କଥାଦେଲି ମଥା ଛୁଇଁ

ଉଇକିପିଡ଼ିଆ‌ରୁ
କଥାଦେଲି ମଥାଛୁଇଁ
ନିର୍ଦ୍ଦେଶକଶୈଳେନ୍ଦ୍ର
ପ୍ରଯୋଜକଶ୍ରୀଧର ମାର୍ଥା
ସଂଳାପବାପୁ ଗୋସ୍ୱାମୀ
କାହାଣୀସବିତା ମାର୍ଥା
କଳାକାରଅଭିଶେକ ରଥ
ରିୟା ଦେ
ଅମନ
ପପୁ ପମ ପମ
ମିହିର ଦାସ
ପିଣ୍ଟୁ ନନ୍ଦ
ବିଜୟ ମହାନ୍ତି
ସଲିଲ ମିତ୍ର
ଚାନ୍ଦିନୀ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଧୃବାନନ୍ଦ ପଣ୍ଡା
ମୁକ୍ତିଲାଭ ତାରିଖ
୨୪ ଫେବୃଆରୀ ୨୦୧୭
ଦେଶ ଭାରତ
ଭାଷାଓଡ଼ିଆ

କଥାଦେଲି ମଥାଛୁଇଁ, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧][୨][୩] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶୈଳେନ୍ଦ୍ର ପରିଡ଼ା । ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମାନନ୍ଦ ଏବଂ ଗୀତ ରଚନା କରିଥିଲେ ଅରୁଣ ମନ୍ତ୍ରୀ ଏବଂ ସୁବ୍ରତ ସ୍ୱାଇଁ ।[୪]

ରିୟା ଦେ ନାୟିକା ଭୂମିକାରେ ଅଭିନୟ କରିଥିବା ବେଳେ ଅଭିଶେକ ରଥ ଏବଂ ଅମନ ଦୁଇଜଣ ସମାନ୍ତରଳ ନାୟକ ଥିଲେ ।[୫] ଅଭିନୟ କରିଥିବା ଅନ୍ୟାନ୍ୟ ପ୍ରମୁଖ ଅଭିନେତା ଗଣ ହେଲେ, ପ‌ପୁ ପମ ପମ, ପିଣ୍ଟୁ ନନ୍ଦ, ବିଜୟ ମହାନ୍ତି, ମିହିର ଦାସ, ସଲିଲ ମିତ୍ର । ୧୦ ନଭେମ୍ବର ୨୦୧୬ରେ ଏହି ଚଳଚ୍ଚିତ୍ରର ମହୁରତ ଝାରପଡ଼ାର ଦୁର୍ଗାପୂଜା ମଣ୍ଡପରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅଭିଶେକ, ରିୟା, ଅମନ, ପ୍ରେମାନନ୍ଦ ଆଦି ଯୋଗଦେଇଥିଲେ ।[୬]

ଅଭିନୟ[ସମ୍ପାଦନା]

ଏହି ଚଳଚ୍ଚିତ୍ରରେ ମାଧ୍ୟମରେ ଅମନ ନାୟକ ରୂପେ ପ୍ରଥମ କରି ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହା ପୂର୍ବରୁ ସେ ଅନେକ ମଞ୍ଚ ଅଭିନୟ ଏବଂ ଛୋଟ ପରଦାରେ ଅଭିନୟ କରିଥିଲେ । [୭]

କଥାଦେଲି ମଥାଛୁଇଁ ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ:

କାହାଣୀ[ସମ୍ପାଦନା]

ପିତୃମାତୃହୀନ ଏକ ପିଲାକୁ ଛୋଟ ବେଳୁ ବଡ଼ କରି ତା'ର ଭଲ ଭବିଷ୍ୟତଟିଏ ଗଠନ କରିବାକୁ ଆଶା ରଖିଥିଲେ ତା'ର ଜେଜେ । ଏହିପରି ମୂଳ କାହାଣୀରେ ନିର୍ମିତ ହୋଇଥିଲା ଏହି ଚଳଚ୍ଚିତ୍ରଟି ।[୧୦]

ଜିତ୍‌ର ପ୍ରେମରେ ପଡ଼େ ଲେଖା । ହେଲେ ପରିବାର ଏହି କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ, ସେଥିପାଇଁ ଉଭୟ ଘର ଛାଡ଼ି ସ‌ହରକୁ ପଳେଇ ଆସନ୍ତି । ସେମାନଙ୍କ ସ‌ହ ଦେଖାହୁଏ ଜଣେ କୋଟିପତି ପ୍ରତାପବାବୁଙ୍କ ସ‌ହ, ଯିଏ ସେମାନଙ୍କ ଆଶ୍ରୟ ଦିଅନ୍ତି । ବଞ୍ଚିରହିବା ପାଇଁ ସଂଘର୍ଷ ଜାରି ରଖେ ଅମନ । ଯେମିତି ହେଲେ ବି ଅର୍ଥ ଉପାର୍ଜନ କରି ନିଜେ ବଞ୍ଚି ରହିବା ସ‌ହ ଲେଖାକୁ ମଧ୍ୟ ଭଲରେ ରଖିପାରିବ । ହେଲେ ତାକୁ କୌଣସି ମତେ ମିଳିପାରେନି ସଫଳତା ।

