ମୁଣ୍ଡ ବିନ୍ଧା

ଉଇକିପିଡ଼ିଆ ରୁ
Jump to navigation Jump to search
Headache
Migraine.jpg
A person with a headache.
ICD-10G43.-G44., R51.
ICD-9339, 784.0
DiseasesDB19825
MedlinePlus003024
eMedicineneuro/517 neuro/70
MeSHD006261

ମୁଣ୍ଡ ଓ ବେକର ଯେ କୌଣସି ସ୍ଥାନରେ ଯନ୍ତ୍ରଣା ହେଲେ ତାହାକୁ ମୁଣ୍ଡ ବିନ୍ଧା ହେଉଛି ବୋଲି କହନ୍ତି । ଏହା ଏକ ଲକ୍ଷଣ, ରୋଗ ନୁହେଁ । ମୁଣ୍ଡ ଓ ବେକରେ ହେଉଥିବା ଅନେକ ରୋଗରେ ଏହା ଏକ ଲକ୍ଷଣ ରୁପେ ପ୍ରକାଶ ପାଏ ।
ଅନ୍ୟ ନାମ: ଲୋକମାନେ ଏହାକୁ ଶିର ପୀଡା, ଶିର ବେଦନା, ମୁଣ୍ଡ ବ୍ୟଥା ଓ ମୁଣ୍ଡ ବଥା ନାମ ମଧ୍ୟ ଦେଇଥାଆନ୍ତି । ମସ୍ତିଷ୍କ ଜୀବକୋଷରେ ଯନ୍ତ୍ରଣାଗ୍ରାହୀ ସ୍ନାୟୁ କୋଷ ନ ଥାଏ । ଏହାର ଚାରିଆଡେ ଥିବା ଅନ୍ୟ ତନ୍ତୁ ଯଥା ପେରିଓସ୍ଟିଅମ, ମାଂସ ପେଶୀ, ସ୍ନାୟୁ, ରକ୍ତ ନଳୀ ଚର୍ମ ତଳ ତନ୍ତୁ, ଆଖି, କାନ, ସାଇନସ୍ ଓ ଶ୍ଳେଷ୍ମ ଝିଲ୍ଲୀରେ କିଛି ରୋଗ ଥିଲେ ଯନ୍ତ୍ରଣା ହୁଏ, କାରଣ ଏ ଗୁଡିକରେ ସ୍ନାୟୁ ଥାଆନ୍ତି । ଏହାର ଚିକିତ୍ସା ମୂଖ୍ୟତଃ ରୋଗର ମୂଳ କାରଣ ଅନୁସାରେ କରାଯାଏ, କିନ୍ତୁ ଉପଶମ ନିମନ୍ତେ ପୀଡା ନାଶକ ଔଷଧ ଦିଆଯାଏ ।

ବର୍ଗୀକରଣ[ସମ୍ପାଦନା]

ଆନ୍ତର୍ଜାତୀୟ ମୁଣ୍ଡ ବିନ୍ଧା ସୋସାଇଟି ( International Headache Society) ୨୦୦୪ ମସିହାରେ [୧]ଏହାର ବର୍ଗୀକରଣ କରିଛି ଯାହାକୁ ଡବ୍ଲ୍ୟୁ,ଏଚ.ଓ. ଗ୍ରହଣ କରିଛି[୨]
୧୯୫୧ ମସିହାରେ ଏକ ବର୍ଗୀକରଣ କରାଯାଇଥିଲା[୩] । ୧୯୫୨ ମସିହାରେ ନ୍ୟାସନାଲ ଇନସ୍ଟିଚ୍ୟୁଟ ଅଫ ହେଲ୍‌ଥ୍ ଆଉ ଏକ ବର୍ଗୀକରଣ କରିଥିଲେ[୪]

ଆ.ସି.ଏଚ୍.ଡି. - ୨[ସମ୍ପାଦନା]

