ପଡ଼ିଗଲି ତୋ ପ୍ରେମରେ
ପଡ଼ିଗଲି ତୋ ପ୍ରେମରେ | |
---|---|
ନିର୍ଦ୍ଦେଶକ | ୟଶ ବର୍ମଣ ପଣ୍ଡା |
ପ୍ରଯୋଜକ | ଚିରଞ୍ଜିବୀ ବେହେରା |
ସଂଳାପ | ଗୀତ ପ୍ରସାଦ ପାଣିଗ୍ରାହୀ |
ଚିତ୍ରନାଟ୍ୟ | ଚିରଞ୍ଜିବୀ ବେହେରା |
କାହାଣୀ | ଚିରଞ୍ଜିବୀ ବେହେରା |
କଳାକାର | ଚିରଞ୍ଜିବୀ ବେହେରା ଆର୍ଚ୍ଚି ପ୍ରଧାନ ବିଶ୍ୱାବସ ରାଜଗୁରୁ |
ସଙ୍ଗୀତ | ସୌଭାଗ୍ୟ ସାମଲ |
ଚିତ୍ରଗ୍ରହଣ | କେ ଦେବୀ ପ୍ରସାଦ ଚିରଞ୍ଜିବୀ ବେହେରା |
ସମ୍ପାଦକ | ଅରୁଣ ପାଢ଼ୀ |
Production company | ମା' ସର୍ବମଙ୍ଗଳା ପ୍ରଡ଼କ୍ସନ |
ମୁକ୍ତିଲାଭ ତାରିଖ | ୧୯ ମଇ ୨୦୨୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପଡ଼ିଗଲି ତୋ ପ୍ରେମରେ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଚିରଞ୍ଜିବୀ ବେହେରା, ଯିଏକି ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ଗୀତ ପ୍ରସାଦ ପାଣିଗ୍ରାହୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ୟଶ ବର୍ମଣ ପଣ୍ଡା ।[୧]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଚିରଞ୍ଜିବୀ ବେହେରା ଓ ଆର୍ଚ୍ଚି ପ୍ରଧାନ । ବିଶ୍ୱାବସ ରାଜଗୁରୁ, ପ୍ରଭାକର ମିଶ୍ର, କାଳୀଚରଣ ରଥ, ମୋନାଲିସା ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟି ୨୦୨୩ ମସିହାର ମଇ ୧୯ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୨]
ଅଭିନୟ
[ସମ୍ପାଦନା]- ଚିରଞ୍ଜିବୀ ବେହେରା
- ଆର୍ଚ୍ଚି ପ୍ରଧାନ
- ବିଶ୍ୱାବସ ରାଜଗୁରୁ
- ପ୍ରଭାକର ମିଶ୍ର
- କାଳୀଚରଣ ରଥ
- ମୋନାଲିସା ମିଶ୍ର
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୌଭାଗ୍ୟ ସାମଲ ।[୧] ନିର୍ମଳ ନାୟକ ଓ ଅରୁଣ ମନ୍ତ୍ରୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସ୍ୱୟଂ ପ୍ରଭାସ ପାଢ଼ୀ, ଅମ୍ରିତା ନାୟକ, ହ୍ୟୁମାନ ସାଗର, ସୌଭାଗ୍ୟ ସାମଲ, ଦୀପ୍ତିରେଖା ପାଢ଼ୀ, ଅସୀମା ପଣ୍ଡା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ପଡ଼ିଗଲି ତୋ ପ୍ରେମରେ" | ହ୍ୟୁମାନ ସାଗର, ସୌଭାଗ୍ୟ ସାମଲ | |
2. | "ଥମି ଥମି ଯାଏ ନିଶ୍ୱାସ" | ଅମ୍ରିତା ନାୟକ | |
3. | "ଆଇ ଲଭ୍ ୟୁ ଆଇ ଲଭ୍ ୟୁ" | ଦୀପ୍ତିରେଖା ପାଢ଼ୀ, ହ୍ୟୁମାନ ସାଗର, ସୌଭାଗ୍ୟ ସାମଲ | |
4. | "ତୋ ଓଦା ଓଦା ଓଠ" | ସ୍ୱୟଂ ପ୍ରଭାସ ପାଢ଼ୀ, ଅସୀମା ପଣ୍ଡା, ସୌଭାଗ୍ୟ ସାମଲ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଆସନ୍ତା ୧୯ରେ ମୁକ୍ତିଲାଭ କରିବ ଓଡ଼ିଆ ଫିଲ୍ମ 'ପଡ଼ିଗଲି ତୋ ପ୍ରେମରେ'". ସକାଳ. ରାୟଗଡ଼ା. 13 May 2023. Retrieved 20 September 2023.
- ↑ ୨.୦ ୨.୧ "ଏଇ ମାସ ୧୯ତାରିଖରେ ମୁକ୍ତି ଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର 'ପଡ଼ିଗଲି ତୋ ପ୍ରେମରେ'". ତୀର୍ଥକ୍ଷେତ୍ର. Archived from the original on 20 September 2023. Retrieved 20 September 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପଡ଼ିଗଲି ତୋ ପ୍ରେମରେ