Jump to content

ମାୟା ମିରିଗ

ଉଇକିପିଡ଼ିଆ‌ରୁ
(ମାୟାମିରିଗରୁ ଲେଉଟି ଆସିଛି)
ମାୟା ମିରିଗ
ନିର୍ଦ୍ଦେଶକନୀରଦ ମହାପାତ୍ର
ପ୍ରଯୋଜକନୀରଦ ମହାପାତ୍ର
ସଂଳାପନୀରଦ ମହାପାତ୍ର
କଳାକାରକିଶୋରୀ ଦେବୀ, ସମ୍ପଦ ମହାପାତ୍ର, ମନସ୍ୱିନୀ, ମଣିମାଳା
ସଙ୍ଗୀତଭାସ୍କର ଚନ୍ଦାବରକର
ଚିତ୍ରଗ୍ରହଣରାଜ ଗୋପାଳ ମିଶ୍ର
ସମ୍ପାଦକବିବେକାନନ୍ଦ ଶତପଥୀ
ମୁକ୍ତିଲାଭ ତାରିଖ
୧୯୮୪
ଦେଶ ଭାରତ
ଭାଷାଓଡ଼ିଆ

ମାୟା ମିରିଗ, ୧୯୮୪ ମସିହାରେ ମୁକ୍ତିଲାଭ କରିଥିବା ନୀରଦ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏକ ଓଡ଼ିଆ କଥାଚିତ୍ର ।[] ଏହି ଚଳଚ୍ଚିତ୍ରଟିର ଜାତୀୟ ପୁରସ୍କାର ପାଇଥିଲା ।[] ଫୁରୁଣା ଫିଲ୍ମରୁ ପୁନରୁଦ୍ଧାର କରି ଏହାକୁ ୨୦୨୪ରେ ପୁନଃପ୍ରକାଶ କରାଯାଇଥିଲା ।[][]

କିଶୋରୀ ଦେବୀ, ସମ୍ପଦ ମହାପାତ୍ର, ମନସ୍ୱିନୀ, ମଣିମାଳା, ବିନୋଦ ମିଶ୍ର, ବଂଶୀଧର ଶତପଥୀ, ସୁଜାତା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

[ସମ୍ପାଦନା]

ଗୀତ ଓ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭାସ୍କର ଚନ୍ଦାବରକର ।

ପୁନରୁଦ୍ଧାର

[ସମ୍ପାଦନା]

