ଆଲୋଚନା:ନରେନ୍ଦ୍ର ମୋଦୀ

Page contents not supported in other languages.
ଉଇକିପିଡ଼ିଆ‌ରୁ

ମୋଦି ନାଁ ମୋଦୀ'[ସମ୍ପାଦନା]

ସାଧାରଣତଃ ସମସ୍ତ ଜାଗାରେ ଓଡ଼ିଆରେ ମୋଦି ବୋଲି ଲେଖାଯାଇଥାଏ । ଯଦି ଏ ଯାଏ ମାନକ ବୋଲି ଗ୍ରହଣ କରାଯାଇପାରିବା ବହି/ପାଠ୍ୟପୁସ୍ତକମାନଙ୍କରେ ମୋଦୀ ବନାନ ବ୍ୟବହାର ନ ହେଉଛି ତାହେଲେ ମୋଦି ବୋଲି ଲେଖିବା ଠିକ ହେବ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୯:୧୪, ୧୮ ମଇ ୨୦୧୪ (UTC)

ସୁଭାସିସ ଭାଇ , ଓଡ଼ିଆରେ ମୋଦୀ ଠିକ, କେତେକ ଖବର କାଗଜ, ପତ୍ରିକାରେ ଭୁଲରେ ମୋଦି ଲେଖୁଛନ୍ତି, କିନ୍ତୁ ନରେନ୍ଦ୍ର ମୋଦୀଙ୍କ ଦସ୍ତଖତ ଅନୁସାରେ ମୋଦୀ ଠିକ, ଅନ୍ତତଃ ଆମେ ଅପଭ୍ରଂଶ ନ କରି ଠିକ ଲେଖିଲେ ସେମାନେ ଆମକୁ ଅନୁକରଣ କରିବେ । --ଆଦିତ୍ୟ ମହାର (ଆଲୋଚନା) ୧୨:୪୧, ୨୦ ମଇ ୨୦୧୪ (UTC)
ଆଦିତ୍ୟ ଭାଇ, ଆଲୋଚନା:ବିଶାଖାପଟନମରେ ମୁଁ ଏଇ କଥା ଉଲ୍ଲେଖ କରିଛି । ଆମେ ଯାହା ବ୍ୟାପକ ଭାବେ (ସବୁଠାରୁ ଅଧିକ ବ୍ୟବହୃତ ଏଇ ଜାଗାରେ‌) ବ୍ୟବହାର ହୋଇଥିବା ବନାନକୁ ଗ୍ରହଣ କରିବା ପାଇଁ ବାଧ୍ୟ । ଯେମିତି ଫେବ୍ରୁଆରି ସଠିକ ବନାନ ହେଲେ ବି ଓଡ଼ିଆ ଉଇକିପିଡ଼ିଆ ପାଠ୍ୟପୁସ୍ତକ ତଥା ପାଞ୍ଜି ଓ ଖବରକାଗଜ ଆଦି ଅନୁସାରେ ଫେବୃଆରୀ ଲେଖୁଛି ସେମିତି ଏଠାରେ ବି ପାଠ୍ୟପୁସ୍ତକ ଓ ଜନାଦୃତ ପତ୍ରପତ୍ରିକା, ଖବରକାଗଜ ଆଦିରର ଆଧାର ମୋଦି ହେବା ବିଧେୟ । ଏକାଧିକ ନୀତିବଳୀ ରହିଲେ ଆମେମାନେ ମଧ୍ୟ ଦ୍ୱନ୍ଦରେ ପଡ଼ିବା :) --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୭:୦୩, ୨୬ ମଇ ୨୦୧୪ (UTC)
କଣ ଶୁଭୁଛି ନାଁ ନାଇଁ ବା? :) --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୬:୧୫, ୨ ଜୁଲାଇ ୨୦୧୪ (UTC)
