ମୁଁ ଖାଣ୍ଟି ଓଡ଼ିଆ ଝିଅ
ମୁଁ ଖାଣ୍ଟି ଓଡ଼ିଆ ଝିଅ | |
---|---|
ନିର୍ଦ୍ଦେଶକ | ଅବତାର ସିଂହ |
ପ୍ରଯୋଜକ | ରାଜେନ୍ଦ୍ର ସିଂ ଭୁର୍ଜି ଅବତାର ସିଂହ ଭୁର୍ଜି |
ସଂଳାପ | ସତ୍ୟନାରାୟଣ ସାହୁ |
ଚିତ୍ରନାଟ୍ୟ | ଅବତାର ସିଂହ |
କାହାଣୀ | ଅବତାର ସିଂହ |
କଳାକାର | ଏଲିନା ସାମନ୍ତରାୟ ରଣବୀର ସିଦ୍ଧାନ୍ତ ମହାପାତ୍ର ପପୁ ପମ ପମ |
ସଙ୍ଗୀତ | ବୈଦ୍ୟନାଥ ଦାଶ ଗୋପାଳ ବିଶ୍ୱାଳ ମାନସ କୁମାର |
ଚିତ୍ରଗ୍ରହଣ | ରଞ୍ଜନ |
ମୁକ୍ତିଲାଭ ତାରିଖ | ୮ ସେପ୍ଟେମ୍ବର ୨୦୧୭[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମୁଁ ଖାଣ୍ଟି ଓଡ଼ିଆ ଝିଅ, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୨][୩] ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ରାଜେନ୍ଦ୍ର ସିଂ ଭୁର୍ଜି ଏବଂ ଅବତାର ସିଂହ ଭୁର୍ଜି । ଅବତାର ସିଂହ ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିଲେ ଏବଂ ସତ୍ୟନାରାୟଣ ସାହୁ ଏହି କଥଚିତ୍ରର ସଂଳାପ ଲେଖିଥିଲେ ।[୪] ଅବତାର ସିଂହ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ନିର୍ଦ୍ଦେଶନା ଦେଇଥିଲେ ।[୫][୧] ଏହି କଥାଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ, ଗୋପାଳ ବିଶ୍ୱାଳ ଏବଂ ମାନସ କୁମାର । ଅସୀମା ପଣ୍ଡା, ହ୍ୟୁମାନ ସାଗର, ତପୁ ମିଶ୍ର, ଶ୍ରୀଚରଣ, ଶୈଳଭାମା, ତାରିକ୍, ପପୁ ପମ ପମ, ସଞ୍ଜୁ ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।
ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିନେତ୍ରୀ ଏଲିନା ସାମନ୍ତରାୟ ।[୬][୭][୮] ନବାଗତ ରଣବୀର[୪] ଏବଂ ସିଦ୍ଧାନ୍ତ ମହାପାତ୍ର[୯] ଚଳଚ୍ଚିତ୍ରଟିର ନାୟକ ଭୂମିକାରେ ଅଭିନୟ କରିଥିଲେ ।[୧୦] ପପୁ ପମ ପମ[୧୧][୧୨], ମନୋଜ ପଟ୍ଟନାୟକ, ମନିଷା ମିଶ୍ର, ମାମୁନି ମିଶ୍ର, ଜୀବନ ପଣ୍ଡା, ସଲିଲ ମିତ୍ର, ସୋରଜ ଦାସ, ଶ୍ରୀକାନ୍ତ, ସ୍ୱରୂପ, ନାରାୟଣ ପତି ଆଦି କଳାକାରେ ଏହି ଚଳଚ୍ଚିତ୍ରରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧୩]
ଅଭିନୟ
[ସମ୍ପାଦନା]- ଏଲିନା ସାମନ୍ତରାୟ[୧୪][୧୫]
- ରଣବୀର କ୍ୱାଲି[୧୬]
- ସିଦ୍ଧାନ୍ତ ମହାପାତ୍ର
- ପପୁ ପମ ପମ
- ମନୋଜ ପଟ୍ଟନାୟକ
- ମନିଷା ମିଶ୍ର
- ମାମୁନି ମିଶ୍ର
- ଜୀବନ ପଣ୍ଡା
- ସଲିଲ ମିତ୍ର
- ସୋରଜ ଦାସ
- ଶ୍ରୀକାନ୍ତ
- ସ୍ୱରୂପ
- ନାରାୟଣ ପତି
କାହାଣୀ
[ସମ୍ପାଦନା]ଜଣେ ଗାଁ ଶିକ୍ଷକଙ୍କ ଝିଅର ସଂଘର୍ଷମୟ କାହାଣୀକୁ ନେଇ ନିର୍ମିତ ହୋଇଛି ଏହି ଚଳଚ୍ଚିତ୍ରଟି ।[୯]