ଆନ୍ତର୍ଜାତୀୟ ମୁଣ୍ଡ ବିନ୍ଧା ସୋସାଇଟି ଏକ ଉତ୍ତମ ବର୍ଗୀକରଣ କରି ତାହାକୁ ଆ.ସି.ଏଚ୍.ଡି (International Classification of Headache Disorders ବା ICHD) ନାମରେ ନାମିତ କରିଥିଲା । ରୋଗ ନିର୍ଣ୍ଣୟାତ୍ମକ ପଦ୍ଧତିରେ ପ୍ରଥମେ ୧୯୮୮ ମସିହାରେ ICHD-1 ଓ ପରେ ୨୦୦୪ ମସିହାରେ ICHD-2 ମୁଦ୍ରିତ ହୋଇଥିଲା[୫]
ସଂଖ୍ୟା କୋଡ(Numeric code)ଦ୍ୱାରା ବର୍ଗୀକରଣ କରାଯାଇଛି । ଏକ ସଂଖ୍ୟା ବିସିଷ୍ଟ କୋଡରେ ୧୩ଟି ଦଳର ନାମ ଅଛି । ପ୍ରଥମ ୪ଟି ପ୍ରାଥମିକ ଓ ୫ରୁ ୧୨ ପର୍ଯ୍ୟନ୍ତ ଗୌଣ ମୁଣ୍ଡ ବିନ୍ଧା । କ୍ରାନିଆଲ୍ ନିଉରାଲ୍‌ଜିଆ, ମୂଖ ବିନ୍ଧା ଓ ଅନ୍ୟ ମୁଣ୍ଡ ବିନ୍ଧା ଶେଷ ଦୁଇ ଗ୍ରୁପରେ ନିଆଯାଇଛି ।
ICHD-2 ପଦ୍ଧତିରେ ମିଗ୍ରେନ ବା ଅଧକପାଳୀ, ଟେନ୍‌ସନ୍ ଜନିତ ମୁଣ୍ଡ ବିନ୍ଧା, କ୍ଲସ୍ଟର ମୁଣ୍ଡ ବିନ୍ଧା ଓ ଟ୍ରାଇଜେମିନାଲ୍ ସମ୍ବନ୍ଧୀୟ ମୁଣ୍ଡ ବିନ୍ଧାକୁ ପ୍ରାଥମିକ ମୁଣ୍ଡ ବିନ୍ଧା ନାମ ଦିଆଗଲା । କାଶ ଜନିତ ବଥା, ଛୁରି ମାରିବା ଭଳି ବଥା ଓ ଯୌନ ସଙ୍ଗମ ବେଳର ବଥାକୁ (coital cephalalgia) ମଧ୍ୟ ପ୍ରାଥମିକ ମୁଣ୍ଡ ବିନ୍ଧା ହିସାବରେ ଗ୍ରହଣ କରାଯାଏ । ଦୈନନ୍ଦିନ ଜୀବନର ମୁଣ୍ଡ ବିନ୍ଧାକୁ ମଧ୍ୟ ପ୍ରାଥମିକ ଭାବରେ ଗ୍ରହଣ କରାଯାଏ ।
ଗୌଣ ମୁଣ୍ଡ ବିନ୍ଧାରେ ଲକ୍ଷଣ ହିସାବକୁ ନ ନେଇ କାରଣ ଅନୁସାରେ ବର୍ଗୀକରଣ କରାଯାଇଛି । ଏଥିରେ ମୁଣ୍ଡ ଓ ବେକ ଆଘାତ ଜନିତ ହ୍ୱିପଲାସ୍ ଆଘାତ, ଖପୁରୀ ଭିତର ଜମାଟ ରକ୍ତ ଓ କ୍ରାନିଓଟମିକୁ ଅନ୍ତର୍ଭୁକ୍ତ କରାଯାଇଛି । ରକ୍ତ ନଳି ସମ୍ପର୍କୀୟ ରୋଗ ଯଥା ଇସ୍କେମିକ୍ ସ୍ଟ୍ରୋକ୍, ଟ୍ରଞ୍ଜିଏଣ୍ଟ ଇସ୍କେମିକ୍ ଆଟାକ୍, ବିନା ଆଘାତ ଖପୁରୀ ମଧ୍ୟରେ ରକ୍ତ ଜମିବା, ରକ୍ତ ନଳୀ ଗଠନ ବିପର୍ଯ୍ୟୟ୍ ଓ ଆର୍ଟେରାଇଟିସ୍ ରୋଗମାନଙ୍କୁ ଏହି ଗୌଣ ମୁଣ୍ଡ ବିନ୍ଧା ଦଳରେ ନିଆଯାଇଛି । ଅନ୍ୟାନ୍ୟ ଗୌଣ ମୁଣ୍ଡ ବିନ୍ଧା ମଧ୍ୟରେ ସେରେବ୍ରୋ ସ୍ପାଇନାଲ୍ ଫ୍ଲୁଇଡର ଚାପ କମ୍ ବେଶୀ ଜନିତ ମୁଣ୍ଡ ବିନ୍ଧା, ଅସଂକ୍ରିତ ପ୍ରଦାହ, ଅର୍ବୁଦ, ଏପିଲେପ୍ସି ରୋଗ ରକ୍ତ ନଳୀ ଜନିତ ନ ହେଲେ ମଧ୍ୟ ଏହି ଦଳରେ ରଖାଯାଇଛି ।

କାରଣ[ସମ୍ପାଦନା]