ଭାଇ... ମୋଦୀଙ୍କ ଦସ୍ତଖତ ବ୍ୟତୀତ ହିନ୍ଦୀ, ନେପାଳୀ, ସଂସ୍କୃତ, ଗୁଜରାଟୀ, ମରାଠୀ, ପଞ୍ଜାବୀ, ତାମିଲ ଭାଷାର ଉଇକିରେ ମଧ୍ୟ ମୋଦୀ ଲେଖା ଅଛି । ତେଣୁ ମୋ ମତରେ ଆମେ ବ୍ୟକ୍ତିଙ୍କ ଦସ୍ତଖତକୁ ଗୁରୁତ୍ଵ ଦେଲେ ଭଲ ହେବ । କିଛି ବର୍ଷପୂର୍ବେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କ୍ଷେତ୍ରରେ ମଧ୍ୟ ଏପରି ଦ୍ଵନ୍ଦ ବହୁ ଯାଗାରେ ହେଇଛି : ଦାସ ଠିକ କିନ୍ତୁ ଅଧିକାଂଶ ସ୍ଥାନରେ ଦାଶ ଲେଖାଯାଉଥିଲା କିନ୍ତୁ ବର୍ତ୍ତମାନ ସମସ୍ତ ସରକାରୀ ତଥା ପତ୍ରପତିକାରେ ଦାସ ଲେଖାଯାଉଛି। MKar, Dsasanka, Ansumang, ‎ଶିତିକଣ୍ଠ ଦାଶ, Hellohappy ଭାଇ ମାନେ ଟିମେ ମତ ଦେବେ ମୁଁ ମଧ୍ୟ ଦ୍ଵନ୍ଦରେ ଅଛି। --ଆଦିତ୍ୟ ମହାର (ଆଲୋଚନା) ୦୫:୦୭, ୩ ଜୁଲାଇ ୨୦୧୪ (UTC)
କେତେକ ଖବର କାଗଜ "ମୋଦି" ଲେଖୁଛନ୍ତି । ବୋଧେ ଉଚ୍ଚାରଣ ଦୃଷ୍ଟିରୁ ଏହା ଠିକ; କିନ୍ତୁ ମୋ ମତରେ ଯେହେତୁ ତା'ଙ୍କ ଦସ୍ତକତରେ ସେ "ମୋଦୀ" ଲେଖୁଛନ୍ତି ଆଦିତ୍ୟ ଭାଇଙ୍କ କଥା ଅନୁସାରେ "ମୋଦୀ" ରହୁ । ବ୍ୟକ୍ତିଙ୍କ ନାମ ବଦଳେଇବାର ବିଶେଷ ଆବଶ୍ୟକତା ନାହିଁ । (ବିଶାଖପାଟଣା କ୍ଷେତ୍ରରେ 'ବିଶାଖପାଟନମ୍' ଅପେକ୍ଷା 'ବିଶାଖପାଟଣା'ର ବ୍ୟବହାର ଅଧିକ ଯୁକ୍ତିସମ୍ମତ) ତେବେ "ମୋଦି" ନାମରୁ ପୁନଃପ୍ରେରଣ ରଖାଯାଉ ।--ଶିତିକଣ୍ଠ (ଆଲୋଚନା) ୧୨:୪୨, ୪ ଜୁଲାଇ ୨୦୧୪ (UTC)
କଥା ଟା ସେଇଆ ନୁହେଁ ପରା । ୫ଟି ପ୍ରମୁଖ ଖବରକାଗଜ (ସମ୍ବାଦ, ସମାଜ, ଧରିତ୍ରୀ, ପ୍ରଗତିବାଦୀ ଓ ପ୍ରମେୟ) ସବୁ "ମୋଦି" ଲେଖୁଛନ୍ତି । (, , , , ) ଗୁଗଲ ସର୍ଚରେ ବି "ମୋଦି" ଅଧିକ ଖୋଜା ଫଳାଫଳ ଦେଉଛି । ଉପଲବ୍ଧ ନଥିବାରୁ ପାଠ୍ୟପୁସ୍ତକରେ କଣ ଲେଖାଯାଇଛି ତାହା ଦେଖିବା ସମ୍ଭବପର ହେଇପାରୁନାହିଁ । ତେଣୁ ପ୍ରକୃତ ନାମ "ମୋଦୀ" ହୋଇଥିଲେ ବି ଅଧିକ ବ୍ୟବହୃତ ନାମ "ମୋଦି' ହେଉଛି ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୨୧:୨୨, ୮ ଜୁଲାଇ ୨୦୧୪ (UTC)
