ସିଂହଭୂମି ଓଡ଼ିଆ

ଉଇକିପିଡ଼ିଆ‌ରୁ

ସିଂହଭୂମି ଓଡ଼ିଆ, ଓଡ଼ିଶାର ଉତ୍ତର ଦିଗରେ ଥିବା ଷଢ଼େଇଖଳା-ଖରସୁଆଁ ଜିଲ୍ଲାର କଥିତ ଓଡ଼ିଆ ଭାଷା ।[୧] ଝାଡ଼ଖଣ୍ଡ ରାଜ୍ୟରେ ପ୍ରଚଳିତ ଏହି ଓଡ଼ିଆ ଭାଷା ଓଡ଼ିଶାରେ ପ୍ରଚଳିତ ଓଡ଼ିଆ ସହ ପ୍ରାୟତଃ ସମାନ ।

JharkhandWestSinghbhum

 

ଝାଡ଼ଖଣ୍ଡ ରାଜ୍ୟର ସମସ୍ତ ଓଡ଼ିଆ ଲୋକ ଓ ପଶ୍ଚିମ ବଙ୍ଗ ରାଜ୍ୟର ଓଡ଼ିଶା ସୀମାଞ୍ଚଳରେ ରହୁଥିବା ଓଡ଼ିଆ ଲୋକ ଏହି ଭାଷାକୁ କଥିତ ଭାଷା ଭାବରେ ବ୍ୟବହାର କରିଥାନ୍ତି । ଐତିହାସିକ ସିଂହଭୂମି ଅଞ୍ଚଳ, ଯାହା ଏକଦା ପ୍ରାଚୀନ କୋଶଳ ରାଜ୍ୟର ଅଂଶବିଶେଷ ଥିଲା ସେଠାରେ ଏହି ଭାଷାକୁ ହିନ୍ଦୀ ସହ କୁହାଯାଇଥାଏ ।[୨]

କଥିତ ଅଞ୍ଚଳ ସମୂହ[ସମ୍ପାଦନା]

ଏହି ଅଞ୍ଚଳର ଅଣଓଡ଼ିଆ ଭାଷାର ଲୋକଙ୍କ ପାଇଁ ମଧ୍ୟ ଏହା ଦ୍ୱିତୀୟ ଭାଷା ଭାବରେ ବ୍ୟବହୃତ ହେଇଥାଏ । ଚକ୍ରଧରପୂର, ଷଢ଼େଇଖଳା-ଖରସୁଆଁ ସହରରେ ଓଡ଼ିଆ ଭାଷା କହୁଥିବା ଲୋକ ସଂଖ୍ୟା ବହୁ ଅଧିକ । ଇତିହାସର ତଥ୍ୟ ଅନୁସାରେ ପୁରାତନ ପୋରାହାଟ ରାଜକୀୟ ଶାସନ ସମୟରେ ଏହି ଓଡ଼ିଆ ଦରବାରିଆ ଭାଷା ଥିବା ଜଣାପଡେ ।

ଭିନ୍ନତା[ସମ୍ପାଦନା]

ମୂଳ ଓଡ଼ିଆଠାରୁ ସିଂହଭୂମି ଓଡ଼ିଆ ଭାଷା କିଛି ମାତ୍ରାରେ ଭିନ୍ନ ହେଇଥାଏ । ଏଥିରେ ଉଚ୍ଚାରଣ କରାଯାଉଥିବା ସ୍ୱରରେ ନିକଟସ୍ଥ କୁର୍ମି ଭାଷା ଓ ସମ୍ବଲପୁରୀ ଭାଷା, କେଉଁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲାରେ ବ୍ୟବହୃତ ଓଡ଼ିଆ ଭାଷାର ଅନେକ ଶବ୍ଦ, ତଥା ତାହାର ଉଚ୍ଚାରଣ ଭାଗର ସମ୍ମିଶ୍ରଣ ଘଟିଥାଏ ।

ଲୋକ ସଂସ୍କୃତିରେ ସିଂହଭୂମି ଓଡ଼ିଆ ଓ ସାହିତ୍ୟ[ସମ୍ପାଦନା]

