ନୀଳ ମାଧବ ପଣ୍ଡା
ନୀଳ ମାଧବ ପଣ୍ଡା | |
---|---|
ଜନ୍ମ | |
ବୃତ୍ତି(ସମୂହ) | କଥାଚିତ୍ର ନିର୍ଦ୍ଦେଶକ, ପ୍ରଯୋଜକ |
ସକ୍ରିୟ ବର୍ଷ | ୧୯୯୮-ଏବେଯାଏଁ |
ନୀଳ ମାଧବ ପଣ୍ଡା (ଜନ୍ମ: ୧୮ ଅକ୍ଟୋବର ୧୯୭୩) ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ଜନ୍ମିତ ଜଣେ କଥାଚିତ୍ର ନିର୍ଦ୍ଦେଶକ । ତାଙ୍କର ଆଇ ଆମ୍ କାଲାମ କଥାଚିତ୍ର ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ଜିତିଅଛି । [୧]
ବାଲ୍ୟ ଜୀବନ
[ସମ୍ପାଦନା]ନୀଳ ମାଧବ ପଣ୍ଡା ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାର ଦଶରାଜପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଆଦିତ୍ୟ ପ୍ରସାଦ ପଣ୍ଡା ଓ ମାତାଙ୍କ ନାମ ମାୟା ପଣ୍ଡା, ତାଙ୍କର ୩ ଭଉଣୀ ଅଛନ୍ତି । ସେ ତାଙ୍କ ପ୍ରାଥମିକ ଶିକ୍ଷା ତାଙ୍କ ନିଜ ଗ୍ରାମ ବିଦ୍ୟାଳୟରେ କରିଥିଲେ । ଗ୍ରାମ ବିଦ୍ୟାଳୟରେ ଉଚ୍ଚପ୍ରାଥମିକ ଶିକ୍ଷା ପାଇଁ ବ୍ୟବସ୍ଥା ନଥିବାରୁ ସେ ତାଙ୍କ ଗ୍ରାମଠାରୁ ୮ କି.ମି ଦୁର ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଚାଲି ଚାଲି ଯିବା ଆସିବା କରି ପାଠ ପଢ଼ିଥିଲେ । ତା' ପରେ ସେ ଉଲୁଣ୍ଡା ଉଚ୍ଚବିଦ୍ୟାଳୟରେ ପଢ଼ିଥିଲେ ଯାହା ତାଙ୍କ ଗ୍ରାମଠାରୁ ୯ କି.ମି ଦୂରରେ ଅବସ୍ଥିତ ଥିଲା । ସେତେ ବେଳେ ସେ ସାଇକେଲ୍ରେ ଯିବା ଆସିବା କରୁଥିଲେ । ସେ ମଧ୍ୟ ଆଇ.ଆଇ.ଏମ୍ ବାଙ୍ଗାଲୋରରେ ପଢ଼ିଛନ୍ତି । [୨]
ପେସାଦାର ଜୀବନ
[ସମ୍ପାଦନା]୧୯୯୮ ମସିହାରେ ସେ ମଲ୍ଟିମିଡ଼ିଆ ପ୍ରଡକ୍ସନ୍ ସଂସ୍ଥା "ଏଲିଆନୋରା ଇମେଜ୍ସ୍" ଗଠନ କଲେ । [୩]
ନିର୍ଦ୍ଦେଶନା
[ସମ୍ପାଦନା]ସମ୍ପୂର୍ଣ୍ଣ ଚଳଚ୍ଚିତ୍ର
[ସମ୍ପାଦନା]- ଆଇ ଆମ୍ କଲାମ୍ (୨୦୧୧) [୪]
- ଦି ଓମେନ୍ ଫ୍ରମ୍ ଜର୍ଜିଆ (ୟୁଏସ୍ଏ,ନିର୍ମାଣାଧିନ)
- ପଜିଟିଭ୍ ନେଗେଟିଭ୍ (ଏଚ୍.ଆଇ.ଭି. ଏଡ୍ସ୍ ଉପରେ ଆଧାରିତ/ନିର୍ମାଣାଧିନ)
- କୌନ କିତନା ପାନି ମେ (୨୦୧୫)[୫]
- ଜଲ୍ପରୀ
- ଲଭ୍ ଇଜ୍ ନଟ୍ ମାଥେମେଟିକ୍ସ
- ବବ୍ଲୁ ହାପି ହେ
- ବ୍ରୋକନ୍ ହିଲ୍ସ୍
- ହାଲକା (୨୦୧୮)[୬]
ମାନ ସମ୍ମାନ
[ସମ୍ପାଦନା]- ପଦ୍ମଶ୍ରୀ[୬]
- ସମ୍ମାନସୂଚକ ଡକ୍ଟରେଟ - ୨୦୧୮(ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ)[୭]
- ୟୁନାଇଟେଡ୍ ନେସନ୍ସ୍ ଭିଜୁଆଲ୍ ମିଡିଆ ଫେଲୋସିପ୍ (୨୦୦୨)
- ହିରୋଇଜିମ୍ ଇନ୍ ସିନେମାଟୋଗ୍ରାଫି, (୨୦୦୩) ଟିଏଚ୍ପି, ନ୍ୟୁୟର୍କ୍
- ୟୁକେ ଫିଲ୍ମ୍ ଫେଲୋସିପ୍ (୨୦୦୫)
- କ୍ରିଏଟିଭ୍ ଫ୍ୟୁଚର୍ସ୍ ଅଫ୍ ଇଣ୍ଡିଆ (୨୦୦୫), (ଲଙ୍ଗେସ୍ଟ୍ ଜର୍ଣ୍ଣି ଆବାର୍ଡ୍), ବ୍ରିଟିଶ୍ କାଉନ୍ସିଲ୍ [୮]
- କନ୍ୟା ଭ୍ରୁଣ ହତ୍ୟା ବିରୁଦ୍ଧରେ ଲଢ଼ିବା ପାଇଁ ଏକ୍ସିଲେନ୍ସ୍ ଇନ୍ ମିଡିଆ (୨୦୧୦)
- ଅରବିନ୍ଦମ୍ ପୁରସ୍କାରମ୍ (ବେଷ୍ଟ ଡେବ୍ୟୁ ଆୱାର୍ଡ) (ଆଇ ଆମ କଲାମ) (୨୦୧୦) [୯]
ଆଧାର
[ସମ୍ପାଦନା]- ↑ "The story that Kalam inspired". Archived from the original on 2011-08-30. Retrieved 2011-06-03.
- ↑ "creative future". Archived from the original on 2007-09-29. Retrieved 2011-12-30.
- ↑ "About Eleeanora Images". Archived from the original on 2011-08-10. Retrieved 2011-12-30.
- ↑ "Movie I Am Kalam". Archived from the original on 2012-06-14. Retrieved 2011-12-30.
- ↑ http://indianexpress.com/article/entertainment/bollywood/kaun-kitne-paani-mein-is-a-satire-director-nila-madhab-panda/
- ↑ ୬.୦ ୬.୧ http://www.dharitri.com/main/news/69167
- ↑ https://www.telegraphindia.com/states/odisha/space-crunch-hits-varsity-212052
- ↑ "Honors". Archived from the original on 2011-09-11. Retrieved 2011-12-30.
- ↑ "Awards". Archived from the original on 2012-04-01. Retrieved 2011-12-30.