  • ଆବେ କେମିତି ଲେଖିଲେ ବୁଝିବୁ? ଦସ୍ତଖତ ନଥିଲେ ଆମେ ଖବରକାଗଜ ଯେମିତି ଲେଖୁଛନ୍ତି ସେମିତି ଲେଖିଥାନ୍ତେ । କଉଁ ଖବରକାଗଜ ଆଗେ ଲେଖିଦେଇଥିବ, ତାକୁ ବାକି ମେଣ୍ଢା ଭଳି ଦେଖି ଲେଖୁଥିବେ । ଆମେ ବି କଣ ସେଇଆ କରିବା! ମୋ ମତରେ ଯେହେତୁ ଦସ୍ତଖତ ଅଛି, ଆମେ ଠିକଟି ଲେଖିବା । ବାକି ଉଇକିପିଡିଆରେ କଣ କେମିତି ଲେଖୁଛନ୍ତି ?? -- ଅଂଶୁମାନ ତାର ଯୋଡ଼ିବେ? ୦୩:୧୩, ୯ ଜୁଲାଇ ୨୦୧୪ (UTC)
ନରେନ୍ଦ୍ର ମୋଦିଙ୍କ ନିଜ ୱେବସାଇଟରେ, ୫ଟି ଓଡ଼ିଆ ଖବରକାଗଜରେ ଏବଂ ଅନ୍ୟାନ୍ୟ ୱେବସାଇଟରେ ମୋଦି ଲେଖାଯିବା ସହିତ ଗୁଗଲ ସର୍ଚରେ ମଧ୍ୟ "ମୋଦୀ"ଠାରୁ (୩୪୬ ହିଟ) "ମୋଦି" (୪୯୭ ହିଟ) ଅଧିକ ବ୍ୟବହାର ହୋଇଛି । ତାଛଡ଼ା ଅନ୍ୟାନ୍ୟ ଭାଷାକୁ ଦେଖି ଓଡ଼ିଆ ନାମ ବଦଳାଇବା ଅସଙ୍ଗତ ହେବ । ବାକିମାନେ "ଗୁଜରାତ" ଲେଖୁଥିବା ବେଳେ ଆମେ ଲେଖୁଛୁ "ଗୁଜରାଟ", ସେମାନେ "ଅରୋଡ଼ା" ଲେଖୁଥିବା ବେଳେ ଆମେ "ଆରୋରା", ସେମାନେ "ମେହେତା" ବେଳେ ଆମେ "ମେହେଟା" ଲେଖୁଛୁ । ତେଣୁ ବାକି ଭାଷା ଅନୁସାରେ ଓଡ଼ିଆର ବନାନ ବଦଳାଇବାର ଆବଶ୍ୟକତା ନାହିଁ । ଏସବୁ ବାଦ ସବୁଠାରୁ ବଡ଼ କଥା ହେଲା ଉଇକିପିଡ଼ିଆର WP:COMMON ଅନୁସାରେ "ମୋଦି" ବନାନ ବେଶି ବ୍ୟବହାର ହୋଇଛି । ଆଉ ଇଂରାଜୀ ଉଇକିପିଡ଼ିଆରେ ଏବେବି "Oriya language" ବୋଲି ପ୍ରସଙ୍ଗର ନାମ ଅଛି କେବଳ ସେଇ ସକାଶେ । ସେଇଟା କଣ ସରକାରି ଭାବେ ଘୋଷିତ ହୋଇନାହିଁ କି? --ସୁଭାସିସ ପାଣିଗାହି କଥା ୧୮:୧୨, ୧୧ ଅକ୍ଟୋବର ୨୦୧୪ (UTC)
