ପ୍ରଭାସ କୁମାର ସିଂହ
ପ୍ରଭାସ କୁମାର ସିଂହ | |
---|---|
ସାଂସଦ: ୧୬ଶ ଲୋକ ସଭା | |
କାର୍ଯ୍ୟକାଳ ୧ ସେପ୍ଟେମ୍ବର ୨୦୧୪ – ୨୦୧୯ | |
ପୂର୍ବ ଅଧିକାରୀ | ସଞ୍ଜୟ ଭୋଇ |
ପର ଅଧିକାରୀ | ସୁରେଶ ପୂଜାରୀ |
ନିର୍ବାଚନ ମଣ୍ଡଳୀ | ବରଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଭାଟିଗାଁ, ବରଗଡ଼, ଓଡ଼ିଶା | ୨୫ ଜୁନ ୧୯୬୪
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ମଞ୍ଜୁଶ୍ରୀ ସିଂହ |
ସନ୍ତାନ | ୨ |
ଘର | ଭାଟିଗାଁ, ବରଗଡ଼, ଓଡ଼ିଶା |
ଶିକ୍ଷାନୁଷ୍ଠାନ | ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ |
ବୃତ୍ତି | ରାଜନେତା |
୧୬ ଡିସେମ୍ବର, ୨୦୧୬ ସୁଦ୍ଧା ଆଧାର: [୧] |
ପ୍ରଭାସ କୁମାର ସିଂହ (ଜନ୍ମ: ୨୫ ଜୁନ ୧୯୬୪) ଜଣେ ଭାରତୀୟ ରାଜନେତା । ସେ ୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ ବରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ୧୬ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ସେ ୧୧,୧୭୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।[୨]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ପ୍ରଭାସ ୧୯୬୪ ମସିହାର ଜୁନ ୨୫ ତାରିଖରେ ବରଗଡ଼ ଜିଲ୍ଲାର ଭାଟିଗାଁଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସାଧୁଚରଣ ସିଂହ ଓ ପତ୍ନୀଙ୍କ ନାମ ମଞ୍ଜୁଶ୍ରୀ ସିଂହ ।[୩] ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ସେ କଳାରେ ସ୍ନାତକୋତ୍ତର କରିବା ପରେ ପିଏଚ୍ଡି କରିଛନ୍ତି ।[୪]
ରାଜନୈତିକ ଜୀବନ
[ସମ୍ପାଦନା]ପ୍ରଭାସ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ ସେ ବରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୩,୮୩,୨୩୦ ଖଣ୍ଡ ଭୋଟ ପାଇଥିଲେ ଏବଂ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସୁବାସ ଚୌହାନଙ୍କୁ ୧୧,୧୭୮ ଖଣ୍ଡ ଭୋଟରେ ପରାସ୍ତ କରି ୧୬ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୪]
ଆଧାର
[ସମ୍ପାଦନା]- ↑ "Members : Lok Sabha". Parliament of India – Lok Sabha. Retrieved 2021-12-20.
- ↑ "List of Successful Candidates". Election Commission of India. 2018-08-10. Retrieved 2021-12-20.
- ↑ "Prabhas Kumar Singh(BJD):Constituency- BARGARH(ORISSA) - Affidavit Information of Candidate:". myneta.info. Retrieved 2023-09-05.
- ↑ ୪.୦ ୪.୧ "PRABHAS KUMAR SINGH : Bio, Political life, Family & Top stories". The Times of India. Retrieved 2023-09-05.
ବାହାର ଆଧାର
[ସମ୍ପାଦନା]- ଉଇକିମିଡ଼ିଆ କମନ୍ସରେ ପ୍ରଭାସ କୁମାର ସିଂହ-ସମ୍ପର୍କିତ ମିଡ଼ିଆ