ଗାୟତ୍ରୀ ବସୁ ମଲ୍ଲିକ

ଉଇକିପିଡ଼ିଆ‌ରୁ
ଗାୟତ୍ରୀ ବସୁ ମଲ୍ଲିକ
ଜନ୍ମ୧୯୩୦
ମୃତ୍ୟୁ୧୫ ନଭେମ୍ବର ୨୦୧୩
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ସନ୍ତାନଶଙ୍କର ବସୁ ମଲ୍ଲିକ, ଗୌରୀ ବସୁ ମଲ୍ଲିକ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା

ଗାୟତ୍ରୀ ବସୁ ମଲ୍ଲିକ (୧୯୩୦ - ୧୫ ନଭେମ୍ବର ୨୦୧୩) ଜଣେ ଓଡ଼ିଆ ସାହିତ୍ୟିକ ଥିଲେ ।[୧][୨] ସେ ଉଭୟ ଉପନ୍ୟାସ ଓ ଗଳ୍ପ ଲେଖୁଥିଲେ । ତାଙ୍କ ଉପନ୍ୟାସ ଲେଖିବାର ଦକ୍ଷତା ପାଇଁ ତାଙ୍କୁ ଉପନ୍ୟାସ ଜଗତର ସାମ୍ରାଜ୍ଞୀ କୁହାଯାଉଥିଲା । ସାହିତ ସର୍ଜନା ନିମନ୍ତେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା ସମେତ ଅନେକ ପୁରସ୍କାର ପାଇଥିଲେ ।

ସାହିତ୍ୟ ସର୍ଜନା[ସମ୍ପାଦନା]

ଗାୟତ୍ରୀ ୨୫ଟି ଉପନ୍ୟାସ ଓ ୨୦୦ରୁ ଉର୍ଦ୍ଧ କ୍ଷୁଦ୍ର ଗଳ୍ପ ରଚନା କରିଥିଲେ । ତାଙ୍କ ଉପନ୍ୟାସକୁ ୧୯୮୩ ମସିହାରେ କାବେରୀ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା ।

ରଚନାବଳୀ[ସମ୍ପାଦନା]

  • ମାଧବୀର ମଧୁରାତି[୩]
  • ମୃଗତୃଷ୍ଣାର ଇତିହାସ
  • ସାତ ସାଗର ତେର ନଈ[୪]
  • ସୂର୍ଯ୍ୟ ପରାଗ[୫]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଗାୟତ୍ରୀ ୧୯୩୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୁତ୍ର ଶଙ୍କର ବସୁ ମଲ୍ଲିକ ମଧ୍ୟ ଜଣେ ଅଭିନେତା । ତାଙ୍କ ଅନ୍ୟ ପୁତ୍ରଙ୍କ ନାମ ଗୌରୀ ବସୁ ମଲ୍ଲିକ ।[୬] ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ସେ ୨୦୧୩ ମସିହା ନଭେମ୍ବର ୧୫ ତାରିଖରେ ଇହଧ୍ୟାମ ତ୍ୟାଗ କରିଥିଲେ ।[୭]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା - ୧୯୯୪[୮]
  • ଉତ୍କଳ ସାହିତ୍ୟ ସମାଜ ପୁରସ୍କାର - ୨୦୦୨

ଆଧାର[ସମ୍ପାଦନା]

  1. ଯତୀନ୍ଦ୍ର ମୋହନ ମହାନ୍ତି (1989). Into Another Intensity: Essays on Oriya Literature. Utkal University Press. Retrieved 22 September 2021.
  2. Spark of Light. AU Press. Retrieved 22 September 2021.
  3. ଯତୀନ୍ଦ୍ର ମୋହନ ମହାନ୍ତି (2006). History of Oriya Literature. Vidya. Retrieved 22 September 2021.
  4. India Literature. Delhi: Sahitya Akademi. 1989. Retrieved 22 September 2021.
  5. ଯତୀନ୍ଦ୍ର ମୋହନ ମହାନ୍ତି (1980). There, where Trees Flower: Essays on Modern Oriya Literature. Bookland International. Retrieved 22 September 2021.
  6. "Noted Writer Gayatri Basumallick Passes Away". www.sambadenglish.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 22 September 2021. Retrieved 22 September 2021.
  7. "ଗାୟତ୍ରୀ ବସୁ ମଲ୍ଲିକଙ୍କ ପରଲୋକ". www.dharitri.com. ଧରିତ୍ରୀ. Archived from the original on 22 September 2021. Retrieved 22 September 2021.
  8. "ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ". www.odishasahityaakademi.org. ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 22 September 2021.