ରତ୍ନାକର ଚଇନି

ଉଇକିପିଡ଼ିଆ‌ରୁ
ରତ୍ନାକର ଚଇନି
ଜନ୍ମ ଓ ଜନ୍ମସ୍ଥାନ(1945-08-25)୨୫ ଅଗଷ୍ଟ ୧୯୪୫
ଅରେଇ , ସାଲେପୁର , କଟକ
ମୃତ୍ୟୁ୧୮ ଅପ୍ରେଲ ୨୦୨୦(2020-04-18) (ବୟସ ୭୪)
କଟକ
ବୃତ୍ତିନାଟ୍ୟକାର, ଗାଳ୍ପିକ, ଔପନ୍ୟାସିକ, ସମାଲୋଚକ
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାସ୍ନାତକୋତ୍ତର, ପିଏଚଡ଼ି
ଶିକ୍ଷାନୁଷ୍ଠାନନେମାଳ ହାଇସ୍କୁଲ, ଖ୍ରୀଷ୍ଟ ମହାବିଦ୍ୟାଳୟ ରେଭେନ୍ସା ମହାବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିକଳଙ୍କିତ ସୂର୍ଯ୍ୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଦସ୍ତଖତ

ରତ୍ନାକର ଚଇନି( ୨୫ ଅଗଷ୍ଟ ୧୯୪୫ - ୧୮ ଅପ୍ରେଲ ୨୦୨୦) ଜଣେ ଓଡ଼ିଆ ନାଟ୍ୟକାର, ଗାଳ୍ପିକ ଓ ଔପନ୍ୟାସିକ ଓ ସମାଲୋଚକ ଥିଲେ । ଲେଖନୀ ଚାଳନା ସହ ଜଣେ ସାହିତ୍ୟ ସଂଗଠକ ଓ ଶିକ୍ଷାବିତ ଭାବେ ସେ ନିଜକୁ ପ୍ରତିଷ୍ଠିତ କରିଥିଲେ । ୨୦୧୦ ମସିହାରେ ସଂସ୍କାର ଭାରତୀ ଓ ଉତ୍କଳ ସାହିତ୍ୟ ସମାଜର ଅଧ୍ୟକ୍ଷ କାର୍ଯ୍ୟ ତୁଲାଇଥିଲେ । [୧] ତାଙ୍କର ଏଯାବତ ୧୧୧ ଖଣ୍ଡ ପୁସ୍ତକ ପ୍ରକାଶ ପାଇସାରିଛି ।[୨]

ଜୀବନୀ[ସମ୍ପାଦନା]

ରତ୍ନାକର, ୧୯୪୫ ମସିହାରେ ସାଲେପୁର ଅନ୍ତର୍ଗତ ଅରେଇଠାରେ ଜନ୍ମଗ୍ରହଣ କରିଥିଲେ । ସେ ନେମାଳ ହାଇସ୍କୁଲରୁ ମେଟ୍ରିକ ପାସ କଲା ପରେ , ଖ୍ରୀଷ୍ଟ ମହାବିଦ୍ୟାଳୟରୁ ସ୍ନାତକ, ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି, ୧୯୭୮ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡି ହାସଲ କରିଥିଲେ । ଖ୍ରୀଷ୍ଟ ମହାବିଦ୍ୟାଳୟରେ ପଢ଼ିବା ସମୟରେ ମନୋଜ ଦାସ ତାଙ୍କର ଅଧ୍ୟାପକ ଥିଲେ । ୧୯୭୯ ମସିହାରୁ ସେ ଅଧ୍ୟାପନା ଆରମ୍ଭ କରି ଶୈଳବାଳା ମହିଳା ମହାବିଦ୍ୟାଳୟରୁ ବିଭାଗୀୟ ମୁଖ୍ୟ ହୋଇ ଅବସର ଗ୍ରହଣ କରିଥିଲେ । ତାଙ୍କ ଅଧିନରେ ଅନେକ ଛାତ୍ର ପିଏଚଡି କରିଥିଲେ ।[୩]

ରଚନାବଳୀ[ସମ୍ପାଦନା]

ନାଟକ[ସମ୍ପାଦନା]

