ବିଜୟ ମିଶ୍ର
ବିଜୟ ମିଶ୍ର | |
---|---|
ଜନ୍ମ | ବିଜୟ କୁମାର ମିଶ୍ର ୧୬ ଜୁଲାଇ ୧୯୩୬ |
ମୃତ୍ୟୁ | ୨୬ ଅପ୍ରେଲ ୨୦୨୦ | (ବୟସ ୮୩)
ଜାତୀୟତା | ଭାରତୀୟ |
ଶିକ୍ଷା | ଡିପ୍ଲୋମା ଇଞ୍ଜିନିୟରିଂ |
ଶିକ୍ଷାନୁଷ୍ଠାନ | ନୀଳଗିରି ହାଇସ୍କୁଲ, ଫକୀର ମୋହନ କଲେଜ |
ପ୍ରସିଦ୍ଧି | ଓଡ଼ିଆ ନାଟ୍ୟକାର, ନିର୍ଦ୍ଦେଶକ |
ସନ୍ତାନ | ଅନୁପମ ମିଶ୍ର, ଅରିନ୍ଦମ ମିଶ୍ର |
ପିତାମାତା | ହରିହର ମିଶ୍ର, ଅନ୍ନପୂର୍ଣ୍ଣା ଦେବୀ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ବିଜୟ ମିଶ୍ର (୧୬ଜୁଲାଇ ୧୯୩୬[୧] - ୨୬ ଅପ୍ରେଲ ୨୦୨୦) ଜଣେ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ର ନାଟ୍ୟକାର ଥିଲେ ।[୨][୩][୪][୫] ସେ ବିଭିନ୍ନ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ରରେ ନାଟ୍ୟକାର, ପଟ୍ଟକଥା ଲେଖକ, ସଂଳାପକାର ଏବଂ ନିର୍ଦ୍ଦେଶକ ଆଦି ଭୂମିକା ନିଭାଇଥିଲେ ।[୬] ସେ ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକ ରଚନା କରିଥିଲେ । ତାଙ୍କର ନାଟ୍ୟ ପୁସ୍ତକ ବାନପ୍ରସ୍ଥ ନିମନ୍ତେ ବିଜୟ ମିଶ୍ର ୨୦୧୩ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ।[୭]
ବାଲ୍ୟ ଜୀବନ ଓ ଶିକ୍ଷା
[ସମ୍ପାଦନା]ପିତା ହରିହର ମିଶ୍ର ଓ ମାତା ଅନ୍ନପୂର୍ଣ୍ଣା ଦେବୀଙ୍କଠାରୁ ଜନ୍ମିତ ବିଜୟ କୁମାରଙ୍କ ଗ୍ରାମ ସନ୍ତରା ଗାଡ଼ିଆଠାରେ ଏକ ନାଟ୍ୟ ଦଳ ରହିଥିଲା ଓ ସେମାନେ ତାଙ୍କରି ଘରେ ନାଟକ ଅଭ୍ୟାସ କରୁଥିଲେ । ଏହି ନାଟ୍ୟ ଦଳଟିକୁ ଦେଖି ସେ ନାଟକ ପ୍ରତି ଆକର୍ଷିତ ହୋଇଥିଲେ । ବିଜୟ କୁମାର, ନୀଳଗିରି ହାଇସ୍କୁଲରୁ ମାଟ୍ରିକ ପାସ୍ କରି, ବାଲେଶ୍ୱରର ଫକୀର ମୋହନ କଲେଜରେ ଆଇ.ଏସ୍. ସି ପଢ଼ିଥିଲେ । ଏହାପରେ ୧୯୫୭ ମସିହାରେ କଟକର ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ ଇଞ୍ଜିନିୟରିଂରୁ ସିଭିଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା ହାସଲ କରିଥିଲେ ।
ହାଇସ୍କୁଲର ହାତଲେଖା ପତ୍ରିକା ତଥା ଇଞ୍ଜିନିୟରିଂ ସ୍କୁଲରୁ ପ୍ରକାଶ ପାଉଥିବା 'ପଞ୍ଚଜନ୍ୟ' ପତ୍ରିକାରୁ ସେ ଲେଖା ଲେଖି ଆରମ୍ଭ କରିଥିଲେ ।
ପେଶାଦାର ଜୀବନ
[ସମ୍ପାଦନା]ଇଞ୍ଜିନିୟରିଂ ପାସ କରିସାରିବା ପରେ ବିଜୟ, ହୀରାକୁଦଠାରେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ । ଚାକିରି ସହିତ ନାଟ୍ୟକାର ଜୀବନ ମଧ୍ୟ ଆରମ୍ଭ ହୋଇଥିଲା ଓ ମାତ୍ର ୨୧ ବର୍ଷ ବୟସରେ, ସେ ନିଜର ପ୍ରଥମ ନାଟକ, 'ଜନନୀ' ରଚନା କରିଥିଲେ । କଟକର ଅନ୍ନପୂର୍ଣ୍ଣା-ବି ଦଳର ପ୍ରଖ୍ୟାତ ନିର୍ଦ୍ଦେଶକ ସାମୁଏଲ ସାହୁ ପ୍ରଥମେ ଏହି ବହିଟିକୁ ପସନ୍ଦ କରିନଥିଲେ ମଧ୍ୟ ପରେ ଏହି ନାଟକଟି ଅନ୍ନପୂର୍ଣ୍ଣା-ବି ଦଳଦ୍ୱାରା ସପ୍ତାହକୁ ୬ ଦିନ କରି, ଏକାଦିକ୍ରମେ ୪ ମାସ ଧରି ସଫଳତାର ସହ ମଞ୍ଚସ୍ଥ ହୋଇଥିଲା ।[୮] ପରବର୍ତ୍ତୀ ସମୟରେ ଏହା ଏକ ଚଳଚ୍ଚିତ୍ରର ରୂପ ନେଇଥିଲା । ସେହିପରି ଭାବରେ, ତାଙ୍କ ରଚିତ ନାଟକ, ଯାଯାବର ୧୯୭୫ ମସିହାରେ ମୁକ୍ତିଲାଭ କରିଥିଲା । ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା । ଅକ୍ଷୟ ମହାନ୍ତି ଓ ହେମନ୍ତ ଦାସଙ୍କ ସହ ମିଶି, ତ୍ରିମୁର୍ତ୍ତୀ ନାମରେ ସେ, ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ମଧ୍ୟ କରିଥିଲେ ।
ନାଟକ
[ସମ୍ପାଦନା]ନାଟକ | ମୂଳ ଉତ୍ସ | ରଚନା/ମଞ୍ଚନ | ଅନୁଷ୍ଠାନ | ନିର୍ଦ୍ଦେଶକ |
---|---|---|---|---|
ଜନନୀ | ୧୯୬୦ ଜୁନ | ଅନ୍ନପୂର୍ଣ୍ଣା-ଥିଏଟର ବି କଟକ | ସାମୁଏଲ ସାହୁ | |
ଏକାକୀ | ୧୯୬୧/୬୨ | ମହନଦୀ କ୍ଳବ କଟକ | ରବି ମହାପାତ୍ର | |
ଅଶାନ୍ତ ଗ୍ରହ | ୧୯୬୪ | ଅନ୍ନପୂର୍ଣ୍ଣା-ଥିଏଟର ବି କଟକ | ସାମୁଏଲ ସାହୁ | |
ତିମିର ତୀର୍ଥ | ନରୱେ ନାଟ୍ୟକାର ହେନେରିକ୍ ଇବସନଙ୍କ 'ଦି ଘୋଷ୍ଟ' |
୧୯୬୫ | ଅନ୍ନପୂର୍ଣ୍ଣା-ଥିଏଟର ବି କଟକ | ସାମୁଏଲ ସାହୁ |
ପ୍ରତୀକ୍ଷା | ୧୯୬୬ | ଅନ୍ନପୂର୍ଣ୍ଣା-ଥିଏଟର ବି କଟକ | ସାମୁଏଲ ସାହୁ | |
ଆର୍ତ୍ତନାଦ | ୧୯୬୫/୬୬ | ଶ୍ରୀମା ଥିଏଟର | ଶରତ ମହାନ୍ତି | |
ହେ ସ୍ୱର୍ଗ ବିଦାୟ | ୧୯୬୭ | ସାଳେନ୍ଦ୍ରୀ ରିକ୍ରିଏସନ କ୍ଳବ | ||
ଶବ ବାହକ ମାନେ | ୧୯୬୮ | ଫ୍ରେଣ୍ଡସ ଇଉନିୟନ୍ କ୍ଳବ | ଅଜୟ ମହାନ୍ତି | |
ଯାଯାବର | ୧୯୬୮ | ଜନତା ରଙ୍ଗମଞ୍ଚ କଟକ | ନଟବର ଶେଣ | |
ଏଠି ସେଠି ସବୁଠି | ୧୯୭୦ | ଜନତା ରଙ୍ଗମଞ୍ଚ କଟକ | ଶରତ ମହାନ୍ତି | |
