ପଞ୍ଚାନନ ନାୟକ
ପଞ୍ଚାନନ ନାୟକ | |
|---|---|
ଭଦ୍ରକରେ ଆୟୋଜିତ ସାଳନ୍ଦୀ ପୁସ୍ତକ ମେଳାରେ ଓଡ଼ିଆ ଗୀତିକାର ପଞ୍ଚାନନ ନାୟକ | |
| ଜନ୍ମ | ପଞ୍ଚାନନ ନାୟକ ୭ ଫେବୃଆରୀ ୧୯୭୨ |
| ବୃତ୍ତି | ଗୀତିକାର |
| ସକ୍ରିୟ ବର୍ଷ | ୨୦୦୫-ଏବେଯାଏଁ |
| ଦସ୍ତଖତ | |
ପଞ୍ଚାନନ ନାୟକ (ଜନ୍ମ: ୭ ଫେବୃଆରୀ ୧୯୭୨) ଜଣେ ଓଡ଼ିଆ ଗୀତିକାର ।[୧][୨] ସେ ଓଡ଼ିଆ କଥାଚିତ୍ର, ଆଧୁନିକ ଆଲବମ୍ ଆଦିରେ ଅନେକ ଗୀତ ରଚନା କରିଛନ୍ତି ।[୩] ପଞ୍ଚାନନ ୨୦୦୫ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଗୀତ ରଚନା କରିବା ଆରମ୍ଭ କରିଥିଲେ । ଏହାପୂର୍ବରୁ ସେ ଓଡ଼ିଆ ଆଲବମ ଜଗତରେ ଗୀତ ଲେଖି ଜଣେ ଗୀତିକାର ଭାବରେ ପ୍ରବେଶ କରିଥିଲେ । ୨୦୦୫ରେ ସେ ଓଡ଼ିଆ କଥାଚିତ୍ର ତତେ ମୋ ରାଣରେ ଗୀତ ରଚନା କରି ଓଡ଼ିଆ କଥାଚିତ୍ର ଜଗତରେ କାମ ଆରମ୍ଭ କରିଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ପଞ୍ଚାନନ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକରେ ଜନ୍ମଗ୍ରହଣ କରିଥିଲେ ।[୨]
ଗୀତ ରଚନା
[ସମ୍ପାଦନା]ପଞ୍ଚାନନ ନାୟକ ୨୦୦୫ ମସିହାରେ ଓଡ଼ିଆ କଥାଚିତ୍ର ତତେ ମୋ ରାଣରେ ଗୀତ ରଚନା କରି ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପୂର୍ବରୁ ସେ ଓଡ଼ିଆ ଆଧୁନିକ ଆଲବମ୍ ଗୀତରେ ଗୀତ ରଚନା କରିଥିଲେ ।
ପରର୍ବତ୍ତୀ ସମୟରେ ସେ ଟୋପାଏ ସିନ୍ଦୂର ଦି ଟୋପା ଲୁହ, ମୁନ୍ନା: ଏ ଲୋଭ୍ ଷ୍ଟୋରୀ, ବନ୍ଦେ ଉତ୍କଳ ଜନନୀ, ପହିଲି ରଜ, ଆସିବୁ କେବେ ତୁ ସାଜି ମୋ ରାଣୀ, ଚୋରି ଚୋରି ମନ ଚୋରି, ଏମିତି ବି ପ୍ରେମ ହୁଏ, ରାଜୁ ଆୱାରା, ସପନର ନାୟିକା ଆଦି କଥାଚିତ୍ରରେ ଗୀତ ରଚନା କରିଥିଲେ ।
କଥାଚିତ୍ରରେ ଗୀତ ରଚନା
[ସମ୍ପାଦନା]| ବର୍ଷ | ଚଳଚ୍ଚିତ୍ର |
|---|---|
| ୨୦୦୫ | ତତେ ମୋ ରାଣ |
| ଟୋପାଏ ସିନ୍ଦୂର ଦି ଟୋପା ଲୁହ | |
| ମୁନ୍ନା: ଏ ଲୋଭ୍ ଷ୍ଟୋରୀ | |
| ୨୦୦୮ | ବନ୍ଦେ ଉତ୍କଳ ଜନନୀ |
| ପହିଲି ରଜ | |
| ୨୦୧୦ | ଆସିବୁ କେବେ ତୁ ସାଜି ମୋ ରାଣୀ |
| ଚୋରି ଚୋରି ମନ ଚୋରି | |
| ୨୦୧୧ | ଏମିତି ବି ପ୍ରେମ ହୁଏ |
| ୨୦୧୨ | ରାଜୁ ଆୱାରା |
| ଏମିତି ବି ପ୍ରେମ ହୁଏ | |
| ୨୦୧୩ | ସପନର ନାୟିକା |
| ୨୦୧୪ | ଖାସ୍ ତୁମରି ପାଇଁ |
ଆଧାର
[ସମ୍ପାଦନା]- ↑ "Film to lift a page from history - Ranjan Mishra's Jai Hind to recreate massacre at Bhadrak's Eram". /www.telegraphindia.com. The Telegraph. Retrieved 10 May 2019.
{{cite web}}: CS1 maint: url-status (link) - ↑ ୨.୦ ୨.୧ "ଗୀତିକାର ପଞ୍ଚାନନ ନାୟକଙ୍କ ସହ ଆଳାପ".
- ↑ "ବ୍ୟକ୍ତିତ୍ୱ". No. ନିତିଦିନ ୧୦/୦୫/୨୦୧୯ ପୃଷ୍ଠା ୯. ନିତିଦିନ. Archived from the original on 2020-07-19. Retrieved 10 May 2019.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପଞ୍ଚାନନ ନାୟକ