  • ଗୁଜରାତ ‌-> ଗୁଜରାଟ, ଅରୋଡ଼ା -> ଆରୋରା : ଏ ସବୁ ଉଚ୍ଚାରଣ ଦୃଷ୍ଟିରୁ ଅଲଗା ଭାଷାରେ ଅଲଗା ହେଇପାରେ, ଏ ଉଦାହରଣ ଏଠାରେ ଆବଶ୍ୟକ କଣ ପାଇଁ ଜେ । ଉଚ୍ଚାରଣ ଆଉ ବନାନ ତ ଏକା ନୁହଁ । ଆମେ ପରା ଏଠାରେ ଠିକ ବନାନ କଥା ଆଲୋଚନା କରୁଛେ । ଉଇକିରେ କେଉଁ ଠାରେ ଉଲ୍ଲେଖ ଅଛି କି ଜଣେ ବ୍ୟକ୍ତିଙ୍କ ପ୍ରମାଣ ସ୍ଵରୂପ ଦସ୍ତଖତ ଥାଇ ନାମର ବନାନ ବଦଳେଇବା, ଦୟାକରି ସେ ଲିଙ୍କଟି ଦେବ । ସେ ଆଉ WP:COMMON ଲିଙ୍କଟି ମଧ୍ୟ ଦେବ WP:COMMON କଥା ମୁଁ ବୁଝିପାରିଲିନି । --ଆଦିତ୍ୟ ମହାର (ଆଲୋଚନା) ୧୯:୩୯, ୧୧ ଅକ୍ଟୋବର ୨୦୧୪ (UTC)
ଉପରେ ଲିଙ୍କ କରିଦେଲି । WP:COMMONର ମାନେ ହେଲା ଯାହା ଜଣାଶୁଣା ଓ ଅଧିକ ବ୍ୟବହୃତ ତା'କୁ ବ୍ୟବହାର କରିବା । ତେଣୁ ଯାହା ସବୁ ପ୍ରମାଣ ଉପରେ ଦେଲି ସବୁଠି ମୋଦି ବୋଲି ଉଲ୍ଲେଖ ହୋଇଛି ତା ତୁଳନାରେ ଇଂରାଜୀ ଉଇକିରେ "Oriya language" ବ୍ୟବହାର ହେବା ବି ସମାନ । ଉଇକିରେ କେଉଁ ଠାରେ ଉଲ୍ଲେଖ ଅଛି କି ଜଣେ ବ୍ୟକ୍ତିଙ୍କ ପ୍ରମାଣ ସ୍ଵରୂପ ଦସ୍ତଖତ ଥିଲେ "WP:COMMON" କାଟ ଖାଇଯିବ ତାହା ସେ ବାବଦରେ ଯୁକ୍ତି କରୁଥିବା ସୁଧିଜନେ କହିବେ ନାଁ! ମୁଁ ତ ବିରୋଧୀ ଦଳ! :) --ସୁଭାସିସ ପାଣିଗାହି କଥା ୦୦:୫୩, ୧୨ ଅକ୍ଟୋବର ୨୦୧୪ (UTC)
ଦୀର୍ଘ ୫ - ୬ ପୂର୍ବେ ସରକାରୀ ସ୍ତରରେ ତଥା ପାଠ୍ୟ ପୁସ୍ତକରେ ୯୫% ସ୍ଥାନରେ ଗୋପବନ୍ଧୁ ଦାଶ ଲେଖୁଥିଲେ, ହେଲେ ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ସମାଜ ଖବର କାଗଜକୁ ଅନୁକରଣ କରି ବର୍ତ୍ତମାନ ସେ ପ୍ରମାଣକୁ ନେଇ ଅଧିକାଂଶ ଦାସ ଲେଖୁଛନ୍ତି । ଯଦି ଉଇକି ବ୍ୟତୀତ ଅନ୍ୟମାନେ ମଧ୍ୟ ଅଧିକ ପ୍ରଚଳିତ କୁ ଗୁରୁତ୍ଵ ଦେଇଥାନ୍ତେ ତେବେ ଆଜି ମଧ୍ୟ ଦାଶ ଲେଖାଯାଉଥାନ୍ତା। ଦ୍ଵିତୀୟ କଥା ତମ ନିଜ ଉଦାହରଣ : କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା ପ୍ରସଙ୍ଗରେ ଅକାଦମୀ ବୋଧେ ଓଡ଼ିଆରେ ୧୦% ଲୋକମଧ୍ୟ ଜାଣି ନଥିବେ, ସେ କ୍ଷେତ୍ରରେ ଅଧିକ ପ୍ରଚଳିତ ଏକାଡେମୀକୁ ଭୁଲି ଅକାଦେମୀ କାହିଁକି କରିଛ ତମେ ନିଜେ ମଧ୍ୟ ସେ ଆଲୋଚନାରେ ଲେଖିଛ । ଶବ୍ଦ, ସ୍ଥାନ, କାଳ, ପାତ୍ର ସବୁ ଅଲଗା, ତେଣୁ କେଉଁ ସ୍ଥାନରେ ଅଧିକ ପ୍ରଚଳିତକୁ ଗୁରୁତ୍ଵ ଦିଆଯିବ ଲିଙ୍କ ସାଧାରଣ ଜ୍ଞାନର ଅର୍ନ୍ତଭୁକ୍ତ। ସମସ୍ତେ ଭୁଲ ଲେଖୁଛନ୍ତି ଆଉ ଆମେ ମଧ୍ୟ ଭୁଲ ଲେଖି ତାଙ୍କ ସହିତ ଯିବା ଜ୍ଞାନକୋଷ ନାଆଁରେ ଲୋକହସା ହେବା ପରି ହେବ । --ଆଦିତ୍ୟ ମହାର (ଆଲୋଚନା) ୦୫:୩୦, ୧୨ ଅକ୍ଟୋବର ୨୦୧୪ (UTC)
ମୁଁ ବନାନ ବାବଦରେ ତମ ସଙ୍ଗେ ଏକମତ କିନ୍ତୁ ଗୋପବନ୍ଧୁ ନିଜେ ନିଜ ନାଁ "ଦାସ" ଲେଖୁଥିଲେ ଆଉ ସେଥିଲାଗି ସମାଜ ସେହିଭଳି ଲେଖିବା ସ୍ୱାଭାବିକ । "ଓଡ଼ିଶା ସାହିତ୍ୟ ଏକାଡେମୀ" ଓ "କେନ୍ଦ୍ର ସାହିତ୍ୟ ଅକାଦେମୀ" ଏମିତି ସେମାନଙ୍କ ଛପା ସବୁ ବହିରେ ରହିଛି । ଲୋକହସା ହବାର କଥା ପଡ଼ିଲେ ମୁଁ ଆଉଥରେ "Oriya language" ପ୍ରସଙ୍ଗ ବାବଦରେ କହିବି । ମୋଦିଙ୍କ ନିଜ ୱେବସାଇଟଠାରୁ ଆରମ୍ଭ କରି ସବୁଯାକ ଖବରକାଗଜ ଓ ଅନ୍ୟାନ୍ୟ ଓଡ଼ିଆ ବହିରେ "ମୋଦି" ଗ୍ରହଣ କରିନିଆ ହୋଇସାରିଲାଣି । ଆମେ ଲୋକହସା ନ ହେବା ବୋଲି ଯଦି "ମୋଦୀ" ଲେଖୁଛେ ତେବେ ତାହା w:en:WP:COMMONର ବିରୋଧାଭାସ ହେବ । ତେବେ ମୋ ମତରେ ଆମେ ଏଇ ଆଲୋଚନାକୁ ଏଇଠି ରଖି ମତାମତ ଗ୍ରହଣ କରିବା ବାକି ସମସ୍ତଙ୍କଠାରୁ । ସେମାନେ ଉପର ଆଲୋଚନାରୁ ପଢ଼ି ନିଜ ମତ ତଳେ ଦେଲେ ଭଲ ହେବ ।