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ, ଗୋପାଳ ବିଶ୍ୱାଳ, ମାନସ କୁମାର ।[୪][୧] ଅସୀମା ପଣ୍ଡା, ହ୍ୟୁମାନ ସାଗର, ତପୁ ମିଶ୍ର, ଶ୍ରୀଚରଣ, ଶୈଳଭାମା, ତାରିକ୍, ପପୁ ପମ ପମ, ସଞ୍ଜୁ ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲ ।[୯]
ଏହି କଥାଚିତ୍ରର ଗୀତଗୁଡ଼ିକର ରେକର୍ଡ଼ିଂ କାମ ଅମର ମ୍ୟୁଜିକ୍ କରିଥିଲା । ଭଞ୍ଜ କଳା ମଣ୍ଡପରେ ଏହି କଥାଚିତ୍ରର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା । ଏହି ସମାରୋହରେ ପ୍ରତିଭା ରାୟ, ଇତି ସାମନ୍ତ, ପପୁ ପମ୍ପମ୍, ଅକ୍ଷୟ ପରିଜା, ତପୁ ମିଶ୍ର, ମାନସ କୁମାର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।[୧୭]
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ମୁଁ ଖାଣ୍ଟି ଓଡ଼ିଆ ଝିଅ" | ଅସୀମା ପଣ୍ଡା | |
2. | "ଦିଲ୍ ଜାନିୟେ" | ହ୍ୟୁମାନ ସାଗର, ତପୁ ମିଶ୍ର | |
3. | "ଏଇ ଜୀବନରେ" | ଶ୍ରୀଚରଣ ମହାନ୍ତି, ଶୈଳଭାମା ମହାପାତ୍ର | |
4. | "ଫେସବୁକ ଦେଲି ଘାଣ୍ଟି ଲୋ" | ତାରିକ୍ ଅଜିଜ୍, ପପୁ ପମ ପମ | |
5. | "ହଲୁ ହଲୁ ହଲିଗଲା ମୋର ସରୁ ଅଣ୍ଟା" | ପପୁ ପମ ପମ, ସଞ୍ଜୁ ମହାନ୍ତି |
ବ୍ୟବସାୟ
[ସମ୍ପାଦନା]୮ ସେପ୍ଟେମ୍ବର ୨୦୧୭ରେ ମୁକ୍ତିଲାଭ କରିଥିବା ଏହି କଥାଚିତ୍ର ସହ ଅନ୍ୟ ଏକ ଓଡ଼ିଆ କଥାଚିତ୍ର ଭୈରବ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ର ଦୁଇଟି ଉତ୍ତମ ବ୍ୟବସାୟ କରିଥିଲେ ।[୧୮]
ପୁରସ୍କାର
[ସମ୍ପାଦନା]- ଶ୍ରେଷ୍ଠ ନବାଗତ ନାୟକ (ରଣବୀର) - ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍-୨୦୧୮[୧୯]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "ମୁଁ ଖାଣ୍ଟି ଓଡ଼ିଆ ଝିଅ' ବନାମ 'ଭୈରବ'". sambad.in. 8 September 2017. Archived from the original on 11 September 2017. Retrieved 8 September 2017.
- ↑ "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି". sambad.in. 2 November 2017. Retrieved 2 November 2017.
- ↑ "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା ?". sambad.in. 30 September 2017. Retrieved 1 October 2017.
- ↑ ୪.୦ ୪.୧ ୪.୨ "ଦୁଇ ନାୟକଙ୍କ ସହ ଏଲିନାଙ୍କ ରୋମାନସ୍". Odia News 24. 17 August 2017. Archived from the original on 20 August 2017. Retrieved 28 August 2017.
