ବାତ

ଉଇକିପିଡ଼ିଆ‌ରୁ

 

Epileptic seizure
Epileptic fit,[୧] seizure, fit, convulsions[୨]
Generalized 3 Hz spike and wave discharges in EEG
ବିଭାଗNeurology, emergency medicine
ଲକ୍ଷଣVariable[୩]
ଅବଧିTypically < 2 minutes[୪]
କାରଣProvoked: Low blood sugar, alcohol withdrawal, low blood sodium, fever, brain infection, concussion[୩][୫]
Unprovoked: Unknown, brain injury, brain tumor, previous stroke[୪][୩][୬][୭]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, blood tests, medical imaging, electroencephalography[୭]
ସଠିକ ରୋଗ ନିର୍ଣ୍ଣୟSyncope, nonepileptic psychogenic event, tremor, migraine, transient ischemic attack[୩][୪]
ଚିକିତ୍ସାLess than 5 min: Place person on their side, remove nearby dangerous objects[୮]
More than 5 min: Treat as per status epilepticus[୮]
ପୁନଃପୌନିକ~10% of people (at one point in time)[୪][୯]

ବାତ ବ୍ୟାଧିରେ ମସ୍ତିଷ୍କରେ ଅସ୍ୱାଭାବିକ ଓ ଅତ୍ୟଧିକ ସ୍ନାୟୁ ସକ୍ରିୟ ହୁଅନ୍ତି | [୬] ଏହାର ବାହ୍ୟ ପ୍ରଭାବରେ ଶରୀରରେ ଅନିୟନ୍ତ୍ରିତ କମ୍ପନ ସ‌ହିତ ଚେତାଶୂନ୍ୟତା ଦେଖାଯାଏ ଯାହାକୁ ଇଂରାଜୀରେ ଟୋନିକ-କ୍ଲିନିକ ସିଜର ବା ବାତ କୁହାଯାଏ ବା ଶରୀରର କେବଳ ଏକ ଅଂଶ କମ୍ପନ ପ୍ରଭାବିତ ହୁଏ ତ‌ଥା ସାମୟିକ ଚେତନାହାନୀ ହୋଇପାରେ | [୩] ଅଧିକାଂଶ ସମୟ ଏହି ଘଟଣାଗୁଡ଼ିକ ୨ ମିନିଟରୁ କମ୍ ରହିଥାଏ ଏବଂ ସ୍ୱାଭାବିକ ଅବସ୍ଥାକୁ ଫେରିବା ପାଇଁ କିଛି ସମୟ ଲାଗେ | [୪] [୮] ମୂତ୍ରାଶୟ ନିୟନ୍ତ୍ରଣ ରହେନି | [୩]

ଉତ୍ତେଜନା ବା ଅଣଉତ୍ତେଜନାରୁ ବାତ ହୋଇପାରେ | [୬] ନିମ୍ନ ରକ୍ତ ଶର୍କରା, ଆଲକୋହୋଲ ଉଇଥଡ୍ରୟାଲ ସିଣ୍ଡ୍ରୋମ, ଅଳ୍ପ ସୋଡିୟମ୍ ରକ୍ତ‌ତା, ଜ୍ୱର, ମସ୍ତିଷ୍କ ସଂକ୍ରମଣ କିମ୍ବା କନ୍‌କସନ ଭଳି ଏକ ଅସ୍ଥାୟୀ ଘଟଣା ହେତୁ ଉତ୍ତେଜିତ ବାତ ହୁଏ | [୩] [୬] [୪] [୩] [୬] [୭] ଚାପ କିମ୍ବା ନିଦ୍ରା ଅଭାବରୁ ଅଣଉତ୍ତେଜିତ ବାତ ହୋଇପାରେ | [୩] ମସ୍ତିଷ୍କର ରୋଗ, ଯେଉଁଠାରେ ଅତି କମରେ ଗୋଟିଏ ବାତ ଏବଂ ଅଧିକ ସମୟ ଧରି ବାତ ହେବାର ଆଶଙ୍କା ରହିଥାଏ, ଏହାକୁ ସାମୂହିକ ଭାବରେ ଅପସ୍ମାର କୁହାଯାଏ | [୬] ଅନେକ ସମୟରେ ମୂର୍ଚ୍ଛା, ଅଣଏପିଲେପ୍ଟିକ ସାଇକୋଜେନିକ ଘଟଣା ଓ କମ୍ପନ ହେଲେ ଅପସ୍ମାର ବାତ ସଦୃଶ ଦେଖାଯାଏ କିନ୍ତୁ ତାହା ପ୍ରକୃତରେ ବାତ ନୁହେଁ । [୩]

ଅଳ୍ପ ସମୟରୁ ଅଧିକ କାଳ ଧରି ଚାଲିଥିବା ବାତ ଏକ ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରେ | [୧୦] ପାଞ୍ଚ ମିନିଟରୁ ଅଧିକ ସମୟ ଧରି ଚାଲିଥିବା ବାତକୁ ସାଂଘାତିକ ଅପସ୍ମାର ବା ସ୍ଟାଟସ ଏପିଲେପ୍ଟିକସ୍ ଭାବରେ ଗ୍ରହଣ କରାଯିବା ଉଚିତ୍ | [୮] ଇଲେକ୍ଟ୍ରୋଏନସେଫାଲୋଗ୍ରାମ (ଇଇଜି/ EEG) କିମ୍ବା ମସ୍ତିଷ୍କ ଇମେଜିଙ୍ଗରେ ଏକ ନିର୍ଦ୍ଦିଷ୍ଟ ସମସ୍ୟା ନ ମିଳିବା ପର୍ଯ୍ୟନ୍ତ ଏହା ନିମନ୍ତେ ଦୀର୍ଘକାଳୀନ ଚିକିତ୍ସା ଆବଶ୍ୟକ ହୁଏ ନାହିଁ | [୭] ଗୋଟିଏ ବାତ ହେବା ପରେ ଏହାର ଅନୁଶୀଳନ କାର୍ଯ୍ୟ ବାହ୍ୟରୋଗୀ ଭାବରେ ଶେଷ କରିବା ନିରାପଦ ଅଟେ | [୩] ଅନେକ ଲୋକଙ୍କର ପ୍ରଥମ ବାତ ପରି ଜଣାଯାଉଥିଲେ ମଧ୍ୟ ପୂର୍ବରୁ ଘଟିଥିବା ଅନ୍ୟାନ୍ୟ ଛୋଟ ଛୋଟ ବାତ ହୋଇପାରେ | [୧୧]

