ହାଇଡ୍ରାଲାଜିନ

ଉଇକିପିଡ଼ିଆ‌ରୁ
ହାଇଡ୍ରାଲାଜିନ
Skeletal formula of hydralazine
Ball-and-stick model of the hydralazine molecule
Clinical data
Trade namesApresoline, BiDil, others
AHFS/Drugs.commonograph
MedlinePlusa682246
data
Pregnancy
category
  • AU: C
  • US: C (Risk not ruled out)
Routes of
administration
By mouth, intravenous
ATC code
Legal status
Legal status
Pharmacokinetic data
Bioavailability26–50%
Protein binding85–90%
MetabolismLiver
Onset of action5 to 30 min[୧]
Elimination half-life2–8 hours, 7–16 hours (renal impairment)
Duration of action2 to 6 hrs[୧]
ExcretionUrine
Identifiers
  • 1-hydrazinylphthalazine
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.001.528 Edit this at Wikidata
Chemical and physical data
FormulaC8H8N4
Molar mass160.176 g/mol
3D model (JSmol)
  • n2nc(c1ccccc1c2)NN
  • InChI=1S/C8H8N4/c9-11-8-7-4-2-1-3-6(7)5-10-12-8/h1-5H,9H2,(H,11,12) checkY
  • Key:RPTUSVTUFVMDQK-UHFFFAOYSA-N checkY
  (verify)

ହାଇଡ୍ରାଲାଜିନ (ଇଂରାଜୀ ଭାଷାରେ Hydralazine, ବିକ୍ରୟ ନାମ ଆପ୍ରେସୋଲିନ/Apresoline) ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ (high blood pressure) ଓ ହୃଦ୍‌ପାତ ରୋଗମାନଙ୍କ ଚିକିତ୍ସାରେ ଦିଆଯାଏ ।[୧] ଗର୍ଭାବସ୍ଥା ଉଚ୍ଚରକ୍ତଚାପ (high blood pressure in pregnancyଆଶୁ ଉଚ୍ଚ ରକ୍ତଚାପ very high blood pressure resulting in symptoms ରୋଗ ମାନଙ୍କରେ ମଧ୍ୟ ଦିଆଯାଏ ।[୨] କୃଷ୍ଣକାୟ ଲୋକଙ୍କର (black people) ହୃଦ୍‌ପାତ ରୋଗରେ ଆଇସୋସର୍ବାଇଡ ଡାଇନାଇଟ୍ରେଟ (isosorbide dinitrate) ଔଷଧ ସ‌ହିତ ଦେଲେ କାର୍ଯ୍ୟକାରୀ ହୁଏ ।[୧] ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (by injection into a vein) ଆକାରରେ ଦିଆଯାଏ ।[୨] ଔଷଧର ପ୍ରଭାବ ପ୍ରାୟ ୧୫ ମିନିଟ ମଧ୍ୟରେ ଆରମ୍ଭ ହୋଇ ୬ ଘଣ୍ଟା ପର୍ଯ୍ୟନ୍ତ ରହେ ।[୧]

ହାଇଡ୍ରାଲାଜିନର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବଥାଦୃତ ହୃତ୍‌ପିଣ୍ଡ ଗତି (fast heart rate) ଭଳି ଲକ୍ଷଣ ଦେଖାଯାଏ । ମାଇଟ୍ରାଲ ଭଲ୍ଭ (mitral valve) ପ୍ରଭାବିତ କରିଥିବା ରିଉମାଟିକ ହୃତ୍‌ପିଣ୍ଡ ରୋଗ (rheumatic heart disease) ଓ କରୋନାରୀ ଧମନୀ ରୋଗ (coronary artery disease) ଥିବା ରୋଗୀଙ୍କୁ ଏହି ଔଷଧ ଦିଆଯାଏ ନାହିଁ ।[୧] ବୃକ୍‌କ ସମସ୍ୟା (kidney problems) ଥିଲେ ଅଳ୍ପ ମାତ୍ରାର ଔଷଧ ଦିଆଯାଏ ।[୨] ରକ୍ତନଳୀ ସ୍ଫୀତକାରୀ ଶ୍ରେଣୀର (vasodilator) ଏହି ଔଷଧ ରକ୍ତନଳୀ ଓସାରିଆ କରି (dilation of blood vessels) କାର୍ଯ୍ୟସାଧନ କରେ ।[୧]

ସିବା (Ciba) କମ୍ପାନୀର ବୈଜ୍ଞାନିକମାନଙ୍କଦ୍ୱାରା ମ୍ୟାଲେରିଆ ନିମନ୍ତେ ଔଷଧ ଖୋଜା ହେଉଥିବା ବେଳେ ହାଇଡ୍ରାଲାଜିନ ଆବିଷ୍କୃତ ହୋଇଥିଲା ।[୩] ସନ ୧୯୪୯ ମସିହାରେ ଏହା ପେଟେଣ୍ଟ ହୋଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର ହୋଲସେଲ ମୂଲ୍ୟ ପ୍ରାୟ ୨.୭୮ରୁ ୯.୧୧ ଆମେରିକୀୟ ଡଲାର ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ପ୍ରାୟ ୫୦ରୁ ୧୦୦ ଆମେରିକୀୟ ଡଲାର ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Hydralazine Hydrochloride". The American Society of Health-System Pharmacists. Retrieved 8 December 2016.
  2. ୨.୦ ୨.୧ ୨.୨ WHO Model Formulary 2008 (PDF). World Health Organization. 2009. p. 280. ISBN 9789241547659. Retrieved 8 December 2016.
  3. Wermuth, Camille Georges. The Practice of Medicinal Chemistry (in ଇଂରାଜୀ). Academic Press. p. 12. ISBN 9780080568775.
  4. Progress in Drug Research/Fortschritte der Arzneimittelforschung/Progrés des recherches pharmaceutiques (in ଇଂରାଜୀ). Birkhäuser. 2013. p. 206. ISBN 9783034870948.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. "Hydralazine". International Drug Price Indicator Guide. Retrieved 8 December 2016.[permanent dead link]
  7. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 145. ISBN 9781284057560.