ଚିରକୁଟ୍
ଚିରକୁଟ୍ | |
---|---|
ନିର୍ଦ୍ଦେଶକ | ପପୁ ପମ ପମ |
ପ୍ରଯୋଜକ | ଅକ୍ଷୟ କୁମାର ପରିଜା ପ୍ରଶାନ୍ତ ବେହେରା ସୁନୀଲ କୁମାର ଯାଦବ |
ସଂଳାପ | ଦୀପକ ଜେନା |
ଚିତ୍ରନାଟ୍ୟ | ପପୁ ପମ ପମ |
କାହାଣୀ | ପପୁ ପମ ପମ |
କଳାକାର | ଅରଜ୍ୟୋତି ଅନନ୍ୟା ଅରବିନ୍ଦ ପ୍ରତିଭା ପଣ୍ଡା |
ସଙ୍ଗୀତ | ପପୁ ପମ ପମ |
ଚିତ୍ରଗ୍ରହଣ | ନିରଞ୍ଜନ ଦାସ ଅଜିତ |
ସମ୍ପାଦକ | ରାଜେଶ ଦାସ |
ମୁକ୍ତିଲାଭ ତାରିଖ | ୧୪ ଜୁନ ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଚିରକୁଟ୍, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅକ୍ଷୟ କୁମାର ପରିଜା, ପ୍ରଶାନ୍ତ ବେହେରା ଓ ସୁନୀଲ କୁମାର ଯାଦବ ।[୧] ଦୀପକ ଜେନା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଭିନେତା ପପୁ ପମ ପମ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ କଥାଚିତ୍ରର ନିର୍ଦ୍ଦେଶନା[୨] ଦେବା ସହିତ ସ୍ୱର ସଂଯୋଜନା କରିଥିଲେ ।[୩]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରଜ୍ୟୋତି ଓ ଅନନ୍ୟା ।[୩] ଅରବିନ୍ଦ ଜେନା, କୃପାସିନ୍ଧୁ ନାୟକ, ବିନୋଦ ରାଉତ, ଦୀପକ ତ୍ରପାଠୀ ଓ ପ୍ରତିଭା ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୧୯ ମସିହାର ଜୁନ ୧୪ ତାରିଖରେ ମୁକ୍ତିଲାଭ କରିଥିଲା ।[୧] ଅଭିନେତା ପପୁ ପମ ପମ ଏହି କଥାଚିତ୍ର ଜରିଆରେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ ।[୪]
ଅଭିନୟ
[ସମ୍ପାଦନା]- ଅରଜ୍ୟୋତି
- ଅନନ୍ୟା ମହାନ୍ତି
- ପ୍ରତିଭା ପଣ୍ଡା
- ଅରବିନ୍ଦ ଜେନା
- କୃପାସିନ୍ଧୁ ନାୟକ
- ବିନୋଦ ରାଉତ
- ଦୀପକ ତ୍ରିପାଠୀ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପପୁ ପମ ପମ ।[୫] ଦୀପକ ଜେନା, ସୁମିତ ଜେନା, ସୁରେଶ ପଣ୍ଡା ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଇଶ୍ୱରୀ ବେହେରା, ଦେବାଶିଷ ପତି, ପପୁ ପମ ପମ, ବିଷ୍ଣୁମୋହନ କବି, ଅନ୍ତରା ଚକ୍ରବର୍ତ୍ତୀ, ସ୍ୱୟମ ପାଢ଼ୀ, ଅସୀମ ପଣ୍ଡା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର କଣ୍ଠଦାନ କରିଥିଲେ ।[୬]
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ଚିରକୁଟ୍" | ଦୀପକ ଜେନା | ପପୁ ପମ ପମ | |
2. | "ଡାମରା କାଉର କି ଲାଭ" | ଦୀପକ ଜେନା | ଇଶ୍ୱରୀ ବେହେରା | |
3. | "ମୁଁ ଗୋଟେ ଚୋଖା ଟୋକା" | ଦୀପକ ଜେନା | ଦେବେଷ ପତି | |
4. | "ଆଖିରେ ବସିଚୁ" | ସୁମିତ ଜେନା | ସ୍ୱୟମ ପାଢ଼ୀ, ଅସୀମା ପଣ୍ଡା | |
5. | "ଓରେ ସାୱରିୟା" | ସୁମିତ ଜେନା | ସ୍ୱୟମ ପାଢ଼ୀ, ଅସୀମା ପଣ୍ଡା | |
6. | "ଏ ଦୁନିଆ ପ୍ରେମ କହେ" | ସୁରେଶ ପଣ୍ଡା | ଅସୀମା ପଣ୍ଡା |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Movie buffs await Raja releases". OrissaPOST. 12 June 2019. Retrieved 24 January 2022.
- ↑ "ନିର୍ଦ୍ଦେଶନାରେ ପପୁ". ସମାଜ (ରବିବାର) (in Odia). Bhubaneswar. 2 December 2018. p. 8. Archived from the original on 2 December 2018. Retrieved 2 December 2018.
{{cite news}}
: CS1 maint: unrecognized language (link) - ↑ ୩.୦ ୩.୧ "Chirkut Movie: Showtimes, Review, Trailer, Posters, News & Videos | eTimes". Times of India. 14 June 2019. Retrieved 24 January 2022.
- ↑ "Papu Pam Pam's 'Chirkut' To Be Screened Free Of Cost". My City Links (in English). 19 March 2009. Archived from the original on 24 January 2022. Retrieved 24 January 2022.
{{cite news}}
: CS1 maint: unrecognized language (link) - ↑ "Chirkut's music launch was a fun-filled affair - Times of India". The Times of India (in English). 19 March 2019. Retrieved 24 January 2022.
{{cite news}}
: CS1 maint: unrecognized language (link) - ↑ "ଫିଲ୍ମ 'ଚିରକୁଟ'ର ଅଡିଓ ରିଲିଜ, ଖୁବ ଶୀଘ୍ର ପରଦାକୁ ଆସିବ ଫିଲ୍ମ | Kanak Lifestyle". Kanak News. Kanak Lifestyle. 12 March 2019. Archived from the original on 16 January 2021. Retrieved 24 January 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଚିରକୁଟ୍