ଏକ ସାଧାରଣ ପ୍ରଶ୍ନ, ବିଶେଷ କରି ବାକି ପରିଚାଳକଙ୍କ ପାଇଁ, ମତଦାନ ଦ୍ଵାରା ଇଇକିପିଡ଼ିଆର ନିୟମ (ନାମ ବାବଦରେ) ବଦଳାଯାଇପାରିବ କି ଯଦି ହଁ ତାହେଲେ 'ମୋଦୀ' କରାଯାଉ । ଏତେ ଦିନ ଧରି ଗୋଟେ ବନାନ ପାଇଁ ଆଲୋଚନା ହେବା ଆଉ ଶେଷରେ ତାକୁ ସାଇଟ ନୋଟିସରେ ଦେବା 'ଟୁ ମଚ ଆଡୋ ଏବାଉଟ ନଥିଙ୍ଗ' ଭଳି ଲାଗୁଛି । ଅଧିକାଂଶ ନୂଆ ସଭ୍ୟ ଜାଣି ପାରୁ ନଥିବେ କଣ ଦ୍ଵନ୍ଦ ଲାଗିଛି ଆଉ ସାଧାରଣ ସୂଚନା ବି ପାଇପାରୁ ନଥିବେ ଏବେ । --ସୁଭାସିସ ପାଣିଗାହି ଆଳାପ ୨୧:୪୪, ୧୨ ନଭେମ୍ବର ୨୦୧୪ (UTC)
ଜଣେ ସାଧାରଣ ବ୍ୟବହାରକାରୀ ହିସାବରେ ମୋ ମତରେ ମତଦାନ ଦ୍ଵାରା ଇଇକିପିଡ଼ିଆର ନିୟମ (ନାମ ବାବଦରେ ମଧ୍ୟ) ବଦଳାଯାଇପାରିବା କଥା । ଏହା ପୂର୍ବରୁ ଅନ୍ୟ ସମସ୍ତ ନାମ ବଦଳ ପ୍ରସ୍ତାବ କେବଳ ଆଲୋଚନା ମାଧ୍ୟମରେ ଓ ଆପୋଷ ସହମତି ଜରିଆରେ ହେଇଯାଉଥିବାରୁ, ଏଭଳି ପ୍ରଶ୍ନ ମୋ ମନରେ କେବେ ଆସିନଥିଲା । ଏହି ପ୍ରସଙ୍ଗରୁ (ବୋଧହୁଏ) ଏହି ମତଦାନ ନିୟମ ଲାଗୁହେଲା ? ଆଦିତ୍ୟ ଭାଇ ଜୁଲାଇ ମାସରେ ଅନ୍ୟକିଛି ଉଇକିଆଳି ନିଜ ନିଜ ମତ ଦେବା ନିମନ୍ତେ ଅନୁରୋଧ କରିବା ପରେ ଆଉ ଦୁଇଜଣ ଉଇକିଆଳି ମତ ଦେଇଥିଲେ । ନିରପେକ୍ଷ ଭାବେ ଆଲୋଚନାଟିକୁ ସାରିବା ନିମନ୍ତେ ମୁଁ ମୋର ମତ ଦେଇନଥିଲି ।
ଜଣେ ସହପରିଚାଳକ ଭାବେ ଯେକୌଣସି ଆଲୋଚନା ଆରମ୍ଭ ହେବାର ୭ଦିନ ପରେ (ସମୟ ଓ ସୁବିଧା ଦେଖି) ଏହାର ଫଳାଫଳ ଘୋଷଣା କରିବା ନିମନ୍ତେ ମୁଁ ସବୁବେଳେ ଚେଷ୍ଟା କରିଥାଏ । ବନାନ ସମ୍ପର୍କିତ ମତଦାନଟି ୧୨ ଅକ୍ଟୋବରରେ ଆରମ୍ଭ ହେବାର ୧୪ ଦିନ ପରେ ମଧ୍ୟ ଗୋଟିଏ ବି ମତ ଆସିନଥିବାରୁ,ଏହାର କ'ଣ ନିଷ୍ପତ୍ତି ନେବି ଜାଣିପାରିଲିନି, ତେଣୁ ବାଧ୍ୟ ହୋଇ ସାଇଟ ନୋଟିସରେ ଦେଇଥିଲି । ଏହାଦ୍ଵାରା କିଛି ଭଲ ହେବ ଭାବି ବ୍ୟବହାର କରିଥିଲି, ତେବେ ଏପରି କରି ତୁମ ମନରେ କଷ୍ଟ ଦେଇଥିଲେ, ମୁଁ ତୁମ କ୍ଷମାପ୍ରାର୍ଥୀ । ସାଇଟ ନୋଟିସ ଯୋଗୁଁ ହୋଇଥିବା ଅସୁବିଧା ନିମନ୍ତେ ମୁଁ ବାସ୍ତବିକ ଦୁଃଖିତ, ଭବିଷ୍ୟତରେ ଏଭଳି ଭୁଲ ପୁଣିଥରେ ନ'କରିବାକୁ ଚେଷ୍ଟା କରିବି । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୧୨, ୧୩ ନଭେମ୍ବର ୨୦୧୪ (UTC)
