ଓଡ଼ିଶା ବିଧାନ ସଭାର ବାଚସ୍ପତିଙ୍କ ତାଲିକା
ଦେଖଣା
ବିଧାନ ସଭାର ବାଚସ୍ପତି ବିଧାନ ସଭାର ସର୍ବୋଚ୍ଚ ଅଧିକାରୀ ହୋଇଥାନ୍ତି । ବିଧାନ ସଭା ନିର୍ବାଚନ ପରେ ପ୍ରଥମ ସଭାରେ ବାଚସ୍ପତିଙ୍କ ନିର୍ବାଚନ ହୋଇଥାଏ । ବିଧାନ ସଭାର ୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ନିର୍ବାଚିତ ସଭ୍ୟମାନଙ୍କ ମଧ୍ୟରୁ ଜଣଙ୍କୁ ବାଚସ୍ପତି ଭାବରେ ବଛାଯାଇଥାଏ ।
ସ୍ୱାଧୀନତା ପୂର୍ବରୁ ଓ ପରେ ଓଡ଼ିଶା ବିଧାନ ସଭାରେ କାର୍ଯ୍ୟ କରିଥିବା ବାଚସ୍ପତିମାନଙ୍କର ତାଲିକା ।
ନାମ | ବିଧାନ ସଭା | ଆରମ୍ଭ ଦିନ | ଶେଷ ଦିନ | ସୂଚନା/ଆଧାର |
---|---|---|---|---|
ମୁକୁନ୍ଦ ପ୍ରସାଦ ଦାସ | ୧ମ ଓଡ଼ିଶା ବିଧାନ ସଭା (ସ୍ୱାଧୀନତା ପୂର୍ବରୁ) | ୨୮ ଜୁଲାଇ ୧୯୩୭ | ୨୯ ମଇ ୧୯୪୬ | |
ଲାଲ ମୋହନ ପଟ୍ଟନାୟକ | ୨ୟ ଓଡ଼ିଶା ବିଧାନ ସଭା (ସ୍ୱାଧୀନତା ପୂର୍ବରୁ) | ୨୯ ମଇ ୧୯୪୬ | ୬ ମାର୍ଚ୍ଚ ୧୯୫୨ | |
ନନ୍ଦ କିଶୋର ଦାସ | ୧ମ ଓଡ଼ିଶା ବିଧାନ ସଭା | ୦୬ ମାର୍ଚ୍ଚ ୧୯୫୨ | ୨୭ ମଇ ୧୯୫୭ | |
ନୀଳକଣ୍ଠ ଦାସ | ୨ୟ ଓଡ଼ିଶା ବିଧାନ ସଭା | ୨୭ ମଇ ୧୯୫୭ | ୧ ଜୁଲାଇ ୧୯୬୧ | |
ଲିଙ୍ଗରାଜ ପାଣିଗ୍ରାହୀ | ୩ୟ ଓଡ଼ିଶା ବିଧାନ ସଭା | ୧ ଜୁଲାଇ ୧୯୬୧ | ୧୮ ମାର୍ଚ୍ଚ ୧୯୬୭ | |
ନନ୍ଦ କିଶୋର ମିଶ୍ର | ୪ର୍ଥ ଓଡ଼ିଶା ବିଧାନ ସଭା | ୧୮ ମାର୍ଚ୍ଚ ୧୯୬୭ | ୧୨ ଅପ୍ରେଲ ୧୯୭୧ | |
ନନ୍ଦ କିଶୋର ମିଶ୍ର | ୫ମ ଓଡ଼ିଶା ବିଧାନ ସଭା | ୧୨ ଅପ୍ରେଲ ୧୯୭୧ | ୨୧ ମାର୍ଚ୍ଚ ୧୯୭୪ | |
ବ୍ରଜ ମୋହନ ମହାନ୍ତି | ୬ଷ୍ଠ ଓଡ଼ିଶା ବିଧାନ ସଭା | ୨୧ ମାର୍ଚ୍ଚ ୧୯୭୪ | ୧ ଜୁଲାଇ ୧୯୭୭ | |
ସତ୍ୟପ୍ରିୟ ମହାନ୍ତି | ୭ମ ଓଡ଼ିଶା ବିଧାନ ସଭା | ୧ ଜୁଲାଇ ୧୯୭୭ | ୧୨ ଜୁନ ୧୯୮୦ | |
ସୋମନାଥ ରଥ | ୮ମ ଓଡ଼ିଶା ବିଧାନ ସଭା | ୧୨ ଜୁନ ୧୯୮୦ | ୧୧ ଫେବୃଆରୀ ୧୯୮୪ | |
ପ୍ରସନ୍ନ କୁମାର ଦାସ | ୨୨ ଫେବୃଆରୀ ୧୯୮୪ | ୧୪ ଫେବୃଆରୀ ୧୯୮୫ | ||
ପ୍ରସନ୍ନ କୁମାର ଦାସ | ୯ମ ଓଡ଼ିଶା ବିଧାନ ସଭା | ୧୪ ଫେବୃଆରୀ ୧୯୮୫ | ୯ ମାର୍ଚ୍ଚ ୧୯୯୦ | |
ଯୁଧିଷ୍ଠିର ଦାସ | ୧୦ମ ଓଡ଼ିଶା ବିଧାନ ସଭା | ୯ ମାର୍ଚ୍ଚ ୧୯୯୦ | ୨୨ ମାର୍ଚ୍ଚ ୧୯୯୫ | |