ପ୍ରାୟ ୧୦% ଲୋକ ଅତି କମରେ ଥରେ ଏପିଲିପଟିକ୍ ଆକ୍ରାନ୍ତ ହୋଇଥାଆନ୍ତି | [୪] [୯] ବର୍ଷକୁ ପ୍ରତି ୧୦,୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୩.୫ ଜଣଙ୍କର ଉତ୍ତେଜିତ ବାତ ହେଉଥିବାବେଳେ ବର୍ଷକୁ ପ୍ରତି ୧୦,୦୦୦ ଲୋକଙ୍କର ୪.୨ ଅଣଉତ୍ତେଜିତ ବାତ ହୁଏ। [୪] ଗୋଟିଏ ବାତ ହେବା ପରେ, ଦ୍ୱିତୀୟ ଥର ଅନୁଭବ କରିବାର ସମ୍ଭାବନା ପ୍ରାୟ ୫୦% ଥାଏ | [୧୨] ଯେ କୌଣସି ସମୟରେ ଜନସଂଖ୍ୟାର ପ୍ରାୟ ୧% ଲୋକଙ୍କୁ ଅପସ୍ମାର ପ୍ରଭାବିତ କରିଥାଏ [୯] ଏବଂ ପ୍ରାୟ ୪% ଲୋକ ସମୟ ସମୟରେ ପ୍ରଭାବିତ ହୁଅନ୍ତି । [୭] ଅପସ୍ମାରରେ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୮୦% ଲୋକ ବିକାଶଶୀଳ ଦେଶମାନଙ୍କରେ ବାସ କରନ୍ତି। [୯] ଅନେକ ସ୍ଥାନରେ ରୋଗୀ ଲୋକମାନେ ଏକ ନିର୍ଦ୍ଦିଷ୍ଟ ସମୟ ଧରି ବାତ ନହେବା ପର୍ଯ୍ୟନ୍ତ ଗାଡି ଚଳାଇବା ବନ୍ଦ କରିବା ଆବଶ୍ୟକ କରନ୍ତି | [୪]

ଆଧାର[ସମ୍ପାଦନା]

  1. Shorvon, Simon (2009). Epilepsy (in ଇଂରାଜୀ). OUP Oxford. p. 1. ISBN 9780199560042.
  2. "Seizures - National Library of Medicine". PubMed Health (in ଇଂରାଜୀ). Retrieved 16 October 2018.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ Misulis, Karl E.; Murray, E. Lee (2017). Essentials of Hospital Neurology (in ଇଂରାଜୀ). Oxford University Press. p. Chapter 19. ISBN 9780190259433.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ ୪.୮ Ferri, Fred F. (2018). Ferri's Clinical Advisor 2019 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 959. ISBN 9780323550765.
  5. Fisher, RS; Acevedo, C; Arzimanoglou, A; Bogacz, A; Cross, JH; Elger, CE; Engel J, Jr; Forsgren, L; French, JA; Glynn, M; Hesdorffer, DC; Lee, BI; Mathern, GW; Moshé, SL; Perucca, E; Scheffer, IE; Tomson, T; Watanabe, M; Wiebe, S (April 2014). "ILAE official report: a practical clinical definition of epilepsy". Epilepsia. 55 (4): 475–82. doi:10.1111/epi.12550. PMID 24730690.
  6. ୬.୦ ୬.୧ ୬.୨ ୬.୩ ୬.୪ ୬.୫ ଆଧାର ଭୁଲ: ଅଚଳ <ref> ଚିହ୍ନ; Fish2014 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  7. ୭.୦ ୭.୧ ୭.୨ ୭.୩ ୭.୪ Wilden, JA; Cohen-Gadol, AA (15 August 2012). "Evaluation of first nonfebrile seizures". American Family Physician. 86 (4): 334–40. PMID 22963022.
  8. ୮.୦ ୮.୧ ୮.୨ ୮.୩ "The Epilepsies and Seizures: Hope Through Research". National Institute of Neurological Disorders and Stroke. Retrieved 16 October 2018.
  9. ୯.୦ ୯.୧ ୯.୨ ୯.୩ "Epilepsy". World Health Organization. 8 February 2018. Retrieved 16 October 2018.
  10. "What Is A Seizure Emergency". epilepsy.com. Retrieved 2018-05-08.
  11. Angus-Leppan H (2014). "First seizures in adults". BMJ. 348: g2470. doi:10.1136/bmj.g2470. PMID 24736280.
  12. Berg, AT (2008). "Risk of recurrence after a first unprovoked seizure". Epilepsia. 49 Suppl 1: 13–8. doi:10.1111/j.1528-1167.2008.01444.x. PMID 18184149.