ଶିବାନୀ ସଙ୍ଗୀତା

ଉଇକିପିଡ଼ିଆ‌ରୁ
(Shibani Sangitaରୁ ଲେଉଟି ଆସିଛି)
ଶିବାନୀ ସଙ୍ଗୀତା
ଜନ୍ମ
ଶିବାନୀ ସଙ୍ଗୀତା

(2000-07-12) ୧୨ ଜୁଲାଇ ୨୦୦୦ (ବୟସ ୨୩)
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷଶିଶୁ କଳାକାର
୨୦୧୭ରୁ-ଏବେଯାଏଁ

ଶିବାନୀ ସଙ୍ଗୀତା, ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଏବଂ ଧାରାବାହିକରେ ପ୍ରଥମେ ଅଭିନୟ କରିଥିଲେ । ଶିବାନୀ ଉତ୍ତରଦାୟୀ ଧାରାବାହିକ ଜରିଆରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ ଏବଂ ମିତରେ ମିତ ଚଳଚ୍ଚିତ୍ର ଜରିଆରେ ଶିଶୁ କଳାକାର ଭାବରେ ପ୍ରଥମ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ ।[୧] ଏହାପରେ ସେ ୨୦୧୭ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ନାୟିକା ଭାବରେ ଅଭିନୟ କରିଥିଲେ । ଶିବାନୀ ଅଭିନେତା ବାବୁଶାନଙ୍କ ସ‌ହ ସିଷ୍ଟର ଶ୍ରୀଦେବୀ ଚଳଚ୍ଚିତ୍ରରେ ନାୟିକା ଭାବରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ ।[୨] ୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାଜ୍ୟ ନିର୍ବାଚନ କମିଶନର୍‌ଙ୍କଦ୍ୱାରା ଭୋଟ ପାଇଁ ସଚେତନତା କାର୍ଯ୍ୟକ୍ରମର ଜଣେ ପ୍ରଚାରକ ଭାବରେ ମନୋନୀତ ହୋଇଥିଲେ ।[୩]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଅଭିନୟ ଜୀବନ[ସମ୍ପାଦନା]

ଶିବାନୀ ଜଣେ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨] ସେ ପ୍ରଥମେ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ ଆରମ୍ଭ କରିଥିଲେ । ଦୂରଦର୍ଶନରେ ପ୍ରସାରିତ ଓଡ଼ିଆ ଧାରାବାହିକ ଉତ୍ତରଦାୟୀରେ ସେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ ।[୧] ଏହାପରେ ସେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଦେବୀରେ ଅଭିନୟ କରିଥିଲେ ।[୧] ଦେବୀ ଧାରାବାହିକରେ ସେ ନାୟିକାଙ୍କର ଛୋଟବେଳର ଭୂମିକାରେ ଅଭିନୟ କରିଥିଲେ । ଶିଶୁ କଳାକାର ଭାବରେ ତାଙ୍କର ଶେଷ ଅଭିନୀତ ଧାରାବାହିକ ଥିଲା ବଧୂ[୧] ଏହି ଧାରାବାହିକଟି ସାର୍ଥକ ଟିଭିରେ ପ୍ରସାରିତ ହେଉଥିଲା । ବଧୂରେ ଶିବାନୀ ଅଭିନେତା ସୁକାନ୍ତ ରଥଙ୍କ ଝିଅ ଭୂମିକାରେ ଅଭିନୟ କରିଥିଲେ । ଶିବାନୀ ଏହି ଧାରାବାହିକଟିରେ ଅଭିନୟ କରୁଥିବାବେଳେ ତାଙ୍କୁ ଚଳଚ୍ଚିତ୍ରରେ ନାୟିକା ହେବାର ସୁଯୋଗ ମିଳିଥିଲା, ତେଣୁ ସେ ଏହି ଧାରାବାହିକଟି ଛାଡ଼ିଦେଇଥିଲେ ।

