନା]- ଦେବାଶିଷ ସାହୁ
- ଉଷସୀ ମିଶ୍ର
- ହର ରଥ
- ରଣବୀର କଳସୀ
- ପ୍ରସନ୍ନଜିତ ମହାପାତ୍ର
- ନିଶାନ୍ତ ତ୍ୟାଗୀ
- ଳଳିତା ରାଜଦାନ
- ତେଜସ ରାଠୀ
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ତୁହିନ କେ ବିକାଶ । ଓଡ଼ିଆ ଭାଷାରେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ରଞ୍ଜନ କୁମାର ଦାସ ଏବଂ ହିନ୍ଦୀ ଭାଷା ପାଇଁ ଅର୍ଜୁନ ମେହେର, ଶୁଭ୍ର ଭଟ୍ଟାଚାର୍ଯ୍ୟ, ସଞ୍ଜୟ ଗାଏକୱାଡ଼ ଆଦି ଗୀତିକାରମାନେ ଗୀତ ରଚନା କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ଜଲସା" | ରଞ୍ଜନ କୁମାର ଦାସ | ଗୌରବ ଆନନ୍ଦ |
ମୁକ୍ତିଲାଭ
[ସମ୍ପାଦନା]ଏହି କଥାଚିତ୍ରଟି ୨୦୨୩ ମସିହାର ମଇ ୨୫ ତାରିଖରେ ଓଡ଼ିଆ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୨] ଏହାର ମୁକ୍ତିଲାଭ ଉପରେ ପ୍ରଥମେ ସେନ୍ସର୍ ବୋର୍ଡ଼ ଆପତ୍ତି ଉଠେଇଥିଲା, ଓ ପରେ କିଛି ଦୃଶ୍ୟ କାଟିବା ପରେ ଏହାକୁ ୟୁ/ଏ ସାର୍ଟିଫିକେଟ୍ ମିଳିଥିଲା ।[୪]
ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଏହି କଥାଚିତ୍ରଟିର ପୂର୍ବରୁ ଜୟପୁର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ - ୨୦୨୨ରେ ପ୍ରଦର୍ଶିତ ହୋଇଥିଲା ।[୪]
ପୁରସ୍କାର
[ସମ୍ପାଦନା]- ଗୋଲ୍ଡେନ୍ ଜୁରି ଫିଲ୍ମ ଫେଷ୍ଟିଭାଲ, ମୁମ୍ବାଇ: ସର୍ବୋତ୍ତମ ଏଲ୍ଜିବିଟି ଚଳଚ୍ଚିତ୍ର[୪]
ଆଧାର
[ସମ୍ପାଦନା]- ↑ "ରିଲିଜ୍ ଋତୁ". ଧରିତ୍ରୀ. No. ଭୁବନେଶ୍ୱର. 25 May 2023. p. ୧୭. Archived from the original on 23 September 2023. Retrieved 23 September 2023.
- ↑ ୨.୦ ୨.୧ "ଟି". ପ୍ରମେୟ. No. ତାରକା ଦୁନିଆ. 24 May 2023. Archived from the original on 21 September 2023. Retrieved 21 September 2023.
- ↑ "ପ୍ରୟାସ ଅଭିନବ". ଧରିତ୍ରୀ. No. ଭୁବନେଶ୍ୱର. 8 June 2023. p. ୨୧. Archived from the original on 3 October 2023. Retrieved 3 October 2023.
- ↑ ୪.୦ ୪.୧ ୪.୨ "ଚଳଚ୍ଚିତ୍ର 'ଟି'କୁ ଅନୁମତି". ସମ୍ବାଦ. 7 May 2023. Archived from the original on 11 September 2023. Retrieved 11 September 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଟି