ଘନଶ୍ୟାମ ମହାପାତ୍ର

ଉଇକିପିଡ଼ିଆ‌ରୁ
ଘନଶ୍ୟାମ ମହାପାତ୍ର
ଜନ୍ମ(1933-01-01)୧ ଜାନୁଆରୀ ୧୯୩୩
ଜାତୀୟତାଭାରତୀୟ
ବୃତ୍ତିଚଳଚ୍ଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକ
ଉଲ୍ଲେଖନୀୟ କୃତିକନକଲତା
ପୁରସ୍କାରଜୟଦେବ ପୁରସ୍କାର

ଘନଶ୍ୟାମ ମହାପାତ୍ର (ଜନ୍ମ : ୦୧ ଜାନୁଆରୀ ୧୯୩୩) ଜଣେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକ । ୨୦୨୧ ମସିହା ପାଇଁ ସେ ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ଜୟଦେବ ପୁରସ୍କାର ଲାଭ କରିଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଘନଶ୍ୟାମ ୧୯୩୩ ମସିହାରେ ଢେଙ୍କାନାଳଠାରେ ଜନ୍ମଗ୍ରହଣ କରିଥିଲେ । ୧୯୫୧ ମସିହାରେ ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢୁଥିବା ସମୟରେ ସେ ବିଧୁଭୂଷଣ ଦାସଙ୍କଦ୍ୱାରା ପ୍ରଭାବିତ ହୋଇ ଡ୍ରାମାପ୍ରତି ଆକର୍ଷିତ ହୋଇଥିଲେ । ୨୨ ବର୍ଷ ବୟସରେ ସେ ବାଙ୍ଗାଲୋରସ୍ଥିତ ଏସ ଜେ ପଲିଟେକନିକ୍ସରେ ସିନେମାଟୋଗ୍ରାଫିରେ ୩ବର୍ଷିୟା ଡିପ୍ଲୋମା ପାଠ୍ୟକ୍ରମରେ ଯୋଗଦେଇଥିଲେ ।

ଚଳଚ୍ଚିତ୍ର ଜୀବନ[ସମ୍ପାଦନା]

ଏସ ଜେ ପଲିଟେକନିକ୍ସରୁ ଶିକ୍ଷା ସମାପ୍ତ କରିବା ପରେ ଘନଶ୍ୟାମ ବମ୍ବେର ଫିଲ୍ମସ୍ଥାନ ଷ୍ଟୁଡ଼ିଓରେ ଯୋଗଦେଇଥିଲେ । ସେଠାରେ ସେ ପ୍ରାୟ ୨୦ଟି ଚଳଚ୍ଚିତ୍ରରେ ସହଯୋଗୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ୧୯୬୦ ମସିହାରେ ସେ ଓଡ଼ିଶାକୁ ଫେରି କୋଣାର୍କ ଫିଲ୍ମ ପ୍ରାଇଭେଟ ଲିମିଟେଡ଼ ନାମରେ ଏକ ପ୍ରଯୋଜନା ସଂସ୍ଥା ସ୍ଥାପନ କରିଥିଲେ ।

୧୯୬୨ ମସିହାରେ ମା ଓ ଶିଶୁ ନାମରେ ସେ ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଏହି ଚଳଚ୍ଚିତ୍ର ଓଡ଼ିଶା ସରକାରଙ୍କଠାରୁ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା । ୧୯୬୯ ମସିହାରେ ସେ ରାଧୁ ଓ ଶ୍ୟାମ ନିର୍ମାଣ କରିଥିଲେ । ପରେ ସେ କୃଷି ଯନ୍ତ୍ରପାତି ନାମରେ ଅନ୍ୟ ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଏସବୁ ଚଳଚ୍ଚିତ୍ର ବହୁ ପୁରସ୍କାର ଜିତିଥିଲେ ।

୧୯୭୪ରେ ସେ ନିଜର ପ୍ରଥମ ସମ୍ପୂର୍ଣ୍ଣ ଚଳଚ୍ଚିତ୍ର କନକଲତା ନିର୍ମାଣ କରିଥିଲେ ।[୧]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Ghanashyam Mohapatra first Technically Qualified Odia Film Entrepreneur". www.odishanewstimes.com. odisha news times. Archived from the original on 5 November 2021. Retrieved 5 November 2021.
  2. "ଘନଶ୍ୟାମ ମହାପାତ୍ରଙ୍କୁ 'ଶ୍ରୀ ଜୟଦେବ ସମ୍ମାନ'". ଧରିତ୍ରୀ. ୬ ନଭେମ୍ବର ୨୦୨୧. p. ୩. Retrieved 10 November 2021. {{cite web}}: Check date values in: |date= (help)

ବାହାର ଆଧାର[ସମ୍ପାଦନା]