ଏମିତି ବି ହେଇପାରେ

ଉଇକିପିଡ଼ିଆ‌ରୁ
ଏମିତି ବି ହେଇପାରେ
ନିର୍ଦ୍ଦେଶକରାଜୀବ ମହାନ୍ତି
ପ୍ରଯୋଜକରବି ନାରାୟଣ ଦାସ
ସଂଳାପଶୁଭଜିତ ଆନନ୍ଦ
ଚିତ୍ରନାଟ୍ୟରାଜୀବ ମହାନ୍ତି
କାହାଣୀଚିନ୍ମୟୀ ମହାନ୍ତି
କଳାକାରଶଶୀକାନ୍ତ
ରୂପାଲି ଦିବେଦୀ
ଦୀପକ
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣପ୍ରଦୀପ ସାହୁ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୧୭ ସେପ୍ଟେମ୍ବର ୨୦୧୭
ଦେଶ ଭାରତ
ଭାଷାଓଡ଼ିଆ

ଏମିତି ବି ହେଇପାରେ, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧][୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରବି ନାରାୟଣ ଦାସ ।[୩] ଚିନ୍ମୟୀ ମହାନ୍ତି ଏହାର କାହାଣୀ ଲେଖିଥିଲେ ଏବଂ ଶୁଭଜିତ ଆନନ୍ଦ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରାଜୀବ ମହାନ୍ତି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪][୫][୬][୭] ବୈଦ୍ୟନାଥ ଦାଶ କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ବାପୁ ଗୋସ୍ୱାମୀ, ପଞ୍ଚାନନ ନାୟକ ଏବଂ ଅରୁଣ ମନ୍ତ୍ରୀ । କଥାଚିତ୍ରଟିରେ ଗୀତଗୁଡ଼ିକ ଗାଇଥିଲେ ହ୍ୟୁମାନ ସାଗର, ତାରିକ୍ ଅଜିଜ୍, ବିଷ୍ଣୁମୋହନ କବି, ସତ୍ୟଜିତ, ଅଞ୍ଜଳି ଦାସ, ଅସୀମା ପଣ୍ଡା, ଅର୍ପିତା ଚୌଧୁରୀ, ଜାଗୃତି ମିଶ୍ର ଏବଂ ସୁଚିସ୍ମିତା ।[୮]

ଏହି କଥାଚିତ୍ରଟିର ମୁଖ୍ୟ କଳାକାରମାନେ ଥିଲେ ଶଶିକାନ୍ତ ଏବଂ ରୂପାଲି । ଦୀପକ ଏବଂ ସୁମନ୍‌ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ଏହି ସବୁ କଳାକାରମାନେ ଏହି କଥାଚିତ୍ର ଜରିଆରେ ପ୍ରଥମ କରି ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିଥିଲେ ।[୯][୧୦] ନିର୍ଦ୍ଦେଶକ ସଂଗ୍ରାମ ବିଶ୍ୱାଳ ମଧ୍ୟ କଥାଚିତ୍ରଟିରେ ଅଭିନୟ କରିଥିଲେ ।[୮] ପଦ୍ମଲୋଚନ, ସୁଲୋଚନା ଭୂୟାଁ, ହରିହର ସ୍ୱାଇଁ, ପ୍ରହଲାଦ ପାତ୍ର, ଜାନିବାବୁ, ସୁଇଟ ରୋଜି, ଦିଲୀପ ପଣ୍ଡା, ନିହାରିକା, ସଞ୍ଜୟ ମହାନ୍ତି, ପ୍ରତାପ ସାହୁ, ସନ୍ଧ୍ୟା ଶତପଥୀ, ସଂଗୀତା, ମାତନି ବରାଳ, ହୃଦୟ ପଟ୍ଟନାୟକ, ପ୍ରିୟଦର୍ଶିନୀ ଆଦି କଳାକାରମାନେ କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଏହି କଥାଚିତ୍ରଟିର ୨୦୧୭ ସେପ୍ଟେମ୍ବର ୧୭ ତାରିଖ ବିଶ୍ୱକର୍ମା ପୂଜା ଦିନ ସାରା ଓଡ଼ିଶାରେ ମୁକ୍ତିଲାଭ କରିଥିଲା ।[୮][୧୧]

ଅଭିନୟ[ସମ୍ପାଦନା]

