ଭାତରି ଭାଷା

ଉଇକିପିଡ଼ିଆ‌ରୁ
ଭାତରି ଭାଷା
କେଉଁ ଅଞ୍ଚଳଭାରତ
ସ୍ଥାନଛତିଶଗଡ଼
Native ଭାଷାଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[୧]
ଭାଷା କୋଡ଼
ISO 639-3bgw
ଗ୍ଲୋଟୋଲୋଗbhat1265[୨]

ଭାତରି ଭାଷା ବା ବସ୍ତରୀ ଭାଷା (ଭାତ୍ରୀ , ବସ୍ତୁରିଆ, ଭାତ୍ରା, ଭାତ୍ରି, ଭାତୋଡ଼ା, ଭାତୋରା ଆଦି ନାମରେ ମଧ୍ୟ ଜଣା) ଭାରତୀୟ ରାଜ୍ୟ ଛତିଶଗଡ଼ର ବସ୍ତର ଜିଲ୍ଲା, ଜଗଦଲପୁର ତହସିଲ, ମହାରାଷ୍ଟ୍ରର କେତେକ ଅଞ୍ଚଳ, ଓଡ଼ିଶାର କୋରାପୁଟ ଜିଲ୍ଲାର କୋଟପାଡ଼ ଅଞ୍ଚଳରେ କଥିତ ଏକ ଭାଷା । ଏହା ଓଡ଼ିଆ ଭାଷାର ଏକ ଉପଭାଷା । ଏହା କଥିତ ଓଡ଼ିଆ ସହ ୬୦% ସମାନ ।[୩]

୨୦୧୧ ଭାରତୀୟ ଜନଗଣନା ଅନୁସାରେ ଏହା ୨୧୭,୦୦୦ ଲୋକଙ୍କଦ୍ୱାରା କଥିତ । ଏହି ଭାଷାର ଉପଭାଷାଗୁଡ଼ିକ ପରସ୍ପର ସଙ୍ଗେ ୮୮% ମିଶିଥିବା ବେଳେ ଭାତ୍ରୀ ହାଳବି ଭାଷାର ପାଖାପାଖି । ଦେଶିଆ ଓଡ଼ିଆ ସଙ୍ଗେ ଏହାର ଭାଷାଗତ ସାମଞ୍ଜସ୍ୟ ୫୮% ।[୪] ଏହା ଓଡ଼ିଆଦେବନାଗରୀ ଲିପିରେ ଲେଖାଯାଏ ।[୧]

ଗୋପାଳ ଚନ୍ଦ୍ର ପ୍ରହରାଜ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଲେଖିଲାବେଳେ ଏହା ମଧ୍ୟ ପ୍ରଦେଶର ଓଡ଼ିଆ ରାଜ୍ୟ ବସ୍ତରର ଉତ୍ତରପୂର୍ବ କୋଣ ପ୍ରାୟ କୋଡିଏ ହଜାର ଲୋକଙ୍କ କଥିତ ଭାଷା ଥିଲା । ବସ୍ତରରେ ବାସକରୁଥିବା ଏକ କୃଷକ ଜାତି ଭତର ଜାତି ବା ଭତଡ଼ଙ୍କଦ୍ୱାରା ବୋଲାଯାଉଥିବାରୁ ଏହାର ନାମ ଭାତରି ହୋଇଛି । ଏଇ କୃଷକଜାତି ବିଂଶ ଶତାବ୍ଦୀର ପ୍ରାରମ୍ଭିକ କାଳରେ ବସ୍ତର ଛଡ଼ା ବିଜୟନଗର ଏବଂ ଜୟପୁରରେ ମଧ୍ୟ ରହୁଥିବା କଥା ଭାଷାକୋଷରେ ଲିପିବଦ୍ଧ ହୋଇଛି ।

ଶ୍ରେଣୀ ବିଭାଗ ଓ ଲିପି[ସମ୍ପାଦନା]

ଅନେକ ପାଶ୍ଚାତ୍ୟ ଗବେଷକମାନେ ଭାତରିକୁ Halbic ଭାଷାଶ୍ରେଣୀରେ ଗଣିଛନ୍ତି । ଏହି ଶ୍ରେଣୀୟ ଭାଷା ମଧ୍ୟରେ ଥିବା ଶବ୍ଦ ଉଚ୍ଚାରଣ ଏବଂ ବ୍ୟାକରଣଗତ ନିୟମ ଓଡ଼ିଆ, ମରାଠୀ ତଥା ହିନ୍ଦୀ ଭାଷାର ମିଶ୍ରଣ ଅଟେ । ବିଂଶ ଶତାବ୍ଦୀର ପ୍ରାରମ୍ଭିକ କାଳରେ ଯେଣୁ ବସ୍ତର ଅଞ୍ଚଳ ମଧ୍ୟ ପ୍ରଦେଶ ଅର୍ନ୍ତଭୁକ୍ତ ଥିଲା ତେଣୁ ହିନ୍ଦୀ ଭାଷା ତଥା ଦେବନାଗରୀର ପ୍ରଚଳନ ବସ୍ତର ଅଞ୍ଚଳରେ ପଡ଼ିଥିଲା । ଏହା ଓଡ଼ିଆ ଅକ୍ଷରରେ ଲେଖାନଯାଇ ଦେବନାଗରୀ ଅକ୍ଷରରେ ଲେଖାଯାଏ । ଏ ଭାଷା ମରାଠୀ ଭାଷାଦ୍ୱାରା ପ୍ରଭାବିତ ହୋଇଛି । ଲୋକେ ଉଭୟ ଓଡ଼ିଆ ତଥା ଦେବନାଗରୀ ଲିପିର ବ୍ୟବହାର କରନ୍ତି ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ଭାତରି ଭାଷା at Ethnologue (18th ed., 2015) ଆଧାର ଭୁଲ: Invalid <ref> tag; name "e18" defined multiple times with different content
  2. Hammarström, Harald; Forkel, Robert; Haspelmath, Martin, eds. (2017). "Bhatri". Glottolog 3.0. Jena, Germany: Max Planck Institute for the Science of Human History. {{cite book}}: External link in |chapterurl= (help); Unknown parameter |chapterurl= ignored (|chapter-url= suggested) (help)
  3. M. Paul Lewis, ed. (2009). "Bhatri: A language of India". Ethnologue: Languages of the World (16th edition ed.). Dallas, Texas: SIL International. Retrieved 2011-09-28. {{cite encyclopedia}}: |edition= has extra text (help)
  4. "Bhatri - MultiTree". Multitree. Retrieved 19 December 2016.