ଓଡ଼ିଆ ଲିପି

ଉଇକିପିଡ଼ିଆ‌ରୁ
ଓଡ଼ିଆ
ପ୍ରକାର
ଭାଷାସମୂହଓଡ଼ିଆ ଭାଷା
ସମୟକାଳ
ସି. ୧୦୬୦ରୁ–ଏବେଯାଏଁ
Parent systems
ଦିଗLeft-to-right
ISO 15924Orya, 327
ଇଉନିକୋଡ଼ ଉପନାମ
Oriya
U+0B00–U+0B7F

ଓଡ଼ିଆ ଲିପି (ଉତ୍କଳ ଲିପି/ ଉତ୍କଳାକ୍ଷର) ଓଡ଼ିଆ ଭାଷା ଲେଖିବା ପାଇଁ ବ୍ୟବହାର କରାଯାଏ । ଏହା ପୁରାତନ କଳିଙ୍ଗ ଲିପିରୁ ତିଆରି । ଅତୀତର କଳିଙ୍ଗ ଲିପିର ଅବଶେଷ ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାର ମଞ୍ଚପୁରୀ ଗୁମ୍ଫା ତଥା ଓଡ଼ିଶାର ବାକି ଅନେକ ସ୍ଥାନରୁ ମିଳିଥିବା ପଥର ଅଭିଲେଖରୁ ମିଳିଥାଏ ।

ଚଉରାଶି ସିଦ୍ଧଙ୍କ ମଧ୍ୟରୁ ସରହାପାଦଙ୍କ ଲିଖିତ ଚର୍ଯାଗୀତିରେ ଥିବା ଓଡ଼ିଆ ଲିପିର ବ୍ୟବହାର ସୂଚିତ କରିଥାଏ ଯେ ଏହା ଓଡ଼ିଆ ଲିପିର ପୁରାତନ ରୂପ ।

ଇତିହାସ[ସମ୍ପାଦନା]

ଉତ୍କଳ ରାଜା ପୁରୁଷୋତ୍ତମ ଦେବଙ୍କ ରାଜୁତି କାଳ(୧୪୮୩ ମସିହା)ରେ ମିଳିଥିବା ଓଡ଼ିଆ ଲିପି ଖୋଦା ଯାଇଥିବା ତମ୍ବାପାତିଆ (ତାମ୍ରଲିପି)

ଓଡ଼ିଆ ଲିପି ପୁରାତନ ବ୍ରାହ୍ମୀ ଲିପିରୁ ତିଆରି କଳିଙ୍ଗ ଲିପିରୁ ତିଆରି ହୋଇଛି ।[୧], ୧୦୫୧ ପରର ଓଡ଼ିଆ ଭାଷାରେ ଏଯାବତ ମିଳିଥିବା ଲେଖସବୁରୁ ଏହା ଜଣାପଡ଼େ ।

ଧଉଳିଠାରୁ ମିଳିଥିବା ଅଶୋକଙ୍କ ଅନୁଶାସନ, ଜଉଗଡ଼ର ଶିଳାଲେଖଖାରବେଳଙ୍କ ଦେଇ ଖୋଦାଯାଇଥିବା ଖଣ୍ଡଗିରିର ହାତିଗୁମ୍ଫାର ଖାରବେଳଙ୍କ ଅନୁଶାସନରୁ ଓଡ଼ିଆ ଭାଷାର ମୂଳ ରୂପ ଓ ଆରମ୍ଭ ଉପରେ ଅନେକ କଥା ଜାଣିହୁଏ । ତେବେ ଖାରବେଳଙ୍କ ଅନୁଶାସନଅଶୋକଙ୍କ ଅନୁଶାସନ ଭାଷାର ଗଢଣ ଦୃଷ୍ଟିରୁ ପୁରାପୁରି ଅଲଗା । ଖାରବେଳଙ୍କ ଅନୁଶାସନ ଓଡ଼ିଆ ଲିପିରେ ଓ ପାଳି ଭାଷାରେ ଲେଖାଯାଇଥିଲା ବେଳେ ଅଶୋକଙ୍କ ଅନୁଶାସନ ବ୍ରାହ୍ମୀ ଲିପିରେ ଲେଖାଯାଇଥିଲା । ଭାଷାବିଜ୍ଞାନୀମାନଙ୍କ ମତରେ ପାଳି ଭାଷାରୁ ହିଁ ଓଡ଼ିଆ ଭାଷାର ଜନ୍ମ । ହାତୀ ଗୁମ୍ଫାର ଶିଳାଲେଖ, ଯାହା ପାଳି ଭାଷାରେ ଲେଖାଯାଇଅଛି ତାହା ଏ ବିଷୟରେ ଅଧିକ ସୂଚନା ଦେଇଥାଏ । ଜର୍ମାନ ଭାଷାବିଜ୍ଞାନୀ ପ୍ରଫେସର ଅଲଡେନବର୍ଗଙ୍କ ଗବେଷଣା ଅନୁସାରେ ପାଳି ଓଡ଼ିଶାର ମୂଳ ଭାଷା ।[୨]

