ପ୍ରସବ ସଂକ୍ରମଣ

ଉଇକିପିଡ଼ିଆ ରୁ
Jump to navigation Jump to search
ପ୍ରସବ ସଂକ୍ରମଣ
Streptococcus pyogenes.jpg
Streptococcus pyogenes (red-stained spheres) is responsible for many cases of severe puerperal fever. (900x magnification)
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିପ୍ରସୂତୀ ବିଜ୍ଞାନ[*]
ଆଇସିଡ଼ି-୧୦O85.
ଆଇସିଡ଼ି-୯-ସିଏମ୍672
ଇ-ମେଡ଼ିସିନarticle/796892
MeSHD011645

ପ୍ରସବ ସଂକ୍ରମଣ, (ଇଂରାଜୀରେ ପୁଅରପେରାଲ ଇନଫେକସନ, ପୋଷ୍ଟପାର୍ଟମ ଇନଫେକସନ, ପୁଅରପେରାଲ ଫିଭର ବା ଚାଇଲଡବେଡ ଫିଭର ଯଥାକ୍ରମେ Puerperal infections, also known as postpartum infections, puerperal fever or childbed fever), ଶିଶୁ ଜନ୍ମ ବା ଗର୍ଭପାତ ପରେ ପରେ ପ୍ରସବ ପଥରେ ହେଉଥିବା ଜୀବାଣୁ ଜନିତ ସଂକ୍ରମଣକୁ କୁହାଯାଏ । ଏହାର ଚିହ୍ନ ଓ ଲକ୍ଷଣ: ଜ୍ୱର, କାଲୁଆ ଅନୁଭବ, ତଳିପେଟରେ ଯନ୍ତ୍ରଣା ଓ ଯୋନିପଥ ନିର୍ଗତ ପଦାର୍ଥର ଦୁର୍ଗନ୍ଧ । [୧] ସାଧାରଣତଃ ପ୍ରସବର ୨୪ ଘଣ୍ଟା ପରେ ଓ ପ୍ରଥମ ୧୦ ଦିନ ମଧ୍ୟରେ ଏହି ରୋଗ ହୁଏ । [୨]

ଜରାୟୁ ଓ ତ‌ତ୍‌ସଂଲଗ୍ନ ତ‌ନ୍ତୁମାନଙ୍କର ସଂକ୍ରମଣକୁ ଇଂରାଜୀରେ ପୁଅରପେରାଲ ସେପସିସ ବା ପୋଷ୍ଟପାର୍ଟମ ମେଟ୍ରାଇଟିସ କୁହାଯାଏ । ଏହି ରୋଗ ସଙ୍କଟକାରୀ ଅବସ୍ଥା: ସିଜରିଆନ ସେକସନ, ଯୋନୀପଥରେ ଗ୍ରୁପ ବି ସ୍ଟ୍ରେପ୍ଟୋକୋକସ ଜୀବାଣୁର ଉପସ୍ଥିତି, ଅସାମୟିକ ମେମ୍ବ୍ରେନ ଫାଟ ଓ ଦୀର୍ଘ ପ୍ରସବ ସମୟ । ବିଭିନ୍ନ ପ୍ରକାରର ଜୀବାଣୁ ଯୋଗୁ ଅଧିକାଂଶ ସଂକ୍ରମଣ ହୁଏ । ରୋଗ ନିର୍ଣ୍ଣୟ ନିମନ୍ତେ ଯୋନୀପଥ ନିସୃତ ପଦାର୍ଥ ବା ରକ୍ତ କଲଚର କ୍ୱଚିତ ସାହାଯ୍ୟ କରେ । ଚିକିତ୍ସା ସତ୍ତ୍ୱେ ଉନ୍ନତି ନ ହେଉଥିବା ରୋଗୀଙ୍କର ମେଡିକାଲ ଇମେଜିଙ୍ଗ ଆବଶ୍ୟକ ହୁଏ । ପ୍ରସବ ପର ଜ୍ୱରର ଅନ୍ୟ କାରଣ ମଧ୍ୟରେ ରକ୍ତିମ ସ୍ତନ, ପରିସ୍ରାନଳୀ ସଂକ୍ରମଣ, ପେଟଚିରା ସ୍ଥାନ ବା ଏପିସିଓଟୋମି ସ୍ଥାନରେ ସଂକ୍ରମଣ ଓ ଆଟେଲେକ୍ଟାସିସ[୧]

