ଆଲମଚଣ୍ଡି

ଉଇକିପିଡ଼ିଆ‌ରୁ
Alam Chandi Temple, Puri

ପୁରୀ କୁମ୍ଭାରପଡା ଅଞ୍ଚଳରେ ଅଠର ନଳା ନିକଟରେ ଆଲମଚଣ୍ଡି ମନ୍ଦିର ଅବସ୍ଥିତ । ଏହା ପୁରୀସ୍ଥିତ ଏକ ଅବହେଳିତ ଶାକ୍ତ ପୀଠ ।

ଇତିହାସ[ସମ୍ପାଦନା]

ଏହି ମନ୍ଦିରର ନିର୍ମାଣ ସମୟକୁ ନେଇ ପ୍ରାମାଣିକ ତଥ୍ୟ ମିଳିନାହିଁ । ତେବେ ଡଃ ବି.କେ. ରଥଙ୍କ ଅନୁସାରେ ମନ୍ଦିରଟି ଷୋଡଶ ଶତାବ୍ଦୀରେ ନିର୍ମିତ ।[୧] ମନ୍ଦିରର ଶିଳ୍ପକଳାକୁ ଆଧାର କରି ଏହାର ନିର୍ମାଣ ସମୟ ଷୋଡଶ ଶତାବ୍ଦୀର ଦ୍ୱିତୀୟ ଭାଗ ବୋଲି ଅନୁମାନ କରାଯାଏ । ତେବେ ନାଟମଣ୍ଡପଟି ବିଂଶ ଶତାବ୍ଦୀରେ ନିର୍ମିତ ।

ବିଶେଷତ୍ୱ[ସମ୍ପାଦନା]

ଅଷ୍ଟଚଣ୍ଡୀଙ୍କ ମଧ୍ୟରୁ ଅନ୍ୟତମ ଆଲମଚଣ୍ଡି ଏହାର ଅଧିଷ୍ଠାତ୍ରୀ ଦେବୀ । ଅନ୍ୟ ସାତଦେବୀ ହେଲେ ବିମଳା, ହରଚଣ୍ଡି, ରାମଚଣ୍ଡି, ବାସେଳୀ, ବରାହୀ, ଦକ୍ଷିଣଚଣ୍ଡି ଓ ଝାଡେଶ୍ୱରୀ । ଏଠାରେ ପାଳିତ ପର୍ବମାନଙ୍କ ମଧ୍ୟରେ ଦୁର୍ଗାଷ୍ଟମୀ, ସାତପୁରୀ ଅମାବାସ୍ୟା ତଥା ମକର ସଂକ୍ରାନ୍ତି ପ୍ରମୁଖ । ମକର ସଂକ୍ରାନ୍ତିରେ ଆଲମଚଣ୍ଡିର ସେବକ ଜଗନ୍ନାଥଙ୍କଠାରେ ପ୍ରସାଦ ଅର୍ପଣ କରନ୍ତି । ନବକଳେବର ପର୍ବରେ ଏହି ମନ୍ଦିରର ପ୍ରମୁଖ ଭୂମିକା ରହି ଆସିଛି । ନବକଳେବର ବେଳେ ଦାରୁ ଶଗଡ଼ି ଆଲମଚଣ୍ଡି ମନ୍ଦିର ସମ୍ମୁଖସ୍ଥ ରାସ୍ତା ଦେଇ ପୁରୀ ମନ୍ଦିରରେ ପହଞ୍ଚେ । ପ୍ରଥା ଅନୁସାରେ, ଦେବୀ ଆଲମଚଣ୍ଡିଙ୍କ ଆଜ୍ଞାମାଳ ପାଇବାପରେ ହିଁ ଦାରୁ ଶଗଡି ପୁରୀ ମଧ୍ୟକୁ ପ୍ରବେଶ କରେ । ବିଶ୍ୱାସ ଅଛି ଯେ ଦେବୀ ଆଲମଚଣ୍ଡିଙ୍କଦ୍ୱାରା ଦାରୁ ପବିତ୍ର ହୋଇଗଲେ ଶ୍ରୀ ଜୀଉଙ୍କ ନବକଳେବର ଗଢିବାରେ କୌଣସି ବିଘ୍ନ ଘଟେ ନାହିଁ ।[୨][୩]

ଆଧାର[ସମ୍ପାଦନା]

  1. Mahapatra, Dr. Ratnakara. "Alam Chandi Temple at Puri" (PDF). Orissa review (June 2009): 58–62. Retrieved 27 August 2015.
  2. "Alamchandi Temple". Retrieved 27 August 2015.
  3. "ALAMCHANDI TEMPLE". Retrieved 27 August 2015.

ବାହାର ତଥ୍ୟ[ସମ୍ପାଦନା]