ଷ୍ଟ୍ରୋକ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
Stroke
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
CT scan slice of the brain showing a right-hemispheric ischemic stroke.
ଆଇସିଡ଼ି-୧୦ I61.-I64.ner
ଆଇସିଡ଼ି- 434.91
OMIM 601367
ରୋଗ ଡାଟାବେସ 2247
ମେଡ଼ିସିନ-ପ୍ଲସ 000726
ଇ-ମେଡ଼ିସିନ neuro/9 emerg/558 emerg/557 pmr/187
MeSH D020521

ସ୍ଟ୍ରୋକ (ଇଂରାଜୀରେ ସ୍ଟ୍ରୋକ ବା ସେରେବ୍ରୋଭାସ୍କୁଲାର ଆକ୍ସିଡେଣ୍ଟ ସଂକ୍ଷେପରେ ସିଭିଏ, ବା ସେରେବ୍ରୋଭାସ୍କୁଲାର ଇନସଲଟ ସଂକ୍ଷେପରେ ସିଭିଆଇ ବା ବ୍ରେନ ଆଟାକ ଯଥାକ୍ରମେ Stroke, also known as cerebrovascular accident (CVA), cerebrovascular insult (CVI), or brain attack), ରୋଗ ହୁଏ ଯେତେବେଳେ ମସ୍ତିଷ୍କ‌କୁ କ୍ଷୀଣ ରକ୍ତ ସରବରାହ ହୋଇ ତାହାର ଜୀବକୋଷ ନଷ୍ଟ ହୋଇଯାଏ । ସାଧାରଣତଃ ଦୁଇ ପ୍ରକାର ସ୍ଟ୍ରୋକ ହୁଏ ଯଥା ରକ୍ତସଞ୍ଚାଳନ ବିହୀନ ସ୍ଟ୍ରୋକ (ଇସ୍କେମିକ ସ୍ଟ୍ରୋକ) ଓ (ହେମୋରେଜିକ ସ୍ଟ୍ରୋକ) (ରକ୍ତସ୍ରାବ ସ୍ଟ୍ରୋକ) । ରକ୍ତ ସରବରାହ କମିଯିବା ଫଳରେ ମସ୍ତିଷ୍କର କାର୍ଯ୍ୟକାରୀତା ସଠିକ ଭାବରେ ସମ୍ପାଦିତ ହୁଏନାହିଁ । [୧] ଏହି ରୋଗର ଚିହ୍ନ ଓ ଲକ୍ଷଣ: ଶରୀରର ଗୋଟିଏ ପାଖର ପକ୍ଷାଘାତ କିମ୍ବା ଏକପାଖିଆ ଦୁର୍ବଳତା, ବୁଝିବା ଅକ୍ଷମତା, କଥା କ‌ହିବା ଅକ୍ଷମତା, ଭର୍ଟିଗୋ କିମ୍ବା ଦୃଶ୍ୟର ଗୋଟିଏ ପାଖ ଅନ୍ଧତ୍ୱ[୨][୩] ଅଧିକାଂଶ ସମୟରେ ସ୍ଟ୍ରୋକ ହେବା ସଙ୍ଗେ ସଙ୍ଗେ ଚିହ୍ନ ଓ ଲକ୍ଷଣ ପ୍ରକାଶ ପାଏ । ଏକ ବା ଦୁଇ ଘଣ୍ଟାରୁ କମ ସମୟ ଲକ୍ଷଣ ରହିଲେ ତାହାକୁ ଟ୍ରାଞ୍ଜିଏଣ୍ଟ ଇସକେମିକ ଆଟାକ (ଟିଟିଏ) ବା କ୍ଷଣସ୍ଥାୟୀ ରକ୍ତାଭାବ ଆକ୍ରମଣ କୁହାଯାଏ । [୩] ରକ୍ତସ୍ରାବ ସ୍ଟ୍ରୋକ ହେଲେ ଅତ୍ୟଧିକ ମୁଣ୍ଡବଥା ହୋଇଥାଏ । [୩] ସ୍ଟ୍ରୋକ ରୋଗ ଲକ୍ଷଣ ସ୍ଥାୟୀ ହୋଇପାରେ । [୧] ଦୀର୍ଘସ୍ଥାୟୀ ଜଟୀଳତା ମଧ୍ୟରେ ନିମୋନିଆ କିମ୍ବା ପରିସ୍ରା ନିୟନ୍ତ୍ରଣ ଅକ୍ଷମତା ଉଲ୍ଲେଖ‌ଯୋଗ୍ୟ । [୩]

ଉଚ୍ଚ ରକ୍ତଚାପ ଏହି ରୋଗର ମୂଖ୍ୟ ସଙ୍କଟ କାରକ[୪] ଅନ୍ୟାନ୍ୟ କାରକ ମଧ୍ୟରେ ଧୂମ୍ରପାନ, ମୋଟାପଣ, ଅତ୍ୟଧିକ ରକ୍ତ କୋଲେସ୍ଟେରଲ, ଡାଏବେଟିସ ମେଲିଟସ, ଟିଆଇଏ ଓ ଆଟ୍ରିଆଲ ଫିବ୍ରିଲେସନ[୨][୪] ରକ୍ତନଳୀର ସଙ୍କୋଚନ ହେତୁ ଇସକେମିକ ସ୍ଟ୍ରୋକ ହୁଏ । [୫] ମସ୍ତିଷ୍କରେ ବା ସବଆରାକନଏଡ ସ୍ପେସରେ ରକ୍ତସ୍ରାବ ହେଲେ ହେମୋରେଜିକ ବା ରକ୍ତସ୍ରାବ ସ୍ଟ୍ରୋକ ହୁଏ । [୫][୬] ମସ୍ତିଷ୍କ ଆନିଉରିଜ୍ମ ଯୋଗୁ ରକ୍ରସ୍ରାବ ହୋଇପାରେ । [୫] ଶାରୀରିକ ପରୀକ୍ଷା ସ‌ହିତ ମେଡିକାଲ ଇମେଜିଙ୍ଗ ଯେପରିକି ସିଟି ସ୍କାନ ବା ଏମ.ଆର.ଆଇ. ସ୍କାନ କରି ରୋଗ ନିର୍ଣ୍ଣୟ କରାଯାଏ । ଅନ୍ୟାନ୍ୟ ପରୀକ୍ଷା ମଧ୍ୟରେ ଇଲେକ୍ଟ୍ରୋକାର୍ଡ଼ିଓଗ୍ରାମ (ଇସିଜି) ଓ ରକ୍ତ ପରୀକ୍ଷା କରି ସଙ୍କଟାବସ୍ଥା ଓ ଅନ୍ୟାନ୍ୟ ସମ୍ଭାବ୍ୟ ରୋଗ ନିରୂପଣ କରାଯାଏ । ନିମ୍ନ ରକ୍ତଶର୍କରା ଥିଲେ ସମାନ ଲକ୍ଷଣ ଦେଖାଯାଇପାରେ । [୭]

ସଙ୍କଟଦାୟୀ ଅବସ୍ଥା ନିମନ୍ତେ ପ୍ରତିକାର ଆବଶ୍ୟକ ଯେପରିକି ଆସ୍ପିରିନସ୍ଟାଟିନ ବ୍ୟବ‌ହାର ଉପରେ ଅଙ୍କୁଶ; ମସ୍ତିଷ୍କର ରକ୍ରନଳୀ ସଙ୍କୋଚନ ହୋଇଥିଲେ ମସ୍ତିଷ୍କରେ ଅପରେଶନ କରି କ୍ୟାରୋଟିଡ ସଙ୍କୋଚନ ଦୂର କରାଯାଏ; ଆଟ୍ରିଆଲ ଫିବ୍ରିଲେସନ ଥିଲେ ୱାରଫାରିନ ନିୟନ୍ତ୍ରଣ କରିବା ଆବଶ୍ୟକ । [୨] ସ୍ଟ୍ରୋକ ରୋଗ ନିମନ୍ତେ ଆଶୁଚିକିତ୍ସା ଆବଶ୍ୟକ ହୁଏ । [୧] ଇସ୍କେମିକ ସ୍ଟ୍ରୋକ ରୋଗ ୩ ରୁ ୪ଘଣ୍ଟା ମଧ୍ୟରେ ଜଣାପଡ଼ିଲେ ଜମାଟ ରକ୍ତ ଭାଙ୍ଗିବା ନିମନ୍ତେ ଔଷଧ ଦେଇ ଚିକିତ୍ସା କରାଯାଏ । ଏଥିରେ ଆସ୍ପିରିନ ବ୍ୟବ‌ହାର କରାଯାଏ । ଅପରେଶନ କରି କେତେକ ରକ୍ରସ୍ରାବ ସ୍ଟ୍ରୋକରେ ଉପକାର ମିଳେ । ନଷ୍ଟ କାର୍ଯ୍ୟକ୍ଷମତାକୁ ପୁନରୁଦ୍ଧାର ନିମନ୍ତେ ସ୍ୱତନ୍ତ୍ର ସ୍ଟ୍ରୋକ ୟୁନିଟ ଆବଶ୍ୟକ ଯାହା ପୃଥିବୀର ସବୁ ସ୍ଥାନରେ ଉପଲବ୍‌ଧ ହୁଏ ନାହିଁ । [୨]

