ଶତାବ୍ଦୀର କଳାକାର

ଉଇକିପିଡ଼ିଆ‌ରୁ

ଶତାବ୍ଦୀର କଳାକାର, ଓଡ଼ିଶାର ଅନ୍ୟତମ ଅଗ୍ରଗଣ୍ୟ ନାଟ୍ୟସଂସ୍ଥାନ । [୧] ଓଡ଼ିଶାର ନାଟ୍ୟ ସଂସ୍କୃତିକୁ ଆଗକୁ ନେବା ପାଇଁ ଧୀର ମଲ୍ଲିକ ଓ ଅନ୍ୟ କିଛି ଯୁବ ନାଟ୍ୟକର୍ମୀଙ୍କ ପ୍ରଚେଷ୍ଟାରେ ୧୮ ଅପ୍ରେଲ ୧୯୭୬ ମସିହାରେ ଏହି ଅନୁଷ୍ଠାନ ଭୁବନେଶ୍ୱରଠାରେ ଗଢିଉଠିଥିଲା । ଅନୁଷ୍ଠାନଟି ଇତିମଧ୍ୟରେ ଓଡ଼ିଶା ତଥା ଅନ୍ୟାନ୍ୟ ରାଜ୍ୟରେ ଶତାଧିକ ନାଟକ ପରିବେଷଣ କରିସାରିଛି । ନାଟକ ବ୍ୟତିତ ଏହି ଅନୁଷ୍ଠାନ ନାଟ୍ୟ ସମ୍ବନ୍ଧିତ ବିଭିନ୍ନ ପରିସମ୍ବାଦ ଓ କାର୍ଯଶାଳାର ଆୟୋଜନ ମଧ୍ୟ କରିଆସିଛି ।

ଶତାବ୍ଦୀର କଳାକାର ନାଟ୍ୟାନୁଷ୍ଠାନଦ୍ୱାରା ଆୟୋଜିତ ୧୮ତମ କଳିଙ୍ଗ ନାଟ୍ୟ ମହୋତ୍ସବ ଅବସରରେ

ଏହି ଅନୁଷ୍ଠାନଟି ଗତ ବହୁ ବର୍ଷ ଧରି କଳିଙ୍ଗ ନାଟ୍ୟ ମହୋତ୍ସବର ଆୟୋଜନ କରିଆସୁଛି । ଏହି ନାଟ୍ୟ ମହୋତ୍ସବରେ ବିଭିନ୍ନ ଭାଷା ଓ ରାଜ୍ୟର ନାଟକ ପରିବେଷଣ କରାଯାଏ ।[୨] [୩][୪] [୫] [୬]୧୯୮୮ ମସିହାରୁ, 'ଶତାବ୍ଦୀର କଳାକାର' ଶିଶୁମାନଙ୍କ ପାଇଁ ଏକ ନାଟକ ମହୋତ୍ସବର ଆୟୋଜନ ମଧ୍ୟ କରିଆସୁଛି । ଏତଦ ବ୍ୟତିତ, ଏହି ଅନୁଷ୍ଠାନଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ଅଭିନୟ ଇତ୍ୟାଦି ନାଟ୍ୟର ବିଭିନ୍ନ ବିଭାଗରେ ଶିକ୍ଷାଦାନ କରାଯାଇଥାଏ ।[୭]

ବହୁ ସଂଖ୍ୟାରେ ଅଭିନେତା, ନିର୍ଦ୍ଦେଶକ ତଥା ନାଟ୍ୟକାର ସୃଷ୍ଟି କରିଚାଲିଥିବା 'ଶତାବ୍ଦୀର କଳାକାର', ଓଡ଼ିଆ ନାଟ୍ୟ ଆନ୍ଦୋଳନକୁ ନୂତନ ଦିଗଦର୍ଶନ ଦେଇଚାଲିଛି ।

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2017-10-13. Retrieved 2013-03-22. {{cite web}}: Cite has empty unknown parameter: |1= (help)
  2. http://www.telegraphindia.com/1120224/jsp/odisha/story_15170855.jsp#.UUwPRjc5jnc
  3. "ଆର୍କାଇଭ୍ କପି". Archived from the original on 2013-03-07. Retrieved 2013-03-22. {{cite web}}: Cite has empty unknown parameter: |1= (help)
  4. http://articles.timesofindia.indiatimes.com/2013-02-20/bhubaneswar/37199674_1_theatre-lovers-satabdira-kalakar-theatre-scene[permanent dead link]
  5. http://www.orissapost.com/the-multilingual-stage-wide-open/
  6. http://www.hindu.com/2010/02/22/stories/2010022251270200.htm
  7. http://www.hindu.com/thehindu/thscrip/print.pl?file=2007050207030200.htm&date=2007/05/02/&prd=th&[permanent dead link]

ବାହାର ଲିଙ୍କ[ସମ୍ପାଦନା]