ସୁବୋଧ ପଟ୍ଟନାୟକ (୧୯୪୭ ଜନ୍ମ)

ଉଇକିପିଡ଼ିଆ‌ରୁ
ସୁବୋଧ ପଟ୍ଟନାୟକ
ଜନ୍ମ୧୯୪୭
ମୃତ୍ୟୁ୧୭ ସେପ୍ଟେମ୍ବର ୨୦୧୭(2017-09-17) (ବୟସ ୭୦)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ନାଟ୍ୟକାର
ସଂଳାପ ଲେଖକ
ଗାଳ୍ପିକ
ଗୀତିକାର
ସକ୍ରିୟ ବର୍ଷ୧୯୮୪ – ୨୦୧୭

ସୁବୋଧ ପଟ୍ଟନାୟକ (୧୯୪୭ – ୨୦୧୭) ଜଣେ ଓଡ଼ିଆ ନାଟ୍ୟକାର, ସଂଳାପ ଲେଖକ, ଗାଳ୍ପିକ ଓ ଗୀତିକାର ଥିଲେ । ସେ ତାଙ୍କ ରଚିତ ପୁସ୍ତକ ହୋ ଭଗତେ ପାଇଁ ୧୯୯୦ ମସିହାରେ ଏକକ-ନାଟକ ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]

ପେଷା[ସମ୍ପାଦନା]

୧୯୮୪ ମସିହାରେ, ବ୍ରଜରାଜ ମୁଭିଜ‌ଦ୍ୱାରା ନିର୍ମିତ କଥାଚିତ୍ର ଦଣ୍ଡା ବାଳୁଙ୍ଗାରେ ସେ ପ୍ରଥମ କରି ଚିତ୍ରନାଟ୍ୟ ଲେଖିଥିଲେ ।[୨] ଏହି କଥାଚିତ୍ରଟିର ମୁକ୍ତିଲାଭ କରିବା ପୂର୍ବରୁ ସେ କିଏ କାହାର ଓ ବାଜେ ବଇଁଶୀ ନାଚେ ଘୁଙ୍ଗୁର ଭଳି କଥାଚିତ୍ରରେ ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ ।[୩] ସେ ମମତା ମାଗେ ମୁଲ, ଚକାଭଉଁରି, ଜାଇଫୁଲ, ପୁଅ ମୋର କଳାଠାକୁର, ଜଗା ହାତରେ ପଘା ଭଳି ଜଣାଶୁଣା କଥାଚିତ୍ରର ଚିତ୍ରନାଟ୍ୟ ରଚନା କରିଥିଲେ ।[୪] ସେ ୬୦ରୁ ଅଧିକ ଓଡ଼ିଆ କଥାଚିତ୍ର ଓ ୫୦ରୁ ଅଧିକ ନାଟକ ପାଇଁ କାହାଣୀ ଲେଖିଥିଲେ ।[୫] ତାଙ୍କ ରଚିତ ଏକ ନାଟକ 'ମହାଯାତ୍ରା' ୨୦୧୦ ମସିହାରେ ପରାଦୀପଠାରେ ଅନୁଷ୍ଠିତ ଜାତୀୟ ଥିଏଟର ମେଳାରେ ପ୍ରଦର୍ଶିତ ହୋଇଥିଲା ।[୬]

କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର କାମ ମନ୍ତବ୍ୟ
୧୯୬୮ କିଏ କାହାର ସଂଳାପ
୧୯୮୨ ବାଜେ ବଇଁଶୀ ନାଚେ ଘୁଙ୍ଗୁର ଚିତ୍ରନାଟ୍ୟ
୧୯୮୪ ଦଣ୍ଡା ବାଳୁଙ୍ଗା ସଂଳାପ
୧୯୮୪ ଜାଇଫୁଲ
ଜନନୀ ଚିତ୍ରନାଟ୍ୟ
୧୯୮୫ ଜଗା ହାତରେ ପଘା ସଂଳାପ
ସହରୀ ବାଘ
ମମତା ମାଗେ ମୂଲ
ଶଙ୍ଖା ସିନ୍ଦୂର ଚିତ୍ରନାଟ୍ୟ
୧୯୮୬ ଚକାଭଉଁରି ସଂଳାପ
୧୯୮୭ ଚକା ଆଖି ସବୁ ଦେଖୁଛି ସଂଳାପ
ଏଇ ତ ଦୁନିଆଁ
ତୁଣ୍ଡ ବାଇଦ
ସବୁ ମାୟାରେ ବାୟା
୧୯୮୮ ପୁଅ ମୋର କଳା ଠାକୁର
ଥିଲି ଝିଅ ହେଲି ବୋହୂ
୧୯୮୯ ମମତାର ଡୋରି
ବିଧିର ବିଧାନ
୧୯୯୧ ତୋ ବିନୁ ଅନ୍ୟ ଗତି ନାହିଁ
କପାଳ ଲିଖନ
୧୯୯୨ ମୁକ୍ତି ତୀର୍ଥ
ଘର ମୋର ସ୍ୱର୍ଗ
୧୯୯୩ ଭାଗ୍ୟ ହାତେ ଡୋରି
୧୯୯୪ ମହୁଆ
୧୯୯୫ ମଣି ନାଗେଶ୍ୱରୀ
୧୯୯୬ ପୁଅ ମୋର ଭୋଳାଶଙ୍କର ସଂଳାପ ଓ ଚିତ୍ରନାଟ୍ୟ
ସୁହାଗ ସିନ୍ଦୂର ସଂଳାପ
୧୯୯୭ ସୁନା ସଂସାର
ଗଙ୍ଗା ଯମୁନା
୧୯୯୮ ସୁନା ପାଲିଙ୍କି
୧୯୯୯ କଳ୍କୀ ଅବତାର
ସୁନା ହରିଣୀ ସଂଳାପ ଓ ଚିତ୍ରନାଟ୍ୟ
ପରଦେଶୀ ବାବୁ ସଂଳାପ
କାଳଚକ୍ର
ମା ପରି କିଏ ହେବ
ଶାଶୁ ହାତକଡ଼ି ଭାଉଜ ବେଡ଼ି
୨୦୦୧ ଧର୍ମ ଦେବତା
୨୦୦୨ ସିନ୍ଦୂର ନୁହେଁ ଖେଳଘର
ପୁଅ ମୋର ଜଗତ ଜିତା
୨୦୦୩ ଏ ଯୁଗର କୃଷ୍ଣ ସୁଦାମା
ସାବତ ମାଆ
ସୁନା ସଙ୍ଖାଳୀ
୨୦୦୪ ଆଇ ଲଭ୍ ୟୁ
ସାଥୀରେ
ରଖିବ ଯଦି ସେ ମାରିବ କିଏ ସଂଳାପ ଓ ଚିତ୍ରନାଟ୍ୟ
୨୦୦୫ ଅର୍ଜୁନ
ଅଗ୍ନି ପରୀକ୍ଷା ସଂଳାପ
ଜୟ ଶ୍ରୀରାମ
ଧର୍ମର ହେବ ଜୟ
୨୦୦୬ ତୁ ଏକା ଆମ ସାହା ଭରସା
୨୦୦୭ ପାଗଳ ପ୍ରେମୀ
ମହାନାୟକ ସଂଳାପ ଓ ଚିତ୍ରନାଟ୍ୟ
୨୦୦୯ ଧୀରେ ଧୀରେ ପ୍ରେମ ହେଲା ସଂଳାପ
ସାତସୁରେ ବନ୍ଧା ଏ ଜୀବନ ସଂଳାପ ଓ ଚିତ୍ରନାଟ୍ୟ
୨୦୧୦ ତୋର ମୋର ଯୋଡ଼ି ସୁନ୍ଦର
୨୦୧୨ ଓମ୍ ସାଇ ରାମ୍ ସଂଳାପ

ମୃତ୍ୟୁ[ସମ୍ପାଦନା]

୨୦୧୭ ମସିହାର ସେପ୍ଟେମ୍ବର ୧୬ ତାରିଖରେ କଟକଠାରେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।[୭][୮] ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. "Eminent Odia cinema scriptwriter Dr Subodh Patnaik no more - Times of India". The Times of India. Retrieved 2019-01-27.
  2. "Writer-lyricist Subodh Patnaik no more | OTV" (in ଆମେରିକୀୟ ଇଂରାଜୀ). 2017-09-16. Retrieved 2019-01-27.
  3. Bureau, Odisha Sun Times. "Odisha cine dialogue writer Subodh Patnaik passes away | OdishaSunTimes.com" (in ଆମେରିକୀୟ ଇଂରାଜୀ). Retrieved 2019-01-27.
  4. "Eminent screenplay writer Subodh Patnaik dies at 70". KalingaTV (in ଆମେରିକୀୟ ଇଂରାଜୀ). 2017-09-16. Retrieved 2019-01-27.
  5. "Eminent screenplay writer Subodh Patnaik passes away". The New Indian Express. Retrieved 2019-01-27.
  6. Chakra, Shyamhari (2010-05-27). "Different tales, different takes". The Hindu (in Indian English). ISSN 0971-751X. Retrieved 2019-01-28.
  7. "Eminent Odia Cinema dialogue writer Dr Subodh Patnaik dies at 70". Pragativadi: Leading Odia Dailly (in ଆମେରିକୀୟ ଇଂରାଜୀ). 2017-09-16. Retrieved 2019-01-27.
  8. Bureau, ReportOdisha (2017-09-16). "Noted Script Writer of Ollywood Dr.Subodh Patnaik passed away". ReportOdisha (in ଆମେରିକୀୟ ଇଂରାଜୀ). Archived from the original on 2019-01-27. Retrieved 2019-01-27.

ବାହାର ଲିଙ୍କ୍[ସମ୍ପାଦନା]