ବ୍ରହ୍ମାନନ୍ଦ ଦାସ
ବ୍ରହ୍ମାନନ୍ଦ ଦାସ | |
---|---|
ଜନ୍ମ | ବାମପଦା, ସେରଗଡ, ବାଲେଶ୍ୱର ଜିଲ୍ଲା | ୨୩ ଅପ୍ରେଲ ୧୯୩୯
ମୃତ୍ୟୁ | ୨୬ ଡିସେମ୍ବର ୨୦୦୫ | (ବୟସ ୬୬)
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ଅଧ୍ୟାପକ, ସାହିତ୍ୟିକ |
ଉଲ୍ଲେଖନୀୟ କୃତି | ଝର୍କା ବାହାରେ |
ବୈବାହିକ-ସାଥୀ | ବିନୀତା ଦେବୀ |
ପିତାମାତା | ମୃଣାଳିନୀ ଦାସ (ମାତା), ରାଧାମୋହନ ଦାସ (ପିତା) |
ବ୍ରହ୍ମାନନ୍ଦ ଦାସ (୨୩ ଅପ୍ରେଲ ୧୯୩୯-୨୬ ଡିସେମ୍ବର ୨୦୦୫) ଜଣେ ଭାରତୀୟ ଶିକ୍ଷାବିଦ୍, ଅଧ୍ୟାପକ ଓ ଓଡ଼ିଆ ଲେଖକ ଥିଲେ । ସେ ନିଜ ଅନୁବାଦ କବିତା ପୁସ୍ତକ ପୃଥିବୀର ଆଦିବାସୀ ଲୋକକବିତା ପାଇଁ ୧୯୯୭ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରରେ ସମ୍ମାନୀତ ହୋଇଥିଲେ ।
୨୦୦୫ ଡିସେମ୍ବର ୨୬ ତାରିଖରେ ତାଙ୍କର ୬୬ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।
ଜୀବନୀ
[ସମ୍ପାଦନା]ବ୍ରହ୍ମାନନ୍ଦ ଦାସ ୧୯୩୯ ମସିହାରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ବହୁ ପୂର୍ବରୁ ତାଙ୍କ ପରିବାର ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ । ସେ ନିଜର ବାଲ୍ୟ ଓ କୈଶୋର ଶିକ୍ଷା ଯଥାକ୍ରମେ ବାରିପଦା ଓ ବାଲେଶ୍ବରରେ ସମାପନ କରିଥିଲେ । ପରେ ସେ ରେଭେନସାରୁ ଓଡିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ୧୯୬୪ରେ କେନ୍ଦ୍ରାପଡା ମହାବିଦ୍ୟାଳୟରେ ସେ ଅଧ୍ୟାପନା ଆରମ୍ଭ କଲେ । ସମୟ କ୍ରମେ ବିଭିନ୍ନ କଲେଜକୁ ବଦଳି ହୋଇଥିଲେ ମଧ୍ୟ ଶେଷରେ ସେ ଉପାଧ୍ୟକ୍ଷ ଭାବେ କେନ୍ଦ୍ରାପଡା କଲେଜରୁ ୨୦୦୫ରେ ଅବସର ନେଲେ । କେନ୍ଦ୍ରାପଡ଼ାରେ ସେ 'ଶ୍ରାବଣୀ ସାହିତ୍ୟ ସଂସଦ' ଗଠନ କରିଥିଲେ ।[୧]
ରଚନାବଳୀ
[ସମ୍ପାଦନା]ବ୍ରହ୍ମାନନ୍ଦ କବିତା ସହ କିଛି ଉଲ୍ଲେଖନୀୟ ପ୍ରବନ୍ଧ ଓ ଅନୁବାଦ ପୁସ୍ତକମାନ ରଚନାକରିଥିଲେ । ସେ ଗୋରେଖ ଗୀତା ଓ କେତେକ ପ୍ରାଚୀନ ରଚନା ସଂପର୍କରେ ଆଲୋଚନା ମଧ୍ୟ କରିଥିଲେ ।[୨] ସେ ମତ୍ସ୍ୟେନ୍ଦ୍ର ନାଥଙ୍କ ମତ୍ସ୍ୟେନ୍ଦ୍ର ଗୀତା ଗ୍ରନ୍ଥର ଆବିଷ୍କାରକ । ଅନୁବାଦ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ତାଙ୍କର ଝର୍କା ବାହାରେ କବିତା ଗ୍ରନ୍ଥ ଏକ ଉଲ୍ଲେଖନୀୟ ରଚନା ।[୩] ତାଙ୍କର ବହୁ କବିତା ବଂଗଭାଷାରେ ଅନୁବାଦ ହୋଇ ବ୍ରହ୍ମାନନ୍ଦ ଦାସେର କବିତା ନାମରେ ପ୍ରକାଶିତ ।