- ↑ "ଯୋଡ଼ିର କମାଲ". ସମାଜ. 17 September 2017. Retrieved 17 September 2017.[permanent dead link]
- ↑ "ଏଲିନାଙ୍କୁ ମିଳିଛି ଏଇ ପାଞ୍ଚ ନାୟକଙ୍କ ସାଥ୍". Sambad.in. 25 October 2017. Retrieved 26 October 2017.
- ↑ "ଲଭ ଷ୍ଟେସନ୍ ପରେ ବିଗିଡି ଯାଇଥିବା ଏଲିନା ଏବେ ଖାଣ୍ଟି ଓଡ଼ିଆ ଝିଅ". Ollywood Mazza. 14 November 2016. Archived from the original on 1 September 2017. Retrieved 28 August 2017.
- ↑ "'ମୁଁ ଖାଣ୍ଟି ଓଡ଼ିଆ ଝିଅ'ରେ ପପୁ ପମ୍ପମ୍". ସମ୍ବାଦ. 13 July 2017. Archived from the original on 31 August 2017. Retrieved 28 August 2017.
- ↑ ୯.୦ ୯.୧ ୯.୨ "ଓଡ଼ିଆ ଝିଅଙ୍କୁ ଅପେକ୍ଷା". ସମାଜ. 3 September 2017. Retrieved 8 September 2017.[permanent dead link]
- ↑ "ପରଦାରେ ରାଜ କରିବେ ସିଦ୍ଧାନ୍ତ,ଆସିବ ଆଉ ତିନୋଟି ସିନେମା". Odisha News 365. 14 July 2017. Archived from the original on 16 October 2020. Retrieved 28 August 2017.
- ↑ "ଲୋକପ୍ରିୟ ଅଭିନେତା ପପୁ ପମ୍ପମ୍ଙ୍କ ନୂଆ ଓଡ଼ିଆ ସିନେମା "ମୁଁ ଖାଣ୍ଟି ଓଡ଼ିଆ ଝିଅ"". E News ଓଡ଼ିଆ. 13 July 2017. Retrieved 28 August 2017.
- ↑ "ପପୁ ପମ୍ପମ୍ଙ୍କ ସେକେଣ୍ଡ ଇନିଂସ". ଓଡ଼ିଶା ଟାଇମ୍. 19 November 2016. Retrieved 28 August 2017.
- ↑ "Ollywood Release – Odia Movies Mun Khanti Odia Jhia & Bhairab - EnewsOdia.Com". enewsodia.com/. Odisha: E News ଓଡ଼ିଆ. 8 September 2017. Archived from the original on 23 June 2019. Retrieved 16 January 2019.
- ↑ "ଆଉ ପଛରେ ନାହାନ୍ତି ଓଲିଉଡର ଲୋକପ୍ରିୟ ନାୟିକା ଏଲିନା | Sambad". ସମ୍ବାଦ. sambad.in. 29 October 2021. Archived from the original on 16 January 2022. Retrieved 16 January 2022.
- ↑ "ଏଲିନାଙ୍କ ଉତ୍ସାହ". ପ୍ରମେୟ. No. ରବିବାର. 22 January 2023. Archived from the original on 23 March 2023. Retrieved 23 March 2023.
- ↑ "ବଲିଉଡ ପ୍ରେମରେ ରଣବୀର". ସମାଜ. 11 March 2018. Retrieved 12 March 2018.[permanent dead link]
- ↑ "'ମୁଁ ଖାଣ୍ଟି ଓଡ଼ିଆ ଝିଅ'ର ଅଡିଓ ରିଲିଜ୍". ସମ୍ବାଦ. 31 July 2017. Archived from the original on 31 August 2017. Retrieved 28 August 2017.
- ↑ "ମୁଁ ଖାଣ୍ଟି ଓଡ଼ିଆ ଝିଅ / ଭୈରବ". ସମ୍ବାଦ. 17 September 2017. Archived from the original on 20 September 2017. Retrieved 21 September 2017.
- ↑ "ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍: ଶ୍ରେଷ୍ଠ ନାୟକ ଅରିନ୍ଦମ, ନାୟିକା ଏଲିନା". ଧରିତ୍ରୀ. 5 February 2018. Archived from the original on 10 April 2019. Retrieved 24 June 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମୁଁ ଖାଣ୍ଟି ଓଡ଼ିଆ ଝିଅ