Jump to content

ସୁବାସ ଚନ୍ଦ୍ର ବେହେରା

ଉଇକିପିଡ଼ିଆ‌ରୁ
ସୁବାସ ଚନ୍ଦ୍ର ବେହେରା
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ୨୦୨୪
ପୂର୍ବ ଅଧିକାରୀପ୍ରିୟାଂଶୁ ପ୍ରଧାନ
ପର ଅଧିକାରୀକୃଷ୍ଣଚନ୍ଦ୍ର ନାୟକ
ନିର୍ବାଚନ ମଣ୍ଡଳୀଛତ୍ରପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1971-04-29) ୨୯ ଅପ୍ରେଲ ୧୯୭୧ (ବୟସ ୫୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀରୀନା କୁମାରୀ ବେହେରା
ବାପା/ବୋଉଉପେନ୍ଦ୍ର ଭଞ୍ଜ ବେହେରା (ବାପା)
ବୃତ୍ତିରାଜନୀତିଜ୍ଞ

ସୁବାସ ଚନ୍ଦ୍ର ବେହେରା (ଜନ୍ମ: ୨୯ ଅପ୍ରେଲ ୧୯୭୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଛତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ ପରିବାର ଓ ଶିକ୍ଷା

[ସମ୍ପାଦନା]

ସୁବାସ ୧୯୭୧ ମସିହାର ଅପ୍ରେଲ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଉପେନ୍ଦ୍ର ଭଞ୍ଜ ବେହେରା ଓ ପତ୍ନୀଙ୍କ ନାମ ରୀନା କୁମାରୀ ବେହେରା ।[୧]

ରାଜନୈତିକ ଜୀବନ

[ସମ୍ପାଦନା]

ସୁବାସ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।[୧] ସୁବାସ ଗଞ୍ଜାମ ଜିଲ୍ଲା ପରିଷଦ ସଭ୍ୟ ଭାବରେ କାର୍ଯ୍ୟ କରୁଥିଲେ ।[୨]

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ଛତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୬୩,୫୪୫ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ କୃଷ୍ଣଚନ୍ଦ୍ର ନାୟକଙ୍କ ଠାରୁ ୧୧,୪୩୮ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ ।[୩]

  1. ୧.୦ ୧.୧ "Shri Subash Chandra Behera". odishaassembly.nic.in. Odisha Assembly. Retrieved 18 December 2020.
  2. "Chhatrapur MLA quits as Ganjam ZP chief". The Pioneer (in ଇଂରାଜୀ). 6 June 2019. Retrieved 18 December 2020.
  3. "General Election to Assembly Constituencies 2024: Chhatrapur (Odisha)". Election Commission of India. Retrieved 27 June 2024.

ବାହାର ଆଧାର

[ସମ୍ପାଦନା]
  • ଉଇକିମିଡ଼ିଆ କମନ୍ସରେ Subash Chandra Behera-ସମ୍ପର୍କିତ ମିଡ଼ିଆ