ମୁଁ ଖାଣ୍ଟି ଓଡ଼ିଆ ଝିଅ

ଉଇକିପିଡ଼ିଆ‌ରୁ
ମୁଁ ଖାଣ୍ଟି ଓଡ଼ିଆ ଝିଅ
ନିର୍ଦ୍ଦେଶକଅବତାର ସିଂହ
ପ୍ରଯୋଜକରାଜେନ୍ଦ୍ର ସିଂ ଭୁର୍ଜି
ଅବତାର ସିଂହ ଭୁର୍ଜି
ସଂଳାପସତ୍ୟନାରାୟଣ ସାହୁ
ଚିତ୍ରନାଟ୍ୟଅବତାର ସିଂହ
କାହାଣୀଅବତାର ସିଂହ
କଳାକାରଏଲିନା ସାମନ୍ତରାୟ
ରଣବୀର
ସିଦ୍ଧାନ୍ତ ମହାପାତ୍ର
ପପୁ ପମ ପମ
ସଙ୍ଗୀତବୈଦ୍ୟନାଥ ଦାଶ
ଗୋପାଳ ବିଶ୍ୱାଳ
ମାନସ କୁମାର
ଚିତ୍ରଗ୍ରହଣରଞ୍ଜନ
ମୁକ୍ତିଲାଭ ତାରିଖ
୮ ସେପ୍ଟେମ୍ବର ୨୦୧୭[୧]
ଦେଶ ଭାରତ
ଭାଷାଓଡ଼ିଆ

ମୁଁ ଖାଣ୍ଟି ଓଡ଼ିଆ ଝିଅ, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୨][୩] ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ରାଜେନ୍ଦ୍ର ସିଂ ଭୁର୍ଜି ଏବଂ ଅବତାର ସିଂହ ଭୁର୍ଜି । ଅବତାର ସିଂହ ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିଲେ ଏବଂ ସତ୍ୟନାରାୟଣ ସାହୁ ଏହି କଥଚିତ୍ରର ସଂଳାପ ଲେଖିଥିଲେ ।[୪] ଅବତାର ସିଂହ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ନିର୍ଦ୍ଦେଶନା ଦେଇଥିଲେ ।[୫][୧] ଏହି କଥାଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ, ଗୋପାଳ ବିଶ୍ୱାଳ ଏବଂ ମାନସ କୁମାର । ଅସୀମା ପଣ୍ଡା, ହ୍ୟୁମାନ ସାଗର, ତପୁ ମିଶ୍ର, ଶ୍ରୀଚରଣ, ଶୈଳଭାମା, ତାରିକ୍, ପପୁ ପମ ପମ, ସଞ୍ଜୁ ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।

ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିନେତ୍ରୀ ଏଲିନା ସାମନ୍ତରାୟ[୬][୭][୮] ନବାଗତ ରଣବୀର[୪] ଏବଂ ସିଦ୍ଧାନ୍ତ ମହାପାତ୍ର[୯] ଚଳଚ୍ଚିତ୍ରଟିର ନାୟକ ଭୂମିକାରେ ଅଭିନୟ କରିଥିଲେ ।[୧୦] ପପୁ ପମ ପମ[୧୧][୧୨], ମନୋଜ ପଟ୍ଟନାୟକ, ମନିଷା ମିଶ୍ର, ମାମୁନି ମିଶ୍ର, ଜୀବନ ପଣ୍ଡା, ସଲିଲ ମିତ୍ର, ସୋରଜ ଦାସ, ଶ୍ରୀକାନ୍ତ, ସ୍ୱରୂପ, ନାରାୟଣ ପତି ଆଦି କଳାକାରେ ଏହି ଚଳଚ୍ଚିତ୍ରରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧୩]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଜଣେ ଗାଁ ଶିକ୍ଷକଙ୍କ ଝିଅର ସଂଘର୍ଷମୟ କାହାଣୀକୁ ନେଇ ନିର୍ମିତ ହୋଇଛି ଏହି ଚଳଚ୍ଚିତ୍ରଟି ।[୯]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ, ଗୋପାଳ ବିଶ୍ୱାଳ, ମାନସ କୁମାର ।[୪][୧] ଅସୀମା ପଣ୍ଡା, ହ୍ୟୁମାନ ସାଗର, ତପୁ ମିଶ୍ର, ଶ୍ରୀଚରଣ, ଶୈଳଭାମା, ତାରିକ୍, ପପୁ ପମ ପମ, ସଞ୍ଜୁ ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲ ।[୯]

ଏହି କଥାଚିତ୍ରର ଗୀତଗୁଡ଼ିକର ରେକର୍ଡ଼ିଂ କାମ ଅମର ମ୍ୟୁଜିକ୍ କରିଥିଲା । ଭଞ୍ଜ କଳା ମଣ୍ଡପରେ ଏହି କଥାଚିତ୍ରର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା । ଏହି ସମାରୋହରେ ପ୍ରତିଭା ରାୟ, ଇତି ସାମନ୍ତ, ପପୁ ପମ୍‌ପମ୍‌, ଅକ୍ଷୟ ପରିଜା, ତପୁ ମିଶ୍ର, ମାନସ କୁମାର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।[୧୭]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ମୁଁ ଖାଣ୍ଟି ଓଡ଼ିଆ ଝିଅ"ଅସୀମା ପଣ୍ଡା 
2."ଦିଲ୍ ଜାନିୟେ"ହ୍ୟୁମାନ ସାଗର, ତପୁ ମିଶ୍ର 
3."ଏଇ ଜୀବନରେ"ଶ୍ରୀଚରଣ ମହାନ୍ତି, ଶୈଳଭାମା ମହାପାତ୍ର 
4."ଫେସବୁକ ଦେଲି ଘାଣ୍ଟି ଲୋ"ତାରିକ୍ ଅଜିଜ୍, ପପୁ ପମ ପମ 
5."ହଲୁ ହଲୁ ହଲିଗଲା ମୋର ସରୁ ଅଣ୍ଟା"ପପୁ ପମ ପମ, ସଞ୍ଜୁ ମହାନ୍ତି 