ଉଚ୍ଚ ରକ୍ତଚାପ ଏହି ରୋଗର ମୂଖ୍ୟ ସଙ୍କଟ କାରକ[୪] ଅନ୍ୟାନ୍ୟ କାରକ ମଧ୍ୟରେ ଧୂମ୍ରପାନ, ମୋଟାପଣ, ଅତ୍ୟଧିକ ରକ୍ତ କୋଲେସ୍ଟେରଲ, ଡାଏବେଟିସ ମେଲିଟସ, ଟିଆଇଏ ଓ ଆଟ୍ରିଆଲ ଫିବ୍ରିଲେସନ[୨][୪] ରକ୍ତନଳୀର ସଙ୍କୋଚନ ହେତୁ ଇସକେମିକ ସ୍ଟ୍ରୋକ ହୁଏ । [୫] ମସ୍ତିଷ୍କରେ ବା ସବଆରାକନଏଡ ସ୍ପେସରେ ରକ୍ତସ୍ରାବ ହେଲେ ହେମୋରେଜିକ ବା ରକ୍ତସ୍ରାବ ସ୍ଟ୍ରୋକ ହୁଏ । [୫][୬] ମସ୍ତିଷ୍କ ଆନିଉରିଜ୍ମ ଯୋଗୁ ରକ୍ରସ୍ରାବ ହୋଇପାରେ । [୫] ଶାରୀରିକ ପରୀକ୍ଷା ସ‌ହିତ ମେଡିକାଲ ଇମେଜିଙ୍ଗ ଯେପରିକି ସିଟି ସ୍କାନ ବା ଏମ.ଆର.ଆଇ. ସ୍କାନ କରି ରୋଗ ନିର୍ଣ୍ଣୟ କରାଯାଏ । ଅନ୍ୟାନ୍ୟ ପରୀକ୍ଷା ମଧ୍ୟରେ ଇଲେକ୍ଟ୍ରୋକାର୍ଡ଼ିଓଗ୍ରାମ (ଇସିଜି) ଓ ରକ୍ତ ପରୀକ୍ଷା କରି ସଙ୍କଟାବସ୍ଥା ଓ ଅନ୍ୟାନ୍ୟ ସମ୍ଭାବ୍ୟ ରୋଗ ନିରୂପଣ କରାଯାଏ । ନିମ୍ନ ରକ୍ତଶର୍କରା ଥିଲେ ସମାନ ଲକ୍ଷଣ ଦେଖାଯାଇପାରେ । [୭]

ସଙ୍କଟଦାୟୀ ଅବସ୍ଥା ନିମନ୍ତେ ପ୍ରତିକାର ଯେପରିକି ଆସ୍ପିରିନସ୍ଟାଟିନ ବ୍ୟବ‌ହାର ଉପରେ ଅଙ୍କୁଶ; ମସ୍ତିଷ୍କର ରକ୍ରନଳୀ ସଙ୍କୋଚନ ଥିଲେ ମସ୍ତିଷ୍କରେ ଅପରେଶନ କରି କ୍ୟାରୋଟିଡ ସଙ୍କୋଚନ ଦୂର କରାଯାଏ; ଆଟ୍ରିଆଲ ଫିବ୍ରିଲେସନ ଥିଲେ ୱାରଫାରିନ ନିୟନ୍ତ୍ରଣ କରିବା ଆବଶ୍ୟକ । [୨] ସ୍ଟ୍ରୋକ ରୋଗ ନିମନ୍ତେ ଆଶୁଚିକିତ୍ସା ଆବଶ୍ୟକ ହୁଏ । [୧] ଇସ୍କେମିକ ସ୍ଟ୍ରୋକ ରୋଗ ୩ ରୁ ୪ଘଣ୍ଟା ମଧ୍ୟରେ ଜଣାପଡ଼ିଲେ ଜମାଟ ରକ୍ତ ଭାଙ୍ଗିବା ନିମନ୍ତେ ଔଷଧ ଦେଇ ଚିକିତ୍ସା କରାଯାଏ । ଏଥିରେ ଆସ୍ପିରିନ ବ୍ୟବ‌ହାର କରାଯାଏ । ଅପରେଶନ କରି କେତେକ ରକ୍ରସ୍ରାବ ସ୍ଟ୍ରୋକରେ ଉପକାର ମିଳେ । ନଷ୍ଟ କାର୍ଯ୍ୟକ୍ଷମତାକୁ ପୁନରୁଦ୍ଧାର ନିମନ୍ତେଏ ସ୍ୱତନ୍ତ୍ର ସ୍ଟ୍ରୋକ ୟୁନିଟ ଆବଶ୍ୟକ ଯାହା ପୃଥିବୀର ସବୁ ସ୍ଥାନରେ ଉପଲବଧ ହୁଏ ନାହିଁ । [୨]

ସନ ୨୦୧୦ରେ ପ୍ରାୟ ୧୭ନିୟୁତ ଲୋକଙ୍କୁ ସ୍ଟ୍ରୋକ ହୋଇଥିଲା ଓ ଆଗରୁ ସ୍ଟ୍ରୋକରେ ପିଡ଼ିତ ହୋଇଥିବା ୩୩ ନିୟୁତ ଲିକ ବଞ୍ଚିଥିଲେ । ୧୯୯୦ ଓ ୨୦୧୦ ମଧ୍ୟରେ ଏହି ରୋଗ ବିକଶିତ ଦେଶମାନଙ୍କରେ ୧୦% କିମିଥିଲା ଓ ବିକାଶଶୀଳ ଦେଶମାନଙ୍କରେ ୧୦% ବଢ଼ିଥିଲା । [୮] କରୋନାରୀ ଧମନୀ ରୋଗ ପରେ ସନ ୨୦୧୩ରେ ଏହା ଦ୍ୱିତୀୟ ସର୍ବାଧିକ ମୃତ୍ୟୁର କାରଣ ଥିଲା; ଏହା ଯୋଗୁ ୬ ନିୟୁତ (ସମସ୍ତ ମୃତ୍ୟୁର ୧୨%) ମୃତ୍ୟୁ ହୋଇଥିଲା । [୯] ଇସ୍କେମିକ ସ୍ଟ୍ରୋକ ଯୋଗୁ ୩.୩ ନିୟୁତ ଓ ହେମୋରେଜିକ ସ୍ଟ୍ରୋକ ଯୋଗୁ ୩.୨ ନିୟୁତ ଲୋକ ମୃତ୍ୟୁ ବରଣ କରିଥିଲେ । [୯] ସ୍ଟ୍ରୋକ ହୋଇଥିବା ଲୋକ ଏକ ବର୍ଷରୁ କମ ସମୟ ବଞ୍ଚନ୍ତି । [୨] ୬୫ ବର୍ଷ ବୟସ ଉପରେ ଥିବା ଲୋକଙ୍କ ମଧ୍ୟରୁ ୨/୩ ଭାଗ ଲୋକଙ୍କୁ ସ୍ଟ୍ରୋକ ହୁଏ । [୮]


ବର୍ଗୀକରଣ[ସମ୍ପାଦନା]