ଶିବାନୀ ୨୦୦୯ରେ ଓଡ଼ିଆ କଥାଚିତ୍ର ମିତରେ ମିତ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ ।[୧] ଏହାପରେ ସେ ପହିଲି ରଜ, ଗୁଡ୍ ବୟ, ମିତ ବସିଛି ମୁଁ ଭୂତ ସାଥିରେ, ଲେଖୁଲେଖୁ ଲେଖିଦେଲି ଆଦି ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ।[୧]

ନାୟିକା[ସମ୍ପାଦନା]

ଶିବାନୀ ୨୦୧୭ ମସିହାରେ ନାୟିକା ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୭ ରଜ ସମୟରେ ମୁକ୍ତିଲାଭା କରିଥିବା ଓଡ଼ିଆ କଥାଚିତ୍ର ସିଷ୍ଟର ଶ୍ରୀଦେବୀରେ ଅଭିନୟ କରିଥିଲେ ।[୪] ଏହି କଥାଚିତ୍ରଟିରେ ଶିବାନୀଙ୍କ ସ‌ହ ନାୟକ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ମହାନ୍ତି । ନିର୍ଦ୍ଦେଶକ ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୫] ମିହିର ଦାସ, ଅପରାଜିତା ମହାନ୍ତି, ସଲିଲ ମିତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୬]

୨୦୧୮ ମସିହା ଦୁର୍ଗାପୂଜା ସମୟରେ ଶିବାନୀ ଅଭିନେତା ଅନୁଭବ ମହାନ୍ତିଙ୍କ ସ‌ହ ଓଡ଼ିଆ କଥାଚିତ୍ର ପ୍ରେମ୍ କୁମାର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୭] ଏହି କଥାଚିତ୍ରଟି ପୂର୍ବରୁ ରଜ ସମୟରେ ମୁକ୍ତିଲାଭ କରିବ ବୋଲି ସ୍ଥିର ହୋଇଥିଲା, ମାତ୍ର ଅନୁଭବଙ୍କ ଆହାତ କାରଣରୁ ଏହା ଦୁର୍ଗପୂଜା ସମୟରେ ମୁକ୍ତିଲାଭ କରିଥିଲା ।[୮] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଘରିଆ

୨୦୨୦ ମସିହାରେ ସେ ଅଭିନେତା ଅରିନ୍ଦମ ରାୟଙ୍କର ନାୟିକା ଭାବରେ ବାବୁ ଭାଇଜାନ୍ ଫିଲ୍ମରେ ଅଭିନୟ କରିଥିଲେ ।[୯][୧୦] ଏହାପରେ ସେ ବାବୁଶାନ୍ ମହାନ୍ତିଙ୍କ ସହ ବିଦ୍ୟାରାଣ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧୧][୧୨]

ଅଭିନୀତ କଥାଚିତ୍ର[ସମ୍ପାଦନା]

ଶିଶୁ କଳାକାର[ସମ୍ପାଦନା]

ଦୂରଦର୍ଶନ[ସମ୍ପାଦନା]

  • ଉତ୍ତରଦାୟୀ
  • ଦେବୀ
  • ବଧୂ

ଚଳଚ୍ଚିତ୍ର[ସମ୍ପାଦନା]

ନାୟିକା[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୧୭ ସିଷ୍ଟର ଶ୍ରୀଦେବୀ ନାୟିକା ଭାବରେ ପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୮ ପ୍ରେମ୍ କୁମାର
୨୦୨୦ ବାବୁ ଭାଇଜାନ୍
୨୦୨୨ ବିଦ୍ୟାରାଣ [୧୩]
୨୦୨୩ ଗୁଡ୍ଡୁ ଗ୍ୟାଙ୍ଗଷ୍ଟାର୍ [୧୪]

ପୁରସ୍କାର[ସମ୍ପାଦନା]