ପ୍ରାୟ ୨୦୦ ପ୍ରକାର ମୁଣ୍ଡ ବିନ୍ଧା ମଧ୍ୟରେ ବିପଦ ଶୂନ୍ୟ ଠାରୁ ଆରମ୍ଭ କରି ଜୀବନ ହାନୀକାରି ମୁଣ୍ଡ ବିନ୍ଧା ଅଛି । ଉପଯୁକ୍ତ ବର୍ଣ୍ଣନା ଓ ସ୍ନାୟୁ ପରୀକ୍ଷା କଲେ ପରବର୍ତ୍ତୀ ଇନ୍‌ଭେସ୍ଟିଗେସନ ଓ ଉପଯୁକ୍ତ ଚିକିତ୍ସା କରାଯାଇଥାଏ[୬]

ପ୍ରାଥମିକ ମୁଣ୍ଡ ବିନ୍ଧା[ସମ୍ପାଦନା]

ଏହି ଦଳରେ ଚାପଯୁକ୍ତ ମୁଣ୍ଡ ବିନ୍ଧା ଓ ମାଇଗ୍ରେନ ଅନ୍ତର୍ଭୁକ୍ତ । ଏଥିରେ ଗୋଟିଏ ପାଖ ମୁଣ୍ଡ ବିନ୍ଧେ, ଧକ ଧକ କରେ, ବାନ୍ତି ଲାଗେ ଓ ୩ ଘଣ୍ଟାରୁ ୩ ଦିନ ପର୍ଯ୍ୟନ୍ତ ରହେ । କ୍ୱଚିତ ହେଉଥିବା ରୋଗ ମଧ୍ୟରେ ଟ୍ରାଇଜେମିନାଲ୍ ନିଉରାଲଜିଆ, କ୍ଲସ୍ଟର ମୁଣ୍ଡ ବିନ୍ଧା ଓ ହେମିକ୍ରାନିଆ କଣ୍ଟିନୁଆରେ ମୁଣ୍ଡର ଗୋଟିଏ ପାଖରେ ଅତ୍ୟନ୍ତ ଯନ୍ତ୍ରଣା ହୁଏ।

ଗୌଣ(Secondary) ମୁଣ୍ଡ ବିନ୍ଧା[ସମ୍ପାଦନା]

ମୁଣ୍ଡ ତଥା ବେକରେ ହେଉଥିବା କେତେକ ଅବସ୍ଥାରେ ଓ ରୋଗରେ ମୁଣ୍ଡ ବିନ୍ଧା ହୁଏ । ଏମାନଙ୍କ ମଧ୍ୟରୁ ଅଧିକାଂଶ ବିପଦ ପୂର୍ଣ୍ଣ ନୁହନ୍ତି । ଅତ୍ୟଧିକ କଷ୍ଟ ଉପଶମକାରୀ ଔଷଧ ଖାଇଲେ ମଧ୍ୟ ବିପରୀତ କ୍ରମେ ଅଧିକ ମୁଣ୍ଡ ବିନ୍ଧା ହୁଏ
କେତେକ ବିଶିଷ୍ଟ ପ୍ରକୃତି ଯୋଗୁ ବିଭିନ୍ନ ବିପଦପୂର୍ଣ୍ଣ ରୋଗର ସମ୍ଭାବନା ଦେଖାଯାଏ । କେତେକ ଲାଲ ପତାକା ଲକ୍ଷଣ ଥିଲେ ବିଶେଷଜ୍ଞଙ୍କଦ୍ୱାରା ଜାଞ୍ଚ କରିବା ଅପରିହାର୍ଯ୍ୟ ହୁଏ । ଲାଲ ପତାକା ଲକ୍ଷଣ: ୫୦ ବର୍ଷ ବୟଷ୍କ ବ୍ୟକ୍ତିଙ୍କର ଗୋଟିଏ ନୂଆ ପ୍ରକାର ମୁଣ୍ଡ ବିନ୍ଧା ଦେଖାଯାଏ, ଅଳ୍ପ କେତେକ ମିନିଟରେ ମୁଣ୍ଡ ବିନ୍ଧା ହେବା (thunderclap headache), ଗୋଟିଏ ଅଙ୍ଗ ଅଚଳ ହେବା, ସ୍ନାୟୁଗତ ପରୀକ୍ଷାରେ ବ୍ୟତିକ୍ରମ ଦେଖାଯିବା, ଦୃଷ୍ଟି ଶକ୍ତି କମିଯିବା, ଚୋବେଇବା ବେଳେ ଯନ୍ତ୍ରଣା ହେବା, ବେକ ଲାଠି ହୋଇଯିବା, ଜର, ଏଚ୍.ଆଇ.ଭି, କ୍ୟାନସର ଓ ଥ୍ରୋମ୍ବୋସିସ୍ ।
ସବାଆରାକ୍‌ନଏଡ୍ ରକ୍ତସ୍ରାବ ହେଲେ ଥଣ୍ଡରକ୍ଲାପ ମୁଣ୍ଡ ବିନ୍ଧା ହୁଏ, ଓ ଏହା ମସ୍ତିଷ୍କ ଆନିଉରିଜ୍ମ୍ ଜନିତ ରକ୍ତନଳୀ ଫାଟି ଗଲେ ହୁଏ । ମେନିଞ୍ଜାଇଟିସ ଯୋଗୁ ମୁଣ୍ଡ ବିନ୍ଧା ହୁଏ । ଖପୂରି ମଧ୍ୟରେ ଚାପ ବଢିଲେ ମୁଣ୍ଡ ବିନ୍ଧା ଅଧିକ ହୁଏ, ଏହା ସକାଳେ ଅଧିକ ହୁଏ ଓ ବାନ୍ତି ହୁଏ । ବ୍ରେନ ଟ୍ୟୁମର, ଇଡିଓପ୍ୟାଥିକ ଇଣ୍ଟ୍ରାକ୍ରାନିଆଲ୍ ଉଚ୍ଚ ରକ୍ତ ଚାପ ଓ ସେରେବ୍ରାଲ ଭେନସ ସାଇନସ ଥ୍ରୋମ୍ବୋସିସ୍ ଯୋଗୁ ଖପୂରି ଭିତରେ ଚାପ ବଢିଯାଏ । କାର୍ବନ ମୋନୋଅକ୍ସାଇଡ ବିଷ ଯୋଗୁ ମୁଣ୍ଡ ବିନ୍ଧା ସହ ବାନ୍ତି, ପେଶୀ ଦୂର୍ବଳତା ହୁଏ, ଗ୍ଲକୋମା ଯୋଗୁ ଆଖି ଚାହିପଟେ ବିନ୍ଧା ହୁଏ ।