ସ୍ଟ୍ରୋକ ରୋଗ ଦୁଇ ପ୍ରକାର କାରଣ ଯୋଗୁ ହୁଏ ଯଥା ସ୍ଵଳ୍ପ ରକ୍ତ ଜନିତ ଓ ରକ୍ତସ୍ରାବ ଜନିତ । ସ୍ଵଳ୍ପ ରକ୍ତ ଜନିତ କାରଣ ଯୋଗୁ ୮୭ % ସ୍ଟ୍ରୋକ ହୁଏ । ବେଳେ ବେଳେ ସ୍ଵଳ୍ପ ରକ୍ତ ସରବରାହ ସ୍ଥାନ ମାନଙ୍କରେ ମଧ୍ୟ ରକ୍ତ ସ୍ରାବ ହୁଏ ଯାହାର କାରଣ ଜଣାଯାଇ ନାହିଁ।

ସ୍ଵଳ୍ପ ରକ୍ତ ଜନିତ[ସମ୍ପାଦନା]

ରକ୍ତ ସରବରାହ କମ ହୋଇ ମସ୍ତିଷ୍କର କର୍ମ ହାନୀ ହେଉଥିବା ୪ଟି କାରଣ ନିମ୍ନରେ ଦିଆଗଲା ।

  1. ଥ୍ରୋମ୍ବୋସିସ୍- କୌଣସି ରକ୍ତ ନଳି ମଧ୍ୟରେ ରକ୍ତ ଜମାଟ ବାନ୍ଧିବା କାରଣ ଯୋଗୁ ରକ୍ତ ସରବରାହ ବାଧା ପ୍ରାପ୍ତ ହେବାକୁ ଥ୍ରୋମ୍ବୋସିସି କହନ୍ତି ।
  2. ଏମ୍ବୋଲିଜ୍ମ- ଦୂର ସ୍ଥାନରୁ ଆସି କୌଣସି ଜମାଟ ରକ୍ତ ଅନ୍ୟ ସ୍ଥାନରେ ରକ୍ତ ନଳୀରେ ରକ୍ତ ସରବରାହ ବନ୍ଦ କଲେ ତାହାକୁ ଏମ୍ବୋଲିଜ୍ମ କହନ୍ତି ।
  3. ସର୍ବାଙ୍ଗୀନ କମ ରକ୍ତ ସରବରାହ- ସକ୍‌ ଅବସ୍ଥାରେ ହୁଏ[୧୦]
  4. ଶୀରା ଥ୍ରୋମ୍ବୋସିସ୍ [୧୧]

ଅଜଣା କାରଣରୁ ହେଉଥିବା ସ୍ଟ୍ରୋକ୍‌କୁ "କ୍ରିପ୍ଟୋଜେନିକ୍" କୁହାଯାଏ ଓ ଏହା ସମୁଦାୟ ସ୍ଟ୍ରୋକ ରୋଗର ପ୍ରାୟ ୩୦% ରୁ ୪୦% [୧୨] । ସ୍ଵଳ୍ପ ରକ୍ତ ସରବରାହ ହେଉଥିବା କେତେକ ମୂଖ୍ୟ କାରଣ ଗୁଡିକୁ ବର୍ଗୀକରଣ କରାଯାଇଛି । ସେଗୁଡିକ ମଧ୍ୟରେ ୧. ଅକ୍ସଫୋର୍ଡ କମ୍ୟୁନିଟି ସ୍ଟ୍ରୋକ୍ ପ୍ରୋଜେକ୍ଟ କ୍ଲାସିଫିକେସନ୍, ୨. ଟୋସ୍ଟ TOAST କ୍ଳାସିଫିକେସନ

ରକ୍ତସ୍ରାବ ଜନିତ[ସମ୍ପାଦନା]

ମସ୍ତିଷ୍କ ଭିତରେ ରକ୍ତସ୍ରାବ(ନିମ୍ନରେ ଚିହ୍ନିତ ତୀର) ଓ ଚତୁଃପାର୍ଶ୍ଵର ଫୁଲା (ଉପରେ ଚିହ୍ନିତ ତୀର) ।

ଖପୁରୀ ଭିତରେ ଯେ କୌଣସି ସ୍ଥାନରେ ରକ୍ତସ୍ରାବ ହେଲେ ତାହାକୁ ଇଣ୍ଟ୍ରକ୍ରାନିଆଲ ହେମୋରେଜ ବା ଖପୁରୀ ମଧ୍ୟସ୍ଥ ରକ୍ତସ୍ରାବ କୁହାଯାଏ । ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଏ । ୧. ଇଣ୍ଟ୍ରା ଆକ୍ସିଆଲ୍- ରକ୍ତ ସ୍ରାବ ମସ୍ତିଷ୍କ ଭିତରେ ହୁଏ, ୨. ଏକ୍ସଟ୍ରା ଆକ୍ସିଆଲ- ମସ୍ତିଷ୍କ ବାହାରେ କିନ୍ତୁ ଖପୁରୀ ଭିତରେ ।

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

ସ୍ଟ୍ରୋକ ରୋଗର ଲକ୍ଷଣ ହଠାତ ଆରମ୍ଭ ହୋଇ କିଛି ସେକଣ୍ଡ ବା କିଛି ମିନିଟ ମଧ୍ୟରେ ସଂପୂର୍ଣ୍ଣ ପ୍ରକାଶିତ ହୁଏ ଓ ତା ପରେ ଆଉ ବଢେ ନାହିଁ । ରୋଗ ଦ୍ଵାରା ଆକ୍ରାନ୍ତ ହୋଇଥିବା ମସ୍ତିଷ୍କର ଅଂଶ ଅନୁସାରେ ଲକ୍ଷଣ ପ୍ରକାଶ ପାଏ । ମସ୍ତିଷ୍କର ଯେତେ ଅଧିକ ଅଂଶ ଆକ୍ରାନ୍ତ ହୁଏ ସେହି ଅନୁସାରେ ଲକ୍ଷଣ ପ୍ରକାଶ ପାଏ । ମସ୍ତିଷ୍କ ବାହାରେ କିନ୍ତୁ ଖପୁରୀ ଭିତରେ ରକ୍ତସ୍ରାବ ହେଲେ ଠିକ ତାହାର ପାର୍ଶ୍ଵବର୍ତ୍ତୀ ମସ୍ତିଷ୍କ ଆକ୍ରାନ୍ତ ନ ହୋଇ ଚାପଗ୍ରସ୍ତ ଅଂଶ ଅନୁସାରେ ଲକ୍ଷଣ ପ୍ରକାଶ ପାଏ । ଅଧିକାଂଶ ରୋଗୀଙ୍କର ମୁଣ୍ଡ ବଥା ହୁଏ ନାହିଁ ।

ତୁରନ୍ତ ଚିହ୍ନଟ[ସମ୍ପାଦନା]

ବିଭିନ୍ନ ଚିହ୍ନ ଦ୍ଵାରା ରୋଗର ମାତ୍ରା ଜାଣି ହୁଏ । ହଠାତ ଆରମ୍ଭ ହେଉଥିବା ରୋଗରେ ଦୁଇ ବାହୁକୁ ଟେକିବାକୁ କହିଲେ ଗୋଟିଏ ବାହୁ ତଳକୁ ଖସିଆସେ ଓ ବାକ୍ ଶକ୍ତି ଅସାମାନ୍ୟ ହୁଏ ।

କାରଣ[ସମ୍ପାଦନା]

ରକ୍ତ ସ୍କନ୍ଦନ ସ୍ଟ୍ରୋକ(Thrombotic stroke)[ସମ୍ପାଦନା]

ସାଧାରଣତଃ ଆଥେରୋସ୍କେଲୋଟିକ୍ ପ୍ଲେକ୍ ଚାରିପଟେ ରକ୍ତ ଜମାଟ ବାନ୍ଧି ଯାଇ ଗୋଟିଏ ଥ୍ରୋମ୍ବସରେ[୧୩] ପରିଣତ ହୁଏ । ଏହି ପ୍ରକ୍ରିୟା ସମୟ ସାପେକ୍ଷ । ରକ୍ତନଳୀ ଧିରେ ଧିରେ ବନ୍ଦ ହୋଇଯାଏ । ସମ୍ପୁର୍ଣ୍ଣ ବନ୍ଦ ହେବା ପୂର୍ବରୁ ଏହି ଜମାଟ ରକ୍ତ ବିଛିନ୍ନ ହୋଇ ଗୋଟିଏ ଏମ୍ବୋଲସରେ ପରିଣତ ହୁଏ । ଥ୍ରୋମ୍ବୋସିସ ଦୁଇ ପ୍ରକାର ଉପାୟରେ ସ୍ଟୋକ କରାଏ ।