  • ନାଟ୍ୟ ରତ୍ନାକର (୨୦୦୭)
  • ତ୍ରିଆରା (୨୦୦୬)
  • ସୁନାକଳସ (୧୯୯୮)
  • ପକ୍ଷ ଓ ଚରିତ୍ର (୧୯୮୭)
  • ଅଥଚ ଚାଣକ୍ୟ (୧୯୮୨)
  • ମୁଖା (୧୯୮୦)
  • ପୁନଶ୍ଚ ପୃଥିବୀ (୧୯୭୭)
  • କଳଙ୍କିତ ସୂର୍ଯ୍ୟ (୧୯୭୪), (ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ)
  • ଅପଦେବତା (୧୯୭୩)
  • ରାଜହଂସ (୧୯୭୦) (ସର୍ବଭାରତୀୟ ପ୍ରତିଯୋଗିତା, ଅହମ୍ମଦାବାଦରେ ପ୍ରଥମ-୧୯୭୨)
  • ମଞ୍ଚନାୟିକା (୧୯୬୮)
  • ଅସ୍ତରାଗର ଚନ୍ଦ୍ର (୧୯୬୭)
  • ଶେଷ ଅଶ୍ରୁ (୧୯୬୬)

ଆଲୋଚନା ଓ ସମାଲୋଚନା[ସମ୍ପାଦନା]

  • ଆଧୁନିକ ଓଡ଼ିଆ ନାଟକ ଏକତୁଳନାତ୍ମକ ଅଧ୍ୟାୟ (୨୦୦୧)
  • ସନ୍ଥ ସାହିତ୍ୟ କୋଷ (୧୯୯୮) ବୈଷ୍ଣବ ସାହିତ୍ୟ ଅଭିଧାନ
  • ସନ୍ଥକବି ଅଚ୍ୟୁତାନନ୍ଦ (୧୯୯୮),
  • ଓଡ଼ିଆ ନାଟକର ଉଦ୍ଭବ ବିକାଶ (୧୯୭୮)(ପି.ଏଚ୍‌.ଡ଼ି. ଉପାଧି ସନ୍ଦର୍ଭ)
  • କବିଗୋପାଳକୃଷ୍ଣ (୧୯୭୦)
  • ଉଦ୍ଭଟ ନାଟ୍ୟ ପରମ୍ପରା (୧୯୭୦)

କ୍ଷୁଦ୍ରଗଳ୍ପ[ସମ୍ପାଦନା]

  • ନିଷିଦ୍ଧ ଶୃଙ୍ଗାର (୧୯୮୪)
  • ଋତୁର ନାମ ପିପାସା (୧୯୮୩)
  • ସୂର୍ଯ୍ୟାସ୍ତର ଉପବନ (୧୯୭୯)
  • କହ ଲଳିତା (୧୯୭୭)
  • ମୁଠାଏ ଶୂନ୍ୟତା (୧୯୭୩)
  • ଗପ (୧୯୭୨)

ଉପନ୍ୟାସ[ସମ୍ପାଦନା]

  • ଫୁଲଫଗୁଣ (୧୯୬୮)
  • ଅବ୍ୟକ୍ତ ଗୋଧୁଳି (୧୯୬୭)
  • ରାତ୍ରୀର ରଜନୀଗନ୍ଧା (୧୯୬୫)
  • ଲୁହ ଲହରୀ (୧୯୬୩)

ସମ୍ପାଦନା[ସମ୍ପାଦନା]

  • ଅଚ୍ୟୁତାନନ୍ଦ ରଚନାବଳୀ
  • ଆଜିର ଗଳ୍ପ
  • ଆଜିର ପ୍ରବନ୍ଧ
  • କାବ୍ୟ-କବିତା
  • ସ୍ୱାଧୀନତ୍ତୋର ଓଡ଼ିଆ ସାହିତ୍ୟ
  • ଓଡ଼ିଆ ଭାଷାକୋଷ ୮ ଖଣ୍ଡ ଓ ପରବର୍ତ୍ତୀ ଖଣ୍ଡ ସମ୍ପାଦନା କର୍ମରେ ଜଡ଼ିତ[୪][୫]

ଆତ୍ମଜୀବନୀ[ସମ୍ପାଦନା]

  • ଜୀବନ କମାରଶାଳ

ଅନୁବାଦ[ସମ୍ପାଦନା]

  • ଭିରେଶ ଲିଙ୍ଗମ୍‌ (ସାହିତ୍ୟ ଏକାଡ଼େମୀ ନୂଆଦିଲ୍ଲୀ) ପଞ୍ଜାବୀ ଏକାଙ୍କି ଏନ୍‌.ବି.ଟି. ନୂଆଦିଲ୍ଲୀ)

ଇଂରାଜି[ସମ୍ପାଦନା]

  • Achyutan nanda Das, Contribution of ‘Pancha sakha’s the five saint- poets of Orissa.