ନାଁ ଭାଇ, ମନ କଷ୍ଟ ହବାର ଚାନ୍ସ ନାହିଁ :) ମୁଁ ଦିହକୁ କିଛି ନେଇ କହୁନି । ମୋ କହିବା କଥା ଏହା ପୁରୁଖା ମାନଙ୍କର ଏକ ଭିତିରି ବ୍ୟାପାର । ଏଥିରେ ନୂଆ ମାନଙ୍କୁ ପୂରାଇବାର ଆବଶ୍ୟକତା ଲୋଡ଼ା ନାହିଁ । ଏମିତି ଦ୍ୱନ୍ଦ ରହିବା ସ୍ୱାଭାବିକ ଓ ରହିବା ବି ଉଚିତ । ତେବେ ମତଦାନ ଉଇକିପିଡ଼ିଆର ମୂଳ ନୀତି "ଯାହା ଅଧିକ ପ୍ରକାଶିତ ତାହା ଗ୍ରହଣୀୟ" କୁ କାଟି ପାରିବ କି? ଯଦି କାଟିପାରିବ ତାହେଲେ ଆଉ ଏ ଆଲୋଚନାକୁ ଲମ୍ବା କରିବାନି । ସିଧା ଦୀର୍ଘ ଈ କାର ଲଗାଇଦେବା । --ସୁଭାସିସ ପାଣିଗାହି ଆଳାପ ୧୯:୦୧, ୧୩ ନଭେମ୍ବର ୨୦୧୪ (UTC)

ବନାନ "ମୋଦି" ରଖିବା ପାଇଁ ସମର୍ଥନ[ସମ୍ପାଦନା]

  1. --ସୁଭାସିସ ପାଣିଗାହି କଥା ୦୬:୪୧, ୧୨ ଅକ୍ଟୋବର ୨୦୧୪ (UTC)

ବନାନ "ମୋଦୀ" ରଖିବା ପାଇଁ ସମର୍ଥନ[ସମ୍ପାଦନା]

  1. --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୪:୪୯, ୧ ନଭେମ୍ବର ୨୦୧୪ (UTC)
  2. --Subas Chandra Rout (ମୋ ଆଲୋଚନା) ୦୬:୦୧, ୩ ନଭେମ୍ବର ୨୦୧୪ (UTC)
  3. --ଆଦିତ୍ୟ ମହାର (ଆଲୋଚନା) ୧୬:୫୩, ୧୨ ନଭେମ୍ବର ୨୦୧୪ (UTC)

ପ୍ରସଙ୍ଗ ନାମ ବାବଦରେ ନିୟମ[ସମ୍ପାଦନା]

ଜୀବନୀ ସମ୍ପର୍କିତ ନାମକୁ ନେଇ ବିବାଦ ପ୍ରାୟତଃ ଦେଖାଦେଉଥିବାରୁ, ଏକ ନିର୍ଦ୍ଧିଷ୍ଟ ନିର୍ଦ୍ଧିଷ୍ଟ ନିୟମ ପ୍ରଣୟନ କରିବା ଠିକ ହେବ - ଉଇକିପିଡ଼ିଆ ଆଲୋଚନା:ନିୟମାବଳୀ#ପ୍ରସଙ୍ଗର ନାମ କିପରି ରହିବା ଉଚିତ ? । (ଏହି ଭଳି ଆଉ କିଛି ଉଦାହରଣ ଦେଉଛି - ଆଡ଼ଭାନୀ vs ଆଡ଼ୱାଣୀ ; ଚୋପ୍ରା vs ଚୋପଡା :P ) --ଶିତିକଣ୍ଠ (ଆଲୋଚନା) ୧୯:୩୧, ୧୩ ନଭେମ୍ବର ୨୦୧୪ (UTC)