ସାଗର ତୀରେ | ୧୯୭୦ | ଅନ୍ନପୂର୍ଣ୍ଣା-ଥିଏଟର ଏ(ପୁରୀ) | ଶରତ ମହାନ୍ତି | |
ଅସତ୍ୟ ସହର | ୧୯୭୦ | ଅନ୍ନପୂର୍ଣ୍ଣା-ଥିଏଟର ଏ(ପୁରୀ) | ଦୁଃଖୀରାମ ସ୍ୱାଇଁ | |
କଥାଟିଏ କହୁଁ | ଜର୍ମାନୀ ଲେଖକ ବରଟୋଲ୍ଡ ବ୍ରେସଟ | ୧୯୭୦ | ଅନ୍ନପୂର୍ଣ୍ଣା-ଥିଏଟର ଏ(ପୁରୀ) | ଦୁଃଖୀରାମ ସ୍ୱାଇଁ |
ଚନ୍ଦ୍ରଚୋରି | ୧୯୬୮ | କୁମ୍ଭକାର(ଭୁବନେଶ୍ୱର) | ଧୀରେନ ଦାଶ | |
ଲଗ୍ନ | ୧୯୬୯ | କୃଷି ବିଦ୍ୟାଳୟ(ଭୁବନେଶ୍ୱର) | ଧୀରେନ ଦାଶ | |
ହଂସ ବଳକା | ଭି.ଏସ୍.ଏସ୍. ମେଡିକାଲ କଲେଜ(ବୁର୍ଲା) | ଡା଼ ଶ୍ରୀକାନ୍ତ ଦାସ | ||
ଆହ୍ୱାନ | ବ୍ରହ୍ମପୁର ମେଡିକାଲ କଲେଜ | ଡା଼ ଶ୍ରୀକାନ୍ତ ଦାସ | ||
ଦୁଇଟି ସୂର୍ଯ୍ୟ ଦଗ୍ଧ ଫୁଲକୁ ନେଇ | ୧୯୭୨ | ଉତ୍ତର ପୁରୁଷ(ଭୁବନେଶ୍ୱର) | ଅସୀମ ବସୁ | |
ଯାଦୁକର | ୧୯୭୫ | ଉତ୍ତର ପୁରୁଷ(ଭୁବନେଶ୍ୱର) | ଅନନ୍ତ ମହାପାତ୍ର | |
ତଟ ନିରଞ୍ଜନା | ୧୯୭୮ | ଏବଂ ଆମେ(ଭୁବନେଶ୍ୱର) | ଅସୀମ ବସୁ | |
ଜଣେ ରାଜା ଥିଲେ | ଏବଂ ଆମେ(ଭୁବନେଶ୍ୱର) | ସଚ୍ଚି ଦାସ | ||
ବାଦଶା | ୧୯୮୨ | ଏବଂ ଆମେ(ଭୁବନେଶ୍ୱର) | ସଚ୍ଚି ଦାସ | |
ସାକ୍ଷୀ ଇତିହାସ | ଗୋଦାବରୀଶ ମିଶ୍ରଙ୍କ ଉପନ୍ୟାସ '୧୮୧୭' ଓ ଚାର୍ଲସ୍ ଡିକେଲ୍ସଙ୍କ 'ଟେଲ୍ ଓ ଟୁ ସିଟିସ୍' |
୧୯୮୦ | ଅର୍ଥ ବିଭାଗ ସାଂସ୍କୃତିକ ପରିଷଦ | ବିପ୍ରସିଂ |
ଚୋର ପୁଲିସ ଖେଳ | ଜର୍ମାନ ନାଟ୍ୟକାର ବରଗୋଲ୍ଟ ବ୍ରେସଟଙ୍କ 'ଥ୍ରୀ' |
ବିପ୍ରସିଂ | ||
ଧର୍ମାବତାର | ଡୁରେନ୍ ମଟିସଙ୍କ ଗଳ୍ପ 'ଦ ଟ୍ରାପ' | ୧୯୮୮ | ଅର୍ଥ ବିଭାଗ ସାଂସ୍କୃତିକ ପରିଷଦ | ବିପ୍ରସିଂ |
ବନ୍ଦୀ | ଆନ୍ଥୋନୀ ହୋପଙ୍କ 'ପ୍ରୀଜନର୍ ଓ ଜେଣ୍ଡା' | ୧୯୮୫ | ଚିଫ ଇଞ୍ଜିନିୟର ଇରିଗେସନ | ଅସୀମ ବସୁ |
ଫେରିବାର ସମୟ | ଋଷୀୟ ଲେଖକ ଫିଏଜର ଦସ୍ତୋଭିସ୍କିଙ୍କ 'ଇଡିଅଟ' |
୨୦୧୧ | ଚିଫ ଇଞ୍ଜିନିୟର ଇରିଗେସନ | ଅସୀମ ବସୁ |
ଅଜ୍ଞାତ ବାସ | ୧୯୯୧/୯୨ | ଏବଂ ଆମେ(ଭୁବନେଶ୍ୱର) | ଅଜିତ ଦାସ | |
ପାଣୁ ନାୟକର ଜମାନବନ୍ଦୀ | ଭିକ୍ଟୋର ହ୍ୟୁଗୋଙ୍କ 'ଲା ମିଜରେବୁଲ୍' ଓ ଗୋଦାବରୀଶ ମିଶ୍ରଙ୍କ 'ଅଭାଗିନୀ' |
୧୯୯୧/୯୨ | ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ନାଟକ ବିଭାଗ |