ବିକାରୀ ଶରୀର କ୍ରିୟା (Pathophysiology)[ସମ୍ପାଦନା]

ମସ୍ତିଷ୍କରେ ଯନ୍ତ୍ରଣା ବୋଧ କରିବା ସ୍ନାୟୁ ନାହିଁ । ଖପୁରୀ ଭିତରେ ଥିବା ମସ୍ତିଷ୍କ ଆବରଣ ଓ ଖପୁରୀ ବାହାରେ ଥିବା ଅନ୍ୟ ସଂରଚନା ଗୁଡିକରେ ଏହି ସ୍ନାୟୁ ଥିବା ଯୋଗୁ କଷ୍ଟ ଅନୁଭବ କରିହୁଏ ।
ଅଧିକାଂଶ ସମୟରେ ମସ୍ତିଷ୍କ ଆବରଣ ଓ ରକ୍ତ ନଳୀ ଟାଣି ହେଲେ ବା ଇରିଟେସନ ହେଲେ ମୁଣ୍ଡ ବିନ୍ଧା ହୁଏ । ମୁଣ୍ଡରେ ଆଘାତ ଓ ଟ୍ୟୁମର ଛଡା ମାଂସପେଶୀ ଚାପ, ସ୍ଫୀତ ରକ୍ତ ନଳୀ ଓ ମାନସିକ ଚାପ ଯୋଗୁ ମୁଣ୍ଡ ବିନ୍ଧେ । ଯନ୍ତ୍ରଣା ଅଭିଗ୍ରାହି ସ୍ନାୟୁ ମାଧ୍ୟମରେ ମସ୍ତିଷ୍କକୁ ଯନ୍ତ୍ରଣା ବିଷୟ ଅବଗତ କରେ[୭]
ଶରୀରରେ ଥିବା ଏଣ୍ଡରଫିନ୍ ନାମକ ଏକ ପଦାର୍ଥର ମାତ୍ରା ଉପରେ ମୁଣ୍ଡ ବିନ୍ଧା କିପରି ପରିମାଣର ହେବ ତାହା ନିର୍ଭର କରେ । ଯେଉଁ ମାନଙ୍କର ପ୍ରବଳ ବିନ୍ଧା ହୁଏ ସେମାନଙ୍କର ଏଣ୍ଡରଫିନ୍ ମାତ୍ରା କମ ଥାଏ ।
ମୁଣ୍ଡ ବିନ୍ଧାର ପ୍ରକୃତ କାରଣ ଜଣା ପଡ଼ି ନ ଥିଲେ ମଧ୍ୟ ଅନେକ ତଥ୍ୟ ଉପସ୍ଥାପନ କରାଯାଇଛି । ବିଂଶ ଶତାବ୍ଦୀ ମଧ୍ୟ ଭାଗରେ ଉଲ୍ଫ (Wolf) ଗୋଟିଏ ତଥ୍ୟ ଉପସ୍ଥାପନ କରିଥିଲେ [୮]। ପ୍ରଥମେ ମସ୍ତିଷ୍କ ମଧ୍ୟରେ ରକ୍ତ ନଳୀ ସଙ୍କୁଚିତ ହୁଏ, ତା ପରେ ଯେତେବେଳେ ପ୍ରସାରିତ ହୁଏ ସେତେବେଳେ ବିନ୍ଧା ହୁଏ ।
ଅଧୁନା ନିଉରୋଭାସ୍କୁଲାର ଥିଓରିକୁ ଗ୍ରହଣ କରାଯାଇଛି। ଏହି ତଥ୍ୟ ଅନୁସାରେ ଏକ ଜଟୀଳ ସ୍ନାୟୁ ଓ ରକ୍ତ ନଳୀ କ୍ରିୟା ସମ୍ପାଦିତ ହେଲେ ମୁଣ୍ଡ ବିନ୍ଧେ ।