ଓଡ଼ିଆ ଲିପିର ଗୋଲାକାର ରୂପ ବହୁକାଳ ତାଳ ପତ୍ର ଉପରେ ଲେଖାଯିବା ଯୋଗୁଁ ହୋଇଛି, କାରଣ ତାଳପତ୍ରରେ ଲେଖିଲାବେଳେ ସିଧା ରେଖାସବୁ ଏହାକୁ ଚିରିପକାଇବାର ଭୟ ଥାଏ । [୩]

ଗବେଷକମାନେ ଓଡ଼ିଆ ଓ ଥାଇ ଲିପି ଭିତରେ ଅନେକ ସମାନତା ପାଇଛନ୍ତି । ଏହା ଅତୀତତେ ସାଧବମାନଙ୍କ ଦକ୍ଷିଣ ଏସୀୟ ଦେଶରେ ବେପାର ବଣିଜ କାଳରେ ସେମାନେ କଳିଙ୍ଗର ଭାଷା ଓ ଲିପିର ବ୍ୟବହାର କରିବା ଥାଇ ଲିପି କଳିଙ୍ଗ ଲିପିଦ୍ୱାରା ପ୍ରଭାବିତ ହେବର ପ୍ରମାଣ ଦେଇଥାନ୍ତି । [୪][୫]

ଓଡ଼ିଆ ଏକ ଉଚ୍ଚାରଣକୁ ନେଇ ତିଆରି ଓ ଜଟିଳ (Abugida) ଭାଷା ଯେଉଁଥିରେ ସବୁ ବ୍ୟଞ୍ଜନ ବର୍ଣ୍ଣର ଉଚ୍ଚାରଣ ଏକ ସ୍ୱର ବର୍ଣ୍ଣରେ ଶେଷ ହୋଇଥାଏ । କେତେକ ବିଶେଷ ବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ ଆଗରୁ ବା ପଛରେ ରହିଥାଏ ଓ ଏଥିରେ ଥିବା ସ୍ୱରବର୍ଣ୍ଣର ରୂପକୁ ବଦଳାଇଥାଏ । ଯେତେବେଳେ ଏହି ବିଶେଷ ବର୍ଣ୍ଣ ଏକ ସ୍ୱରର ଆରମ୍ଭରେ ଆସିଥାଏ ସେତେବେଳେ ସ୍ୱରବର୍ଣ୍ଣଟି ଏକ ସ୍ୱତନ୍ତ୍ର ଅକ୍ଷର ଭାବରେ ଲେଖାଯାଏ । ଆହୁରି ମଧ୍ୟ, ଯେତେବେଳେ କିଛି କିଛି ବ୍ୟଞ୍ଜନ ବର୍ଣ୍ଣ ଏକାଠି ମିଶି ବ୍ୟବହାର କରାଯାନ୍ତି, ସେତେବେଳେ ବିଶେଷ ବ୍ୟଞ୍ଜନ ବର୍ଣ୍ଣର ବ୍ୟବହାର କରାଯାଇଥାଏ ଯାହା ସେଇ ବ୍ୟଞ୍ଜନ ବର୍ଣ୍ଣର ନିହାତି ଦରକାରୀ ଭାଗକୁ ନେଇ ତିଆରି ହୋଇଥାଏ ।

ପୁରୁଣା ସଂଖ୍ୟା ଚିହ୍ନ[ସମ୍ପାଦନା]

ଅଣାଏ ଦୁଇଅଣା ତିନିଅଣା ଚାରିଅଣା ଆଠଣା ବା ଅଧୁଲି ବାର ଅଣା

ଇଉନିକୋଡ଼ରେ ଓଡ଼ିଆ[ସମ୍ପାଦନା]

ଓଡ଼ିଆର ଇଉନିକୋଡ଼ ଲିପି U+0B00–U+0B7F ଭିତରେ ଥାଏ । ଧୁସର ଜାଗାସବୁ ବ୍ୟବହାର ହୋଇ ନଥିବା କୋଡ଼ ବିନ୍ଦୁକୁ ଦେଖାଉଅଛି ।

ଓଡ଼ିଆ[୧]
ଇଉନିକୋଡ଼.ଅର୍ଗ ସାରଣୀ (PDF)
  A B C D E F
U+0B0x        
U+0B1x    
U+0B2x  
U+0B3x         ି
U+0B4x            
U+0B5x                      
U+0B6x    
U+0B7x                
Notes
୧.^ ଇଉନିକୋଡ଼ ସଙ୍କଳନ ୬.୦ ଅନୁସାରେ
ଓଡ଼ିଆ ଲିପିର କ୍ରମ ବିକାଶ
ଓଡ଼ିଆ ଲିପିରେ ସଙ୍ଖ୍ୟାମାନଙ୍କର କ୍ରମବିକାଶ

ବର୍ଣ୍ଣ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ଓଡ଼ିଆ ଲିପି, ସତ୍ୟ ନାରାୟଣ ରାଜଗୁରୁ, ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଭୁବନେଶ୍ୱର, ଓଡ଼ିଶା ପୃଷ୍ଠା- ୧-୫୮
  2. Orissareview, Page 66-67
  3. http://www.omniglot.com/writing/oriya.htm
  4. http://indiannavy.nic.in/under2ensigns.pdf
  5. http://drs.nio.org/drs/bitstream/2264/127/3/Man_Environ_27_117.pdf

ଆହୁରି ଦେଖନ୍ତୁ[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]