କାଳିଆ କରୁଛି ଲୀଳା

ଉଇକିପିଡ଼ିଆ‌ରୁ
କାଳିଆ କରୁଛି ଲୀଳା
ନିର୍ଦ୍ଦେଶକଅଶ୍ୱିନୀ ଗଡ଼ନାୟକ
ପ୍ରଯୋଜକଦେବାଶିଷ ପାତ୍ର
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟଦେବାଶିଷ ପାତ୍ର
କାହାଣୀଦେବାଶିଷ ପାତ୍ର
ରଜନୀ ରଞ୍ଜନ
କଳାକାରଜ୍ୟୋତିପ୍ରକାଶ ପଣ୍ଡା
ଶ୍ରଦ୍ଧା ପାଣିଗ୍ରାହୀ
ଦେବାଶିଷ ପାତ୍ର
ସୁରେଶ ବଳ
ଜୀବନ ପଣ୍ଡା
ପିଣ୍ଟୁ ନନ୍ଦ
ପିଙ୍କି ପ୍ରଧାନ
ସଙ୍ଗୀତଶରତ ନାୟକ
ଚିତ୍ରଗ୍ରହଣରଜନୀକାନ୍ତ ବାରିକ
ମୁକ୍ତିଲାଭ ତାରିଖ
୨୧ ଜୁଲାଇ ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

କାଳିଆ କରୁଛି ଲୀଳା, ୨୦୧୯ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଅଭିନେତା ଦେବାଶିଷ ପାତ୍ର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଶ୍ୱିନୀ ଗଡ଼ନାୟକ ।

ଜ୍ୟୋତିପ୍ରକାଶ ପଣ୍ଡା, ଶ୍ରଦ୍ଧା ପାଣିଗ୍ରାହୀ, ଦେବାଶିଷ ପାତ୍ର, ସୁରେଶ ବଳ, ଜୀବନ ପଣ୍ଡା, ପିଣ୍ଟୁ ନନ୍ଦ, ପିଙ୍କି ପ୍ରଧାନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୧୯ ମସିହାର ଜୁଲାଇ ୨୧ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶରତ ନାୟକ । ଗୀତିକାର ମୋହିତ ଚକ୍ରବର୍ତ୍ତୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କଣ୍ଠଶିଳ୍ପୀ ବିଷ୍ଣୁମୋହନ କବି ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ଧୀରେ ଧୀରେ ତୋ ପ୍ରେମରେ ପଡ଼ିଲା ପରେ"ବିଷ୍ଣୁ ମୋହନ କବି 

ପୁରସ୍କାର[ସମ୍ପାଦନା]

  • ଜୟଦେବ ପୁରସ୍କାର[୧][୨]
    • ଶ୍ରେଷ୍ଠ ଟେଲି ଫିଲ୍ମ
    • ଶ୍ରେଷ୍ଠ ନିର୍ଦ୍ଦେଶକ
    • ଶ୍ରେଷ୍ଠ ପ୍ରଯୋଜକ
    • ଶ୍ରେଷ୍ଠ ଅଭିନେତା (ଦେବାଶିଷ ପାତ୍ର)
    • ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା (ଜୀବନ ପଣ୍ଡା)

ଆଧାର[ସମ୍ପାଦନା]

  1. "Jayadev Puraskar for filmmaker Ghanashyam Mohapatra". The New Indian Express. Retrieved 2022-01-28.
  2. "୮ମ ଟେଲି ଫିଲ୍ମ ପୁରସ୍କାର ଚୟନରେ ବ୍ୟାପକ ବିଭ୍ରାଟ ହୋଇଥିବା ଅଭିଯୋଗ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 10 November 2021. Archived from the original on 26 January 2022. Retrieved 26 January 2022.

ବାହାର ଆଧାର[ସମ୍ପାଦନା]