ହର ରଥ

ଉଇକିପିଡ଼ିଆ‌ରୁ
ହର ରଥ
Born
ହର ରଥ

Occupation(ଓଡ଼ିଆ) ଅଭିନେତ୍ରା
Years active୨୦୦୫-ଏବେଯାଏଁ

ହର ରଥ ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା । ହର ଜଣେ ସ‌ହ-ନିର୍ଦ୍ଦେଶକ ଭାବରେ ୨୦୦୫ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ୨୦୦୮ରେ ହର ଓଡ଼ିଆ କଥାଚିତ୍ର ବନ୍ଦେ ଉତ୍କଳ ଜନନୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ରରେ ନାୟକ, ଖଳନାୟକ, ସ‌ହ-ନାୟକ ଏବଂ ପାର୍ଶ୍ୱ-ଅଭିନେତା ଭାବରେ କାର୍ଯ୍ୟ କରିଛନ୍ତି ।[୧] କଥାଚିତ୍ର ବ୍ୟତୀତ ସେ ଓଡ଼ିଆ ଦୂରଦର୍ଶନରେ ମଧ୍ୟ ଅଭିନୟ କରିଛନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ହର ଗଞ୍ଜାମ ଜିଲ୍ଲାର ଧରାକୋଟରେ ପଢ଼ୁଥିଲେ । ସେ ସ୍କୁଲରେ ପଢ଼ିବା ସମୟରେ ନାଟକ, ଡ଼୍ରାମା ଆଦିରେ ଅନେକ ଅଭିନୟ କରିଥିଲେ । ଏହାପରେ ଆସ୍କା, ଖୋର୍ଦ୍ଧା କଲେଜ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରେ ଶ୍ରେଷ୍ଠ ଅଭିନେତା ଭାବେ ମଧ୍ୟ ସେ ପୁରସ୍କାର ପାଇଥିଲେ ।[୧]

ଅଭିନୟ ଜୀବନ[ସମ୍ପାଦନା]

ହର ଓଡ଼ିଆ କଥାଚିତ୍ର ଜଗତରେ ବିଭିନ୍ନ ସ୍ତରରେ କାର୍ଯ୍ୟ କରିଥିଲେ । ସେ ମେକଅପ ମେନ, ପ୍ରଡ଼କସନ ମ୍ୟାନେଜର, କ୍ୟାମେରା ଅପେରେଟର, ଏଡ଼ିଟର ଆଦି ବିଭିନ୍ନ କାମ କରିଥିଲେ । ଏହାପରେ ସେ ୨୦୦୫ରେ ଜୀବନ ମୃତ୍ୟୁ କଥାଚିତ୍ରରେ ଜଣେ ସ‌ହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ୨୦୦୭ ମସିହାରେ ସେ ମଧ୍ୟ ମୁଁ ତତେ ଲଭ୍ କରୁଚି ଚଳଚ୍ଚିତ୍ରରେ ସ‌ହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।[୧]

ଗୁଡ଼ିଆ ମହାପାତ୍ର ମତେ ତାଙ୍କ ଚଳଚ୍ଚିତ୍ର ପ୍ରିୟା ମୋ ପ୍ରିୟା ଗୋଟିଏ ଛୋଟ ଭୂମିକାରେ ଅଭିନୟ ପାଇଁ ହରଙ୍କୁ ସୁଯୋଗ ଦେଇଥିଲେ ।[୧] ଏହପରେ ସେ ୨୦୦୮ ମସିହାରେ ଓଡ଼ିଆ କଥାଚିତ୍ର ବନ୍ଦେ ଉତ୍କଳ ଜନନୀରେ ଏକ ଭଲ ଭୂମିକାରେ ସୁଯୋଗ ପାଇଥିଲେ ଏବଂ ତା' ପରଠାରୁ ସେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ, ଖଳନାୟକ, ସ‌ହନାୟକ, ପାର୍ଶ୍ୱ-ଅଭିନେତା, ହାସ୍ୟ ଅଭିନେତା ଆଦି ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ।

ଏହାପରେ ସେ ସତ୍ୟମେବ ଜୟତେ, ମୋଷ୍ଟ ୱାଣ୍ଟେଡ଼, ମାଟିର ବନ୍ଧନ, ଏସିପି ରଣବୀର, ଆଖିରେ ଆଖିରେ, ଆମେତ ଟୋକା ଷଣ୍ଢ ମାର୍କା, ମୁଁ ତା'ର କିଏ, ୱାନ୍ ୱେ ଟ୍ରାଫିକ୍, କେହି ନୁହେଁ କାହାର, ହେଲୋ- ଇନ୍ ଲଭ୍, ମୀମାଂସା ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧]