ସଂକ୍ରମଣ ନିମନ୍ତେ ସିଜରିଆନ ସେକସନ ଏକ ସଙ୍କଟାବସ୍ଥା ହୋଇଥିବାରୁ ଏହି ଅପରେଶନ ସମୟରେ ପ୍ରତିଷେଧ ହିସାବରେ ଆଣ୍ଟିବାୟୋଟିକ ଦେବାକୁ ଉପଦେଶ ଦିଆଯାଏ । ସଂକ୍ରମଣ ଆରମ୍ଭ ହେଲେ ଆଣ୍ଟିବାୟୋଟିକ ଦେଇ ୨ରୁ ୩ ଦିନ ମଧ୍ୟରେ ଏହାର ଅବସ୍ଥାରେ ଉନ୍ନତି ଆସେ । ସାମାନ୍ୟ ସଂକ୍ରମଣ ହୋଇଥିଲେ ପାଟିବାଟେ ଆଣ୍ଟିବାୟୋଟିକ ଦିଆଯାଏ ଅନ୍ୟଥା ଶୀରାମାଧ୍ୟମରେ ଦିଆଯାଏ । ସାଧାରଣତଃ ଯୋନୀପଥା ପ୍ରସବ ହୋଇଥିଲେ ଆମ୍ପିସିଲିନ ଓ ଜେଣ୍ଟାମାଇସିନ ମିଶେଇ ଦିଆଯାଏ, ସିଜରିଆନ ହୋଇଥିଲେ କ୍ଲିଣ୍ଡାମାଇସିନ ଓ ଜେଣ୍ଟାମାଇସିନ ଦିଆଯାଏ । ଚିକିତ୍ସା ସତ୍ୱେ ଉନ୍ନତି ନ ହେଲେ ପୂଜ ହୋଇଯାଇଥିବା ବିଚାର କରି ସେହି ଅନୁସାରେ ଚିକିତ୍ସା କରାଯାଏ । [୧]

ବିକଶିତ ଦେଶରେ ଯୋନୀପଥ ପ୍ରସବରେ ୧ରୁ ୨ % ସଂକ୍ରମଣ ହୁଏ । କଷ୍ଟସାଧ୍ୟ ପ୍ରସବରେ ୫ରୁ ୧୩ % ସଂକ୍ରମଣ ହୁଏ ଓ ସିଜରିଆନ ହେଲେ ପ୍ରତିଷେଧକ ଆଣ୍ଟିବାୟୋଟିକ ବ୍ୟବ‌ହାର ପୂର୍ବରୁ ୫୦ % ସଂକ୍ରମଣ ହେଉଥିଲା । [୧] ସନ ୧୯୯୦ରେ ଏହି ରୋଗ ଯୋଗୁ ୩୪,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ଏହା କମିଯାଇ ୨୪, ୦୦୦ ହୋଇଥିଲା । [୩] ପଞ୍ଚମ ଶତାବ୍ଦୀର ହିପୋକ୍ରେଟଙ୍କ ଲେଖାରେ ଏହି ରୋଗର ବର୍ଣ୍ଣନା ଦେଖିବାକୁ ମିଳେ । [୪] ୧୮ଶ ଶତାବ୍ଦୀରେ ପ୍ରସବ ସଂକ୍ରମଣ ଯୋଗୁ ଅଧିକାଂଶ ମହିଳାଙ୍କର ମୃତ୍ୟୁ ହେଉଥିଲା ଓ ୧୯୩୦ ମସିହାରେ ଆଣ୍ଟିବାୟୋଟିକ ଆବିଷ୍କାର ହେବା ପର୍ଯ୍ୟନ୍ତ ଏହି ମୃତ୍ୟୁ ଚାଲୁ ରହିଥିଲା । [୫] ସନ ୧୮୪୭ରେ ଅଷ୍ଟ୍ରିଆରେ ଇଗନାଜ ସେମେଲ‌ୱେସ କେବଳ ଉତ୍ତମ ହାତ ଧୁଆକ୍ଲୋରିନ ବ୍ୟବ‌ହାର କରି ମୃତ୍ୟୁ ହାର ୨୦ %ରୁ ୨ %କୁ କମେଇ ଦେଇ ପାରିଥିଲେ । [୬][୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "37". Williams obstetrics (24th ed.). McGraw-Hill Professional. 2014. pp. Chapter 37. ISBN 9780071798938.
  2. Hiralal Konar (2014). DC Dutta's Textbook of Obstetrics. JP Medical Ltd. p. 432. ISBN 9789351520672.
  3. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. doi:10.1016/S0140-6736(14)61682-2. PMID 25530442.
  4. Walvekar, Vandana (2005). Manual of perinatal infections. New Delhi: Jaypee Bros. p. 153. ISBN 9788180614729.
  5. Magner, Lois N. (1992). A history of medicine. New York: Dekker. pp. 257–258. ISBN 9780824786731.
  6. Anderson, BL (April 2014). "Puerperal group A streptococcal infection: beyond Semmelweis". Obstetrics and gynecology. 123 (4): 874–82. doi:10.1097/aog.0000000000000175. PMID 24785617.
  7. Ataman, AD; Vatanoğlu-Lutz, EE; Yıldırım, G (2013). "Medicine in stamps-Ignaz Semmelweis and Puerperal Fever". Journal of the Turkish German Gynecological Association. 14 (1): 35–9. doi:10.5152/jtgga.2013.08. PMID 24592068.