ପ୍ରତାପ ବାବୁଙ୍କର ନାତି ହେଉଛି କ୍ରିଶ୍ । ଯିଏକି ଜିତ୍‌କୁ ଟଙ୍କା ଦେଇ ଏକ ବ୍ୟବସାୟ ଆରମ୍ଭ କରିବାର ପ୍ରସ୍ତାବ ଦିଏ । ମାତ୍ର ସର୍ତ୍ତ ରହେ କି ଲେଖା ସବୁଦିନ ପାଇଁ କ୍ରିଶ୍‌ର ହୋଇଯିବ । କ୍ରିଶ୍ ଅର୍ଥ ବଦଳରେ ଭଲ ପାଇବା ପାଏ ଏବଂ ଜିତ୍ ଭଲ ପାଇବା ବଦଳରେ ପାଏ ଅର୍ଥ । ଏହିସବୁର ପରିଣତି ଦେଖାଯାଇଛି ଅନ୍ତିମ ପର୍ଯ୍ୟାୟରେ ।[୧୧]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶାନ ଦେଇଥିଲେ ପ୍ରେମ ଆନନ୍ଦ । ଅରୁଣ ମନ୍ତ୍ରୀ, ଶରଣାରବିନ୍ଦ ଏବଂ ସୁବ୍ରତ ସ୍ୱାଇଁ ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ ।[୧୨]

ଗୀତ[ସମ୍ପାଦନା]

ଗୀତ ରଚନା କଣ୍ଠଦାନ
ଚାଖଣା ଯଦି ନବୁ ସାଙ୍ଗ ଶରଣାରବିନ୍ଦ
ତୋରି ହୃଦୟେ
ପବନ ଯୁଆଡ଼େ ଯାଉ ସୁବ୍ରତ ସ୍ୱାଇଁ
ଏମିତି ଏଇ ସମୟ
କଥାଦେଲି ମଥାଛୁଇଁ କୁମାର ବାପି, ଅନନ୍ୟା ଶ୍ରୀତମ ନନ୍ଦ
ତମେ ବାହା ହେଇଛ ନା ବାଡ଼ୁଅ ଅଛ ଅରୁଣ ମନ୍ତ୍ରୀ

ଆଧାର[ସମ୍ପାଦନା]

  1. "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  2. "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  3. ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
  4. Jena, Manjit. "Katha Deli Matha Chhuin Odia Film Of Avishek And Riya Cast, Crew, Wallpapers, Songs And Videos". OdiaInfo.in. Archived from the original on 6 March 2017. Retrieved 28 February 2017.
  5. "ଓଲିଉଡର ଏହି ଲୋକପ୍ରିୟ ନାୟିକା ଦୁଇଜଣ ନବାଗତଙ୍କ ସହ ରୋମାନସ୍‌ କରିଛନ୍ତି | Sambad". Sambad. 19 August 2018. Archived from the original on 25 August 2018. Retrieved 31 August 2018.
  6. "Mahurat of Odia movie "Katha Deli Matha Chhuin" held in city". ପ୍ରଗତିବାଦୀ. 10 November 2016. Retrieved 28 February 2017.
  7. "ଅମନ‌ଙ୍କ ଆଶା". ସମାଜ. 26 February 2017. Retrieved 28 February 2017.[permanent dead link]
  8. "ଲୋକପ୍ରିୟ ନାୟକ ଅଭିଷେକଙ୍କ ନୂଆ ନାୟିକା | Sambad". ସମ୍ବାଦ. sambad.in. 23 November 2021. Archived from the original on 27 December 2021. Retrieved 27 December 2021.
  9. "ଫେରୁଛନ୍ତି ଓଲିଉଡର ଚକଲେଟି ହିରୋ". Sambad (in ଆମେରିକୀୟ ଇଂରାଜୀ). 2018-11-20. Archived from the original on 2019-05-02. Retrieved 2019-05-02.
  10. "Riya is Very Happy with in her character in Katha Deli Matha Chhuin". E News ଓଡ଼ିଆ. 25 November 2016. Retrieved 28 February 2017.
  11. "ଭଲ ପାଇବାରେ ଦ୍ୱନ୍ଦ". ପ୍ରମେୟ. 22 January 2017. Archived from the original on 24 January 2017. Retrieved 1 March 2017.
  12. "ପାଗଳ କରିଛି ପ୍ରେମାଙ୍କ ସ୍ୱର". ସମାଜ. 27 February 2017. Retrieved 28 February 2017.

ବାହାର ଆଧାର[ସମ୍ପାଦନା]