୨୦୨୦ ନଭେମ୍ବରରେ ନୀରଦ ମହାପାତ୍ରଙ୍କ ପୁଅ ସନ୍ଦୀପ ମହାପାତ୍ର ମୁମ୍ବାଇସ୍ଥିତ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନର ନିର୍ଦ୍ଦେଶକ ଶିବେନ୍ଦ୍ର ସିଂହ ଡୁଙ୍ଗରପୁରଙ୍କ ସହ ଯୋଗାଯୋଗ କରିବା ପରେ ଫିଲ୍ମର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ୨୦୨୧ ଜାନୁଆରୀ ୭ ତାରିଖରେ ଚେନ୍ନାଇସ୍ଥିତ ପ୍ରସାଦ ଲ୍ୟାବରେ ଫିଲ୍ମର ମୂଳ ୧୬ ମିଲିମିଟର କ୍ୟାମେରା ନେଗେଟିଭ ମଧ୍ୟରୁ ୧୨ଟି ରିଲ୍ ମିଳିଥିଲା । ସେହି ରିଲସବୁ ଏକ ଗୋଦାମରେ ଶୁଳ୍କ ପଇଠ ନ ହେବା କାରଣରୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିଲା । ରିଲଗୁଡ଼ିକୁ ସେଠାରୁ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନର ମୁମ୍ବାଇ ଲ୍ୟାବକୁ ସ୍ଥାନାନ୍ତର କରାଯାଇ ପରୀକ୍ଷଣ କରାଯାଇଥିଲା । ଏଥିରେ ରିଲରେ ଭିନେଗାର ସିଣ୍ଡ୍ରୋମ, ଭଙ୍ଗା କଣା (ବ୍ରୋକନ ପରଫୋରେସନ) ଫିମ୍ପି, ଏମଲସନରେ ହେଲୋ, ରଙ୍ଗହାନି ଭଳି ସମସ୍ୟା ଥିବା ଦେଖାଦେଇଥିଲା । ୫ ଓ ୧୨ ନମ୍ବର ରିଲ ଗୁରୁତର ସ୍ଥିତିରେ ଥିଲା ଓ ସେଥିରେ ଛବିସବୁ ପ୍ଲାଷ୍ଟିସାଇଜର ହାନି ଓ ଫିମ୍ପି ସକାଶେ ସମ୍ପୂର୍ଣ୍ଣ ବା ଆଂଶିକ ଭାବେ ଦେଖାଯାଉଥିଲା । ଭାରତରେ ସ୍କାନିଂ କଷ୍ଟକର ହେବା ସତ୍ତ୍ୱେ କିଛି ମାସ ଧରି ପୁନରୁଦ୍ଧାର କାମ ଭାରତରେ ହୋଇଥିଲା । ପରେ ସ୍କାନିଂ ପାଇଁ ବୋଲୋନାସ୍ଥିତ ଲିଇମାଜିନ ରିଟ୍ରୋଭାଟାକୁ ପଠାଯାଇଥିଲା । ସ୍କାନ ପରେ ରିଲରେ ହୋଇଥିବା କ୍ଷୟକ୍ଷତି ଦେଖିବାକୁ ମିଳିଥିଲା ଓ ସେଥିରେ ଅସ୍ପଷ୍ଟ ଛବି, ଗାର ଏବଂ ଲମ୍ବା ରେଖା ରହିଥିବା ଦେଖିବାକୁ ମିଳିଥିଲା । ନ୍ୟାସନାଲ ଫିଲ୍ମ ଆର୍କାଇଭ ଅଫ ଇଣ୍ଡିଆ (ଏନଏଫଡିସି-ଏନଏଫଏଆଇ)ରେ ଥିବା ଦୁଇଟି ୩୫ ମିଲିମିଟର ପ୍ରିଣ୍ଟରୁ ଗୋଟିଏ ପ୍ରସାଦ ଲ୍ୟାବରେ ସ୍କାନ କରାଯାଇଥିଲା । ତେବେ ସେଥିରେ ମଧ୍ୟ ସମାନ ଅସୁବିଧା ଥିବାରୁ ଉଭୟ ୧୬ ଓ ୩୫ ମିଲିମିଟର ସ୍କାନରୁ ଭଲ ଛବି ବାଛି ସେସବୁକୁ ଦୁଇମାସ ଧରି ରଙ୍ଗ ଗ୍ରେଡ଼ିଂ କରାଯାଇଥିଲା । ଏହାର ଖର୍ଚ୍ଚ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ ବହନ କରିଥିଲା ।[][][]

  1. ହାଲି, ଦିଲୀପ (1 August 2006). "୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା" (PDF). ଉତ୍କଳ ପ୍ରସଙ୍ଗ. Archived from the original (PDF) on 27 March 2020. Retrieved 28 August 2018.
  2. ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Archived from the original (PDF) on 26 March 2020. Retrieved 28 August 2018.
  3. "Restored Indian film 'Maya Miriga' screened at Il Cinema Ritrovato film festival". The Brown Daily Herald (in ଆମେରିକୀୟ ଇଂରାଜୀ). Retrieved 2024-12-19.
  4. "Film Heritage Foundation restores Nirad Mohapatra's landmark Odia film 'Māyā Miriga'(1984)". Film Heritage Foundation (in ଆମେରିକୀୟ ଇଂରାଜୀ). 2024-01-20. Retrieved 2024-12-19.
  5. "Film Heritage Foundation restores Nirad Mohapatra's landmark Odia film 'Māyā Miriga'(1984)". Film Heritage Foundation (in ଆମେରିକୀୟ ଇଂରାଜୀ). 2024-01-20. Retrieved 2024-12-19.
  6. Chowdhury, Arpita (2024-06-13). "Forgotten Odia film 'Maya Miriga' is back in circuit". The Hindu (in Indian English). ISSN 0971-751X. Retrieved 2024-12-19.
  7. "Restored Indian film 'Maya Miriga' screened at Il Cinema Ritrovato film festival". The Brown Daily Herald (in ଆମେରିକୀୟ ଇଂରାଜୀ). Retrieved 2024-12-19.

ବାହାର ଆଧାର

[ସମ୍ପାଦନା]