  • ୨୦୧୯ - ଓଡ଼ିଆ ଫିଲ୍ମ ଫେୟାର୍ ଆୱାର୍ଡ଼: ଶ୍ରେଷ୍ଠ ଅଭିନେତ୍ରୀ (ପ୍ରେମ୍ କୁମାର)[୧୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "ଶିଶୁ କଳାକାରରୁ ନାୟିକା". ତରଙ୍ଗ. 23 August 2017. {{cite journal}}: |access-date= requires |url= (help)
  2. ୨.୦ ୨.୧ "ପରଦାକୁ ଆସିଲା 'ସିଷ୍ଟର ଶ୍ରୀଦେବୀ',ଡବଲ ରୋଲରେ କମାଲ କରୁଛନ୍ତି ବାବୁସାନ୍‌". Odisha Reporters. 9 June 2017. Retrieved 15 July 2017.
  3. "Odisha 'State icons' to spread voter awareness". The New Indian Express. Retrieved 2021-01-15.
  4. "ନୂଆମୁହଁଙ୍କ ନ‌ଜର". ସମାଜ. 13 May 2017. Retrieved 19 May 2018.[permanent dead link]
  5. "ପରଦାକୁ ଆସିଲା ଅଭୟ ଓ ସିଷ୍ଟର ଶ୍ରୀଦେବୀ". ସମ୍ବାଦ. 16 Junw 2017. Archived from the original on 18 July 2017. Retrieved 15 July 2017. {{cite news}}: Check date values in: |date= (help)
  6. "ଆଜି ଶୁଭମୁକ୍ତି : 'ସିଷ୍ଟର ଶ୍ରୀଦେବୀ'". Odisha Reporters. 9 June 2017. Archived from the original on 13 June 2017. Retrieved 15 July 2017.
  7. "ତମ୍ନାଙ୍କ ଖୁସି". ସମାଜ (ରବିବାର) (in Odia). ଓଡ଼ିଶା. 9 September 2018. p. 8. Archived from the original on 9 September 2018. Retrieved 9 September 2018.{{cite news}}: CS1 maint: unrecognized language (link)
  8. "ଏହି ବ୍ୟାନର୍‌ରୁ ବାଦ୍‌ ପଡ଼ିଲେ ଏଲିନା!". sambad.in. 28 March 2018. Retrieved 2 April 2018.
  9. "Arindam-Sivani Starrer 'Babu Bhaijaan' Hits Theatres In Odisha". Latest Odisha News, Breaking News Today | Top Updates on Corona - OTV News (in ଆମେରିକୀୟ ଇଂରାଜୀ). 2020-01-12. Retrieved 2021-01-15.
  10. Otv, News Desk. "Ollywood actor Arindam Roy, who is known for experimenting with characters, will once again entertain audience pairing opposite Shivani in his upcoming film 'Babu Bhaijaan'". Ollywood actor Arindam Roy, who is known for experimenting with characters, will once again entertain audience pairing opposite Shivani in his upcoming film 'Babu Bhaijaan'. (in ଇଂରାଜୀ). Retrieved 2021-05-08.
  11. "Babusaan-Sivani starrer to resume shooting soon - Times of India". The Times of India (in ଇଂରାଜୀ). Retrieved 2021-01-15.
  12. Bureau, Update Odisha (2020-02-14). "Babushaan, Sivani in new Odia film Bidyarana". Update Odisha (in ଆମେରିକୀୟ ଇଂରାଜୀ). Retrieved 2021-05-08.
  13. "ଚର୍ଚ୍ଚାରେ ବାବୁସାନ ଓ ଶିବାନୀ". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
  14. "ଟୁ-ଜିରେ ବ୍ୟସ୍ତ ଶିବାନୀ". ପ୍ରମେୟ. 15 March 2023. p. 8. Archived from the original on 28 August 2023. Retrieved 28 August 2023.
  15. "Babushan, Shivani shine at Odia Film Fair - The New Indian Express". www.newindianexpress.com. Retrieved 2021-05-08.

ବାହାର ଆଧାର[ସମ୍ପାଦନା]