ରୋଗ ନିର୍ଣ୍ଣୟକାରୀ ପରୀକ୍ଷା[ସମ୍ପାଦନା]

ଭେଦାତ୍ମକ ନିର୍ଣ୍ଣୟ (Differential diagnosis of headaches)
ଚାପଯୁକ୍ତ ମୁଣ୍ଡ ବିନ୍ଧା ନୂଆ ଦୈନିକ ଲଗାଏତ ମୁଣ୍ଡ ବିନ୍ଧା କ୍ଲଷ୍ଟର ମୁଣ୍ଡ ବିନ୍ଧା ଅଧକପାଳି
ସାମାନ୍ୟ ବା ମଧ୍ୟମ ଧରଣର ମୁଣ୍ଡ ବିନ୍ଧା [୯] ଅତ୍ୟଧିକ ଯନ୍ତ୍ରଣା [୯] ମଧ୍ୟମରୁ ଅତ୍ୟଧିକ ଯନ୍ତ୍ରଣା [୯]
ଅଧ ଘଣ୍ଟାରୁ କିଛି ଘଣ୍ଟା ହୁଏ[୯] ଦୈନିକ ଅତି କମରେ 4 ଘଣ୍ଟା ହୁଏ[୯] ଦୈନିକ 30 ମିନିଟରୁ ୩ ଘଣ୍ଟା ହୁଏ[୯] ୪ ଘଣ୍ଟାରୁ ୩ ଦିନ ହୁଏ [୯]
ମାସକୁ ଥରେ ୧୫ ଦିନ ହୁଏ ଓ ୩ ମାସ ଧରି ହୁଏ ।[୯] ଦିନରେ ଅନେକ ଥର ହୁଏ ଓ ମାସ ମାସ ଧରି ହୁଏ । [୯] ମାସରେ ଅନେକ ଥର ହୁଏ ଓ ବର୍ଷରେ ଅନେକ ଥର ହୁଏ ।[୯]
lମୁଣ୍ଡ ଟାଇଟ ବା ଚାପଗ୍ରସ୍ତ ଲାଗେ ।[୯] lମୁଣ୍ଡର ଗୋଟିଏ ପାଖ ବା ଦୁଇ ପାଖରେ ହୁଏ ।[୯] ଗୋଟିଏ ପାଖ ଆଖି ପାଖରେ ହୁଏ କିମ୍ବା ଟେମ୍ପ୍ଲରେ ହୁଏ ।[୯] ମୁଣ୍ଡର ଏକ ପାଖରେ ବା ଦୁଇ ପାଖରେ ହୁଏ ।[୯]
ଲଗାଏତ ଯନ୍ତ୍ରଣା[୯] ଛୁରୀ ମାରିବା ଭଳି କଷ୍ଟ[୯] ସ୍ପନ୍ଦିତ ବା ଅତି ସ୍ପନ୍ଦିତ କଷ୍ଟ[୯]
ବାନ୍ତି ଲାଗେନାହିଁ ବା ହୁଏ ନାହିଁ । ଅରା(Aura) ହୁଏ ନାହିଁ ।[୯] ବାନ୍ତି ବାନ୍ତି ଲାଗେ ଓ ହୁଏ । [୯]
ଅରା ହୁଏ ନାହିଁ ।[୯] ଅରା ହୁଏ ନାହିଁ [୯] ଅରା ହୁଏ ।[୯]
କେତେକ ସମୟରେ ନାକ ଓ ଆଖିରେ କଷ୍ଟ୍ ହୁଏ[୯] ନାକରୁ ପାଣୀ ବହେ , ଅଧିକାଂଶ ସମୟରେ ଗୋଟି ପାଖରେ । [୯] ଶବ୍ଦ ଓ ଆଲୋକ ପ୍ରତି ସମ୍ବେଦନ[୯]
ଆସେଟାମିନୋଫେନ ବା ଏନ୍.ଏସ.ଏ.ଆଇ.ଡି. ଔଷଧ ଖାଇଲେ ହୁଏ ।[୯] ଚାପ ଅବସ୍ଥାରେ ହୁଏ ।[୯]