ସିଂହଭୂମି ଅଞ୍ଚଳ ଭାଷା ଭିତ୍ତିରେ ରାଜ୍ୟ ବିଭାଜନ ବେଳେ ଓଡ଼ିଶା ରାଜ୍ୟରୁ ବିଚ୍ଛିନ୍ନ ହେଇଥିଲେ ମଧ୍ୟ, ଏଠାରେ ଥିବା ବହୁ ସଂଖ୍ୟାରେ ଓଡ଼ିଆ ମୂଳ ଭାଷାଭାଷି ଅଧିବାସୀ ଏବେ ମଧ୍ୟ ଓଡ଼ିଆରେ କହିବା, ପଢ଼ିବା ଓ ଲେଖନ ଜାରି ରଖିଛନ୍ତି । ସେହି ଅଞ୍ଚଳରେ ସ୍କୁଲମାନଙ୍କରେ ମଧ୍ୟ ଓଡ଼ିଆକୁ ଦ୍ୱିତୀୟ ଭାଷା ଭାବରେ ପଢ଼ା ଯାଇଥାଏ । ସେହି ଅଞ୍ଚଲୁ ଅନେକ ଲେଖକ ଓଡ଼ିଆ ଭାଷାରେ ଅନେକ ପୁସ୍ତକ ମଧ୍ୟ ରଚନା କରି ମୂଳ ଓଡ଼ିଆ ସାହିତ୍ୟକୁ ଅବଦାନ ଦେଇଥାନ୍ତି । ଷଢ଼େଇଖଳା ଅଞ୍ଚଳର ଓଡ଼ିଆ ଭାଷାରେ ଗୀତ ସହ "ଛଉ" ନୃତ୍ୟ ମଧ୍ୟ ଆଦୃତ । ଛୋଟନାଗପୁର ମାଳଭୂମି ଅଞ୍ଚଳର ପ୍ରସିଦ୍ଧ "ଝୁମୁର" ନୃତ୍ୟର ଗୀତ ଓଡ଼ିଆ ଭାଷାରେ ଓଡ଼ିଆ ଗୀତିକାରଙ୍କଦ୍ୱାରା ଲିଖିତ ହେଇଥାଏ । ଅନେକ ଲେଖକଙ୍କ ମଧ୍ୟରୁ ପ୍ରଫୁଲ୍ଲ ସିଂହଦେଓ ବହୁ ସଂଖ୍ୟାରେ ଝୁମୁର ସଂଗୀତା ରଚନା ଓ ସ୍ୱର ସଂଯୋଜନା କରିଛନ୍ତି । 

ମୂଳ ଓଡ଼ିଆ  ସିଂହଭୂମି ଓଡ଼ିଆ 
Kana (କଣ/କଅଣ) କି 
Kanhiki (କାହିଁକି) କିପାଇଁ/କିନଗି 
Odisa (ଓଡ଼ିସା) Udisa (ଉଡ଼ିସା)
ଆସୁଛନ୍ତି  ଆସୁଛନ 
Khaibaku (ଖାଇବାକୁ) Khaite (ଖାଇତେ)
Soibaku (ଶୋଇବାକୁ) Suite (ସୁଇତେ)
ଚିଲ୍ଲେଇବା  ଚିରକାଳିବା 
ଶୀଘ୍ର  ଜଲ୍ଦି 
ଦାଣ୍ଡ ଖୁଳି
Luna (ଲୁଣ), Luga (ଲୁଗା) Nuna (ନୁଣ), Nuga (ନୁଗା)
Olata (ଓଲଟା) Ulta (ଉଲଟା)

ଆଧାର[ସମ୍ପାଦନା]

  1. "Morphological Analyzer for Sambalpuri Odia Dialect Inflected Verbal Forms" (PDF). ijarcsse.com. International Journal of Advanced Research in Computer Science and Software Engineering. Archived from the original (PDF) on 12 July 2019. Retrieved 13 August 2019.
  2. https://www.revolvy.com/main/index.php?s=Kosala%20Kingdom&item_type=topic