ବିଶ୍ୱନାଥ ସାହୁ

ଉଇକିପିଡ଼ିଆ‌ରୁ
ବିଶ୍ୱନାଥ ସାହୁ
ବିଧାୟକ: ୭ମ, ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୫
ପୂର୍ବ ଅଧିକାରୀଦୈତାରୀ ବେହେରା
ପର ଅଧିକାରୀଅଶୋକ କୁମାର ଚୌଧୁରୀ
ନିର୍ବାଚନ ମଣ୍ଡଳୀଛତ୍ରପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1929-07-01)୧ ଜୁଲାଇ ୧୯୨୯
ମୃତ୍ୟୁ୧୮ ମାର୍ଚ୍ଚ ୨୦୧୬(2016-03-18) (ବୟସ ୮୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ କମ୍ୟୁନିଷ୍ଟ ପାର୍ଟି
ଜୀବନ ସାଥୀସରୋଜିନୀ ସାହୁ
ବାପା/ବୋଉଗୋପୀନାଥ ସାହୁ (ବାପା)
ବୃତ୍ତିରାଜନୀତିଜ୍ଞ

ବିଶ୍ୱନାଥ ସାହୁ (୧ ଜୁଲାଇ ୧୯୨୯ - ୧୮ ମାର୍ଚ୍ଚ ୨୦୧୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୭ ଓ ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଛତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ବିଶ୍ୱନାଥ ୧୯୨୯ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋପୀନାଥ ସାହୁ ଓ ପତ୍ନୀଙ୍କ ନାମ ସରୋଜିନୀ ସାହୁ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ବିଶ୍ୱନାଥ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ବିଶ୍ୱନାଥ ୨୦୧୬ ମସିହାର ମାର୍ଚ୍ଚ ମାସ ୧୮ ତାରିଖରେ ୮୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Biswanath Sahu". odishaassembly.nic.in. Odisha Assembly. Retrieved 10 December 2020.