କଥାଚିତ୍ର[ସମ୍ପାଦନା]

  • ଶୂନ୍ୟସ୍ୱରୂପ- (କାହାଣୀ ଓ ସଂଳାପ)- ଜାତୀୟ ପୁରସ୍କାର ପ୍ରାପ୍ତ ଆର୍ନ୍ତଜାତିକ ପାନୋରମାରେ ବର୍ଲିନ୍‌ରେ ପ୍ରଦର୍ଶିତ

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୭ (କଳଙ୍କିତ ସୂର୍ଯ୍ୟ) [୬]
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୮୨ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୭]
  • ସାହିତ୍ୟ ଭାରତୀ ସମ୍ମାନ (ସାମଗ୍ରୀକ କୃତି, ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ) - ୨୦୧୬ [୮]
  • ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୧୯୯୯ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ଗଣକବି ବୈଷ୍ଣବ ପାଣି ସମ୍ମାନ (୧୯୯୯)
  • ନାଟ୍ୟ ଭୂଷଣ ସମ୍ମାନ- ଇଣ୍ଟରନ୍ୟାସ୍‌ନାଲ ଥିଏଟର ଫେଷ୍ଟିଭାଲ (୨୦୦୩)
  • ତୁଳସୀ ସାହିତ୍ୟ ସଂସଦ- ନାଟ୍ୟଶ୍ରୀ ସମ୍ମାନ (୧୯୯୭)
  • ନାଟ୍ୟକାର ସମ୍ମାନ (୧୯୯୩ )
  • ପ୍ରଜାତନ୍ତ୍ର- ବିଷୁବ ପୁରସ୍କାର (୧୯୮୫) (କ୍ଷୁଦ୍ର ଗଳ୍ପ)
  • ଉନ୍ମେଷ ସମ୍ମାନ, କଟକ (୧୯୮୩) (ସମାଲୋଚନା ସାହିତ୍ୟ)
  • ୟୁରେକା ସମ୍ମାନ, କଟକ (୧୯୮୧) (ସାମଗ୍ରୀକ କୃତି)
  • ଧରିତ୍ରୀ- ସାହିତ୍ୟ ସମ୍ମାନ (୧୯୮୦) (ସାମଗ୍ରୀକ କୃତି)
  • ଶ୍ରେଷ୍ଠ ନାଟ୍ୟକାର ସମ୍ମାନ- ଅହମ୍ମଦାବାଦ ସର୍ବଭାରତୀୟ ନାଟ୍ୟ ପ୍ରତିଯୋଗିତା (୧୯୭୨)

ମୃତ୍ୟୁ[ସମ୍ପାଦନା]

୨୦୨୦ ମସିହା ଅପ୍ରେଲ ୧୮ ତାରିଖରେ କଟକରେ ତାଙ୍କର ପରଲୋକ ଘଟିଥିଲା ।[୯] ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. http://m.khabarodisha.com/Khabar-Odisha-Special-and-Odisha-News-Detail/ratnakar-chaini-will-get-sahitya-bharati-samman-for-the-year-2017-9199#sthash.gv5EUChU.dpuf[permanent dead link]
  2. http://sahitya-akademi.gov.in/sahitya-akademi/SASearchSystem/sauser/writerinfo.jsp?wrids=185
  3. "ଚିରନିଦ୍ରାରେ ସାରସ୍ୱତ ସାଧକ ଡ. ରତ୍ନାକର ଚଇନି". odishareporter.in. odisha reporter. Archived from the original on 19 April 2020. Retrieved 18 April 2020.
  4. odiasahitya.com: ନାଟ୍ୟକାର ଡକ୍ଟର ରତ୍ନାକର ଚଇନିଙ୍କ ସହ ସାକ୍ଷାତକାର
  5. openlibrary.org: Ratnakar Chaini
  6. "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Retrieved 24 February 2021.
  7. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୨ ଜୁନ ୨୦୨୧. {{cite web}}: Check date values in: |accessdate= (help)
  8. "Odia writer Ratnakar Chaini awarded with 'Sahitya Bharati Samman'". Pragativadi. Retrieved 10 January 2019.
  9. "ବିଶିଷ୍ଟ ନାଟ୍ୟକାର ରତ୍ନାକର ଚଇନିଙ୍କ ପରଲୋକ". sambad.in. ସମ୍ବାଦ. Archived from the original on 19 April 2020. Retrieved 18 April 2020.

ବାହାର ଆଧାର[ସମ୍ପାଦନା]