ଆମେରିକା କଲେଜ ଅଫ୍ ଏମର୍ଜେନ୍ସି ଫିଜିସିଆନ୍ ଗୋଟିଏ ଗାଇଡ୍ ଲାଇନ ତିଆରି କରିଛନ୍ତି ଯାହାଦ୍ୱାରା ଆଘାତ ପ୍ରାପ୍ତ ହୋଇ ନ ଥିବା ରୋଗର ତର୍ଜମା ଓ ଚିକିତ୍ସା କରିବାରେ ସାହାଯ୍ୟ କରିବ[୧୦]
ପ୍ରତ୍ୟେକ ମୁଣ୍ଡବିନ୍ଧାର ବିଶଦ ବିବରଣୀ ଲେଖି ରଖିଲେ ସାହାଯ୍ୟ ହୁଏ । ଇଲେକ୍ଟ୍ରୋଏନ୍‌କେଫାଲୋଗ୍ରାମ ଉପକାରରେ ଆସେ ନାହିଁ ।

ଇମେଜିଙ୍ଗ(Imaging)[ସମ୍ପାଦନା]

ଯେତେବେଳେ ପରିଚିତ ପ୍ରାଥମିକ ମୁଣ୍ଡ ବିନ୍ଧା ଲକ୍ଷଣ ସହ କୌଣସି ବିନ୍ଧା ମେଳ ଖାଏ ନାହିଁ ବା ଅନିୟମିତ ଲକ୍ଷଣ ମିଳେ ସେତେବେଳେ ଆହୁରି ଅନୁସନ୍ଧାନ ଆବଶ୍ୟକ ହୁଏ[୧୧] । ନୂଆ ସ୍ନାୟୁ ଲକ୍ଷଣ ଦେଖାଗଲେ ନିଉରୋ ଇମେଜିଙ୍ଗ (Neuroimaging (noncontrast head CT)) କରାଯାଏ । ୫୦ ବର୍ଷ ବୟଷରୁ ଉର୍ଦ୍ଧ୍ୱ ଲୋକଙ୍କର ସି.ଟି. ସ୍କାନ ଦରକାର ହୁଏ ।

ଚିକିତ୍ସା[ସମ୍ପାଦନା]

ମୁଣ୍ଡ ବିନ୍ଧା ନିମନ୍ତେ ଔଷଧର ଗୋଟିଏ ପୁରୁଣା ବିଜ୍ଞାପନ


ଦୀର୍ଘ ସ୍ଥାୟୀ ମୁଣ୍ଡ ବିନ୍ଧା (Chronic Headache)[ସମ୍ପାଦନା]