  • ବଡ଼ ରକ୍ତ ନଳୀ ରୋଗ: ଥ୍ରୋମ୍ବସ ତିଆରି କରିବା ରୋଗ ଗୁଡିକର ନାମ ଆଓର୍ଟା, କ୍ୟାରରୋଟିଡ, ସର୍କ୍ଲ ଅଫ ଉଇଲିସ୍[୧୪] କିମ୍ବା ଭର୍ଟେବ୍ରାଲ ଆର୍ଟେରି ଗୁଡିକର ଡିସେକସନ୍, ଆଥେରୋସ୍କ୍ଲେରୋସିସ୍, ଭାସୋକନ୍‌ସ୍ଟ୍ରିକସନ୍, ରକ୍ତ ନଳୀ ପ୍ରଦାହ ଓ ଭାସ୍କୁଲୋପାଥି ।
  • ଛୋଟ ରକ୍ତ ନଳୀ ରୋଗ: ମସ୍ତିଷ୍କ ଭିତରେ ଥିବା ରକ୍ତ ନଳୀରେ ଥ୍ରୋମ୍ବସ ତିଆରି କରିବା ରୋଗମାନଙ୍କର ନାମ- ଲାଇପୋହ୍ୟାଲିନୋସିସ୍, ଫିବ୍ରିନଏଡ ଡିଜେନେରେସନ ଓ ମାଇକ୍ରୋଆଥେରୋମା[୧୫]

ସିକ୍ଲ ସେଲ୍ ଆନିମିଆ ଯୋଗୁ ମଧ୍ୟ ସ୍ଟ୍ରୋକ୍ ହୁଏ ଓ ୨୦ ବର୍ଷ ବୟସ ତଳେ ରୋଗୀମାନଙ୍କର ମୃତ୍ୟୁର ଦ୍ଵିତୀୟ କାରଣ ।

ଏମ୍ବୋଲିକ ସ୍ଟ୍ରୋକ[ସମ୍ପାଦନା]

ଧମନୀ ମଧ୍ୟରେ ଭାସମାନ କୌଣସି ପଦାର୍ଥ ସେହି ରକ୍ତ ନଳୀରେ ଜମି ଯାଇ ରକ୍ତ ପ୍ରବାହ ବନ୍ଦ କରି ଦେଲେ ସେହି ପଦାର୍ଥକୁ ଏମ୍ବୋଲସ କହନ୍ତି । ସେହି ପଦାର୍ଥ ବା ଥ୍ରୋମ୍ବସଟି ଭଙ୍ଗା ହାଡରୁ ନିର୍ଗତ ଚର୍ବି, ବାୟୁ, କର୍କଟ ଜୀବକୋଷ ବା ଜୀବାଣୁ ହୋଇପାରେ ।
ଏମ୍ବୋଲସ ସୃଷ୍ଟି ହେଉଥିବା ସ୍ଥାନରୁ ଦୂରରେ ଯାଇ ଧମନୀ ରୁଦ୍ଧ କରିପାରେ । କ୍ଷୁଦ୍ର ଏମ୍ବୋଲସ ହୋଇଥିଲେ ସ୍ଵଳ୍ପ ସମୟ ନିମନ୍ତେ ରହି ଲକ୍ଷଣ ପ୍ରକାଶ କରିବା ପରେ ଅନ୍ୟ ସ୍ଥାନକୁ ଭାସି ଯାଇପାରେ ବା ନଷ୍ଟ ହୋଇ ଯାଇପାରେ । ଏ ଭଳି କ୍ଷେତ୍ରରେ ସ୍ଟ୍ରୋକ ସ୍ଵଳ୍ପ ସମୟ ନିମନ୍ତେ ହୁଏ । ସ୍ଟ୍ରୋକ ସର୍ବଦା ଆରମ୍ଭରୁ ହଠାତ୍ ହୁଏ ଓ ପୂର୍ଣ୍ଣ ମାତ୍ରାରେ ହୁଏ ।
ସାଧାରଣତଃ ଏମ୍ବୋଲସ ହୃତ୍‌ପିଣ୍ଡରେ(ଆଟ୍ରିଆଲ ଫିବ୍ରିଲେସନ ରୋଗରେ) ସୃଷ୍ଟି ହୁଏ କିନ୍ତୁ ଯେ କୌଣସି ଧମନୀରେ ସୃଷ୍ଟି ହୋଇ ପାରେ । ପାରାଡକ୍ସିକାଲ ଏମ୍ବୋଲିଜ୍ମରେ ଧମନୀରେ ସୃଷ୍ଟ ଏମ୍ବୋଲସ ହୃତ୍‌ପିଣ୍ଡର ଅଳିନ୍ଦ ଓ ନିଳୟ ମଧ୍ୟରେ ଥିବା ପରଦାରେ ଛିଦ୍ର ଦ୍ଵାର ଦେଇ ମସ୍ତିଷ୍କକୁ ଗତି କରେ ।
ହୃତ୍‌ପିଣ୍ଡ ଜନିତ କାରଣ ସମସ୍ତ ଉଚ୍ଚ ସଙ୍କଟ ବା ନିମ୍ନ ସଙ୍କଟ ପୂର୍ଣ୍ଣ ହୋଇଥାଏ ।

  • ଉଚ୍ଚ ସଙ୍କଟ ଅବସ୍ଥା - ପାରୋକ୍ସିସ୍‌ମାଲ ଆଟ୍ରିଆଲ ଫିବ୍ରିଲେସନ, ମାଇଟ୍ରାଲ୍ ଓ ଆଓର୍ଟିକ୍ ଭଲ୍ଭର ରିଉମାଟିକ ରୋଗ, କୃତ୍ରିମ ଭଲ୍ଭ , ସିକ ସାଇନସ ସିଣ୍ଡ୍ରୋମ ଇତ୍ୟାଦି ।
  • ନିମ୍ନ ସଙ୍କଟ ଅବସ୍ଥା - ଆଟ୍ରିଆଲ୍ ସେପ୍ଟାଲ ଆନିଉରିଜ୍ମ ସହ ପେଟେଣ୍ଟ ଫୋରାମେନ୍ ଓଭେଲ୍, ମାଇଟ୍ରାଲ ଭଲ୍ଭରେ କ୍ୟାଲସିୟମ ଜମିବା ଇତ୍ୟାଦି ।

ସିସ୍ଟମିକ ହାଇପୋପରଫ୍ୟୁଜନ[ସମ୍ପାଦନା]

ଏହି ଅବସ୍ଥାରେ ସାରା ଶରୀରରେ ରକ୍ତ ସଞ୍ଚାଳନ କମ ହୁଏ । ସାଧାରଣତଃ ଏହା ହୃତ୍‌ପିଣ୍ଡ ରୋଗରେ ହୁଏ । ହୃଦ୍‌ରୋଧ ଓ ଆରିଦ୍‌ମିଆ ଯୋଗୁ ହୃତ୍‌ପିଣ୍ଡ ଅକ୍ଷମତା ହୁଏ । ମାୟୋକାର୍ଡିଆଲ୍ ଇନ୍‌ଫାର୍କସନ, ପଲମୋନାରି ଏମ୍ବୋଲିଜ୍ମ, ପେରିକାର୍ଡିଆଲ୍ ଇଫୁଜନ ଇତ୍ୟାଦି ରୋଗରେ ହୃତ୍‌ପିଣ୍ଡରୁ ସ୍ଵଳ୍ପ ରକ୍ତ ପ୍ରବାହ ହୁଏ । ଏହି ସବୁ କାରଣରୁ ସ୍ଵଳ୍ପ ଅମ୍ଳଜାନ ସରବରାହ ହୁଏ । ଏହି ଅବସ୍ଥାରେ ସମୁଦାୟ ମସ୍ତିଷ୍କ ପ୍ରଭାବିତ ହୁଏ । ଭିନ୍ନ ରକ୍ତ ନଳୀମାନଙ୍କ ଦ୍ଵାରା ଯୋଗାଣ ହେଉଥିବା ମସ୍ତିଷ୍କରେ ସୀମାବର୍ତ୍ତୀ ଇଲାକା ବେଶି ପ୍ରଭାବିତ ହୁଏ । ଏହାକୁ ଵାଟର ସେଡ ସ୍ଟ୍ରୋକ କହନ୍ତି ।