ବ୍ୟବସାୟ[ସମ୍ପାଦନା]

୮ ସେପ୍ଟେମ୍ବର ୨୦୧୭ରେ ମୁକ୍ତିଲାଭ କରିଥିବା ଏହି କଥାଚିତ୍ର ସ‌ହ ଅନ୍ୟ ଏକ ଓଡ଼ିଆ କଥାଚିତ୍ର ଭୈରବ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ର ଦୁଇଟି ଉତ୍ତମ ବ୍ୟବସାୟ କରିଥିଲେ ।[୧୮]

ପୁରସ୍କାର[ସମ୍ପାଦନା]

  • ଶ୍ରେଷ୍ଠ ନବାଗତ ନାୟକ (ରଣବୀର) - ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌-୨୦୧୮[୧୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ମୁଁ ଖାଣ୍ଟି ଓଡ଼ିଆ ଝିଅ' ବନାମ 'ଭୈରବ'". sambad.in. 8 September 2017. Retrieved 8 September 2017.
  2. "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  3. "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  4. ୪.୦ ୪.୧ ୪.୨ "ଦୁଇ ନାୟକଙ୍କ ସହ ଏଲିନାଙ୍କ ରୋମାନସ୍‌". Odia News 24. 17 August 2017. Retrieved 28 August 2017.
  5. "ଯୋଡ଼ିର କମାଲ". ସମାଜ. 17 September 2017. Retrieved 17 September 2017.
  6. "ଏଲିନାଙ୍କୁ ମିଳିଛି ଏଇ ପାଞ୍ଚ ନାୟକଙ୍କ ସାଥ୍‌". Sambad.in. 25 October 2017. Retrieved 26 October 2017.
  7. "ଲଭ ଷ୍ଟେସନ୍‌ ପରେ ବିଗିଡି ଯାଇଥିବା ଏଲିନା ଏବେ ଖାଣ୍ଟି ଓଡ଼ିଆ ଝିଅ". Ollywood Mazza. 14 November 2016. Retrieved 28 August 2017.
  8. "'ମୁଁ ଖାଣ୍ଟି ଓଡ଼ିଆ ଝିଅ'ରେ ପପୁ ପମ୍‌ପମ୍‌". ସମ୍ବାଦ. 13 July 2017. Retrieved 28 August 2017.
  9. ୯.୦ ୯.୧ ୯.୨ "ଓଡ଼ିଆ ଝିଅଙ୍କୁ ଅପେକ୍ଷା". ସମାଜ. 3 September 2017. Retrieved 8 September 2017.
  10. "ପରଦାରେ ରାଜ କରିବେ ସିଦ୍ଧାନ୍ତ,ଆସିବ ଆଉ ତିନୋଟି ସିନେମା". Odisha News 365. 14 July 2017. Retrieved 28 August 2017.
  11. "ଲୋକପ୍ରିୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ନୂଆ ଓଡ଼ିଆ ସିନେମା "ମୁଁ ଖାଣ୍ଟି ଓଡ଼ିଆ ଝିଅ"". E News ଓଡ଼ିଆ. 13 July 2017. Retrieved 28 August 2017.
  12. "ପପୁ ପମ‍୍‌ପମ‍୍‌ଙ୍କ ସେକେଣ୍ଡ ଇନିଂସ". ଓଡ଼ିଶା ଟାଇମ୍. 19 November 2016. Retrieved 28 August 2017.
  13. "Ollywood Release – Odia Movies Mun Khanti Odia Jhia & Bhairab - EnewsOdia.Com". enewsodia.com/. Odisha: E News ଓଡ଼ିଆ. 8 September 2017. Archived from the original on 16 January 2019. Retrieved 16 January 2019.
  14. "ଆଉ ପଛରେ ନାହାନ୍ତି ଓଲିଉଡର ଲୋକପ୍ରିୟ ନାୟିକା ଏଲିନା | Sambad". ସମ୍ବାଦ. sambad.in. 29 October 2021. Archived from the original on 16 January 2022. Retrieved 16 January 2022.
  15. "ଏଲିନାଙ୍କ ଉତ୍ସାହ". ପ୍ରମେୟ. No. ରବିବାର. 22 January 2023. Archived from the original on 23 March 2023. Retrieved 23 March 2023.
  16. "ବଲିଉଡ ପ୍ରେମରେ ରଣବୀର". ସମାଜ. 11 March 2018. Retrieved 12 March 2018.
  17. "'ମୁଁ ଖାଣ୍ଟି ଓଡ଼ିଆ ଝିଅ'ର ଅଡିଓ ରିଲିଜ୍‌". ସମ୍ବାଦ. 31 July 2017. Retrieved 28 August 2017.
  18. "ମୁଁ ଖାଣ୍ଟି ଓଡ଼ିଆ ଝିଅ / ଭୈରବ". ସମ୍ବାଦ. 17 September 2017. Retrieved 21 September 2017.
  19. "ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌: ଶ୍ରେଷ୍ଠ ନାୟକ ଅରିନ୍ଦମ, ନାୟିକା ଏଲିନା". ଧରିତ୍ରୀ. 5 February 2018. Archived from the original on 24 June 2018. Retrieved 24 June 2018.

ବାହାର ଆଧାର[ସମ୍ପାଦନା]