ମୁଣ୍ଡ ବିନ୍ଧା ରୋଗୀ ଗୋଟିଏ ଡାଏରୀରେ 'କେଉଁ ଭଳି ବିନ୍ଧା ହେଉଛି, ଆଉ କି ଲକ୍ଷଣ ଅଛି, କିପରି ଆରମ୍ଭ ହେଉଛି ଓ କାହାଦ୍ୱାରା ବଢୁଛି' ଏହା ଲେଖି ରଖିଲେ ଚିକିତ୍ସା କରିବାକୁ ସୁବିଧା ହୁଏ । କି ଔଷଧ ଖାଇଲେ ହେଉଛି, ଋତୁ ସ୍ରାବ ବେଳେ ହେଉଛି କି ବା କୌଣସି ଖାଦ୍ୟ ଖାଇଲେ ହେଉଛି କି, ଏହି ସବୁର ଉତ୍ତର ମଧ୍ୟ ଆବଶ୍ୟକ । ୨୦୦୭ ମସିହାରେ ମୁଣ୍ଡରେ ଇଲେକ୍ଟ୍ରୋଡ଼ ଇମ୍ପ୍ଲାଣ୍ଟଦ୍ୱାରା କ୍ଲସ୍ଟର ବିନ୍ଧା କମିଯିବା ଦେଖା ଯାଇଛି[୧୨]
ଆକୁପଙ୍କଚର[୧୩]ଦ୍ୱାରା ଚାପ ବିନ୍ଧା[୧୪] ଓ ମିଗ୍ରେନ[୧୫] ଭଳି ସ୍ଥାୟୀ ବିନ୍ଧା ଉପକାରୀ ସାବ୍ୟସ୍ତ ହୋଇଛି । ଅନ୍ୟମାନେ ଏହାକୁ ପ୍ଲାସେବୋ ଇଫେକ୍ଟ ବୋଲି ଅଭିହିତ କରିଛନ୍ତି ।
ସ୍ଥାୟୀ ବିନ୍ଧାରେ କୌଣସି ଗୋଟିଏ ଔଷଧ ସବୁବେଳେ ଉପକାରରେ ଆସେ ନାହିଁ । ଏମାନେ ବିଭିନ୍ନ ପ୍ରକାର ଉପଚାର କରନ୍ତି[୧୬]
ସ୍ଥାୟୀ ବିନ୍ଧା ନିମନ୍ତେ ୨ ପ୍ରକାର ଚିକିତ୍ସା କରାଯାଏ । ଗୋଟିଏ ବିନ୍ଧା ନିମନ୍ତେ ଓ ଅନ୍ୟଟି ପ୍ରତିଷେଧ ନିମନ୍ତେ । ପ୍ରତିଷେଧ ନିମନ୍ତେ ୩ରୁ ୬ ମାସ ପର୍ଯ୍ୟନ୍ତ ପ୍ରତି ଦିନ ଔଷଧ ଖାଇବାକୁ ହୁଏ[୧୭]
ପ୍ରତିଷେଧ ନିମନ୍ତେ ସାଧାରଣତଃ ଆମିଟ୍ରିପ୍ଟିଲିନ୍, ଫ୍ଲୁଓକ୍ସେଟିନ୍, ଗାବାପେଣ୍ଟିନ୍, ଟିଜାନିଡିନ୍, ଟୋପିରାମେଟ୍ ଓ ବୋଟୁଲିନମ୍ ଟକ୍ସିନ୍ ଟାଇପ୍ ଏ ବ୍ୟବହାର କରାଯାଉଛି । ଆଣ୍ଟିଏପିଲେପ୍ଟିକ ଔଷଧ ମଧ୍ୟ ଉପକାର କରେ ।
ମାନସିକ ଚିକିତ୍ସାରେ ମଧ୍ୟ ଉପକାର ହୁଏ ।

ରୋଗ ଅନୁଶୀଳନ[ସମ୍ପାଦନା]

ଯେ କୌଣସି ବର୍ଷରେ ୯୦% ଲୋକଙ୍କର ମୁଣ୍ଡ ବିନ୍ଧେ । ଏମାନଙ୍କ ମଧ୍ୟରୁ ୧% ଲୋକଙ୍କର ଗମ୍ଭୀର ସମସ୍ୟା ଥାଏ[୧୮]
ସମସ୍ତ ମୁଣ୍ଡ ବିନ୍ଧାର ୯୦ % ପ୍ରାଥମିକ ମୁଣ୍ଡ ବିନ୍ଧା , ସେଥିରୁ ଚାପ ଜନିତ ବିନ୍ଧା ଅତି ସାଧାରଣ[୧୯]
ମହିଳାମାନେ ପୁରୁଷଙ୍କ ଅପେକ୍ଷା ୩ଗୁଣ ଅଧିକ ଅଧ କପାଳୀ ଭୋଗନ୍ତି । ସମୁଦାୟ ଜନ ସଂକ୍ଷାର ୧୨ %ରୁ ୧୮ % ଲୋକ ଅଧ କପାଳୀ ବା ମିଗ୍ରେନ ଭୋଗନ୍ତି ।
କ୍ଲସ୍ଟର ବିନ୍ଧା ଜନ ସଂଖ୍ୟାର ୦.୫ % ଲୋକଙ୍କୁ ଆକ୍ରମଣ କରେ। କ୍ଲସ୍ଟର ବିନ୍ଧା ପୁରୁଷଙ୍କର ବେଶୀ ହୁଏ।

ଇତିହାସ[ସମ୍ପାଦନା]

୧୮୧୯ରେ ଜର୍ଜ କ୍ରୁଇକସାଙ୍କ ମୁଣ୍ଡ ବିନ୍ଧା କେରିକେଚର କରୁଥିବାର ଚିତ୍ର ।

ଥମାସ ଉଇଲିସ ୧୬୭୨ ମସିହାରେ ପ୍ରଥମେ ବର୍ଗୀକରଣ କରିବାର ସୂଚନା ମିଳୁଛି ( Thomas Willis, in De Cephalalgia in 1672) । କ୍ରିସ୍ଟିଆନ ବଉର ୧୭୮୭ ମସିହାରେ ରହି ରୋଗକୁ ୨ଭାଗରେ ବିଭକ୍ତ କରିଥିଲେ ଓ ୮୪ ପ୍ରକାର ବିନ୍ଧା ଲିପିବଦ୍ଧ କରିଥିଲେ।

ଆଧାର[ସମ୍ପାଦନା]