ଶିରା ଥ୍ରୋମ୍ବୋସିସ[ସମ୍ପାଦନା]

ଖପୁରୀ ଭିତରେ ଓ ମସ୍ତିଷ୍କ ବାହାରେ କେତେଗୁଡିଏ ମୋଟା ଶିରା ଥାଏ ଯାହାକୁ ଶିରା ସାଇନସ୍(Venous sinus) କହନ୍ତି । ଏହି ସାଇନସରେ ଥ୍ରୋମ୍ବସ ରହିଲେ ପଛୁଆ ଚାପ ପଡେ । ଏହି ଚାପ ଧମନୀ ଚାପକୁ ଅତିକ୍ରମ କରିଯାଏ । ଏହା ଫଳରେ ମସ୍ତିଷ୍କର କିଛି ଅଂଶରେ ରକ୍ତ ପ୍ରବାହ ବନ୍ଦ ହୋଇଯାଏ ଓ ରକ୍ତ ସ୍ରାବ ହୁଏ ।

ମସ୍ତିଷ୍କରେ ରକ୍ତ ସ୍ରାବ[ସମ୍ପାଦନା]

କ୍ଷୁଦ୍ର ଓ ସୁକ୍ଷ୍ମ ଧମନୀରୁ ଉଚ୍ଚ ରକ୍ତଚାପ ଯୋଗୁ ଏହି ରକ୍ତ ସ୍ରାବ ହୁଏ । କେତେକ ରକ୍ତ ନଳୀର ସୃଷ୍ଟି ଗତ ପାର୍ଥକ୍ୟ ଯଥା କ୍ୟାଭେର୍ନସ ଆଞ୍ଜିଓମାଆର୍ଟେରିଓ ଭେନସ୍ ଆଞ୍ଜିଓମା, ସେରେବ୍ରାଲ୍ ଆମିଲଏଡ ଆଞ୍ଜିଓପାଥି ରୋଗରେ ମଧ୍ୟ ରକ୍ତ ସ୍ରାବ ହୁଏ । ଆଘାତ, ରକ୍ତ ସ୍ରାବ ରୋଗ, ଆମିଲଏଡ ଆଞ୍ଜିଓପାଥି, ଆମ୍ଫେଟାମିନ ତଥା କୋକେନ୍ ଭଳି ଔଷଧ ସେବନ ଯୋଗୁ ମସ୍ତିଷ୍କ ଭିତରେ ରକ୍ତ ସ୍ରାବ ହୁଏ । ମସ୍ତିଷ୍କ ପ୍ରକୋଷ୍ଠ ମଧ୍ୟରେ ମଧ୍ୟ ରକ୍ତ ସ୍ରାବ ହୁଏ ।

ନିରବ ସ୍ଟ୍ରୋକ[ସମ୍ପାଦନା]

ନିରବ ସ୍ଟ୍ରୋକରେ ବାହ୍ୟ ଲକ୍ଷଣ ପ୍ରକାଶ ପାଏ ନାହିଁ । ରୋଗୀ ନିଜେ ନିଜ ରୋଗ ବିଷୟରେ ଅଜ୍ଞାତ ରହେ । ଏହି ସ୍ଟ୍ରୋକ ହେଲେ ଭବିଷ୍ୟତରେ ବଡ ଧରଣର ସ୍ଟ୍ରୋକ ଓ ଟ୍ରାଞ୍ଜିଏଣ୍ଟ ଇସ୍କେମିକ୍ ଆଟାକ୍ ହେବା ସମ୍ଭାବନା ବଢିଯାଏ । ଅନ୍ୟ ପକ୍ଷରେ ବଡ ଧରଣର ସ୍ଟ୍ରୋକ ପରେ ନିରବ ସ୍ଟ୍ରୋକ ମଧ୍ୟ ହୋଇପାରେ ।[୧୬] ଏମ୍.ଆଇ.ଆର୍ ଦ୍ଵାରା ଏହି ସ୍ଟ୍ରୋକ ଚିହ୍ନଟ ହୁଏ । ଲକ୍ଷଣ ଯୁକ୍ତ ସ୍ଟ୍ରୋକ ଅପେକ୍ଷା ନିରବ ସ୍ଟ୍ରୋକ ୫ ଗୁଣ ଅଧିକ ହୁଏ[୧୭][୧୮] । ନିରବ ସ୍ଟ୍ରୋକ ହାର ବୟଷ ବୃଦ୍ଧି ଅନୁସାରେ ବଢିବାକୁ ଲାଗେ କିନ୍ତୁ ପିଲା ଓ ଅଳ୍ପ ବୟଷର ଯୁବକମାନଙ୍କୁ ମଧ୍ୟ ଏହି ରୋଗ ହୁଏ ଓ ଜଦି ଏମାନେ ଗୁରୁତର ଆନିମିଆ ରୋଗରେ ଆକ୍ରାନ୍ତ ହୋଇ ଥାଆନ୍ତି[୧୯]

ବିକାରୀ ଶରୀର କ୍ରିୟା[ସମ୍ପାଦନା]

ସ୍ଵଳ୍ପ ରକ୍ତିମ ସ୍ଟ୍ରୋକ[ସମ୍ପାଦନା]

Micrograph showing cortical pseudolaminar necrosis, a finding seen in strokes on medical imaging and at autopsy. H&E-LFB stain.
Micrograph of the superficial cerebral cortex showing neuron loss and reactive astrocytes in a person that suffered a stroke. H&E-LFB stain.

ମସ୍ତିଷ୍କର କୌଣସି ଅଂଶର ରକ୍ତ ସରବରାହ କମ ହୋଇଗଲେ ସ୍ଵଳ୍ପ ରକ୍ତିମ ବା ଇସ୍କେମିକ୍ କ୍ୟାସ୍କେଟ ସୃଷ୍ଟି ହୁଏ[୨୦] । ମସ୍ତିଷ୍କର କୋଷ ଅମ୍ଳଜାନ୍ନ ଅଭାବରେ ୬୦ରୁ ୯୦ ସେକଣ୍ଡ ମଧ୍ୟରେ କର୍ତ୍ତବ୍ୟ ଶୂନ୍ୟ ହୋଇଯାଆନ୍ତି । ପ୍ରାୟ ୩ ଘଣ୍ଟା ପରେ ସେହି କୋଷ ଗୁଡିକର ମୃତ୍ୟ ହୁଏ । ଏହାକୁ ଇନ୍‌ଫାର୍କସନ କୁହାଯାଏ । ଆଥେରୋସ୍କ୍ଲେରୋସିସ୍ ଦ୍ଵାରା ରକ୍ତ ନଳୀର ଅଭ୍ୟନ୍ତର ସଙ୍କୁଚିତ ହୋଇଯିବା ଦ୍ଵାରା ରକ୍ତ ସରବରାହ କମ ହୋଇଯାଏ । ରକ୍ତ ଜମାଟ ବାନ୍ଧି ଆହୁରି ନଳୀ ସରୁ ହୁଏ ବା ଆଥେରୋସ୍କ୍ଲେରୋଟିକ୍ ପ୍ଲେକ୍ ଭାଙ୍ଗି ଯାଇ କ୍ଷୁଦ୍ର ଏମ୍ବୋଲାଇ ହୋଇଯାଆନ୍ତି [୨୧]। ହୃତ୍‌ପିଣ୍ଡରେ ଆଟ୍ରିଆଲ ଫିବ୍ରିଲେସନ ରୋଗ ହେଲେ ଏହି ଭଳି ଏମ୍ବୋଲାଇ ସୃଷ୍ଟି ହୋଇ ମସ୍ତିଷ୍କର ରକ୍ତ ନଳୀ ବନ୍ଦ କରିଦିଏ । ଏତଦ୍ଵାରା ମସ୍ତିଷ୍କର କୋଷଗୁଡିକରେ ଅମ୍ଳଜାନ ଅଭାବ ଯୋଗୁ ଆନେରୋବିକ୍ ମେଟାବୋଲିଜ୍ମ ହୋଇ ଲାକ୍ଟିକ ଏସିଡ ନିର୍ଗତ ହୁଏ । ଏହି ଲାକ୍‌ଟିକ ଏସିଡ କୋଷଗୁଡିକୁ ନଷ୍ଟ କରିଦିଏ । ଏହାକୁ ଇସ୍କେମିଆ ପେନୁମ୍ବ୍ରା କହନ୍ତି[୨୨]
ଇସ୍କେମିଆ ହେଲେ ମସ୍ତିଷ୍କ କୋଷରେ ଅମ୍ଳଜାନ ଅଭାବ ହେତୁ ଆଡେନୋସିନ୍ ଟ୍ରିଇଫସଫେଟ ତିଆରି ବନ୍ଦ ହୋଇଯାଏ । ଏହା ପରେ ଜଟିଳ ରାସାୟନିକ ପ୍ରକ୍ରିୟା ହୋଇ ଅଧିକ କ୍ଷତି ସାଧନ କରେ ।

