ଚିରକୁଟ୍

ଉଇକିପିଡ଼ିଆ‌ରୁ
ଚିରକୁଟ୍
ନିର୍ଦ୍ଦେଶକପପୁ ପମ ପମ
ପ୍ରଯୋଜକଅକ୍ଷୟ କୁମାର ପରିଜା
ପ୍ରଶାନ୍ତ ବେହେରା
ସୁନୀଲ କୁମାର ଯାଦବ
ସଂଳାପଦୀପକ ଜେନା
ଚିତ୍ରନାଟ୍ୟପପୁ ପମ ପମ
କାହାଣୀପପୁ ପମ ପମ
କଳାକାରଅରଜ୍ୟୋତି
ଅନନ୍ୟା
ଅରବିନ୍ଦ
ପ୍ରତିଭା ପଣ୍ଡା
ସଙ୍ଗୀତପପୁ ପମ ପମ
ଚିତ୍ରଗ୍ରହଣନିରଞ୍ଜନ ଦାସ
ଅଜିତ
ସମ୍ପାଦକରାଜେଶ ଦାସ
ମୁକ୍ତିଲାଭ ତାରିଖ
୧୪ ଜୁନ ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ଚିରକୁଟ୍, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅକ୍ଷୟ କୁମାର ପରିଜା, ପ୍ରଶାନ୍ତ ବେହେରା ଓ ସୁନୀଲ କୁମାର ଯାଦବ ।[୧] ଦୀପକ ଜେନା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଭିନେତା ପପୁ ପମ ପମ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ କଥାଚିତ୍ରର ନିର୍ଦ୍ଦେଶନା[୨] ଦେବା ସହିତ ସ୍ୱର ସଂଯୋଜନା କରିଥିଲେ ।[୩]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରଜ୍ୟୋତି ଓ ଅନନ୍ୟା ।[୩] ଅରବିନ୍ଦ ଜେନା, କୃପାସିନ୍ଧୁ ନାୟକ, ବିନୋଦ ରାଉତ, ଦୀପକ ତ୍ରପାଠୀ ଓ ପ୍ରତିଭା ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୧୯ ମସିହାର ଜୁନ ୧୪ ତାରିଖରେ ମୁକ୍ତିଲାଭ କରିଥିଲା ।[୧] ଅଭିନେତା ପପୁ ପମ ପମ ଏହି କଥାଚିତ୍ର ଜରିଆରେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ ।[୪]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପପୁ ପମ ପମ ।[୫] ଦୀପକ ଜେନା, ସୁମିତ ଜେନା, ସୁରେଶ ପଣ୍ଡା ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଇଶ୍ୱରୀ ବେହେରା, ଦେବାଶିଷ ପତି, ପପୁ ପମ ପମ, ବିଷ୍ଣୁମୋହନ କବି, ଅନ୍ତରା ଚକ୍ରବର୍ତ୍ତୀ, ସ୍ୱୟମ ପାଢ଼ୀ, ଅସୀମ ପଣ୍ଡା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର କଣ୍ଠଦାନ କରିଥିଲେ ।[୬]

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ଚିରକୁଟ୍"ଦୀପକ ଜେନାପପୁ ପମ ପମ 
2."ଡାମରା କାଉର କି ଲାଭ"ଦୀପକ ଜେନାଇଶ୍ୱରୀ ବେହେରା 
3."ମୁଁ ଗୋଟେ ଚୋଖା ଟୋକା"ଦୀପକ ଜେନାଦେବେଷ ପତି 
4."ଆଖିରେ ବସିଚୁ"ସୁମିତ ଜେନାସ୍ୱୟମ ପାଢ଼ୀ, ଅସୀମା ପଣ୍ଡା 
5."ଓରେ ସାୱରିୟା"ସୁମିତ ଜେନାସ୍ୱୟମ ପାଢ଼ୀ, ଅସୀମା ପଣ୍ଡା 
6."ଏ ଦୁନିଆ ପ୍ରେମ କହେ"ସୁରେଶ ପଣ୍ଡାଅସୀମା ପଣ୍ଡା 

ଆଧାର[ସମ୍ପାଦନା]

  1. ୧.୦ ୧.୧ "Movie buffs await Raja releases". OrissaPOST. 12 June 2019. Retrieved 24 January 2022.
  2. "ନିର୍ଦ୍ଦେଶନାରେ ପପୁ". ସମାଜ (ରବିବାର) (in Odia). Bhubaneswar. 2 December 2018. p. 8. Archived from the original on 2 December 2018. Retrieved 2 December 2018.{{cite news}}: CS1 maint: unrecognized language (link)
  3. ୩.୦ ୩.୧ "Chirkut Movie: Showtimes, Review, Trailer, Posters, News & Videos | eTimes". Times of India. 14 June 2019. Retrieved 24 January 2022.
  4. "Papu Pam Pam's 'Chirkut' To Be Screened Free Of Cost". My City Links (in English). 19 March 2009. Archived from the original on 24 January 2022. Retrieved 24 January 2022.{{cite news}}: CS1 maint: unrecognized language (link)
  5. "Chirkut's music launch was a fun-filled affair - Times of India". The Times of India (in English). 19 March 2019. Retrieved 24 January 2022.{{cite news}}: CS1 maint: unrecognized language (link)
  6. "ଫିଲ୍ମ 'ଚିରକୁଟ'ର ଅଡିଓ ରିଲିଜ, ଖୁବ ଶୀଘ୍ର ପରଦାକୁ ଆସିବ ଫିଲ୍ମ | Kanak Lifestyle". Kanak News. Kanak Lifestyle. 12 March 2019. Archived from the original on 16 January 2021. Retrieved 24 January 2022.

ବାହାର ଆଧାର[ସମ୍ପାଦନା]