  • ଶଶୀକାନ୍ତ ବାରିକ
  • ରୂପାଲୀ ଦିବେଦୀ
  • ଦୀପକ
  • ପଦ୍ମଲୋକ
  • ସୁଲୋଚନା ଭୂୟାଁ
  • ସଂଗ୍ରାମ ବିଶ୍ୱାଳ
  • ହରିହର ସ୍ୱାଇଁ
  • ସୁମନ
  • ପ୍ରହଲାଦ ପାତ୍ର
  • ଜାନିବାବୁ
  • ସୁଇଟ ରୋଜି
  • ଦିଲୀପ ପଣ୍ଡା
  • ନିହାରିକା
  • ସଞ୍ଜୟ ମହାନ୍ତି
  • ପ୍ରତାପ ସାହୁ
  • ସନ୍ଧ୍ୟା ଶତପଥୀ
  • ସଂଗୀତା
  • ମାତନି ବରାଳ
  • ହୃଦୟ ପଟ୍ଟନାୟକ
  • ପ୍ରିୟଦର୍ଶିନୀ

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶବାପୁ ଗୋସ୍ୱାମୀ, ପଞ୍ଚାନନ ନାୟକ, ଅରୁଣ ମନ୍ତ୍ରୀ ଆଦି ଗୀତିକାରମାନେ କଥାଚିତ୍ରଟିରେ ଗୀତ ରଚନା କରିଥିଲେ ।[୬] ହ୍ୟୁମାନ ସାଗର, ତାରିକ୍ ଅଜିଜ୍, ବିଷ୍ଣୁମୋହନ କବି, ସତ୍ୟଜିତ, ଅଞ୍ଜଳି ଦାସ, ଅସୀମା ପଣ୍ଡା, ଅର୍ପିତା ଚୌଧୁରୀ, ଜାଗୃତି ମିଶ୍ର, ସୁଚିସ୍ମିତା ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।[୮]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଆକାଶରେ ଗୋଟେ ଜ‌ହ୍ନ" 
2."ରାଞ୍ଜଣା ରାଞ୍ଜଣା" 
3."ତ‌ତେ ଯେବେ ମୋ ସାଥ ଏବେ ଦେଖୁଥିବ" 
4."ବନସ୍ତେ ଡାକିଲା ଗଜ" 
5."ଓ ସାଥି ଓ ସାଥି" 

ଆଧାର[ସମ୍ପାଦନା]

  1. "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  2. "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  3. ""Emiti Bi Heipare" Odia Movie 2016- Song Dubbing". E News ଓଡ଼ିଆ. 28 September 2016. Retrieved 17 September 2017.
  4. "ପୁଣି ଓଲିଉଡରେ ଏକ ନୂଆ ଏବଂ ଫ୍ରେସ୍‌ ଯୋଡ଼ି | Sambad". Sambad (in Odia). Odisha. 25 September 2018. Archived from the original on 29 September 2018. Retrieved 2 October 2018.{{cite news}}: CS1 maint: unrecognized language (link)
  5. "ନିର୍ଦ୍ଦେଶକଙ୍କ ଅଭିନୟ". ସମାଜ (ରବିବାର). ୧୨ ଅଗଷ୍ଟ ୨୦୧୮. Archived from the original on 11 August 2018. Retrieved 11 August 2018. {{cite news}}: Check date values in: |date= (help)
  6. ୬.୦ ୬.୧ "'ଏମିତି ବି ହୋଇପାରେ'ର ଶୁଭ ମହୁରତ". sambad.in. 22 October 2016. Archived from the original on 20 September 2017. Retrieved 17 September 2017.
  7. "'ତୁ ମୋର ନିହାତି ଦରକାର'ରେ ଓଲିଉଡକୁ ଆସୁଛନ୍ତି ଏହି ନୂଆ ଯୋଡ଼ି | Sambad". Sambad. 24 August 2018. Retrieved 31 August 2018.
  8. ୮.୦ ୮.୧ ୮.୨ ୮.୩ "ଆଜି ପରଦାକୁ ଆସୁଛି 'ଏମିତି ବି ହୋଇପାରେ'". ସମ୍ବାଦ. 17 September 2017. Archived from the original on 19 September 2017. Retrieved 17 September 2017.
  9. "ଏମିତି ବି ହେଇପାରେ". ସମାଜ. 17 September 2017. Retrieved 17 September 2017.[permanent dead link]
  10. ""Emiti Bi Heipare" Upcoming Odia Movie Subha Mahurat". E News ଓଡ଼ିଆ. 20 October 2016. Retrieved 17 September 2017.
  11. "Odia Film Emiti Bi Heipare will hit the screen in Viswaakarma Puja". Odisha News Times. 16 September 2017. Retrieved 17 September 2017.

ବାହାର ଆଧାର[ସମ୍ପାଦନା]