ହେମୋରେଜିକ୍[ସମ୍ପାଦନା]

ରକ୍ତସ୍ରାବ ହେଲେ ରକ୍ତ ଜମି ପାର୍ଶ୍ଵବର୍ତ୍ତୀ କୋଷମାନଙ୍କରେ ଚାପ ପ୍ରୟୋଗ କରେ । ଏହି ଚାପ ଯୋଗୁ ରକ୍ତ ସରବରାହ କମିଯାଏ । ଏହି ରକ୍ତର ମସ୍ଟିଷ୍କ ଓ ରକ୍ତ ନଳୀ ଉପରେ ମଧ୍ୟ ବିଷାକ୍ତ କ୍ରିୟା ଅଛି [୨୩]। ଏହା ଦ୍ଵାରା ପ୍ରଦାହ ସୃଷ୍ଟି ହୋଇ ଅଧିକ ମସ୍ତିଷ୍କ କୋଷ ନଷ୍ଟ ହୁଏ ।

ରୋଗ ନିର୍ଣ୍ଣୟ[ସମ୍ପାଦନା]

A CT showing early signs of a middle cerebral artery stroke with loss of definition of the gyri and grey white boundary

ରୋଗୀର ଶରୀର ପରୀକ୍ଷା ଦ୍ଵାରା ମୂଖ୍ୟତଃ ସ୍ଟ୍ରୋକ ରୋଗ ନିର୍ଣ୍ଣୟ କରାଯାଏ । ଏହାକୁ ନିଧର୍ଯ୍ୟ ଭାବେ ଜାଣିବା ନିମନ୍ତେ ସି.ଟି. ସ୍କାନ, ଏମ୍.ଆର୍.ଆଇ., ଡପ୍ଲର ଅଲ୍ଟ୍ରାସାଉଣ୍ଡ ଓ ଆର୍ଟେରିଓଗ୍ରାଫି ପରୀକ୍ଷା କରାଯାଏ ।

ସଂଜ୍ଞା[ସମ୍ପାଦନା]

ମସ୍ତିଷ୍କ ରକ୍ତ ନଳୀ କାରଣ ଜନିତ ସ୍ନାୟବିକ ଅସୁବିଧା ଯାହା ୨୪ ଘଣ୍ଟା ପରେ ରହିପାରେ ବା ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ମୁଖରେ ଠେଲି ଦେଇ ପାରେ ।

ଶାରୀରିକ ପରୀକ୍ଷା[ସମ୍ପାଦନା]

ରୋଗର ଲକ୍ଷଣ ସମ୍ବନ୍ଧିୟ ଇତିହାସ ଓ ଶରୀରର ସ୍ନାୟୁ ପରୀକ୍ଷା ଦ୍ଵାରା ଏହି ରୋଗ ମସ୍ତିଷ୍କର କେଉଁ ସ୍ଥାନରେ ହୁଏ ତାହା ପ୍ରାଥମିକ ଭାବେ ନିର୍ଣ୍ଣୟ କରାଯାଏ ।

ପ୍ରତିବିମ୍ବ[ସମ୍ପାଦନା]

(Imaging)
ଇସ୍କେମିକ୍ ସ୍ଟ୍ରୋକ

  • ସି.ଟି. ସ୍କାନ୍ (କଣ୍ଟ୍ରାସ୍ଟ ବ୍ୟତିତ)

ସୁଗ୍ରାହିତା= ୧୬ %
ସଠିକତା= ୯୬ %

  • ଏମ୍.ଆର୍.ଆଇ. ସ୍କାନ

ସୁଗ୍ରାହିତା= ୮୩ %
ସଠିକତା= ୯୬ %
ହେମୋରେଜିକ୍ ସ୍ଟ୍ରୋକ

  • ସି.ଟି. ସ୍କାନ୍ (କଣ୍ଟ୍ରାସ୍ଟ ବ୍ୟତିତ)

ସୁଗ୍ରାହିତା= ୮୯ %
ସଠିକତା= ୧୦୦ %

  • ଏମ୍.ଆର୍.ଆଇ. ସ୍କାନ

ସୁଗ୍ରାହିତା= ୮୧ %
ସଠିକତା= ୧୦୦ %
ହେମୋରେଜିକ୍ ସ୍ଟ୍ରୋକ ନିମନ୍ତେ ଏମ୍.ଆର୍.ଆଇ. ସବୁଠାରୁ ସମ୍ବେଦନଶୀଳ[୨୪]

ଅନ୍ତର୍ନିହିତ କାରଣ[ସମ୍ପାଦନା]

12-lead ECG of a patient with a stroke, showing large deeply inverted T-waves. Various ECG changes may occur in people with strokes and other brain disorders.

ବିଭିନ୍ନ ପରୀକ୍ଷା ନିରିକ୍ଷା ଦ୍ଵାରା ସ୍ଟ୍ରୋକର ଅନ୍ୟାନ୍ୟ କାରଣ ଖୋଜିବା ଦରକାର ।

  • ଅଲ୍‌ଟ୍ରାସାଉଣ୍ଡ/ ଡପ୍ଲର ପରୀକ୍ଷା: କ୍ୟାରିଟିଡ ଧମନୀ ସରୁ ହୋଇଛି କି ନାହିଁ, ପାରାସେରେବ୍ରାଲ ଧମନୀ ଡିସେକ୍ଟେଡ ହୋଇଛି କି ନାହିଁ ।
  • ଇ.ସି.ଜି. ଓ ଇକୋକାର୍ଡିଓଗ୍ରାମ: ହୃ‌ତ୍‌ପିଣ୍ଡର ଆରିଦ୍‌ମିଆ ଜାଣିବା ନିମନ୍ତେ ।
  • ହୋଲ୍ଟର ମନିଟର: ମଝିରେ ମଝିରେ ହେଉଥିବା ଆରିଦ୍‌ମିଆ ।
  • ଆଞ୍ଜିଓଗ୍ରାମ: ଆନିଉରିଜ୍ମ ଓ ଅର୍ଟେରିଓଭେନସ ମାଲଫର୍ମେସନ ଖୋଜିବା ନିମନ୍ତେ ।
  • ହାଇପରକୋଲେସ୍ଟେରଲମିଆ, ରକ୍ତସ୍ରାବ ରୋଗ ଓ ହେମୋସିସ୍ଟିନୁରିଆ ନିମନ୍ତେ ରକ୍ତ ପରୀକ୍ଷା ।

ପ୍ରତିଷେଧ[ସମ୍ପାଦନା]

