ଲାବେଟାଲୋଲ

ଉଇକିପିଡ଼ିଆ‌ରୁ

ଲେଖା ଚାଲିଛି...

ଲାବେଟାଲୋଲ
Clinical data
Pronunciation/ləˈbɛtəlɔːl/
Trade namesNormodyne, Trandate, others
AHFS/Drugs.commonograph
MedlinePlusa685034
Pregnancy
category
  • C
    One of few drugs used for PIH
Routes of
administration
By mouth, intravenous
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability25%
Protein binding50%
MetabolismLiver pass metabolism,
Elimination half-lifeTablet: 6-8 hours; IV: 5.5 hours
ExcretionExcreted in urine, not removed by hemodialysis
Identifiers
  • (RS)-2-Hydroxy-5-[1-hydroxy-2-[(4-phenylbutan-2-yl)amino]ethyl]benzamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.048.401 Edit this at Wikidata
Chemical and physical data
FormulaC19H24N2O3
Molar mass୩୨୮.୪୧ g·mol−1
3D model (JSmol)
ChiralityRacemic mixture
  • O=C(c1cc(ccc1O)C(O)CNC(C)CCc2ccccc2)N
  • InChI=1S/C19H24N2O3/c1-13(7-8-14-5-3-2-4-6-14)21-12-18(23)15-9-10-17(22)16(11-15)19(20)24/h2-6,9-11,13,18,21-23H,7-8,12H2,1H3,(H2,20,24) checkY
  • Key:SGUAFYQXFOLMHL-UHFFFAOYSA-N checkY
  (verify)

ଲାବେଟାଲୋଲ (ଇଂରାଜୀ ଭାଷାରେ Labetalol) ଏକ ପ୍ରକାର ଔଷଧ ଯାହା ଉଚ୍ଚ ରକ୍ତଚାପ ଓ ଦୀର୍ଘକାଳୀନ ଆଞ୍ଜାଇନା (angina) ରୋଗର ଚିକିତ୍ସାରେ ଦିଆଯାଏ ।[୧][୨] ଏସେନସିଆଲ ହାଇପରଟେନସନ, ହାଇପରଟେନସିଭ ଆପାତକାଳୀନ (hypertensive emergencies) ଓ ଗର୍ଭାବସ୍ଥା ଉଚ୍ଚ ରକ୍ତଚାପ (hypertension of pregnancy) ରୋଗମାନଙ୍କରେ ଏହା ଦିଆଯାଏ ।[୨] ଏସେନସିଆଲ ହାଇପରଟେନସନ (essential hypertensiln) ରୋଗରେ ଏହା ଅନ୍ୟାନ୍ୟ ରକ୍ତଚାପ ଔଷଧ (blood pressure medications) ଅପେକ୍ଷା କମ୍ ପସନ୍ଦ କରାଯାଏ । [୧] ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ । [୧]

ଲାବେଟାଲୋଲର ପାର୍ଶ୍ୱ ପ୍ରତିକ୍ରିୟାରେ ଠିଆହେଲେ ଅଳ୍ପ ରକ୍ତଚାପ (low blood pressure with standing), ମୁଣ୍ଡ ଓଜନିଆ, ଥକ୍କାଣ ଅନୁଭବ ଓ ଅଇ ହୋଇପାରେ ।[୧] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଅଳ୍ପ ରକ୍ତଚାପ (low blood pressure), ଯକୃତ ସମସ୍ୟା (liver problems), ବ୍ରୋଙ୍କୋସ୍ପାଜ୍ମ (bronchospasm) ଓ ହୃଦ୍‌ପାତ ହୋଇପାରେ ।[୧] ଗର୍ଭାବସ୍ଥାର ଶେଷ ପର୍ଯ୍ୟାୟରେ ଏହା ନିରାପଦ ଥାଏ ଓ ସ୍ତନ୍ୟପାନ ସମୟରେ ସମସ୍ୟା ସୃଷ୍ଟ କରିବା ଆଶା କରାଯାଏ ନାହିଁ ।[୨][୩] ଏହା ବିଟା ରିସେପ୍ଟର (β-receptors) ଓ ଆଲଫା ରିସେପ୍ଟରମାନଙ୍କର (α-receptors) କ୍ରିୟାଶୀଳତାକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧]

ଲାବେଟାଲୋଲ ସନ ୧୯୬୬ରେ ପେଟେଣ୍ଟ ହେବା ପରେ ସନ ୧୯୭୭ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୪] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୮ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୧୨ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ । [୫] ସନ ୨୦୧୬ରେ ଏହାର ୨ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୩୩ତମ ସ୍ଥାନରେ ଥଲା ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Labetalol Hydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 3 March 2019.
  2. ୨.୦ ୨.୧ ୨.୨ ୨.୩ ୨.୪ British national formulary : BNF 76 (76 ed.). Pharmaceutical Press. 2018. pp. 147–148. ISBN 9780857113382.
  3. "Labetalol Use During Pregnancy". Drugs.com (in ଇଂରାଜୀ). Retrieved 11 March 2019.
  4. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 463. ISBN 9783527607495.
  5. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  6. "The Top 300 of 2019". clincalc.com. Retrieved 22 December 2018.

ବାହ୍ୟ ଲିଙ୍କ[ସମ୍ପାଦନା]