ହେମେନ୍ଦ୍ର ଚନ୍ଦ୍ର ସିଂହ
ହେମେନ୍ଦ୍ର ଚନ୍ଦ୍ର ସିଂହ | |
---|---|
ସାଂସଦ: ୧୬ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୧୪ – ୫ ସେପ୍ଟେମ୍ବର ୨୦୧୪ | |
ପୂର୍ବ ଅଧିକାରୀ | ରୁଦ୍ର ମାଧବ ରାୟ |
ପର ଅଧିକାରୀ | ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ |
ନିର୍ବାଚନ ମଣ୍ଡଳୀ | କନ୍ଧମାଳ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୯ ସେପ୍ଟେମ୍ବର ୧୯୬୭ |
ମୃତ୍ୟୁ | ୫ ସେପ୍ଟେମ୍ବର ୨୦୧୪ ଭୁବନେଶ୍ୱର | (ବୟସ ୪୬)
ମୃତ୍ୟୁର କାରଣ | ହୃଦ୍ଘାତ ଓ ସେପ୍ସିସ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ |
ସନ୍ତାନ | ଦକ୍ଷୟନୀ ମଞ୍ଜରୀ ସିଂହ, ଅରଣ୍ୟରାଜ କିଶୋର ସିଂହ |
ଶିକ୍ଷାନୁଷ୍ଠାନ | ରାଜକୁମାର କଲେଜ, ରାୟପୁର |
ପେଷା | ରାଜନେତା |
ହେମେନ୍ଦ୍ର ଚନ୍ଦ୍ର ସିଂହ (୨୯ ସେପ୍ଟେମ୍ବର ୧୯୬୭ – ୫ ସେପ୍ଟେମ୍ବର ୨୦୧୪) ଜଣେ ଭାରତୀୟ ରାଜନେତା ଥିଲେ । ସେ ୨୦୧୪ ଭାରତୀୟ ସାଧାରନ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ କନ୍ଧମାଳ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ ଓ ପରିବାର
[ସମ୍ପାଦନା]ମହାରାଜା ବି.କେ. ସିଂହ ଓ ମହାରାଣୀ ଲୋକ୍ରାଜୟାଙ୍କର ୨ୟ ସନ୍ତାନ ଭାବରେ ହେମେନ୍ଦ୍ର ନୟାଗଡ଼ର ରାଜ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବଡ଼ ଭାଇ ଗଜେନ୍ଦ୍ର ଚନ୍ଦ୍ର ସିଂହ । ସେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କୁ ବିବାହ କରିଥିଲେ, ଯିଏକି ତାଙ୍କ ମୃତ୍ୟୁ ପରେ ଉପ-ନିର୍ବାଚନରେ ବିଜୟୀ ହୋଇ ସାଂସଦ ହୋଇଥିଲେ ।
ରାଜନୈତିକ ଜୀବନ
[ସମ୍ପାଦନା]ହେମେନ୍ଦ୍ର ଓଡ଼ିଶା ରାଜନୀତିରେ ପ୍ରଥମ ଭାରତୀୟ କଂଗ୍ରେସର ଓ ପରେ ବିଜୁ ଜନତା ଦଳର କର୍ମୀ ଭାବରେ ସକ୍ରିୟ ଥିଲେ । ଫେବୃଆରୀ ୨୦୧୪ରେ ସେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ।[୨]
୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନୟାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୩୯,୭୫୯ ଖଣ୍ଡ ଭୋଟ ପାଇଥିଲେ, ମାତ୍ର ବିଜୁ ଜନତା ଦଳ ପ୍ରାର୍ଥୀ ଅରୁଣ କୁମାର ସାହୁଠାରୁ ୨୭,୩୪୧ ଭୋଟରେ ପରାଜିତ ହୋଇଥିଲେ ।[୩]
୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ ସେ କନ୍ଧମାଳ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେଡିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ହରିହର କରଣଙ୍କୁ ୧,୮୧,୦୧୭ ଖଣ୍ଡ ଭୋଟରେ ପରାସ୍ତ କରି ୧୬ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଏହି ଲୋକ ସଭାରେ ସେ ସାଂସଦ ଭାବରେ ତାଙ୍କର ମୃତ୍ୟୁ ଯାଏଁ କାମ କରିଥିଲେ ।[୪]
ମୃତ୍ୟୁ
[ସମ୍ପାଦନା]ହୃଦ୍ଘାତ ଓ ସେପ୍ସିସରେ ପୀଡ଼ିତ ହୋଇ ଭୁବନେଶ୍ୱରରେ ଚିକିତ୍ସାଧିନ ଥିବେଳେ[୫] ୨୦୧୪ ମସିହାର ସେପ୍ଟେମ୍ବର ୫ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା ।[୬][୭] ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା ।[୮]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Constituencywise Trends". Election Commission of India. Archived from the original on 28 May 2014. Retrieved 18 May 2014.
- ↑ Dehury, Chinmaya. "Hemendra Singh joins BJD". Odisha Sun Times. Retrieved 18 May 2014.
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
27341
- ↑ "ନୟାଗଡ଼ର କୌଣସି ବିକାଶ ହୋଇନି, ନାଁ ନନେଇ ଅରୁଣଙ୍କୁ ପ୍ରତ୍ୟୁଷା ରାଜେଶ୍ବରୀଙ୍କ ଟାର୍ଗେଟ". ETV Bharat News. 6 September 2022. Archived from the original on 5 September 2023. Retrieved 5 September 2023.
- ↑ "BJD MP Hamendra Chandra Singh dies, four days after suffering heart attack". The Indian Express. Retrieved 5 September 2014.
- ↑ "BJD MP Hemendra Singh passes away". ABP News. Retrieved 5 September 2014.
- ↑ "BJD MP Hemendra Chandra Singh dead". The Hindu. Retrieved 5 September 2014.
- ↑ "Kandhamal MP Hemendra Singh dies at age 47". Odisha TV. Archived from the original on 5 September 2014. Retrieved 5 September 2014.