ସ୍ଟ୍ରୋକ ରୋଗର ବୋଝ ସମାଜରେ ଏକ ଜନ ସ୍ଵାସ୍ଥ୍ୟ ସମସ୍ୟା ରୁପେ ଠିଆ ହେଲାଣି[୨୫] । ପ୍ରାରମ୍ଭିକ ପ୍ରତିଷେଧ ମାଧ୍ୟମିକ ପ୍ରତିଷେଧ ଅପେକ୍ଷା ସ୍ଵଳ୍ପ ଉପକାରୀ । ସଦ୍ୟ ମାର୍ଗଦର୍ଶକ ନିୟମାବଳୀରେ ପ୍ରାଥମିକ ପ୍ରତିଷେଧର ଉପାଦେୟତା ଦର୍ଶାଯାଇଛି[୨୬] । ହୃତପିଣ୍ଡ ସମସ୍ୟା ଥିବା ରୋଗୀଙ୍କର ପ୍ରଥମ ସ୍ଟ୍ରୋକରେ ଆସ୍ପିରିନ ଔଷଧ ରକ୍ଷାକାରୀ ହୁଏ[୨୭][୨୮]

ସଙ୍କଟପ୍ରଦ ଉପାଦାନ[ସମ୍ପାଦନା]

ପରିବର୍ତ୍ତନଶୀଳ ସଙ୍କଟପ୍ରଦ ଉପାଦାନ ମଧ୍ୟରେ ଉଚ୍ଚ ରକ୍ତଚାପ, ଆଟ୍ରିଆଲ ଫିବ୍ରିଲେସନ୍ ଚିକିତ୍ସା ୧ ବର୍ଷ ନିମନ୍ତେ କରିବା ଆବଶ୍ୟକ[୨୯][୩୦]) । ଅନ୍ୟାନ୍ୟ ସଙ୍କଟ ମଧ୍ୟରେ ଉଚ୍ଚ ରକ୍ତ କୋଲେସ୍ଟେରଲ, ଡାଏବେଟିସ୍, ସିଗାରଟ[୩୧][୩୨], ଅତ୍ୟଧିକ ଆଲକୋହଲ୍ ପାନ[୩୩], ଔଷଧ[୩୪], ବ୍ୟାୟାମ ଅଭାବ, ମୋଟାପା, ନାଲି ମାଂସ ଭକ୍ଷଣ[୩୫] ଓ ଅସ୍ଵାସ୍ଥ୍ୟପ୍ରଦ ଖାଦ୍ୟ[୩୬] । ଅନେକ ପ୍ରକାର ପ୍ରକ୍ରିୟା ଦ୍ଵାରା ଆଲ୍‌କୋହୋଲ୍ ସେବନ କରେ ସ୍ଟ୍ରୋକ ସୃଷ୍ଟି କରେ[୩୭] । ଆମ୍ଫେଟାମିନ୍ ଓ ସିମ୍ପାଥୋମାଇମେଟିକ୍ ମିଶ୍ରିତ କାଶ କଫ ଔଷଧ ଖାଇବା ଦ୍ଵାରା ସ୍ଟ୍ରୋକ ହୁଏ[୩୮][୩୯]
ଓଜନ କମେଇବା, ବ୍ୟାୟାମ କରିବା, ଧୂମ୍ରପାନ ଓ ଆଲକୋହଲ୍ ସେବନ ନ କଲେ ସ୍ଟ୍ରୋକ ହେବ ନାହିଁ ଏହା ବିଧିବଦ୍ଧ ପରୀକ୍ଷା ଦ୍ଵାରା ପ୍ରମାଣିତ ନ ହେଲେ[୪୦] ମଧ୍ୟ ସ୍ଟ୍ରୋକ ପ୍ରତିହତ କରି ହେବାର ଆପାତଃ ପ୍ରମାଣ ମିଳୁଛି[୪୧] । ଔଷଧ ଦ୍ଵାରା ସ୍ଟ୍ରୋକ ପ୍ରତିହତ କରା ଯାଇପାରେ । କ୍ୟାରୋଟିଡ ଏଣ୍ଡାର୍ଟେରେକ୍ଟୋମି ଦ୍ଵାରା ମଧ୍ୟ ସ୍ଟ୍ରୋକ ରୋଗକୁ ବାଧା ଦିଆ ଯାଇପାରେ ।

ରକ୍ତଚାପ[ସମ୍ପାଦନା]

ଚିକିତ୍ସା[ସମ୍ପାଦନା]

ସ୍ଵଳ୍ପ ରକ୍ତିମ ସ୍ଟ୍ରୋକ[ସମ୍ପାଦନା]