୨୦୧୮ରେ ହରଙ୍କର ଚଳଚ୍ଚିତ୍ର ଯୋଗୀ ମୁକ୍ତିଲାଭ କରିଥିଲା ।[୨] ଏହି କଥାଚିତ୍ରଟିରେ ଶୀର୍ଷକ ଯୋଗୀ ଭୂମିକାରେ ହର ଅଭିନୟ କରିଥିଲେ ।[୩] ଏହି କଥାଚିତ୍ରଟି ପାଇଁ ତାଙ୍କୁ ତିନିମାସ ଧରି ଲଣ୍ଡା ହେବାକୁ ପଡ଼ିଥିଲା ।[୪][୫][୬]

ଦୂରଦର୍ଶନ[ସମ୍ପାଦନା]

ହର ଓଡ଼ିଆ କଥାଚିତ୍ର ବ୍ୟତୀତ ଓଡ଼ିଆ ଦୂରଦର୍ଶନରେ ବିଭିନ୍ନ ଧାରାବାହିକରେ ଅଭିନୟ କରିଥିଲେ । ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ଅପାରେ ଖଳନାୟକ ଭାବରେ ଅଭିନେତା ଜୟୀରାମ ସାମଲଙ୍କ ପୁଅ ଜିମି ଭୂମିକାରେ ଅଭିନୟ କରିଥିଲେ । ସେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଏକ୍ସକ୍ୟୁଜ୍ ମି-ଏଥର ମିଛ କ‌ହିବିରେ ଅଭିନେତା ପପୁ ପମ ପମଙ୍କ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୦୮ ବନ୍ଦେ ଉତ୍କଳ ଜନନୀ ବିଜୟ ଦାସ ପ୍ରଥମ ଓଡ଼ିଆ କଥାଚିତ୍ର
ସତ୍ୟମେବ ଜୟତେ
୨୦୧୧ ମୋଷ୍ଟ ୱାଣ୍ଟେଡ଼ ଟୋପି
୨୦୧୨ ମାଟିର ବନ୍ଧନ
ଏସିପି ରଣବୀର
୨୦୧୪ ଆଖିରେ ଆଖିରେ
ଆମେତ ଟୋକା ଷଣ୍ଢ ମାର୍କା
ମୁଁ ତା'ର କିଏ
ୱାନ୍ ୱେ ଟ୍ରାଫିକ୍
୨୦୧୫ କେହି ନୁହେଁ କାହାର
ହେଲୋ- ଇନ୍ ଲଭ୍
୨୦୧୬ ମୀମାଂସା
୨୦୧୮ ଯୋଗୀ ଯୋଗୀ
ବାଘ ବଜାରୀ [୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "ଜାଣନ୍ତୁ କାହିଁକି ପ୍ରଯୋଜକଙ୍କ ଉପରେ ଚିଡିଥିଲେ 'ଯୋଗୀ' ଓରଫ ହର ରଥ ?". sambad.in. 11 December 2017. Retrieved 27 February 2018.
  2. "ସଂଗ୍ରାମୀଙ୍କ ସ୍ୱପ୍ନ". ସମାଜ ରବିବାର. 8 April 2018. Retrieved 12 April 2018.[permanent dead link]
  3. "ହର ଯାହା ଖୋଜୁଥିଲେ." ଧରିତ୍ରୀ. Retrieved 27 February 2018.
  4. "ଶୁଟିଂ ସେଟ୍‌ରୁ: ଲଣ୍ଡା ହେବାକୁ ନେଇ ଟେନ୍‌ସନ୍‌". ଧରିତ୍ରୀ. Retrieved 27 February 2018.
  5. "ହର ଦେଲେନି ଧରା". ସମାଜ. 3 December 2017. Retrieved 7 December 2017.[permanent dead link]
  6. "ଓଡ଼ିଶାରେ ଯୋଗୀ". ସମାଜ. 17 December 2017. Retrieved 17 December 2017.[permanent dead link]
  7. "ହରଙ୍କ ଭୂମିକା". ସମାଜ. No. ରବିବାର. 19 February 2023. p. 8. Archived from the original on 19 February 2023. Retrieved 19 February 2023.

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ହର ରଥ