ଦୈତାରୀ ବେହେରା

ଉଇକିପିଡ଼ିଆ‌ରୁ
ଦୈତାରୀ ବେହେରା
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀଲକ୍ଷ୍ମଣ ମହାପାତ୍ର
ପର ଅଧିକାରୀବିଶ୍ୱନାଥ ସାହୁ
ନିର୍ବାଚନ ମଣ୍ଡଳୀଛତ୍ରପୁର
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୦
ପୂର୍ବ ଅଧିକାରୀପର୍ଶୁରାମ ପଣ୍ଡା
ପର ଅଧିକାରୀରାମଚନ୍ଦ୍ର ପଣ୍ଡା
ନିର୍ବାଚନ ମଣ୍ଡଳୀଛତ୍ରପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1938-01-07)୭ ଜାନୁଆରୀ ୧୯୩୮
ମୃତ୍ୟୁ୨ ଫେବୃଆରୀ ୨୦୨୦(2020-02-02) (ବୟସ ୮୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଉତ୍କଳ କଂଗ୍ରେସ
ଜୀବନ ସାଥୀରମା ବେହେରା
ବାପା/ବୋଉଦଣ୍ଡାସି ବେହେରା (ବାପା)
ବୃତ୍ତିରାଜନୀତିଜ୍ଞ

ଦୈତାରୀ ବେହେରା (୧ ଜୁଲାଇ ୧୯୩୮ - ୨ ଜାନୁଆରୀ ୨୦୨୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ ଉତ୍କଳ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ଦୈତାରୀ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୪ ଓ ୧୯୯୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଛତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ସେ ୬ଷ୍ଠ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଦୈତାରୀ ବେହେରା ୧୯୩୮ ମସିହା ଜୁଲାଇ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦଣ୍ଡାସି ବେହେରା ଏବଂ ପତ୍ନୀଙ୍କ ନାମ ରମା ବେହେରା ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଦୈତାରୀ ବେହେରା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସଉତ୍କଳ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]


ମୃତ୍ୟୁ[ସମ୍ପାଦନା]

ଦୈତାରୀ ବେହେରା ୨୦୨୦ ମସିହାର ଜାନୁଆରୀ ମାସ ୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ଦୈତାରୀ ଅସୁସ୍ଥତା ଅନୁଭବ କରିବାକୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠି ରାତି ପାଖାପାଖି ୧୧ଟା ବେଳେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Shri Daitari Behera". odishaassembly.nic.in. Odisha Assembly. Retrieved 3 January 2020. {{cite web}}: Cite has empty unknown parameter: |dead-url= (help)
  2. "ଛତ୍ରପୁର ପୂର୍ବତନ ବିଧାୟକ ଦୈତାରୀ ବେହେରାଙ୍କ ପରଲୋକ | Sambad". ସମ୍ବାଦ. sambad.in. 3 January 2020. Retrieved 3 January 2020.