ଆଦିକନ୍ଦ ସେଠୀ
ଦେଖଣା
ଆଦିକନ୍ଦ ସେଠୀ | |
---|---|
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୪ | |
ପୂର୍ବ ଅଧିକାରୀ | ନାଗି ରେଡ୍ଡୀ ନାରାୟଣ ରେଡ୍ଡୀ |
ପର ଅଧିକାରୀ | ପ୍ରିୟାଂଶୁ ପ୍ରଧାନ |
ନିର୍ବାଚନ ମଣ୍ଡଳୀ | ଛତ୍ରପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଜାନୁଆରୀ ୧୯୫୨ |
ମୃତ୍ୟୁ | ୨୨ ସେପ୍ଟେମ୍ବର ୨୦୨୨ | (ବୟସ ୭୦)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି |
ଜୀବନ ସାଥୀ | ଶୈଳବାଳା ସେଠୀ |
ବାପା/ବୋଉ | ଦଣ୍ଡପାଣି ସେଠୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଆଦିକନ୍ଦ ସେଠୀ (୧ ଜାନୁଆରୀ ୧୯୫୨ - ୨୨ ସେପ୍ଟେମ୍ବର ୨୦୨୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଛତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ ପରିବାର ଓ ଶିକ୍ଷା
[ସମ୍ପାଦନା]ଆଦିକନ୍ଦ ୧୯୫୨ ମସିହାର ଜାନୁଆରୀ ୧ ତାରିଖରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ମାଲୁଦ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଦଣ୍ଡପାଣି ସେଠୀ ଓ ପତ୍ନୀଙ୍କ ନାମ ଶୈଳବାଳା ସେଠୀ ।[୩]
ରାଜନୈତିକ ଜୀବନ
[ସମ୍ପାଦନା]ଆଦିକନ୍ଦ ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୪] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୩]
ମୃତ୍ୟୁ
[ସମ୍ପାଦନା]ଆଦିକନ୍ଦ ସେଠୀ ୨୦୨୨ ମସିହାର ସେପ୍ଟେମ୍ବର ୨୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା ।[୫]
ଆଧାର
[ସମ୍ପାଦନା]- ↑ "ଛତ୍ରପୁରର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ପରଲୋକ". Samaya Live (in ଆମେରିକୀୟ ଇଂରାଜୀ). Archived from the original on 2022-09-23. Retrieved 2022-09-23.
- ↑ ୨.୦ ୨.୧ "ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ". ସମ୍ବାଦ. ନୂଆପଡ଼ା/ଖଡ଼ିଆଳ. 23 September 2022. p. 11. Archived from the original on 23 September 2022. Retrieved 23 September 2022.
- ↑ ୩.୦ ୩.୧ "Shri Adikanda Sethi". odishaassembly.nic.in. Odisha Assembly. Retrieved 17 December 2020.
- ↑ "ଛତ୍ରପୁରର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ପରଲୋକ". Sambad (in ଆମେରିକୀୟ ଇଂରାଜୀ). Archived from the original on 2022-09-23. Retrieved 2022-09-23.
- ↑ "ଛତ୍ରପୁରର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ପରଲୋକ". Argus News (in ଇଂରାଜୀ). Archived from the original on 2022-09-23. Retrieved 2022-09-23.