ରକ୍ତ ଜମାଟ ବାନ୍ଧି ସ୍ଵଳ୍ପ ରକ୍ତ ସଞ୍ଚାଳନ ଯୋଗୁ ହେଉଥିବା ସ୍ଟ୍ରୋକ ରୋଗୀର ମସ୍ତିଷ୍କରୁ ଜମାଟ ରକ୍ତ କାଢିବା ଆବଶ୍ୟକ । ଏହାକୁ ମସ୍ତିଷ୍କ ଭିତରୁ ଭାଙ୍ଗି ଦେବା(Thrombolysis) ବା(Thrombectomy) କାଢିବା ଦରକାର । ଯେତେ ଶୀଘ୍ର ଜମାଟ ରକ୍ତ କଢାଯାଏ, ସେତେ ଶୀଘ୍ର ରକ୍ତ ସଞ୍ଚାଳନ ପୂନଃସ୍ଥାପିତ ହେବ ସେତେ ଅଳ୍ପ ମସ୍ତିଷ୍କ କୋଷ ମୃତ୍ୟୁ ମୁଖରୁ ବଞ୍ଚିଯିବେ[୪୨]
ପ୍ରଥମ କିଛି ଘଣ୍ଟା ମଧ୍ୟରେ ଅତ୍ୟଧିକ ରକ୍ତ ଶର୍କରା/ ସୁଗର ନିୟନ୍ତ୍ରଣ କଲେ କିଛି ଉପକାର ମିଳେନି, ବରଂ ଅପକାର ହୁଏ[୪୩] । ଉଚ୍ଚ ରକ୍ତଚାପ କମେଇଲେ କିଛି ଉପକାର ମିଳେନି ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "What Is a Stroke?". March 26, 2014. http://www.nhlbi.nih.gov/health/health-topics/topics/stroke. Retrieved 26 February 2015. 
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Donnan GA, Fisher M, Macleod M, Davis SM (May 2008). "Stroke". Lancet 371 (9624): 1612–23. doi:10.1016/S0140-6736(08)60694-7. PMID 18468545. 
  3. ୩.୦ ୩.୧ ୩.୨ ୩.୩ "What Are the Signs and Symptoms of a Stroke?". March 26, 2014. http://www.nhlbi.nih.gov/health/health-topics/topics/stroke/signs. Retrieved 27 February 2015. 
  4. ୪.୦ ୪.୧ ୪.୨ ୪.୩ "Who Is at Risk for a Stroke?". March 26, 2014. http://www.nhlbi.nih.gov/health/health-topics/topics/stroke/atrisk. Retrieved 27 February 2015. 
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ "Types of Stroke". March 26, 2014. http://www.nhlbi.nih.gov/health/health-topics/topics/stroke/types. Retrieved 27 February 2015. 
  6. ୬.୦ ୬.୧ Feigin VL, Rinkel GJ, Lawes CM, Algra A, Bennett DA, van Gijn J, Anderson CS (2005). "Risk factors for subarachnoid hemorrhage: an updated systematic review of epidemiological studies". Stroke 36 (12): 2773–80. doi:10.1161/01.STR.0000190838.02954.e8. PMID 16282541. 
  7. ୭.୦ ୭.୧ "How Is a Stroke Diagnosed?". March 26, 2014. http://www.nhlbi.nih.gov/health/health-topics/topics/stroke/diagnosis. Retrieved 27 February 2015. 
  8. ୮.୦ ୮.୧ Feigin VL, Forouzanfar MH, Krishnamurthi R, Mensah GA, Connor M, Bennett DA, Moran AE, Sacco RL, Anderson L, Truelsen T, O'Donnell M, Venketasubramanian N, Barker-Collo S, Lawes CM, Wang W, Shinohara Y, Witt E, Ezzati M, Naghavi M, Murray C (2014). "Global and regional burden of stroke during 1990-2010: findings from the Global Burden of Disease Study 2010". Lancet 383 (9913): 245–54. doi:10.1016/S0140-6736(13)61953-4. PMID 24449944. 
  9. ୯.୦ ୯.୧ GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013.". Lancet 385: 117–71. doi:10.1016/S0140-6736(14)61682-2. PMC 4340604. PMID 25530442. 
  10. Shuaib A, Hachinski VC (September 1991). "Mechanisms and management of stroke in the elderly". CMAJ 145 (5): 433–43. PMC 1335826. PMID 1878825. 
  11. Stam J (April 2005). "Thrombosis of the cerebral veins and sinuses". The New England Journal of Medicine 352 (17): 1791–8. doi:10.1056/NEJMra042354. PMID 15858188. 
  12. Guercini F, Acciarresi M, Agnelli G, Paciaroni M (April 2008). "Cryptogenic stroke: time to determine aetiology". Journal of Thrombosis and Haemostasis 6 (4): 549–54. doi:10.1111/j.1538-7836.2008.02903.x. PMID 18208534. 
  13. "Thrombus". MedlinePlus. U.S. National Library of Medicine. http://www.nlm.nih.gov/medlineplus/ency/imagepages/18120.htm. 
  14. "Thrombus". MedlinePlus. U.S. National Library of Medicine. http://www.nlm.nih.gov/medlineplus/ency/imagepages/18120.htm. 
  15. Fisher, CM (1968-12-18). "The arterial lesions underlying lacunes". Acta Neuropathologica 12 (1): 1–15. doi:10.1007/BF00685305. PMID 5708546. 
  16. Miwa K, Hoshi T, Hougaku H et al. (2010). "Silent cerebral infarction is associated with incident stroke and TIA independent of carotid intima-media thickness". Intern. Med. 49 (9): 817–22. doi:10.2169/internalmedicine.49.3211. PMID 20453400. 
  17. Herderscheê D, Hijdra A, Algra A, Koudstaal PJ, Kappelle LJ, van Gijn J (September 1992). "Silent stroke in patients with transient ischemic attack or minor ischemic stroke. The Dutch TIA Trial Study Group". Stroke 23 (9): 1220–4. doi:10.1161/01.STR.23.9.1220. PMID 1519274. 
  18. Leary MC, Saver JL (2003). "Annual incidence of first silent stroke in the United States: a preliminary estimate". Cerebrovasc. Dis. 16 (3): 280–5. doi:10.1159/000071128. PMID 12865617. 
  19. Vermeer SE, Koudstaal PJ, Oudkerk M, Hofman A, Breteler MM (January 2002). "Prevalence and risk factors of silent brain infarcts in the population-based Rotterdam Scan Study". Stroke 33 (1): 21–5. doi:10.1161/hs0102.101629. PMID 11779883. 
  20. Deb, P, Sharma, S, Hassan, KM (June 2010). "Pathophysiologic mechanisms of acute ischemic stroke: An overview with emphasis on therapeutic significance beyond thrombolysis". Pathophysiology : the official journal of the International Society for Pathophysiology / ISP 17 (3): 197–218. doi:10.1016/j.pathophys.2009.12.001. PMID 20074922. 
  21. Richard S. Snell (2006). Clinical neuroanatomy, 6. ed. Lippincott Williams & Wilkins, Philadelphia. pp. 478–485. ISBN 978-963-226-293-2. 
  22. Brunner and Suddarth's Textbook on Medical-Surgical Nursing, 11th Edition
  23. [୧] Wang J.: Preclinical and clinical research on inflammation after intracerebral hemorrhage
  24. Kidwell CS, Chalela JA, Saver JL et al. (October 2004). "Comparison of MRI and CT for detection of acute intracerebral hemorrhage". JAMA 292 (15): 1823–30. doi:10.1001/jama.292.15.1823. PMID 15494579. 
  25. Straus SE, Majumdar SR, McAlister FA (September 2002). "New evidence for stroke prevention: scientific review". JAMA 288 (11): 1388–95. doi:10.1001/jama.288.11.1388. PMID 12234233. 
  26. Goldstein LB, Adams R, Alberts MJ et al. (June 2006). "Primary prevention of ischemic stroke: a guideline from the American Heart Association/American Stroke Association Stroke Council: cosponsored by the Atherosclerotic Peripheral Vascular Disease Interdisciplinary Working Group; Cardiovascular Nursing Council; Clinical Cardiology Council; Nutrition, Physical Activity, and Metabolism Council; and the Quality of Care and Outcomes Research Interdisciplinary Working Group: the American Academy of Neurology affirms the value of this guideline". Stroke 37 (6): 1583–633. doi:10.1161/01.STR.0000223048.70103.F1. PMID 16675728. 
  27. NPS Prescribing Practice Review 44: Antiplatelets and anticoagulants in stroke prevention (2009). Available at nps.org.au
  28. Antithrombotic Trialists' Collaboration (January 2002). "Collaborative meta-analysis of randomised trials of antiplatelet therapy for prevention of death, myocardial infarction, and stroke in high risk patients". BMJ 324 (7329): 71–86. doi:10.1136/bmj.324.7329.71. PMC 64503. PMID 11786451. 
  29. Medical Research Council Working Party (July 1985). "MRC trial of treatment of mild hypertension: principal results". British Medical Journal 291 (6488): 97–104. doi:10.1136/bmj.291.6488.97. PMC 1416260. PMID 2861880. 
  30. Thomson R (2009). "Evidence based implementation of complex interventions". BMJ 339: b3124. doi:10.1136/bmj.b3124. PMID 19675081. 
  31. Hankey GJ (August 1999). "Smoking and risk of stroke". Journal of Cardiovascular Risk 6 (4): 207–11. PMID 10501270. 
  32. Wannamethee SG, Shaper AG, Whincup PH, Walker M (July 1995). "Smoking cessation and the risk of stroke in middle-aged men". JAMA 274 (2): 155–60. doi:10.1001/jama.274.2.155. PMID 7596004. 
  33. Reynolds K, Lewis B, Nolen JD et al. (February 2003). "Alcohol consumption and risk of stroke: a meta-analysis". JAMA 289 (5): 579–88. doi:10.1001/jama.289.5.579. PMID 12578491. 
  34. Sloan MA, Kittner SJ, Rigamonti D, Price TR (September 1991). "Occurrence of stroke associated with use/abuse of drugs". Neurology 41 (9): 1358–64. PMID 1891081. 
  35. doi:10.3945/ajcn.111.015115
    This citation will be automatically completed in the next few minutes. You can jump the queue or expand by hand
  36. "Stroke Risk Factors". American Heart Association. 2007. http://www.AmericanHeart.org/presenter.jhtml?identifier=4716. Retrieved January 22, 2007. 
  37. Gorelick PB (1987). "Alcohol and stroke". Stroke; a Journal of Cerebral Circulation 18 (1): 268–71. doi:10.1161/01.STR.18.1.268. PMID 3810763. 
  38. Westover AN, McBride S, Haley RW (April 2007). "Stroke in young adults who abuse amphetamines or cocaine: a population-based study of hospitalized patients". Archives of General Psychiatry 64 (4): 495–502. doi:10.1001/archpsyc.64.4.495. PMID 17404126. 
  39. Cantu C, Arauz A, Murillo-Bonilla LM, López M, Barinagarrementeria F (2003). "Stroke associated with sympathomimetics contained in over-the-counter cough and cold drugs". Stroke 34 (7): 1667–72. doi:10.1161/01.STR.0000075293.45936.FA. PMID 12791938. 
  40. Ezekowitz JA, Straus SE, Majumdar SR, McAlister FA (December 2003). "Stroke: strategies for primary prevention". American Family Physician 68 (12): 2379–86. PMID 14705756. 
  41. Ederle J, Brown MM (October 2006). "The evidence for medicine versus surgery for carotid stenosis". European Journal of Radiology 60 (1): 3–7. doi:10.1016/j.ejrad.2006.05.021. PMID 16920313. 
  42. Saver JL (2006). "Time is brain - quantified". Stroke 37 (1): 263–6. doi:10.1161/01.STR.0000196957.55928.ab. PMID 16339467. 
  43. Bellolio, MF; Gilmore, RM, Stead, LG (2011-09-07). "Insulin for glycaemic control in acute ischaemic stroke". In Bellolio, M Fernanda. Cochrane database of systematic reviews (Online) 9 (9): CD005346. doi:10.1002/14651858.CD005346.pub3. PMID 21901697.