ନିଫେଡିପିନ

ଉଇକିପିଡ଼ିଆ‌ରୁ
ନିଫେଡିପିନ
Clinical data
Trade namesAdalat, Procardia, others
AHFS/Drugs.commonograph
MedlinePlusa684028
Pregnancy
category
  • C: (USA)
Routes of
administration
Oral, Topical
ATC code
Pharmacokinetic data
Bioavailability45-56%
Protein binding92-98%
MetabolismGastrointestinal, Liver
Elimination half-life2 hours
ExcretionKidneys: >50%, Biliary: 5-15%
Identifiers
  • 3,5-dimethyl 2,6-dimethyl-4-(2-nitrophenyl)-1,4-dihydropyridine-3,5-dicarboxylate
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.040.529 Edit this at Wikidata
Chemical and physical data
FormulaC17H18N2O6
Molar mass346.335 g/mol
3D model (JSmol)
Melting point173 °C (343 °F)
  • O=C(OC)\C1=C(\N/C(=C(/C(=O)OC)C1c2ccccc2[N+]([O-])=O)C)C
  • InChI=1S/C17H18N2O6/c1-9-13(16(20)24-3)15(14(10(2)18-9)17(21)25-4)11-7-5-6-8-12(11)19(22)23/h5-8,15,18H,1-4H3 checkY
  • Key:HYIMSNHJOBLJNT-UHFFFAOYSA-N checkY
  (verify)

ନିଫେଡିପିନ, ଅନ୍ୟ ନାମ ଅଦାଲତ, ଏକ ଔଷଧ ଯାହା ଆଞ୍ଜାଇନା, ଉଚ୍ଚ ରକ୍ତଚାପ, ରେନ‌ଡ ଫେନୋମେନନ୍ ରୋଗମାନଙ୍କରେ ଓ ଅସମୟ ପ୍ରସବ (premature labour) ଅବସ୍ଥାରେ ବ୍ୟବ‌ହାର କରାଯାଏ । [୧] ପ୍ରିଞ୍ଜମେଟାଲ ଆଞ୍ଜାଇନା ରୋଗରେ ଏହା ପସନ୍ଦତମ ଚିକିତ୍ସା ।ଗର୍ଭାବସ୍ଥାରେ ସାଂଘାତିକ ଉଚ୍ଚ ରକ୍ତଚାପ ରୋଗରେ ଏହା ବ୍ୟବ‌ହାର କରାଯାଇପାରେ । ଅସମୟ ପ୍ରସବ ଯନ୍ତ୍ରଣା ଆରମ୍ଭରେ ଏହା ଦେଲେ କର୍ଟିକୋସ୍ଟିରଏଡ ଦେଇ ଶିଶୁର ଫୁସଫୁସ ଅବସ୍ଥରେ ଉନ୍ନତି ଆଣି ପ୍ରସୂତିକୁ ଏକ ଉପ‌ଯୁକ୍ତ ଅନୁଷ୍ଠାନ‌କୁ ନେଇଯିବାକୁ ସମୟ ମିଳେ । ନିଫେଡିପିନ ପାଟିରେ ଦିଆଯାଏ ଓ ଏହା ଦୁଇ ଆକାରରେ ମିଳେ ଯଥା: ଧୀର ଓ ଦୃତ କାର୍ଯ୍ୟକାରୀ । [୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ହାଲୁକା ମୁଣ୍ଡ, ମୁଣ୍ଡବଥା, ଥକ୍କା, ଗୋଡ଼ ଫୁଲା, କାଶ ଓ ଛୋଟ ଶ୍ୱାସକ୍ରିୟା ଇତ୍ୟାଦି ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ନିମ୍ନ ରକ୍ତଚାପହୃଦ୍‌ପାତ ହୋଇପାରେ ।[୧] ଗର୍ଭାବସ୍ଥାରେ ଏହା ନିରାପଦ ଥିବା ଅସମର୍ଥିତ ପ୍ରମାଣ ମିଳେ ତେଣୁ ଏହା ଦିଆଯାଏ ନାହିଁ ।[୨] ଏହା ଡାଇହାଇଡ୍ରୋପାଇରିଡିନ ଟାଇପର କ୍ୟାଲସିଅମ ଚ୍ୟାନେଲ ବ୍ଲକର[୧]

ସନ ୧୯୬୯ରେ ନିଫେଡିପିନ ଆବିଷ୍କୃତ ହୋଇ ସନ ୧୯୮୧ରେ ଯୁକ୍ତରାଷ୍ଟ୍ର ଆମେରିକାରେ ବ୍ୟବ‌ହାର ନିମନ୍ତେ ସ୍ୱିକୃତି ପାଇଲା ।[୩][୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ । [୧] ଧୀରେ କାମ କରୁଥିବା ଔଷଧର ହୋଲସେଲ ମୁଲ୍ୟ ମାସକୁ ପ୍ରାୟ ୧.୯୦ରୁ ୩.୮୦ ଆମେରିକୀୟ ଡଲାର । [୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ମାସର ଖର୍ଚ୍ଚ ପ୍ରାୟ ୪୦ରୁ ୬୦ ଡଲାର ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Nifedipine". The American Society of Health-System Pharmacists. Retrieved Dec 19, 2015.
  2. "Nifedipine Pregnancy and Breastfeeding Warnings". Retrieved 25 December 2015.
  3. Corey, E.J. (2013). Drug discovery practices, processes, and perspectives. Hoboken, N.J.: John Wiley & Sons. p. 172. ISBN 9781118354469.
  4. "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
  5. "Nifedipine". International Drug Price Indicator Guide. Retrieved 25 December 2015.[permanent dead link]