କବିତା
[ସମ୍ପାଦନା]- ଆଶାବରୀ (୧୯୬୨)
- ଧରଣୀ ଓ ଝରଣା (୧୯୬୫)
- ଅବିଶାପ (୧୯୭୨)
- ଝର୍କା ବାହାରେ (୧୯୯୨)
- ତାଳଗଛ (୧୯୯୩)
- ଜୀବନ ଯେମିତି (୧୯୯୪)
- ମାଟିର ମହୁରୀ (୧୯୯୭)
- ସକାଳ ଆସନ୍ନ (୧୯୯୭)
- ଯାତ୍ରା ସରେନା (୧୯୯୭)
- ମଣିଷ, ତୁମ ସାଥିରେ (୧୯୯୮)
- ଜଣେ ପଦାତିକର କବିତା (୧୯୯୮)
- ବ୍ରହ୍ମାନନ୍ଦ ଦାସଙ୍କ ଘର (୨୦୦୧)
- ପାଚିଲା ଧାନକ୍ଷେତ (୨୦୦୫)
- ଚିତ୍ରଶାଳାର ଗୀତ
- ପ୍ରଥମ ବର୍ଷା
- ଅନ୍ତରଙ୍ଗ ପୃଥିବୀ
- ଦ୍ରାକ୍ଷାଲତାର କାବ୍ୟ
ଅନୁବାଦ
[ସମ୍ପାଦନା]- ପୃଥିବୀର ଆଦିବାସୀ ଲୋକକବିତା (୧୯୯୪)[୪]
- ଛାୟାସୂର୍ଯ୍ୟ (୧୯୭୩)[୫]
- ନୂତନ ପୃଥିବୀର କବିତା (୧୯୮୯)
- ଗ୍ରୀକ୍ କବିତା[୬]
- ଚେରିବନରେ ପ୍ରଥମ ସୂର୍ଯ୍ୟ (୧୯୯୮)
- ପ୍ରୀତିର ପୃଥିବୀ
ଆଲୋଚନା
[ସମ୍ପାଦନା]- ସୃଷ୍ଟି ଓ କୃଷ୍ଟି (୧୯୭୪)
ସଂକଳନ/ସମ୍ପାଦନା
[ସମ୍ପାଦନା]- ଖ୍ରୀଷ୍ଟଦାସ ସଞ୍ଚୟନ (୧୯୭୪) (ଖ୍ରୀଷ୍ଟଦାସ ମହାନ୍ତିଙ୍କ ରଚନାବଳୀର ଆଂଶିକ ସଂକଳନ)
- ଉତ୍ତରଣ (କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ମୁଖପତ୍ର)
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ) ୧୯୯୭
- ଶ୍ରେଷ୍ଠ ଶିକ୍ଷକ ସମ୍ମାନ ୨୦୦୪ (ନିଖିଳ ଉତ୍କଳ ଶିକ୍ଷକ ମହାସଂଘ)
ଆଧାର
[ସମ୍ପାଦନା]- ↑ ଧଳ, ଅରବିନ୍ଦ, ed. (୨୦୦୭). ଭୂମିଲଗ୍ନା - ୧ମ. କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ସଂସଦ. pp. ୨୧୮-୨୩୨.
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୧୦୮, ୫୨୩, ୬୩୮, ୮୮୪. ISBN 81-7400-331-2.
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୩ୟ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୧୫୦. ISBN 81-903352-3-5.
- ↑ http://odishasahityaakademi.org/English/sahitya-award8.php
- ↑ ବ୍ରହ୍ମାନନ୍ଦ ଦାସ; ବ୍ରହ୍ମାନନ୍ଦ ଦାସ; ବ୍ରହ୍ମାନନ୍ଦ ଦାସ; Brahmānanda Dās; ବ୍ରହ୍ମାନନ୍ଦ ଦାସ; Brahmananda Das; Brahmānanda Dās (1973). ଛାୟାସୂର୍ଯ୍ୟ.
- ↑ ସିଂହ, ବିଜୟାନନ୍ଦ (୨୦୦୪). ଓଡ଼ିଆ ଲେଖକ ପରିଚୟ, ୧୮୫୦ ମସିହା ପରବର୍ତ୍ତୀ. ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡ଼େମୀ. pp. ୨୦୨. ISBN 81-7586-097-9.