ସୁବାସ ଚନ୍ଦ୍ର ବେହେରା
ସୁବାସ ଚନ୍ଦ୍ର ବେହେରା | |
|---|---|
| ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୨୦୧୯ – ୨୦୨୪ | |
| ପୂର୍ବ ଅଧିକାରୀ | ପ୍ରିୟାଂଶୁ ପ୍ରଧାନ |
| ପର ଅଧିକାରୀ | କୃଷ୍ଣଚନ୍ଦ୍ର ନାୟକ |
| ନିର୍ବାଚନ ମଣ୍ଡଳୀ | ଛତ୍ରପୁର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୨୯ ଅପ୍ରେଲ ୧୯୭୧ |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ବିଜୁ ଜନତା ଦଳ |
| ଜୀବନ ସାଥୀ | ରୀନା କୁମାରୀ ବେହେରା |
| ବାପା/ବୋଉ | ଉପେନ୍ଦ୍ର ଭଞ୍ଜ ବେହେରା (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ସୁବାସ ଚନ୍ଦ୍ର ବେହେରା (ଜନ୍ମ: ୨୯ ଅପ୍ରେଲ ୧୯୭୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଛତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ ପରିବାର ଓ ଶିକ୍ଷା
[ସମ୍ପାଦନା]ସୁବାସ ୧୯୭୧ ମସିହାର ଅପ୍ରେଲ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଉପେନ୍ଦ୍ର ଭଞ୍ଜ ବେହେରା ଓ ପତ୍ନୀଙ୍କ ନାମ ରୀନା କୁମାରୀ ବେହେରା ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ସୁବାସ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।[୧] ସୁବାସ ଗଞ୍ଜାମ ଜିଲ୍ଲା ପରିଷଦ ସଭ୍ୟ ଭାବରେ କାର୍ଯ୍ୟ କରୁଥିଲେ ।[୨]
୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ଛତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୬୩,୫୪୫ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ କୃଷ୍ଣଚନ୍ଦ୍ର ନାୟକଙ୍କଠାରୁ ୧୧,୪୩୮ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିଲେ ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Subash Chandra Behera". odishaassembly.nic.in. Odisha Assembly. Retrieved 18 December 2020.
- ↑ "Chhatrapur MLA quits as Ganjam ZP chief". The Pioneer (in ଇଂରାଜୀ). 6 June 2019. Archived from the original on 20 September 2022. Retrieved 18 December 2020.
- ↑ "General Election to Assembly Constituencies 2024: Chhatrapur (Odisha)". Election Commission of India. Retrieved 27 June 2024.
ବାହାର ଆଧାର
[ସମ୍ପାଦନା]
ଉଇକିମିଡ଼ିଆ କମନ୍ସରେ Subash Chandra Behera-ସମ୍ପର୍କିତ ମିଡ଼ିଆ