ଅଜିତ ଦାସ |
ଯନ୍ତା | ଆଗାଥେ ଖ୍ରୀଷ୍ଟେଙ୍କ 'ମାଉସ ଟ୍ରାପ' | ଉତ୍କଳ ରଙ୍ଗମଞ୍ଚ ଟ୍ରଷ୍ଟ | ଅନନ୍ତ ମହାପାତ୍ର | |
ତା ପରେ ଯମୁନାରେ କଣ ହେଲା |
ଜର୍ଜ ବର୍ଣ୍ଣାଡ ଶଙ୍କ 'ପିଗମିଲନ' | ଉତ୍କଳ ରଙ୍ଗମଞ୍ଚ ଟ୍ରଷ୍ଟ | ପ୍ରସନ୍ନ ମିଶ୍ର | |
ଭୋକ | ଟେନିସ ଉଇଲିଅମଙ୍କର 'ସଡନଲି ଲାଷ୍ଟ ସମର' |
୧୯୯୪ | କ୍ୟାପିଟାଲ ହସ୍ପିଟାଲ | ବିଜୟ ମିଶ୍ର |
ଛ' ମାଣ ଆଠ ଗୁଣ୍ଠ | ଫକୀର ମୋହନ ସେନାପତିଙ୍କର ଉପନ୍ୟାସ | ୨୦୦୭ | 'ଅଜିତ'(ଭୁବନେଶ୍ୱର) | ଅଜିତ ଦାସ |
ଶାସ୍ତି | କାହ୍ନୁ ଚରଣ ମହାନ୍ତିଙ୍କର ଉପନ୍ୟାସ | ୨୦୦୮ | 'ଅଜିତ'(ଭୁବନେଶ୍ୱର) | ଅଜିତ ଦାସ |
ଅପବାଦ | ୨୦୦୮ | ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ ନିବାସ |
ଅଜିତ ଦାସ | |
ମଲାଜହ୍ନ | ଉପେନ୍ଦ୍ର କିଶୋର ଦାସଙ୍କର ଉପନ୍ୟାସ | ୨୦୦୯ | 'ଅଜିତ'(ଭୁବନେଶ୍ୱର) | ଅଜିତ ଦାସ |
ଶେଷ ପାହାଚ | ୨୦୦୯ | ଓଡି଼ଶା ନାଟ୍ୟ ସଂଘ | ଅଜିତ ଦାସ | |
ଜୟଦେବ | ୨୦୧୦ | |||
ଲାଷ୍ଟ ଟ୍ରେନ | ୨୦୧୧ | 'ଅଜିତ'(ଭୁବନେଶ୍ୱର) | ଅଜିତ ଦାସ | |
ନାକଟା ଚିତ୍ରକର | ଫତୁରାନନ୍ଦଙ୍କର ଉପନ୍ୟାସ | ୨୦୧୧ | 'ଅଜିତ'(ଭୁବନେଶ୍ୱର) | ଅଜିତ ଦାସ |
ବାନପ୍ରସ୍ଥ | ୨୦୧୩ |
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩ (ବାନପ୍ରସ୍ଥ ନାଟକ ପାଇଁ ) [୧୧]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୮ (ଯାଦୁକର ନିମନ୍ତେ)
- ବାଇସ୍କୋପ ପୁରସ୍କାର, ୨୦୧୬[୧୨]
- ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୧୯୯୫ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
- ଫକୀରମୋହନ ସାହିତ୍ୟଶ୍ରୀ ପୁରସ୍କାର, ୨୦୧୬ (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ)
ମୃତ୍ୟୁ
[ସମ୍ପାଦନା]ବିଜୟ ମିଶ୍ର ୨୦୨୦ ମସିହାର ଅପ୍ରେଲ ମାସ ୨୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧୩] ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ "ବିଜୟ ମିଶଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". ଧରିତ୍ରୀ. Retrieved 26 April 2020.