କିଶୋର ଚନ୍ଦ୍ର ପଟେଲ | ୧୧ଶ ଓଡ଼ିଶା ବିଧାନ ସଭା | ୨୨ ମାର୍ଚ୍ଚ ୧୯୯୫ | ୧୪ ଜାନୁଆରୀ ୧୯୯୬ | |
ଚିନ୍ତାମଣି ଦ୍ୟାନ ସାମନ୍ତରା | ୧୬ ଫେବୃଆରୀ ୧୯୯୬ | ୧୦ ମାର୍ଚ୍ଚ ୨୦୦୦ | ||
ଶରତ କୁମାର କର | ୧୨ଶ ଓଡ଼ିଶା ବିଧାନ ସଭା | ୧୦ ମାର୍ଚ୍ଚ ୨୦୦୦ | ୨୧ ମଇ ୨୦୦୪ | |
ମହେଶ୍ୱର ମହାନ୍ତି | ୧୩ଶ ଓଡ଼ିଶା ବିଧାନ ସଭା | ୨୧ ମଇ ୨୦୦୪ | ୩୧ ମାର୍ଚ୍ଚ ୨୦୦୮ | |
କିଶୋର କୁମାର ମହାନ୍ତି | ୧୯ ଅଗଷ୍ଟ ୨୦୦୮ | ୨୫ ମଇ ୨୦୦୯ | ||
ପ୍ରଦୀପ କୁମାର ଅମାତ | ୧୪ଶ ଓଡ଼ିଶା ବିଧାନ ସଭା | ୨୫ ମଇ ୨୦୦୯ | ୨୦ ମଇ ୨୦୧୪ | |
ନିରଞ୍ଜନ ପୂଜାରୀ | ୧୫ଶ ଓଡ଼ିଶା ବିଧାନ ସଭା | ୨୬ ମଇ ୨୦୧୪ | ୬ ମଇ ୨୦୧୭ | |
ପ୍ରଦୀପ କୁମାର ଅମାତ | ୧୬ ମଇ ୨୦୧୭ | ୩୧ ମଇ ୨୦୧୯ | ||
ସୂର୍ଯ୍ୟ ନାରାୟଣ ପାତ୍ର | ୧୬ଶ ଓଡ଼ିଶା ବିଧାନ ସଭା | ୧ ଜୁନ ୨୦୧୯ | ୪ ଜୁନ ୨୦୨୨ | [୧] |
ବିକ୍ରମ କେଶରୀ ଆରୁଖ | ୧୩ ଜୁନ ୨୦୨୨ | ୧୨ ମଇ ୨୦୨୩ | [୨] | |
ପ୍ରମିଳା ମଲ୍ଲିକ | ୨୨ ସେପ୍ଟେମ୍ବର ୨୦୨୩ | ୫ ଜୁନ ୨୦୨୪ | ||
ସୁରମା ପାଢ଼ୀ | ୧୭ଶ ଓଡ଼ିଶା ବିଧାନ ସଭା | ୧୯ ଜୁନ ୨୦୨୪ | ଏବେଯାଏଁ |
ଆହୁରି ଦେଖନ୍ତୁ
[ସମ୍ପାଦନା]- ଓଡ଼ିଶାର ମନ୍ତ୍ରୀମଣ୍ଡଳ
- ଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକା
- ଓଡ଼ିଶାର ନେତାମାନଙ୍କର ତାଲିକା
- ଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକା
ଆଧାର
[ସମ୍ପାଦନା]- ↑ Dharitri (1 June 2019). "ସୂର୍ଯ୍ୟ ନାରାୟଣ ପାତ୍ର ହେଲେ ବାଚସ୍ପତି - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Archived from the original on 2 September 2023. Retrieved 2 September 2023.
- ↑ Baral, Biswajit (12 May 2023). "ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ". Nandighosha TV (in ଆମେରିକୀୟ ଇଂରାଜୀ). Archived from the original on 2 September 2023. Retrieved 2 September 2023.