Jump to content

ଗଞ୍ଜାମୀ ଓଡ଼ିଆ

ଉଇକିପିଡ଼ିଆ‌ରୁ
ଗଞ୍ଜାମୀ ଓଡ଼ିଆ
ଦକ୍ଷିଣ ଓଡ଼ିଶା
ଗଞ୍ଜାମୀ
ମାତୃଭାଷା ଅଞ୍ଚଳଭାରତ
ଅଞ୍ଚଳଓଡ଼ିଶା (ଗଞ୍ଜାମ, ଗଜପତି, କନ୍ଧମାଳ) ଓ ଆନ୍ଧ୍ର ପ୍ରଦେଶ (ଶ୍ରୀକାକୁଲମ ଜିଲ୍ଲା, ପାର୍ବତୀପୁରମ ଜିଲ୍ଲା)
ଜାତିସତ୍ତାଓଡ଼ିଆ
ଇଣ୍ଡୋ-ଇଉରୋପୀୟ
ଓଡ଼ିଆ
ଭାଷା କୋଡ୍
ISO ୬୩୯-୩
ଗ୍ଲୋଟୋଲୋଗsout2666  Southern Oriya

ଗଞ୍ଜାମୀ ଓଡ଼ିଆ ବା ଦକ୍ଷିଣୀ ଓଡ଼ିଆ ତଥା ସାଧାରଣ ଭାଷାରେ ବର୍‌ହମ୍‌ପୁରିଆ, ଓଡ଼ିଆ ଭାଷାର ଏକ କଥିତ ଉପଭାଷା ବା ବୋଲି ।[] ଏହା ମୁଖ୍ୟତଃ ଓଡ଼ିଶାର ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ଏବଂ ଆନ୍ଧ୍ର ପ୍ରଦେଶରେ ଶ୍ରୀକାକଲୁଲ ଓ ପାର୍ବତୀପୁରମ ଜିଲ୍ଲାର ଲୋକମାନେ ବ୍ୟବହାର କରନ୍ତି ।[][] ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ପ୍ରଚଳିତ ବୋଲିକୁ ବ୍ରହ୍ମପୁରିଆ ବା ବର୍‌ହମ୍‌ପୁରିଆ କୁହାଯାଏ ।

ତୁଳନା

[ସମ୍ପାଦନା]

ଗଞ୍ଜାମୀ ଓ ମାନକ ଓଡ଼ିଆ ମଧ୍ୟରେ ସାଧାରଣ (କିନ୍ତୁ ସମ୍ପୂର୍ଣ୍ଣ ନୁହେଁ) ପାର୍ଥକ୍ୟର ଏକ ତାଲିକା:

ମାନକ ଓଡ଼ିଆଗଞ୍ଜାମୀ ଓଡ଼ିଆ
କଣ/କଅଣକିଅଣ/କିସ
ତରକାରିତୁଣ/ତିଅଣ
ଲୋକନୋକ
ଲୁଣନୁଣ
ଓଲଟାଉଲଟା
ବିରକ୍ତବିଜାର
ଗୋଳିଆ ଘାଣ୍ଟିଆଲରା
ଖଟାଆମ୍ବିଳ
ସଜନାମୁନିକା
ବନ୍ଧାକୋବିପତ୍ରକୋବି
ଗୁଡ଼ିଏମେଞ୍ଚେ
ଯେମିତି ସେମିତି ଜିନ୍ତି ସିନ୍ତି
ଠିପି ଖାପ
ତାଲା ଗେଡ଼ା
ପିଟିବା କୋଡ୍ଡିବା
ଖାଇବା ତେଣ୍ଡିବା/ଗେମ୍ଫିବା
  1. Publication, Mocktime. Odisha Objective GK General Knowledge Based on Previous Papers OPSC & OSSC CGL Exam (in ଇଂରାଜୀ). by Mocktime Publication.
  2. Odisha (in ଇଂରାଜୀ). Anthropological Survey of India by Seagull Books. 2012. ISBN 978-81-7046-293-4.
  3. Experts, Arihant (2019-06-04). Know Your State Odisha (in ଇଂରାଜୀ). Arihant Publications India limited. ISBN 978-93-131-9327-2.

ଅଧିକ ପଢ଼ନ୍ତୁ

[ସମ୍ପାଦନା]
  • Hammarström, Harald; Forkel, Robert; Haspelmath, Martin, eds. (2017). "Southern Oriya". Glottolog 3.0. Jena, Germany: Max Planck Institute for the Science of Human History. {{cite book}}: External link in |chapterurl= (help); Unknown parameter |chapterurl= ignored (|chapter-url= suggested) (help)