ଛତ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଛତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୦୯): ୧,୮୯,୨୨୦
ଜିଲ୍ଲା: ଗଞ୍ଜାମ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଆସିକା
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଛତ୍ରପୁର (କ୍ରମିକ ସଂଖ୍ୟା: ୧୨୭) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଛତ୍ରପୁର (ବି), ଗଞ୍ଜାମ (ବି), ରମ୍ଭା (ବି), ଛତ୍ରପୁର ବ୍ଳକ ଓ ଗଞ୍ଜାମ ବ୍ଳକ । [୧][୨]

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ: [୩]

  • ୨୦୧୪: (୧୨୭): ପ୍ରିୟାଂଶୁ ପ୍ରଧାନ (ବିଜଦ)
  • ୨୦୦୯: (୧୨୭): ଆଦିକନ୍ଦ ସେଠୀ (ସିପିଆଇ)
  • ୨୦୦୪: (୭୨): ନାଗି ରେଡ୍ଡୀ ନାରାୟଣ ରେଡ୍ଡୀ (ସିପିଆଇ)
  • ୨୦୦୦: (୭୨): ରାମଚନ୍ଦ୍ର ପଣ୍ଡା (ବିଜଦ)
  • ୧୯୯୫: (୭୨): ଦୈତ୍ୟାରୀ ବେହେରା (କଂଗ୍ରେସ)
  • ୧୯୯୦: (୭୨): ପର୍ଶୁରାମ ପଣ୍ଡା (ସିପିଆଇ)
  • ୧୯୮୫: (୭୨): ଅଶୋକ କୁମାର ଚୌଧୁରୀ (କଂଗ୍ରେସ)
  • ୧୯୮୦: (୭୨): ବିଶ୍ଵନାଥ ସାହୁ (ସିପିଆଇ)[୪]
  • ୧୯୭୭: (୭୨): ବିଶ୍ଵନାଥ ସାହୁ (ସିପିଆଇ)
  • ୧୯୭୪: (୭୨): ଦୈତ୍ୟାରୀ ବେହେରା (ଉତ୍କଳ କଂଗ୍ରେସ)
  • ୧୯୭୧: (୬୮): ଲକ୍ଷ୍ମଣ ମହାପାତ୍ର (କମ୍ୟୁନିଷ୍ଟ)
  • ୧୯୬୭: (୬୮): ଲକ୍ଷ୍ମଣ ମହାପାତ୍ର (କମ୍ୟୁନିଷ୍ଟ) ଓ ରଘୁନାଥ ରାମାନୁଜ (ସ୍ଵତନ୍ତ୍ର)
  • ୧୯୬୧: (୨୦): ଲକ୍ଷ୍ମଣ ମହାପାତ୍ର (କମ୍ୟୁନିଷ୍ଟ)
  • ୧୯୫୭: (୧୫): ଯତିରାଜ ପ୍ରହରାଜ (କଂଗ୍ରେସ)
  • ୧୯୫୧: (୧୦୨): ଭି. ସୀତାରାମୟା (ସ୍ଵାଧୀନ)

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନରେ ସିପିଆଇ ପ୍ରାର୍ଥୀ ଆଦିକନ୍ଦ ସେଠୀ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଭଗବାନ ବେହେରାଙ୍କଠାରୁ ୧୬,୫୫୭ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ବିଧାନ ସଭା ନିର୍ବାଚନ, ଛତ୍ରପୁର [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ସିପିଆଇ ଆଦିକନ୍ଦ ସେଠୀ ୪୬,୨୪୪ ୪୪.୨୬ N/A
ଭାଜପା ଭଗବାନ ବେହେରା ୨୯,୬୮୭ ୨୮.୪୨ -
କଂଗ୍ରେସ ସୋମନାଥ ବେହେରା ୨୨,୧୪୬ ୨୧.୨୦ -
ସ୍ଵାଧୀନ ଦାଶରଥୀ ବେହେରା ୩,୭୮୯ ୩.୬୩ N/A
ସମୃଦ୍ଧ ଓଡ଼ିଶା ନଟବର ବେହେରା ୨,୬୦୫ ୨.୪୯ -
ଭୋଟ ବ୍ୟବଧାନ ୧୬,୫୫୭ ୧୫.୮୫* -
ମତଦାନ ହାର ୧,୦୪,୫୦୭ ୫୫.୨୩ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ଆଧାର[ସମ୍ପାଦନା]