- ↑ http://orissa.gov.in/literature/drama.htm
- ↑ Stanley Hochman (1984). McGraw-Hill Encyclopedia of World Drama: An International Reference Work in 5 Volumes. VNR AG. pp. 40–. ISBN 978-0-07-079169-5. Retrieved 2 May 2013.
- ↑ Sisir Kumar Das (1 January 1995). A History of Indian Literature 1911-1956: Struggle for Freedom: Triumph and Tragedy. Sahitya Akademi. pp. 626–. ISBN 978-81-7201-798-9. Retrieved 2 May 2013.
- ↑ Mohan Lal (1992). Encyclopaedia of Indian Literature: sasay to zorgot. Sahitya Akademi. pp. 3854–. ISBN 978-81-260-1221-3. Retrieved 2 May 2013.
- ↑ Nagendra (1988). Indian literature. Prabhat Prakashan. pp. 501–. Retrieved 2 May 2013.
- ↑ "Playwright Bijay Mishra to get Sahitya Akademi award". Odisha Sun Times. 18 December 2013. Retrieved 18 December 2013.
- ↑ "ନାଟ୍ୟ ସମୀକ୍ଷକଙ୍କ ଅଭାବ ରହିଛି". ଧରିତ୍ରୀ. Retrieved 26 April 2020.
- ↑ ତରଙ୍ଗ ଓଡ଼ିଆ ଚ୍ୟାନେଲର ପ୍ରସାରିତ ବୃତ୍ତଚିତ୍ର
- ↑ 'ସଚିତ୍ର ବିଜୟା' ସେପ୍ଟେମ୍ବର ୨୦୧୧ ମସିହାରେ ପ୍ରକାଶିତ ସୀମନ୍ତ ମହାନ୍ତିଙ୍କର ଲେଖା, '୭୫ ବର୍ଷରେ ବିଜୟ, ୫୦ ବର୍ଷର ବିଜୟ'
- ↑ "Playwright Bijay Mishra receives Kendra Sahitya Akademi Award". Odisha Sun Times. Retrieved 21 November 2016.
- ↑ "ବିଜୟ ମିଶ୍ର ପାଇବେ ବାଇସ୍କୋପ ଆବାର୍ଡ଼". ଧରିତ୍ରୀ. Retrieved 21 November 2016.
- ↑ "ବିଶିଷ୍ଟ ନାଟ୍ୟକାର ଓ ସଂଳାପକାର ବିଜୟ ମିଶ୍ରଙ୍କ ପରଲୋକ | Sambad". ସମ୍ବାଦ (in Odia). sambad.in. 26 April 2020. Archived from the original on 26 April 2020. Retrieved 26 April 2020.
{{cite news}}
: CS1 maint: unrecognized language (link)