ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ
ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ | |
---|---|
Hypertensive disease of pregnancy; maternal hypertensive disorder | |
ବିଭାଗ | Obstetrics |
ଲକ୍ଷଣ | None, headaches, vision changes, shortness of breath, seizures[୧] |
ବିପଦ କାରକ | Older age, obesity[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | BP>140/90 mmHg[୩] |
ପ୍ରତିକାର | Diet, weight loss, exercise, aspirin[୨] |
ଔଷଧ | Labetalol, nifedipine, methyldopa, hydralazine[୪] |
ଚିକିତ୍ସା | Early delivery[୫] |
ପୁନଃପୌନିକ | 18 million (2019)[୩] |
ମୃତ୍ୟୁ ସାନ୍ଦ୍ରତା | 27,800 maternal deaths (2019)[୩] |
ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ, ଏକ ଅବସ୍ଥା ଯେଉଁଥିରେ ଗର୍ଭାବସ୍ଥାରେ ବଚ୍ଚ ରକ୍ତଚାପ ସୃଷ୍ଟି ହୁଏ ।[୬] ଲକ୍ଷଣଗୁଡ଼ିକ କିଛି ନ ହୋଇପାରେ ବା ଭିନ୍ନ ହୋଇପାରେ ଯେପରିକି ମୁଣ୍ଡବିନ୍ଧା, ଦୃଷ୍ଟିଶକ୍ତି ପରିବର୍ତ୍ତନ, ଅଣନିଶ୍ୱାସ, ଏବଂ ବାତ ।[୧] ମା'ର ଜଟିଳତା ମଧ୍ୟରେ ଷ୍ଟ୍ରୋକ୍, ପେରିପାର୍ଟମ କାର୍ଡ଼ିଓମାୟୋପାଥି ଏବଂ ସ୍ୱତଃସ୍ଫୁର୍ତ୍ତ କରୋନାରୀ ଧମନୀ ବିଚ୍ଛେଦନ ଅନ୍ତର୍ଭୁକ୍ତ ହୋଇପାରେ । [୨] ଭବିଷ୍ୟତରେ ମଧୁମେହ ଏବଂ ହୃଦରକ୍ତନାଳୀ ରୋଗ ହେବାର ଆଶଙ୍କା ମଧ୍ୟ ଥାଏ ।[୩] ଶିଶୁ ପାଇଁ ଜଟିଳତା ମଧ୍ୟରେ ସମୟପୂର୍ବ ପ୍ରସବ, ଗର୍ଭ ବୟସ ତୁଳନାରେ ଛୋଟ ମୃତ ପ୍ରସବ ଅନ୍ତର୍ଭୁକ୍ତ ହୋଇପାରେ ।[୨]
ବିପଦ କାରକଗୁଡ଼ିକ ମଧ୍ୟରେ ବୃଦ୍ଧାବସ୍ଥା ଏବଂ ମୋଟାପଣ ଅନ୍ତର୍ଭୁକ୍ତ ।[୨] ରୋଗ ନିର୍ଣ୍ଣୟ ସାଧାରଣତଃ ଅତି କମରେ ୪ ଘଣ୍ଟା ବ୍ୟବଧାନରେ ୧୪୦/୯୦ ମିମିପା ରୁ ଅଧିକ ରକ୍ତଚାପ ଉପରେ ଆଧାରିତ ହୁଏ, ୧୬୦/୧୧୦ ମିମିପା ହେଲେ ସାଂଘାତିକ ରୋଗ ଧରାଯାଏ ।[୩] [୨] କ୍ରନିକ ଉଚ୍ଚ ରକ୍ତଚାପ, ଗର୍ଭକାଳୀନ ଉଚ୍ଚ ରକ୍ତଚାପ, ପ୍ରିଏକ୍ଲାମ୍ପସିଆ/ ଏକ୍ଲାମ୍ପସିଆ ଏବଂ କ୍ରନିକ୍ ଉଚ୍ଚ ରକ୍ତଚାପ ଉପରେ ପ୍ରିଏକ୍ଲାମ୍ପସିଆ ଆରୋପିତ ହେବା ଅନ୍ତର୍ଭୁକ୍ତ ।[୨] ଧଳା ଉଚ୍ଚ ରକ୍ତଚାପ (ସ୍ୱାସ୍ଥ୍ୟ ସୁବିଧା ଥାଇ ଉଚ୍ଚ ରକ୍ତଚାପ, କିନ୍ତୁ ଘରେ ସାଧାରଣ) ଏବଂ ମାସ୍କେଡ୍ ଉଚ୍ଚ ରକ୍ତଚାପ (ସ୍ୱାସ୍ଥ୍ୟ ସୁବିଧା ଥାଇ ସାଧାରଣ, କିନ୍ତୁ ଘରେ ଉଚ୍ଚ) ପ୍ରକାରକୁ ଅନ୍ତର୍ଭୁକ୍ତ କରାଯାଇପାରେ ।[୩]
ପ୍ରତିଷେଧରେ ଉପଯୁକ୍ତ ଖାଦ୍ୟ, ଓଜନ ହ୍ରାସ ଏବଂ ବ୍ୟାୟାମ ଅନ୍ତର୍ଭୁକ୍ତ ହୋଇପାରେ ।[୨] ଗର୍ଭାବସ୍ଥାର ମଧ୍ୟଭାଗରେ କମ୍ ମାତ୍ରାର ଆସ୍ପିରିନ ବିପଦକୁ ହ୍ରାସ କରିଥାଏ ।[୨] ଚିକିତ୍ସା ଆରମ୍ଭ କରିବା ସମୟର ରକ୍ତଚାପ ୧୩୫/୮୫ ରୁ ୧୬୦/୧୧୦ ମିମିପା ପାଇଁ ନିର୍ଦ୍ଦେଶାବଳୀରେ ଭିନ୍ନ ହୋଇଥାଏ ।[୨] ୧୩୦/୮୦ମିମିପା ରକ୍ତଚାପର ଲକ୍ଷ୍ୟ ନେଇ ଦିଆଯାଉଥିବା ଔଷଧ ମଧ୍ୟରେ ଲାବେଟାଲୋଲ, ନିଫେଡିପିନ, ମିଥାଇଲଡୋପା କିମ୍ବା ହାଇଡ୍ରାଲାଜିନ ଦିଆଯାଇପାରେ ।[୪] [୨] ପ୍ରି-ଏକ୍ଲାମପ୍ସିଆ ଥିଲେ ଅତିରିକ୍ତ ଭାବରେ ମ୍ୟାଗ୍ନେସିୟମ୍ ସଲଫେଟ୍ ବ୍ୟବହୃତ ହୋଇପାରେ ।[୫] ଶୀଘ୍ର ପ୍ରସବ ମଧ୍ୟ ସୁପାରିଶ କରାଯାଏ ।[୫]
ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ୨୦୧୯ରେ ପ୍ରାୟ ୧୮ ନିୟୁତ ମହିଳାଙ୍କର ହୋଇଥିଲା (ଗର୍ଭଧାରଣର ୭.୫%)। [୩] [୨] ଯଦିଓ ୧୫% ମହିଳା ଯେ କୌଣସି ସମୟରେ ପ୍ରଭାବିତ ହୋଇପାରନ୍ତି ।[୨] ଏହା ସାଧାରଣତ ଆଫ୍ରିକା, ଦକ୍ଷିଣ ପୂର୍ବ ଏସିଆ ଏବଂ ମଧ୍ୟ ପୂର୍ବରେ ଦେଖାଯାଏ ।[୩] ୨୦୧୯ରେ ୨୭,୮୦୦ ମାତୃ ମୃତ୍ୟୁ ଘଟିଥିଲା ଯାହା ୧୯୯୦ ମସିହାର ୩୭,୦୦୦ ମୃତ୍ୟୁରୁ ହ୍ରାସ ପାଇଥିଲା। [୭] [୩] ସର୍ବଭାରତୀୟ ସ୍ତରରେ ଗର୍ଭାବସ୍ଥାରେ (୧୬%) ମୃତ୍ୟୁର ଏହା ହେଉଛି ସାଧାରଣ କାରଣ, ଏହା ପରେ ପ୍ରସବପର ରକ୍ତସ୍ରାବ (୧୩%) ଏବଂ ପ୍ରସବ ସଂକ୍ରମଣ (୨%) ହୋଇଥାଏ ।[୩] [୮]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Brown, Mark A.; Magee, Laura A.; Kenny, Louise C.; Karumanchi, S. Ananth; McCarthy, Fergus P.; Saito, Shigeru; Hall, David R.; Warren, Charlotte E.; Adoyi, Gloria (July 2018). "Hypertensive Disorders of Pregnancy: ISSHP Classification, Diagnosis, and Management Recommendations for International Practice". Hypertension. 72 (1): 24–43. doi:10.1161/HYPERTENSIONAHA.117.10803.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ Garovic, VD; Dechend, R; Easterling, T; Karumanchi, SA; McMurtry Baird, S; Magee, LA; Rana, S; Vermunt, JV; August, P (February 2022). "Hypertension in Pregnancy: Diagnosis, Blood Pressure Goals, and Pharmacotherapy: A Scientific Statement From the American Heart Association". Hypertension (Dallas, Tex. : 1979). 79 (2): e21–e41. doi:10.1161/HYP.0000000000000208. PMID 34905954.
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ Wu, P; Green, M; Myers, JE (30 June 2023). "Hypertensive disorders of pregnancy". BMJ (Clinical research ed.). 381: e071653. doi:10.1136/bmj-2022-071653. PMID 37391211.
- ↑ ୪.୦ ୪.୧ Bajpai, D; Popa, C; Verma, P; Dumanski, S; Shah, S (1 October 2023). "Evaluation and Management of Hypertensive Disorders of Pregnancy". Kidney360. 4 (10): 1512–1525. doi:10.34067/KID.0000000000000228. PMID 37526641.
- ↑ ୫.୦ ୫.୧ ୫.୨ Wilkerson, RG; Ogunbodede, AC (May 2019). "Hypertensive Disorders of Pregnancy". Emergency medicine clinics of North America. 37 (2): 301–316. doi:10.1016/j.emc.2019.01.008. PMID 30940374.
- ↑ Khedagi, AM; Bello, NA (February 2021). "Hypertensive Disorders of Pregnancy". Cardiology clinics. 39 (1): 77–90. doi:10.1016/j.ccl.2020.09.005. PMID 33222817.
- ↑ "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385 (9963): 117–171. January 2015. doi:10.1016/S0140-6736(14)61682-2. PMC 4340604. PMID 25530442.
- ↑ "40". Williams obstetrics (24th ed.). McGraw-Hill Professional. 2014. ISBN 9780071798938.