  1. "216.25.100.131" (PDF). the Headache Classification Subcommittee of the International Headache Society. Archived from the original (PDF) on 2004-06-13.
  2. Olesen et al., p. 9–11
  3. BROWN MR (1951). "The classification and treatment of headache". Med. Clin. North Am. 35 (5): 1485–93. PMID 14862569. Unknown parameter |month= ignored (help)
  4. Ad Hoc Committee on Classification of Headache (1962). "Classification of Headache". JAMA. 179 (9): 717–8. doi:10.1001/jama.1962.03050090045008.
  5. Jes Olesen, Peter J. Goadsby, Nabih M. Ramadan, Peer Tfelt-Hansen, K. Michael A. Welch (2005). The Headaches (3 ed.). Lippincott Williams & Wilkins. ISBN 0-7817-5400-3.CS1 maint: Multiple names: authors list (link)
  6. Scottish Intercollegiate Guideline Network (November 2008). Diagnosis and management of headache in adults. Edinburgh. ISBN 978-1-905813-39-1.
  7. "Headache - Pathophysiology". Retrieved June 21, 2010.
  8. Goadsby PJ (2009). "The vascular theory of migraine--a great story wrecked by the facts". Brain. 132 (Pt 1): 6–7. doi:10.1093/brain/awn321. PMID 19098031. Unknown parameter |month= ignored (help)
  9. ୯.୦୦ ୯.୦୧ ୯.୦୨ ୯.୦୩ ୯.୦୪ ୯.୦୫ ୯.୦୬ ୯.୦୭ ୯.୦୮ ୯.୦୯ ୯.୧୦ ୯.୧୧ ୯.୧୨ ୯.୧୩ ୯.୧୪ ୯.୧୫ ୯.୧୬ ୯.୧୭ ୯.୧୮ ୯.୧୯ ୯.୨୦ ୯.୨୧ ୯.୨୨ ୯.୨୩ ୯.୨୪ ୯.୨୫ ୯.୨୬ Consumer Reports; Drug Effectiveness Review Project (March 2013). "Using the Triptans to Treat: Migraine Headaches Comparing Effectiveness, Safety, and Price" (PDF). Best Buy Drugs. consumer Reports: 8. Retrieved 18 March 2013.
  10. Edlow JA, Panagos PD, Godwin SA, Thomas TL, Decker WW (2008). "Clinical policy: critical issues in the evaluation and management of adult patients presenting to the emergency department with acute headache". Ann Emerg Med. 52 (4): 407–36. doi:10.1016/j.annemergmed.2008.07.001. PMID 18809105. Unknown parameter |month= ignored (help)CS1 maint: Multiple names: authors list (link)
  11. Detsky ME, McDonald DR, Baerlocher MO, Tomlinson GA, McCrory DC, Booth CM. Does this patient with headache have a migraine or need neuroimaging? JAMA 2006;296:1274–83
  12. Brain Stimulation May Ease Headaches. Reuters, March 9, 2007.
  13. Sun Y, Gan TJ (2008). "Acupuncture for the management of chronic headache: a systematic review". Anesth. Analg. 107 (6): 2038–47. doi:10.1213/ane.0b013e318187c76a. PMID 19020156. Unknown parameter |month= ignored (help)
  14. Linde, K.; Allais, G.; Brinkhaus, B.; Manheimer, E.; Vickers, A.; White, AR.; Linde, Klaus (2009). Linde, Klaus (ed.). "Acupuncture for tension-type headache". Cochrane Database Syst Rev (1): CD007587. doi:10.1002/14651858.CD007587. PMC 3099266. PMID 19160338.
  15. Linde, K.; Allais, G.; Brinkhaus, B.; Manheimer, E.; Vickers, A.; White, AR.; Linde, Klaus (2009). Linde, Klaus (ed.). "Acupuncture for migraine prophylaxis". Cochrane Database Syst Rev (1): CD001218. doi:10.1002/14651858.CD001218.pub2. PMC 3099267. PMID 19160193.
  16. "Chronic Headache Treatments". Retrieved June 21, 2010.
  17. "Pathophysiology and Treatment of Migraine and Related Headache". Retrieved June 21, 2010.
  18. Amal Mattu; Deepi Goyal; Barrett, Jeffrey W.; Joshua Broder; DeAngelis, Michael; Peter Deblieux; Gus M. Garmel; Richard Harrigan; David Karras; Anita L'Italien; David Manthey (2007). Emergency medicine: avoiding the pitfalls and improving the outcomes. Malden, Mass: Blackwell Pub./BMJ Books. p. 39. ISBN 1-4051-4166-2.CS1 maint: Multiple names: authors list (link)
  19. "Headache". Retrieved 2010-08-06.

ବାହାର ଲିଙ୍କ[ସମ୍ପାଦନା]